ଦେଶ ଛାଡ଼ିବାକୁ ଜୀବନ ବାଜି

କାବୁଲ, ୧୭ା୮: ଆଫଗାନିସ୍ତାନ ଏବେ ସମ୍ପୂର୍ଣ୍ଣ ଅସ୍ଥିରତା ଭିତରକୁ ଠେଲି ହୋଇଯାଇଛି। ତାଲିବାନ ରାଜଧାନୀ କାବୁଲ ଅକ୍ତିଆର କରିବା ପରେ ଲୋକେ ଭୟରେ ଏବେ ଦେଶ ଛାଡ଼ିବାକୁ ବ୍ୟାକୁଳ ହୋଇପଡ଼ିଲେଣି। ତାଲିବାନର କଠୋର ଶାସନରୁ ମୁକ୍ତି ପାଇଁ ଦେଶ ଛାଡ଼ି ପଳାୟନ କରିବାକୁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି। ଏପରି କି ଜୀବନକୁ ବାଜି ଲଗାଇ ସ୍ଥାନୀୟ ଓ ବିଦେଶୀ ନାଗରିକ ସୋମବାର ବିମାନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ରନ୍‌ଓ୍ବେରେ ବିମାନ ଚାଲିବାବେଳେ ତା’ଉପରକୁ କିଛି ଲୋକ ଚଢ଼ୁଥିବାରୁ ଦୃଶ୍ୟ ଦେଖିବାକୁ ମିଳୁଛି। ବହୁସଂଖ୍ୟାରେ ଲୋକ ଏକସଙ୍ଗେ ବିମାନରେ ଉଠିବାକୁ ଉଦ୍ୟମ କଲାବେଳେ ବିଶୃଙ୍ଖଳିତ ସ୍ଥିତି ସୃଷ୍ଟି ହେବାରୁ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ ଓ ଦଳାଚକଟାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବିମାନରୁ ଖସିପଡ଼ି ୩ ଜଣଙ୍କ ଜୀବନ ଯାଇଛି।
ଦେଶ ଛାଡ଼ିବା ପାଇଁ କାବୁଲ୍‌ର ହମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେଶନ ଭଳି ଭିଡ଼ ସ୍ଥିତି ଦେଖିବାକୁ ମିଳିଥିଲା। କାବୁଲରେ ଅବସ୍ଥାପିତ ଆମେରିକା ଦୂତାବାସର କର୍ମଚାରୀ ଓ ଅଧିକାରୀଙ୍କୁ ସ୍ବଦେଶ ନେବା ପାଇଁ ଆସିଥିବା ବାୟୁସେନା ବିମାନରେ ଶହଶହ ଲୋକ ଏକାବେଳେ ଉଠିବା ପାଇଁ ଚେଷ୍ଟା କରିଥିଲେ। ଭିଡ଼ ହଟାଇବା ପାଇଁ ଆମେରିକା ସୈନ୍ୟ ଫାଙ୍କା ଗୁଳି ଚାଳନା କରିଥିଲେ। ଗୁଳି ଚାଳନା ସତ୍ତ୍ୱେ ଲୋକେ ଏହାକୁ ଭ୍ରୂକ୍ଷେପ ନ କରି ବିମାନ ଚାରିପାର୍ଶ୍ୱରେ ଚଢ଼ିବାକୁ ଲାଗିଥିଲେ। ସାମ୍ପ୍ରତିକ ସ୍ଥିତିକୁ ଦେଖି ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିଥିବାବେଳେ ଯେକୌଣସି ପ୍ରକାରେ କାବୁଲ ବାହାରକୁ ଯିବା ପାଇଁ ଲୋକେ ସାମରିକ ବିମାନରେ ଚଢ଼ିବା ଲାଗି ଉଦ୍ୟମ କରିଥିଲେ। ଆମେରିକା, ବ୍ରିଟେନ ଓ ଅନ୍ୟ ଦେଶର ସାମରିକ ବିମାନ ସେମାନଙ୍କ ନାଗରିକଙ୍କୁ ନେବା ପାଇଁ ଆସିଥିବାବେଳେ ସେଥିରେ ଚଢ଼ିବା ପାଇଁ ଲୋକେ ଭିଡ଼ ଜମାଇଥିଲେ। ଆମେରିକା ବାୟୁସେନା ବିମାନ ଉଡ଼ାଣ ପାଇଁ ରନ୍‌ଓ୍ବେରେ ଗଡୁଥିବାବେଳେ ଶହ ଶହ ଲୋକ ଏହାର ଦୁଇପାର୍ଶ୍ୱ ଏବଂ ଆଗରେ ଦୌଡ଼ୁଥିବା ଭିଡିଓ ଚିତ୍ରରୁ ଦେଖିବାକୁ ମିଳିଛି। ଏପରିକି ତିନିଜଣ ଏକ ସାମରିକ ବିମାନ ଚକାକୁ ଜାବୁଡ଼ି ଧରି ଦେଶ ବାହାରକୁ ପଳାଇବା ପାଇଁ ଉଦ୍ୟମ କରିଥିଲେ। ବିମାନଟି ଉଡ଼ିବା ମାତ୍ରେ ସେମାନେ ଖସିପଡ଼ି ପ୍ରାଣ ହରାଇଥିଲେ। ଉଡ଼ନ୍ତା ବିମାନରୁ ଲୋକେ ଖସିପଡ଼ୁଥିବାରୁ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆତଙ୍କିତ ଲୋକେ ବିମାନ ଧରିବା ପାଇଁ ଏୟାରବ୍ରିଜ୍‌ ଚଢ଼ୁଥିବା ଦେଖାଯାଇଛି। ତେବେ ୫ ଜଣଙ୍କର ମୃତ୍ୟୁ
ଗୁଳିମାଡ଼ରେ ହୋଇଛି କି ଦଳାଚକଟାରେ, ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ଯୋଗ୍ୟ, ୨ଦଶନ୍ଧି ଧରି ଆମେରିକା ସେନାର ଉପସ୍ଥିତି ସତ୍ତ୍ୱେ ଆଫଗାନିସ୍ତାନ ଭାଗ୍ୟ ବଦଳିପାରିଲାନି। ରବିବାର କାବୁଲକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବା ପରେ ତାଲିବାନ ଆଫଗାନିସ୍ତାନ ଉପରେ ବିଜୟ ଘୋଷଣା କରିଛି। ଖୁବ୍‌ଶୀଘ୍ର ସେଠାରେ ତାଲିବାନ ସରକାର ଗଠନ ହେବାକୁ ଯାଉଛି। ସେପଟେ ରାଷ୍ଟ୍ରପତି ଅଶ୍ରଫ ଘନି ନିଜ ପଦରୁ ଇସ୍ତଫା ଦେବା ପରେ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ତାଜିକ୍‌ସ୍ତାନରେ ତାଙ୍କୁ ବିମାନରୁ ଓହ୍ଲାଇବାକୁ ଅନୁମତି ନ ମିଳିବାରୁ ସେ ଓମାନ୍‌ରେ ରହିଛନ୍ତି। ସେଠାରୁ ଖୁବ୍‌ଶୀଘ୍ର ସେ ଆମେରିକା ଯିବାକୁ ଉଦ୍ୟମ କରଉଛନ୍ତି। ତାଲିବାନ କବଳରେ ଦେଶ ଥିବାବେଳେ ଘନି ଜନସାଧାରଣଙ୍କୁ ଅସହାୟ ଭାବେ ଛାଡ଼ି ପଳାଇବାକୁ ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କରଜାଇ କଡ଼ା ସମାଲୋଚନା କରିଛନ୍ତି। ଏଥିସହ ଶାନ୍ତିପୂର୍ଣ୍ଣ ଉପାୟରେ ତାଲିବାନ କ୍ଷମତାକୁ ଆସିବା ନିମନ୍ତେ ସେ ଏହି ସଙ୍ଗଠନ ସହ ଆଲୋଚନା କରିବେ ବୋଲି କର୍‌ଜାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟସ୍ଥତା ଲାଗି ମନାକଲା ରୁଷିଆ

ମସ୍କୋ,୨୪ା୬(ପି.ଟି.): ଗଲଓ୍ବାନ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଲାଗିରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ମଧ୍ୟସ୍ଥତା କରିବାକୁ ରୁଷିଆ ମନାକରିଦେଇଛି। ଦୁଇଦେଶ ସେମାନଙ୍କ ବିବାଦର...

ଜାପାନକୁ ଆକ୍ରମଣ ଧମକ ଦେଲା ଉତ୍ତର କୋରିଆ

ସିଓଲ,୨୧।୧୨: ଜାପାନ ବିରୋଧରେ ଦୃଢ଼ ତଥା ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଉତ୍ତର କୋରିଆ ମଙ୍ଗଳବାର ଧମକ ଦେଇଛି। ଟୋକିଓ ଗ୍ରହଣ କରିଥିବା...

ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ପାକିସ୍ତାନ ନିର୍ବାଚନ ହୋର୍ଡିଂରେ ସିଦ୍ଧୁ ମୁସେୱାଲାଙ୍କ ଫଟୋ

ଇସଲାମାବାଦ,୨ ।୭: ପାକିସ୍ତାନରେ ହେବାକୁ ଯାଉଥିବା ଉପ ନିର୍ବାଚନ ପାଇଁ ପଞ୍ଜାବ ଅଞ୍ଚଳରେ ଲାଗିଥିବା ପୋଷ୍ଟରରେ ପଞ୍ଜାବି ଗାୟକ ସ୍ୱର୍ଗତ ସିଦ୍ଧୁ ମୁସେୱାଲାଙ୍କ ଫଟୋ ସମସ୍ତଙ୍କୁ...

ଆମାଜନ୍‌ ସିଇଓଙ୍କ ମହଙ୍ଗା ଛାଡ଼ପତ୍ର: ସ୍ତ୍ରୀଙ୍କୁ ଦେବାକୁ ପଡ଼ିବ ୩୮ ଶହ କୋଟି ଡଲାର

ସାନ୍‌ ଫ୍ରାନ୍ସିସ୍‌କୋ,୩।୭: ଆମାଜନ ସିଇଓ ଜେଫ୍‌ ବେଜୋସ୍‌ ପୃଥିବୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର ଦେବେ। ଏଥିପାଇଁ ସ୍ତ୍ରୀ ମୈକେଜି ବେଜୋସଙ୍କୁ ସେ ୩୮ ଶହ କୋଟି...

ପାକିସ୍ତାନରେ ୨ ଶିଖ୍‌ ବ୍ୟବସାୟୀଙ୍କୁ ହତ୍ୟା

ପେଶାଓ୍ବର,୧୬।୫(ପି.ଟି.): ପାକିସ୍ତାନର ଉତ୍ତରପଶ୍ଚିମ ଖାଇବର-ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ ପେଶାଓ୍ବର ସହରରେ ରବିବାର ଦିନ ଦ୍ୱିପ୍ରହରରେ ୨ ଜଣ ଶିଖ୍‌ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଇଜଣ...

ଇମ୍ରାନଙ୍କୁ ମିଳିଲା ୭୨ ଘଣ୍ଟା: ନ୍ୟାଶନାଲ ଆସେମ୍ଲି ୩ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ

ଇସଲାମାବାଦ,୩୧ ।୩: ପାକିସ୍ତାନର ଅବସ୍ଥା ବେଳକୁ ବେଳ ବଦଳିବାରେ ଲାଗିଛି । ପାକିସ୍ତାନ ଆସେମ୍ଲିର ଡେପୁଟି ସ୍ପିକର ସଂସଦରେ ଭୋଟିଂ ପୂର୍ବରୁ ୩ ଏପ୍ରିଲ ସକାଳ...

ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ

ସିଙ୍ଗାପୁର: ବଲିଉଡ ସୁପରଷ୍ଟାର ତଥା ସ୍ବର୍ଗୀୟା ଅଭିନେତ୍ରୀ ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି ବୁଧବାର ସ୍ଥାନୀୟ ମାଡାମ ଟୁସାଡ୍ସରେ ଅନାବରଣ ହୋଇଛି। ଏଥିପାଇଁ ଆୟୋଜିତ ଏକ ଉତ୍ସବରେ...

ଆଫଗାନିସ୍ତାନକୁ ଡରୁଛି ପାକିସ୍ତାନ !…

ଇସଲାମାବାଦ,୧୯।୨ : ଆଫଗାନିସ୍ତାନକୁ ପାକିସ୍ତାନ ଡରୁଛି। ଆତଙ୍କବାଦକୁ ରୋକିବା ପାଇଁ ପରାମର୍ଶ ଦେବା ସମ୍ପର୍କରେ କହି ପାକିସ୍ତାନ ଏହି ଭୟ ପ୍ରକାଶ କରିଛନ୍ତି। ପାକିସ୍ତାନର ବୈଦେଶିକ...

Advertisement
Archives

Model This Week