‘ଜୀବନ ସଂଘର୍ଷରୁ ଅନେକ କିଛି ଶିଖିଛି’

ବଲାଙ୍ଗୀର ଅଫିସ,୨୩ା୮: ସମାଜ ସାହିତ୍ୟ ଏବଂ ସଂସ୍କୃତି ଉପରେ କାମ କରୁଥିବା ଅନୁଷ୍ଠାନ ରଚନା ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମୀ ହଲରେ ମାସିକ ରଚନା ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। କୋଶଲୀ ଭାଷା ସାହିତ୍ୟର ଗବେଷକ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ମୋ ଜୀବନ, କୃତି ଓ ଅନୁଭୂତି ଶୀର୍ଷକ କାର୍ଯ୍ୟକ୍ରମରେ ନିଜ ଜୀବନର ଅନୁଭୂତି ବଖାଣିଥିଲେ। କବି ଆନନ୍ଦ ଚନ୍ଦ୍ର ସାହୁ ଏହି ଅନ୍ତରଙ୍ଗ ଆଳାପରେ ଯୋଗଦେଇ ପଦ୍ମଶ୍ରୀ ଗୁରୁଙ୍କୁ ବିଭିନ୍ନ ପ୍ରଶ୍ନ କରି ତାଙ୍କର ଜୀବନର ବହୁ ରୋଚକ ଘଟଣାବଳୀ ସମ୍ପର୍କରେ କଥା ହୋଇଥିଲେ। ପଦ୍ମଶ୍ରୀ ଗୁରୁ କହିଥିଲେ ଯେ, ଦୀର୍ଘ ୩୭ ବର୍ଷର ଶିକ୍ଷକତା ପରେ ସେ ଅବସର ଗ୍ରହଣ କରିଥିଲେ। ଏବେ ୯୧ ବର୍ଷ ବୟସରେ ମଧ୍ୟ ସକ୍ରିୟ ରହିଛନ୍ତି। ପ୍ରତିଦିନ ସାହିତ୍ୟ ସାଧନାରେ ନିମଗ୍ନ ଅଛନ୍ତି। ପ୍ରାରମ୍ଭିକ ଜୀବନ ତାଙ୍କର ସଂଘର୍ଷମୟ ରହିଥିଲା। ଶିକ୍ଷକତା ସମୟରେ ଜଣେ ନୀତିନିଷ୍ଠ ଏବଂ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ କାମ କରୁଥିଲେ ମାତ୍ର ତାଙ୍କୁ ଶିକ୍ଷା ବିଭାଗୀୟ ଉଚ୍ଚ ଅଧିକାରୀମାନେ ଅଯଥାରେ ହଇରାଣ ହରକତ କରୁଥିଲେ। ବାରମ୍ବାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି କରୁଥିଲେ। ଥରେ ଏହାର ପ୍ରତିବାଦ କରିବାରୁ ଏଭଳି କାର୍ଯ୍ୟ ବନ୍ଦ କଲେ।
୧୯୪୭ ମସିହାରେ ସେ ନବମ ଶ୍ରେଣୀ ପଢୁଥିବାବେଳେ ଦେଶ ସ୍ବାଧୀନ ହେଲା। ସେତେବେଳେ ବଲାଙ୍ଗୀରର ଅବସ୍ଥା କିପରି ଥିଲା ଓ ଏଠାରେ ସ୍ବାଧୀନତା ଦିବସ କିଭଳି ପାଳନ କରାଯାଇଥିଲା କହିଥିଲେ। ପ୍ରତି ଘର ସମ୍ମୁଖରେ ମା’ମାନେ ଦୀପ ଜାଳିଥିଲେ। ସତ୍ୟାଗ୍ରହୀ ଓ ସାଧାରଣ ଜନତା ଶୋଭାଯାତ୍ରାରେ ଇନ୍‌କ୍ଳାବ୍‌ ଜିନ୍ଦାବାଦ ନାରା ଦେଇ ସହର ପରିକ୍ରମ କରିଥିଲେ। ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ କବି ଗଙ୍ଗାପ୍ରସାଦ ପଣ୍ଡାଙ୍କ କୋଶଲୀ କବିତାରେ ଆକୃଷ୍ଟ ହୋଇ କୋଶଲୀ ଭାଷାରେ ଲେଖିଲେଖି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କୋଶଲୀ ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରି ୪୦ଟି ବହି ଲେଖିଛନ୍ତି। କୋଶଲୀ-ଓଡିଆ ଅଭିଧାନ ତାଙ୍କର ଶ୍ରେଷ୍ଠ କୃତି ବୋଲି ସେ କହିଥିଲେ। ଏହି ଆଲୋଚନାରେ ଆଗାମୀ ଦିନରେ ଭାଷା, ସାହିତ୍ୟର ସ୍ବରୂପ ଏବଂ ଲେଖକଙ୍କ କର୍ତ୍ତବ୍ୟ ଉପରେ ସେ କହିଥିଲେ। ସଭା ପ୍ରାରମ୍ଭରେ ରଚନା ସମ୍ପାଦକ ସନାତନ ଠାକୁର ପଦ୍ମଶ୍ରୀ ଗୁରୁ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଜ୍ୟୋତି ସାହୁ ପଦ୍ମଶ୍ରୀ ଗୁରୁଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ରଚନା ସଭାପତି ଭାଗିରଥି ମିଶ୍ର, ଗାଳ୍ପିକା ଗାୟତ୍ରୀ ସରାଫ, କସ୍ତୁରୀ ରଥ, ଗିରିଜା ଶଙ୍କର ରଥ, ରାମଶଙ୍କର ଶତପଥି, ଅଖିଳ ଚନ୍ଦ୍ର ହୋତା, ଗୁରୁ ଘାସିରାମ ମିଶ୍ର, ବିଜୟ କୁମାର ତ୍ରିପାଠୀ, ନା୍ଯଯଭୂଷଣ ଜଗଦାନନ୍ଦ ଛୁରିଆ, ଶରଦିନ୍ଦୁ ଭୂଷଣ ହୋତା, ରାମଭକ୍ତ ଫରିକାର, ଭବାନୀ ଶଙ୍କର ପଟେଲ, ଡ. ଗୋପବନ୍ଧୁ ରଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri