ବନରୁ ଜୀବନ

ପରିବର୍ତ୍ତନର ବିରାଟ କଳାବାଦଲ ଆଜି ସାରା ବିଶ୍ୱର ଭାଗ୍ୟାକାଶକୁ ଆଚ୍ଛାଦିତ କରିଛି। କ୍ରମାଗତ ବୃଦ୍ଧି ପାଉଥିବା ତାପମାତ୍ରା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି। ପରିବେଶ ପ୍ରଦୂଷଣ ଓ ତାପମାତ୍ରାର ଅସ୍ବାଭାବିକ ବୃଦ୍ଧି କାରଣରୁ ଭୂପୃଷ୍ଠରୁ ତଥା ଜଳଭାଗରୁ ଅନେକ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିବାବେଳେ ଆହୁରି ଅନେକ ପ୍ରଜାତି ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଛନ୍ତି। ଦୁଃଖର ବିଷୟ ଯେ ଦ୍ରୁତ ଶିଳ୍ପାୟନ, ଜନସଂଖ୍ୟା ବୃଦ୍ଧି, ବହୁଳ ନଗର-ନଗରୀ ଆବିର୍ଭାବ, କୀଟମରା ଔଷଧର ଅବାଧ ତଥା ବିଶୃଙ୍ଖଳିତ ବ୍ୟବହାର, ଜମି ଅଧିଗ୍ରହଣ ତଥା ଅଖଣ୍ଡ ପଶୁପକ୍ଷୀ ଶିକାର ଓ ଜଙ୍ଗଲପୋଡ଼ି ଆଦି ପ୍ରକୃତି ବିରୋଧୀ କାର୍ଯ୍ୟକଳାପ ଯୋଗୁ ଜଙ୍ଗଲର ଆବାସସ୍ଥଳ ସଙ୍କୁଚିତ ହୋଇ ପ୍ରାୟ ୧୯ ପ୍ରତିଶତକୁ ଖସିଆସିଛି, ଯାହା ଫଳରେ ବିଶ୍ୱ ପ୍ରତି ଘୋର ବିପତ୍ତି ସୃଷ୍ଟି ହୋଇଛି।
ନିକଟରେ ଆମେରିକା ଏବଂ ବ୍ରିଟେନ୍‌ର ପରିବେଶ ବିଜ୍ଞାନୀଙ୍କର ଏକ ଦଳ ପକ୍ଷରୁ ଆମାଜନ ଜଙ୍ଗଲ ଉପରେ କରାଯାଇଥିବା ଅନୁଧ୍ୟାନ ରିପୋର୍ଟରେ ଏକ ଚମକପ୍ରଦ ତଥ୍ୟ ପ୍ରକାଶ ପାଇଛି ଯେ, ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପାୟନ କାରଣରୁ ବୃକ୍ଷଗୁଡ଼ିକ ଲମ୍ବାରେ ବଢିବା ସହିତ ସେଗୁଡ଼ିକର ମୋଟେଇ ମଧ୍ୟ ବୃଦ୍ଧି ପାଉଛି। ପୂର୍ବରୁ ଏହା କେବଳ ସୀମିତ ପ୍ରଜାତିର ବୃକ୍ଷ କ୍ଷେତ୍ରରେ ଦେଖିବାକୁ ମିଳୁଥିବା ବେଳେ ସମ୍ପ୍ରତି ତାହା ଅନ୍ୟାନ୍ୟ ପ୍ରାୟ ସମସ୍ତ ପ୍ରଜାତି କ୍ଷେତ୍ରରେ ପରିଲକ୍ଷିତ ହେଉଛି। ରିପୋର୍ଟରେ କୁହାଯାଇଛି ଯେ କମ୍‌ ବୟସରେ ବୃକ୍ଷଗୁଡ଼ିକ ଶୀଘ୍ର ବଢିବା ଓ ସର୍ବାଧିକ ଉଚ୍ଚତା ଓ ଆକାରରେ ପହଞ୍ଚତ୍ବା ପରେ ସେଗୁଡ଼ିକର ମୃତ୍ୟୁ ଘଟୁଛି। ତେବେ ଏହା ସେମାନଙ୍କର ଚୂଡ଼ାନ୍ତ ନିର୍ଣ୍ଣୟ ନୁହେଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଜଣେ ପରିବେଶ ବିଜ୍ଞାନୀ ହିସାବରେ ନିଜର ଗବେଷଣାଲବ୍ଧ ଜ୍ଞାନରୁ ଏହାର ଠିକ୍‌ କାରଣ ଅବତାରଣା କରାଯାଇପାରେ ଯେ ପ୍ରଥମତଃ ଆମାଜନ୍‌ ଜଙ୍ଗଲ ବା ହିମାଳୟ ପାଦଦେଶର ଜଙ୍ଗଲ କଥା କୁହନ୍ତୁ ବିଗତ ଷାଠିଏ ବର୍ଷ ତଳର ଘଞ୍ଚ ଜଙ୍ଗଲ ଆଜି ମଣିଷ ଦ୍ୱାରା ଧ୍ୱଂସ ପାଇଛି। ଜଙ୍ଗଲରେ ଘନତ୍ୱ ଆଶାତୀତ ଭାବରେ ହ୍ରାସ ପାଇଛି। ଜଙ୍ଗଲ ଧ୍ୱଂସ ପାଇବା ସହିତ ଦ୍ରୁତ ଜନସଂଖ୍ୟା ବୃଦ୍ଧି କାରଣରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ଆଶାତୀତ ଭାବରେ ବୃଦ୍ଧି ପାଇଛି ଓ ଅମ୍ଳଜାନର ମାତ୍ରା ସେହି ତୁଳନାରେ ହ୍ରାସ ପାଉଛି। ଫଳରେ ବିଜବିକ୍ଷେପ ଓ ପରାଗ ସଂଗମ ପ୍ରକ୍ରିୟା ବାଧାପ୍ରାପ୍ତ କାରଣରୁ ଅଧିକ ଶିଶୁବୃକ୍ଷ ସୃଷ୍ଟିରେ ବାଧା ସୃଷ୍ଟି ହେଉଛି। ପଶୁ-ପକ୍ଷୀଙ୍କ ମଳ ମୃତ୍ତିକାକୁ ଉର୍ବର କରିବା ସହିତ ବୃକ୍ଷକୁ ଉପଯୁକ୍ତ ଖାଦ୍ୟ ଯୋଗାଇଥାଏ। ଉପଯୁକ୍ତ ପୋଷଣ ଅଭାବରୁ ପ୍ରାଥମିକ ଅବସ୍ଥାରେ ଯଦିଓ ଦ୍ରୁତ ଅଭିବୃଦ୍ଧି ଘଟୁଛି ପରମୁହୂର୍ତ୍ତରେ ପୋଷଣ ଅଭାବରୁ ଶୀଘ୍ର ମୃତ୍ୟୁ ଘଟୁଛି। ଏହା ବୃକ୍ଷର ସହଳ ମୃତ୍ୟୁର ଅନ୍ୟ ଏକ କାରଣ ହୋଇପାରେ। ବିଗତ ପ୍ରାୟ ୬୦ ବର୍ଷ ପୂର୍ବରୁ ଭୂ-ପରିବେଶ ବ୍ୟବସ୍ଥାନୁଯାୟୀ ପ୍ରାୟ ଏକ ତୃତୀୟାଂଶ ମଣିଷକୃତ ଅଙ୍ଗାରକାମ୍ଳ ନିର୍ଗମନକୁ ବୃକ୍ଷ ସ୍ବ-ଭାଶ୍ଳେଷଣ ପ୍ରକ୍ରିୟା ମାଧ୍ୟମରେ ରୋକିପାରିଥିଲା। ମାତ୍ର ଚଳିତ ଦଶନ୍ଧିଗୁଡ଼ିକରେ ଆଶାତୀତ ଜଙ୍ଗଲ ଧ୍ୱଂସ, କାରଖାନାରୁ ନିର୍ଗତ ଅଙ୍ଗାରକାମ୍ଳ, ଜନସଂଖ୍ୟା ବୃଦ୍ଧିଜନିତ ନିଃଶ୍ୱାସରେ ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହେବା ଆଦି ବିଭିନ୍ନ କାରଣରୁ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ବୃଦ୍ଧି ପାଇଥିବାରୁ ତାହା ବିଶ୍ୱସ୍ତରରେ ବାୟୁମଣ୍ଡଳର ତାପମାତ୍ରା ଶତକଡ଼ା ୧.୫ ବା ଅଧିକ ବୃଦ୍ଧି ଘଟାଇ ବିଶ୍ୱତାପନ ବୃଦ୍ଧି ଭଳି ବିଷମ ପରିସ୍ଥିତି ସୃଷ୍ଟି କରିଛି।
ବର୍ତ୍ତମାନ ଭାରତର ଜଙ୍ଗଲ ପଟ୍ଟଚିତ୍ର ଉପରେ ସଂକ୍ଷିପ୍ତ ଦୃଷ୍ଟି ପକାଇବା। ଡେରାଡୁନ୍‌ ସ୍ଥିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ୧୯୮୭ ପରଠାରୁ ପ୍ରତି ଦୁଇବର୍ଷରେ ଭାରତରେ ତଥା ଅନ୍ୟାନ୍ୟ ରାଜ୍ୟରେ ଜଙ୍ଗଲର ସ୍ଥିତି ଉପରେ ଏକ ରିପୋର୍ଟ ପ୍ରକାଶ କରି ଆସୁଛି। ସରକାରୀ ରେକର୍ଡ ଅନୁଯାୟୀ ତିନି ପ୍ରକାର ଜଙ୍ଗଲ ରହିଛି ଯଥା: ସଂରକ୍ଷିତ ଜଙ୍ଗଲ, ରକ୍ଷିତ ଜଙ୍ଗଲ ଏବଂ କୌଣସି ଶ୍ରେଣୀଭୁକ୍ତ ହୋଇ ନ ଥିବା ଜଙ୍ଗଲ। ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି, ଯଦି ଦେଶର ମୋଟ ନଥିପତ୍ର ଭୁକ୍ତ ୭,୭୫,୨୮୮ ବର୍ଗ କି.ମି. ଜଙ୍ଗଲ ଜମିରୁ କେବଳ ମାତ୍ର ୫,୧୬,୬୦୦ ବର୍ଗ କି.ମି. ଜମିରେ ଜଙ୍ଗଲ ରହିଛି, ତେବେ ବଳକା ୨,୫୮,୨୮୪ ବର୍ଗ କି.ମି. ଜମି ଗଲା କୁଆଡ଼େ? ସେ ଜମିର ବର୍ତ୍ତମାନ ସ୍ଥିତି କ’ଣ, ତାହା ଏକ ବିରାଟ ପ୍ରଶ୍ନବାଚୀ।
ଓଡ଼ିଶାର ମୁଖ୍ୟ ଜଙ୍ଗଲ ସମ୍ପଦ ମଧ୍ୟରେ ରହିଛି ‘ହେନ୍ତାଳ ବନ’। ହେନ୍ତାଳ ବନ କହିଲେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ନଦୀ ମୁହାଣ, ଉପକୂଳବର୍ତ୍ତୀ ଦ୍ୱୀପାଞ୍ଚଳରେ ଦେଖାଯାଉଥିବା ଏବଂ ଲୁଣପାଣିକୁ ସହନ କରିପାରୁଥିବା ଗ୍ରୀଷ୍ମମଣ୍ଡଳୀୟ ଲୁଣା ଜଙ୍ଗଲକୁ ବୁଝାଏ। ଏହା ଓଡ଼ିଶା ଉପକୂଳର ଜୈବବିବିଧତା (୫୫ ପ୍ରକାରର ପ୍ରଜାତି) ବଢାଇବା ସହିତ ଉପକୂଳର ସାମୂହିକ ସୁରକ୍ଷାର ‘ରକ୍ଷାକବଚ’ ଭଳି କାଳକାଳରୁ କାର୍ଯ୍ୟକରି ଆସୁଛି। ସୁଉଚ୍ଚ ଘାସ ସମେତ ବିବିଧ ବିରଳ ପ୍ରଜାତିର ସବୁଜ ଉଦ୍ଭିଦ, ଗୁଳ୍ମ ଓ କଣ୍ଟାବୃକ୍ଷ ଦେଖାଯାନ୍ତି ଏଇ ବଣରେ। ଏହି ବୃକ୍ଷଗୁଡ଼ିକର ଅଙ୍ଗାରକାମ୍ଳ ଧାରଣ କରିବାର କ୍ଷମତା ଯଥେଷ୍ଟ ଅଧିକ ଥିବାରୁ ଜୀବଜଗତ ନିମନ୍ତେ ବେଶ୍‌ ଉପକାରୀ। ଉପକୂଳବର୍ତ୍ତୀ ଜିଲା ଯଥା: ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରର ସମୁଦ୍ରତଟ ଅଞ୍ଚଳରେ ଏହି ହେନ୍ତାଳ ବନ ଦେଖାଯାଏ। ଦୁର୍ଭାଗ୍ୟର ବିଷୟ ଯେ ଅବାରିତ ଗଛକଟା, ପ୍ରଦୂଷଣ ଓ ଜଳର ସାନ୍ଧ୍ରତା ବୃଦ୍ଧି ଯୋଗୁ ହେନ୍ତାଳ ଜୈବମଣ୍ଡଳ ଅସୁରକ୍ଷିତ ହୋଇପଡ଼ିଛି। ଯଦି ଏହାର ସୁରକ୍ଷା ଠିକ୍‌ ସମୟରେ କରା ନ ଯାଏ ଏହି ଦୁର୍ଲଭ ଅଞ୍ଚଳ ତା’ର ଅସ୍ତିତ୍ୱ ହରାଇବ। ବୃକ୍ଷର ସୁରକ୍ଷା ସହିତ ଜଙ୍ଗଲର ଅଭିବୃଦ୍ଧିରେ ସମଗ୍ର ମାନବ ଜାତି ସହଯୋଗର ହାତ ବଢାଇବା ଉଚିତ। ବୃକ୍ଷ ପୂଜା, ବୃକ୍ଷ ସ୍ତୁତି ଆମର ଆଜିର ଗୁରୁମନ୍ତ୍ର ହେବା ଉଚିତ। ରୁଗ୍‌ବେଦ କହେ, ‘ଔଷଧୀରିତି ମାତରସ୍ତବ୍ଧୋ ଦେବୀରୂପ ଦ୍ରୁବେ। ‘ଅର୍ଥାତ୍‌ ହେ ବୃକ୍ଷ! ମାନବର ଦିବ୍ୟମାତା ରୂପରେ ମୁଁ ତୁମର ସ୍ତୁତିଗାନ କରୁଛି।’
ପରିବେଶ ବିଜ୍ଞାନୀ
ମୋ:୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri