ଦେଶ ଛାଡ଼ିବାକୁ ଜୀବନ ବାଜି

କାବୁଲ, ୧୭ା୮: ଆଫଗାନିସ୍ତାନ ଏବେ ସମ୍ପୂର୍ଣ୍ଣ ଅସ୍ଥିରତା ଭିତରକୁ ଠେଲି ହୋଇଯାଇଛି। ତାଲିବାନ ରାଜଧାନୀ କାବୁଲ ଅକ୍ତିଆର କରିବା ପରେ ଲୋକେ ଭୟରେ ଏବେ ଦେଶ ଛାଡ଼ିବାକୁ ବ୍ୟାକୁଳ ହୋଇପଡ଼ିଲେଣି। ତାଲିବାନର କଠୋର ଶାସନରୁ ମୁକ୍ତି ପାଇଁ ଦେଶ ଛାଡ଼ି ପଳାୟନ କରିବାକୁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି। ଏପରି କି ଜୀବନକୁ ବାଜି ଲଗାଇ ସ୍ଥାନୀୟ ଓ ବିଦେଶୀ ନାଗରିକ ସୋମବାର ବିମାନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ରନ୍‌ଓ୍ବେରେ ବିମାନ ଚାଲିବାବେଳେ ତା’ଉପରକୁ କିଛି ଲୋକ ଚଢ଼ୁଥିବାରୁ ଦୃଶ୍ୟ ଦେଖିବାକୁ ମିଳୁଛି। ବହୁସଂଖ୍ୟାରେ ଲୋକ ଏକସଙ୍ଗେ ବିମାନରେ ଉଠିବାକୁ ଉଦ୍ୟମ କଲାବେଳେ ବିଶୃଙ୍ଖଳିତ ସ୍ଥିତି ସୃଷ୍ଟି ହେବାରୁ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ ଓ ଦଳାଚକଟାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବିମାନରୁ ଖସିପଡ଼ି ୩ ଜଣଙ୍କ ଜୀବନ ଯାଇଛି।
ଦେଶ ଛାଡ଼ିବା ପାଇଁ କାବୁଲ୍‌ର ହମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେଶନ ଭଳି ଭିଡ଼ ସ୍ଥିତି ଦେଖିବାକୁ ମିଳିଥିଲା। କାବୁଲରେ ଅବସ୍ଥାପିତ ଆମେରିକା ଦୂତାବାସର କର୍ମଚାରୀ ଓ ଅଧିକାରୀଙ୍କୁ ସ୍ବଦେଶ ନେବା ପାଇଁ ଆସିଥିବା ବାୟୁସେନା ବିମାନରେ ଶହଶହ ଲୋକ ଏକାବେଳେ ଉଠିବା ପାଇଁ ଚେଷ୍ଟା କରିଥିଲେ। ଭିଡ଼ ହଟାଇବା ପାଇଁ ଆମେରିକା ସୈନ୍ୟ ଫାଙ୍କା ଗୁଳି ଚାଳନା କରିଥିଲେ। ଗୁଳି ଚାଳନା ସତ୍ତ୍ୱେ ଲୋକେ ଏହାକୁ ଭ୍ରୂକ୍ଷେପ ନ କରି ବିମାନ ଚାରିପାର୍ଶ୍ୱରେ ଚଢ଼ିବାକୁ ଲାଗିଥିଲେ। ସାମ୍ପ୍ରତିକ ସ୍ଥିତିକୁ ଦେଖି ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିଥିବାବେଳେ ଯେକୌଣସି ପ୍ରକାରେ କାବୁଲ ବାହାରକୁ ଯିବା ପାଇଁ ଲୋକେ ସାମରିକ ବିମାନରେ ଚଢ଼ିବା ଲାଗି ଉଦ୍ୟମ କରିଥିଲେ। ଆମେରିକା, ବ୍ରିଟେନ ଓ ଅନ୍ୟ ଦେଶର ସାମରିକ ବିମାନ ସେମାନଙ୍କ ନାଗରିକଙ୍କୁ ନେବା ପାଇଁ ଆସିଥିବାବେଳେ ସେଥିରେ ଚଢ଼ିବା ପାଇଁ ଲୋକେ ଭିଡ଼ ଜମାଇଥିଲେ। ଆମେରିକା ବାୟୁସେନା ବିମାନ ଉଡ଼ାଣ ପାଇଁ ରନ୍‌ଓ୍ବେରେ ଗଡୁଥିବାବେଳେ ଶହ ଶହ ଲୋକ ଏହାର ଦୁଇପାର୍ଶ୍ୱ ଏବଂ ଆଗରେ ଦୌଡ଼ୁଥିବା ଭିଡିଓ ଚିତ୍ରରୁ ଦେଖିବାକୁ ମିଳିଛି। ଏପରିକି ତିନିଜଣ ଏକ ସାମରିକ ବିମାନ ଚକାକୁ ଜାବୁଡ଼ି ଧରି ଦେଶ ବାହାରକୁ ପଳାଇବା ପାଇଁ ଉଦ୍ୟମ କରିଥିଲେ। ବିମାନଟି ଉଡ଼ିବା ମାତ୍ରେ ସେମାନେ ଖସିପଡ଼ି ପ୍ରାଣ ହରାଇଥିଲେ। ଉଡ଼ନ୍ତା ବିମାନରୁ ଲୋକେ ଖସିପଡ଼ୁଥିବାରୁ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆତଙ୍କିତ ଲୋକେ ବିମାନ ଧରିବା ପାଇଁ ଏୟାରବ୍ରିଜ୍‌ ଚଢ଼ୁଥିବା ଦେଖାଯାଇଛି। ତେବେ ୫ ଜଣଙ୍କର ମୃତ୍ୟୁ
ଗୁଳିମାଡ଼ରେ ହୋଇଛି କି ଦଳାଚକଟାରେ, ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ଯୋଗ୍ୟ, ୨ଦଶନ୍ଧି ଧରି ଆମେରିକା ସେନାର ଉପସ୍ଥିତି ସତ୍ତ୍ୱେ ଆଫଗାନିସ୍ତାନ ଭାଗ୍ୟ ବଦଳିପାରିଲାନି। ରବିବାର କାବୁଲକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବା ପରେ ତାଲିବାନ ଆଫଗାନିସ୍ତାନ ଉପରେ ବିଜୟ ଘୋଷଣା କରିଛି। ଖୁବ୍‌ଶୀଘ୍ର ସେଠାରେ ତାଲିବାନ ସରକାର ଗଠନ ହେବାକୁ ଯାଉଛି। ସେପଟେ ରାଷ୍ଟ୍ରପତି ଅଶ୍ରଫ ଘନି ନିଜ ପଦରୁ ଇସ୍ତଫା ଦେବା ପରେ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ତାଜିକ୍‌ସ୍ତାନରେ ତାଙ୍କୁ ବିମାନରୁ ଓହ୍ଲାଇବାକୁ ଅନୁମତି ନ ମିଳିବାରୁ ସେ ଓମାନ୍‌ରେ ରହିଛନ୍ତି। ସେଠାରୁ ଖୁବ୍‌ଶୀଘ୍ର ସେ ଆମେରିକା ଯିବାକୁ ଉଦ୍ୟମ କରଉଛନ୍ତି। ତାଲିବାନ କବଳରେ ଦେଶ ଥିବାବେଳେ ଘନି ଜନସାଧାରଣଙ୍କୁ ଅସହାୟ ଭାବେ ଛାଡ଼ି ପଳାଇବାକୁ ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କରଜାଇ କଡ଼ା ସମାଲୋଚନା କରିଛନ୍ତି। ଏଥିସହ ଶାନ୍ତିପୂର୍ଣ୍ଣ ଉପାୟରେ ତାଲିବାନ କ୍ଷମତାକୁ ଆସିବା ନିମନ୍ତେ ସେ ଏହି ସଙ୍ଗଠନ ସହ ଆଲୋଚନା କରିବେ ବୋଲି କର୍‌ଜାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri