ଏଭଳି ନାରୀଙ୍କୁ ବିବାହ କଲେ ଜୀବନ ହୁଏ ସଫଳ; ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ଜଣେ କୁଶଳ ରାଜନୀତିଜ୍ଞ ହେବା ସହ କୁଟନୀତିଜ୍ଞ ମଧ୍ୟ ଥିଲେ। ତାଙ୍କର ନୀତି ଆଜି ବି ଲୋକଙ୍କ ମାର୍ଗଦର୍ଶନ କରିଥାଏ। ସେଥିରେ ଗୃହସ୍ଥ ଜୀବନକୁ ନେଇ ଅନେକ ମହତ୍ୱପୂର୍ଣ୍ଣ ବିଷୟରେ ବର୍ଣ୍ଣନା କରାଯାଇଛି। ସମୟରେ ନାରୀଙ୍କ ମଧ୍ୟରେ କେଉଁ ଗୁଣକୁ ଦେଖିବା ଉଚିତ ତାହା ଚାଣକ୍ୟ କହିଛନ୍ତି। ଆସନ୍ତୁ ଜାଣିବା:

ଚାଣକ୍ୟ କୁହନ୍ତି, ବିବାହ ପାଇଁ ନାରୀଙ୍କ ବାହାରର ସୁନ୍ଦରତା ନୁହେଁ ବରଂ ଭିତର ସୁନ୍ଦରତା ଦେଖିବା ଉଚିତ। ଯିଏ ନିଜ ଇଚ୍ଛାରେ ତୁମ ସହ ବିବାହ ପାଇଁ ରାଜି ହୋଇଛନ୍ତି, ସେଭଳି ନାରୀଙ୍କୁ ବିବାହ କରିବା ଉଚିତ। କାରଣ କାହାର ଚାପରେ ଆସି ବିବାହ କଲେ ତାହା ବେଶି ଦିନ ତିଷ୍ଠି ନ ଥାଏ।

ଚାଣକ୍ୟ କୁହନ୍ତି ଯେଉଁ ନାରୀ ଆପଣଙ୍କୁ ବହୁତ ପ୍ରେମ କରିଥାଏ, ଯିଏ ଆପଣଙ୍କ ଚିନ୍ତା କରିଥାଏ, ତାଙ୍କ ହାତ କେବେ ବି ଛାଡ଼ିବା ଉଚିତ ନୁହେଁ। ଯଦିବି କିଛି ବିବାଦ ଉପୁଜେ ତେବେ ମଧ୍ୟ ତାଙ୍କ ସହ ରହିବା ଉଚିତ। କାରଣ ଯିଏ ଆପଣଙ୍କୁ ଭଲପାଏ, ସେ ଆପଣଙ୍କୁ କେବେ ଦୁଃଖରେ ରଖିବ ନାହିଁ। ସେ ଆପଣଙ୍କ ସହ ପରିବାରର ଖୁସି ପ୍ରତି ଯତ୍ନବାନ ମଧ୍ୟ ରହିବ।

ଚାଣକ୍ୟ କୁହନ୍ତି, ସେ ନାରୀ ହେଉ ଅବା ପୁରୁଷ, ଉଭୟଙ୍କୁ ଧର୍ମ-କର୍ମ ପ୍ରତି ଆସ୍ଥା ରହିବା ଜରୁରୀ। ଏଥିପାଇଁ ଯେଉଁ ନାରୀଙ୍କୁ ବିବାହ କରୁଛନ୍ତି, ସେ ସ୍ତ୍ରୀ ଧର୍ମରେ ଆସ୍ଥା ରଖନ୍ତି କି ନାହିଁ ତାହା ଦେଖନ୍ତୁ। ଏହାଛଡ଼ା ସେ ଆପଣଙ୍କ ମଧ୍ୟରେ ନିଜର ପିତାଙ୍କ ଝଲକ ଦେଖୁଛି କି ନାହିଁ ତାହୋ ଜାଣନ୍ତି। କାରଣ ଯାହା ମନରେ ଏଭଳି ଭାବନା ରହିବ ସେ ନିଜ ସହ ଆପଣଙ୍କ ଆଦର ସମ୍ମାନ କରିବ। ସବୁ ପରିସ୍ଥିତିରେ ସେ ସାଙ୍ଗରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri