ବନରୁ ଜୀବନ

ପରିବର୍ତ୍ତନର ବିରାଟ କଳାବାଦଲ ଆଜି ସାରା ବିଶ୍ୱର ଭାଗ୍ୟାକାଶକୁ ଆଚ୍ଛାଦିତ କରିଛି। କ୍ରମାଗତ ବୃଦ୍ଧି ପାଉଥିବା ତାପମାତ୍ରା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି। ପରିବେଶ ପ୍ରଦୂଷଣ ଓ ତାପମାତ୍ରାର ଅସ୍ବାଭାବିକ ବୃଦ୍ଧି କାରଣରୁ ଭୂପୃଷ୍ଠରୁ ତଥା ଜଳଭାଗରୁ ଅନେକ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିବାବେଳେ ଆହୁରି ଅନେକ ପ୍ରଜାତି ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଛନ୍ତି। ଦୁଃଖର ବିଷୟ ଯେ ଦ୍ରୁତ ଶିଳ୍ପାୟନ, ଜନସଂଖ୍ୟା ବୃଦ୍ଧି, ବହୁଳ ନଗର-ନଗରୀ ଆବିର୍ଭାବ, କୀଟମରା ଔଷଧର ଅବାଧ ତଥା ବିଶୃଙ୍ଖଳିତ ବ୍ୟବହାର, ଜମି ଅଧିଗ୍ରହଣ ତଥା ଅଖଣ୍ଡ ପଶୁପକ୍ଷୀ ଶିକାର ଓ ଜଙ୍ଗଲପୋଡ଼ି ଆଦି ପ୍ରକୃତି ବିରୋଧୀ କାର୍ଯ୍ୟକଳାପ ଯୋଗୁ ଜଙ୍ଗଲର ଆବାସସ୍ଥଳ ସଙ୍କୁଚିତ ହୋଇ ପ୍ରାୟ ୧୯ ପ୍ରତିଶତକୁ ଖସିଆସିଛି, ଯାହା ଫଳରେ ବିଶ୍ୱ ପ୍ରତି ଘୋର ବିପତ୍ତି ସୃଷ୍ଟି ହୋଇଛି।
ନିକଟରେ ଆମେରିକା ଏବଂ ବ୍ରିଟେନ୍‌ର ପରିବେଶ ବିଜ୍ଞାନୀଙ୍କର ଏକ ଦଳ ପକ୍ଷରୁ ଆମାଜନ ଜଙ୍ଗଲ ଉପରେ କରାଯାଇଥିବା ଅନୁଧ୍ୟାନ ରିପୋର୍ଟରେ ଏକ ଚମକପ୍ରଦ ତଥ୍ୟ ପ୍ରକାଶ ପାଇଛି ଯେ, ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପାୟନ କାରଣରୁ ବୃକ୍ଷଗୁଡ଼ିକ ଲମ୍ବାରେ ବଢିବା ସହିତ ସେଗୁଡ଼ିକର ମୋଟେଇ ମଧ୍ୟ ବୃଦ୍ଧି ପାଉଛି। ପୂର୍ବରୁ ଏହା କେବଳ ସୀମିତ ପ୍ରଜାତିର ବୃକ୍ଷ କ୍ଷେତ୍ରରେ ଦେଖିବାକୁ ମିଳୁଥିବା ବେଳେ ସମ୍ପ୍ରତି ତାହା ଅନ୍ୟାନ୍ୟ ପ୍ରାୟ ସମସ୍ତ ପ୍ରଜାତି କ୍ଷେତ୍ରରେ ପରିଲକ୍ଷିତ ହେଉଛି। ରିପୋର୍ଟରେ କୁହାଯାଇଛି ଯେ କମ୍‌ ବୟସରେ ବୃକ୍ଷଗୁଡ଼ିକ ଶୀଘ୍ର ବଢିବା ଓ ସର୍ବାଧିକ ଉଚ୍ଚତା ଓ ଆକାରରେ ପହଞ୍ଚତ୍ବା ପରେ ସେଗୁଡ଼ିକର ମୃତ୍ୟୁ ଘଟୁଛି। ତେବେ ଏହା ସେମାନଙ୍କର ଚୂଡ଼ାନ୍ତ ନିର୍ଣ୍ଣୟ ନୁହେଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଜଣେ ପରିବେଶ ବିଜ୍ଞାନୀ ହିସାବରେ ନିଜର ଗବେଷଣାଲବ୍ଧ ଜ୍ଞାନରୁ ଏହାର ଠିକ୍‌ କାରଣ ଅବତାରଣା କରାଯାଇପାରେ ଯେ ପ୍ରଥମତଃ ଆମାଜନ୍‌ ଜଙ୍ଗଲ ବା ହିମାଳୟ ପାଦଦେଶର ଜଙ୍ଗଲ କଥା କୁହନ୍ତୁ ବିଗତ ଷାଠିଏ ବର୍ଷ ତଳର ଘଞ୍ଚ ଜଙ୍ଗଲ ଆଜି ମଣିଷ ଦ୍ୱାରା ଧ୍ୱଂସ ପାଇଛି। ଜଙ୍ଗଲରେ ଘନତ୍ୱ ଆଶାତୀତ ଭାବରେ ହ୍ରାସ ପାଇଛି। ଜଙ୍ଗଲ ଧ୍ୱଂସ ପାଇବା ସହିତ ଦ୍ରୁତ ଜନସଂଖ୍ୟା ବୃଦ୍ଧି କାରଣରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ଆଶାତୀତ ଭାବରେ ବୃଦ୍ଧି ପାଇଛି ଓ ଅମ୍ଳଜାନର ମାତ୍ରା ସେହି ତୁଳନାରେ ହ୍ରାସ ପାଉଛି। ଫଳରେ ବିଜବିକ୍ଷେପ ଓ ପରାଗ ସଂଗମ ପ୍ରକ୍ରିୟା ବାଧାପ୍ରାପ୍ତ କାରଣରୁ ଅଧିକ ଶିଶୁବୃକ୍ଷ ସୃଷ୍ଟିରେ ବାଧା ସୃଷ୍ଟି ହେଉଛି। ପଶୁ-ପକ୍ଷୀଙ୍କ ମଳ ମୃତ୍ତିକାକୁ ଉର୍ବର କରିବା ସହିତ ବୃକ୍ଷକୁ ଉପଯୁକ୍ତ ଖାଦ୍ୟ ଯୋଗାଇଥାଏ। ଉପଯୁକ୍ତ ପୋଷଣ ଅଭାବରୁ ପ୍ରାଥମିକ ଅବସ୍ଥାରେ ଯଦିଓ ଦ୍ରୁତ ଅଭିବୃଦ୍ଧି ଘଟୁଛି ପରମୁହୂର୍ତ୍ତରେ ପୋଷଣ ଅଭାବରୁ ଶୀଘ୍ର ମୃତ୍ୟୁ ଘଟୁଛି। ଏହା ବୃକ୍ଷର ସହଳ ମୃତ୍ୟୁର ଅନ୍ୟ ଏକ କାରଣ ହୋଇପାରେ। ବିଗତ ପ୍ରାୟ ୬୦ ବର୍ଷ ପୂର୍ବରୁ ଭୂ-ପରିବେଶ ବ୍ୟବସ୍ଥାନୁଯାୟୀ ପ୍ରାୟ ଏକ ତୃତୀୟାଂଶ ମଣିଷକୃତ ଅଙ୍ଗାରକାମ୍ଳ ନିର୍ଗମନକୁ ବୃକ୍ଷ ସ୍ବ-ଭାଶ୍ଳେଷଣ ପ୍ରକ୍ରିୟା ମାଧ୍ୟମରେ ରୋକିପାରିଥିଲା। ମାତ୍ର ଚଳିତ ଦଶନ୍ଧିଗୁଡ଼ିକରେ ଆଶାତୀତ ଜଙ୍ଗଲ ଧ୍ୱଂସ, କାରଖାନାରୁ ନିର୍ଗତ ଅଙ୍ଗାରକାମ୍ଳ, ଜନସଂଖ୍ୟା ବୃଦ୍ଧିଜନିତ ନିଃଶ୍ୱାସରେ ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହେବା ଆଦି ବିଭିନ୍ନ କାରଣରୁ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ବୃଦ୍ଧି ପାଇଥିବାରୁ ତାହା ବିଶ୍ୱସ୍ତରରେ ବାୟୁମଣ୍ଡଳର ତାପମାତ୍ରା ଶତକଡ଼ା ୧.୫ ବା ଅଧିକ ବୃଦ୍ଧି ଘଟାଇ ବିଶ୍ୱତାପନ ବୃଦ୍ଧି ଭଳି ବିଷମ ପରିସ୍ଥିତି ସୃଷ୍ଟି କରିଛି।
ବର୍ତ୍ତମାନ ଭାରତର ଜଙ୍ଗଲ ପଟ୍ଟଚିତ୍ର ଉପରେ ସଂକ୍ଷିପ୍ତ ଦୃଷ୍ଟି ପକାଇବା। ଡେରାଡୁନ୍‌ ସ୍ଥିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ୧୯୮୭ ପରଠାରୁ ପ୍ରତି ଦୁଇବର୍ଷରେ ଭାରତରେ ତଥା ଅନ୍ୟାନ୍ୟ ରାଜ୍ୟରେ ଜଙ୍ଗଲର ସ୍ଥିତି ଉପରେ ଏକ ରିପୋର୍ଟ ପ୍ରକାଶ କରି ଆସୁଛି। ସରକାରୀ ରେକର୍ଡ ଅନୁଯାୟୀ ତିନି ପ୍ରକାର ଜଙ୍ଗଲ ରହିଛି ଯଥା: ସଂରକ୍ଷିତ ଜଙ୍ଗଲ, ରକ୍ଷିତ ଜଙ୍ଗଲ ଏବଂ କୌଣସି ଶ୍ରେଣୀଭୁକ୍ତ ହୋଇ ନ ଥିବା ଜଙ୍ଗଲ। ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି, ଯଦି ଦେଶର ମୋଟ ନଥିପତ୍ର ଭୁକ୍ତ ୭,୭୫,୨୮୮ ବର୍ଗ କି.ମି. ଜଙ୍ଗଲ ଜମିରୁ କେବଳ ମାତ୍ର ୫,୧୬,୬୦୦ ବର୍ଗ କି.ମି. ଜମିରେ ଜଙ୍ଗଲ ରହିଛି, ତେବେ ବଳକା ୨,୫୮,୨୮୪ ବର୍ଗ କି.ମି. ଜମି ଗଲା କୁଆଡ଼େ? ସେ ଜମିର ବର୍ତ୍ତମାନ ସ୍ଥିତି କ’ଣ, ତାହା ଏକ ବିରାଟ ପ୍ରଶ୍ନବାଚୀ।
ଓଡ଼ିଶାର ମୁଖ୍ୟ ଜଙ୍ଗଲ ସମ୍ପଦ ମଧ୍ୟରେ ରହିଛି ‘ହେନ୍ତାଳ ବନ’। ହେନ୍ତାଳ ବନ କହିଲେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ନଦୀ ମୁହାଣ, ଉପକୂଳବର୍ତ୍ତୀ ଦ୍ୱୀପାଞ୍ଚଳରେ ଦେଖାଯାଉଥିବା ଏବଂ ଲୁଣପାଣିକୁ ସହନ କରିପାରୁଥିବା ଗ୍ରୀଷ୍ମମଣ୍ଡଳୀୟ ଲୁଣା ଜଙ୍ଗଲକୁ ବୁଝାଏ। ଏହା ଓଡ଼ିଶା ଉପକୂଳର ଜୈବବିବିଧତା (୫୫ ପ୍ରକାରର ପ୍ରଜାତି) ବଢାଇବା ସହିତ ଉପକୂଳର ସାମୂହିକ ସୁରକ୍ଷାର ‘ରକ୍ଷାକବଚ’ ଭଳି କାଳକାଳରୁ କାର୍ଯ୍ୟକରି ଆସୁଛି। ସୁଉଚ୍ଚ ଘାସ ସମେତ ବିବିଧ ବିରଳ ପ୍ରଜାତିର ସବୁଜ ଉଦ୍ଭିଦ, ଗୁଳ୍ମ ଓ କଣ୍ଟାବୃକ୍ଷ ଦେଖାଯାନ୍ତି ଏଇ ବଣରେ। ଏହି ବୃକ୍ଷଗୁଡ଼ିକର ଅଙ୍ଗାରକାମ୍ଳ ଧାରଣ କରିବାର କ୍ଷମତା ଯଥେଷ୍ଟ ଅଧିକ ଥିବାରୁ ଜୀବଜଗତ ନିମନ୍ତେ ବେଶ୍‌ ଉପକାରୀ। ଉପକୂଳବର୍ତ୍ତୀ ଜିଲା ଯଥା: ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରର ସମୁଦ୍ରତଟ ଅଞ୍ଚଳରେ ଏହି ହେନ୍ତାଳ ବନ ଦେଖାଯାଏ। ଦୁର୍ଭାଗ୍ୟର ବିଷୟ ଯେ ଅବାରିତ ଗଛକଟା, ପ୍ରଦୂଷଣ ଓ ଜଳର ସାନ୍ଧ୍ରତା ବୃଦ୍ଧି ଯୋଗୁ ହେନ୍ତାଳ ଜୈବମଣ୍ଡଳ ଅସୁରକ୍ଷିତ ହୋଇପଡ଼ିଛି। ଯଦି ଏହାର ସୁରକ୍ଷା ଠିକ୍‌ ସମୟରେ କରା ନ ଯାଏ ଏହି ଦୁର୍ଲଭ ଅଞ୍ଚଳ ତା’ର ଅସ୍ତିତ୍ୱ ହରାଇବ। ବୃକ୍ଷର ସୁରକ୍ଷା ସହିତ ଜଙ୍ଗଲର ଅଭିବୃଦ୍ଧିରେ ସମଗ୍ର ମାନବ ଜାତି ସହଯୋଗର ହାତ ବଢାଇବା ଉଚିତ। ବୃକ୍ଷ ପୂଜା, ବୃକ୍ଷ ସ୍ତୁତି ଆମର ଆଜିର ଗୁରୁମନ୍ତ୍ର ହେବା ଉଚିତ। ରୁଗ୍‌ବେଦ କହେ, ‘ଔଷଧୀରିତି ମାତରସ୍ତବ୍ଧୋ ଦେବୀରୂପ ଦ୍ରୁବେ। ‘ଅର୍ଥାତ୍‌ ହେ ବୃକ୍ଷ! ମାନବର ଦିବ୍ୟମାତା ରୂପରେ ମୁଁ ତୁମର ସ୍ତୁତିଗାନ କରୁଛି।’
ପରିବେଶ ବିଜ୍ଞାନୀ
ମୋ:୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri