ବିକାଶ ପଥରେ ଜରାଙ୍ଗ

ସମ୍ବଲପୁର,୨୪ା୯(ବ୍ୟୁରୋ): ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଜରାଙ୍ଗ। ଏକଦା ମାଓବାଦୀମାନେ ଏହି ଅଞ୍ଚଳରେ ସକ୍ରିୟ ଥିଲେ। ହେଲେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିବାରୁ ଏବେ ବିକାଶ ପଥରେ ଆଗେଇ ଚାଲିଛି। ସମ୍ବଲପୁର ଜିଲା ସଦର ମହକୁମାଠାରୁ ପ୍ରାୟ ୫୦ କି.ମି. ଦୂର ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତର ୪ ଗୋଟି ଜଙ୍ଗଲ ଘେରରେ ରହିଛି ଏହି ଗ୍ରାମ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହେବା ପରେ ଗ୍ରାମବାସୀଙ୍କୁ ସମାଜର ମୁଖ୍ୟ ସୋତ୍ରରେ ସାମିଲ ହେବାକୁ ସହଜ ହୋଇଯାଇଛି। ସେମାନଙ୍କ ଆର୍ଥତ୍କ ଓ ସାମାଜିକ ବିକାଶ ହୋଇଚାଲିଛି। ଜରାଙ୍ଗ ବିକଶିତ ହେବାରେ ସରକାରଙ୍କ ଉଦ୍ୟମ ସାଙ୍ଗକୁ ଗ୍ରାମର ୱାର୍ଡସଭ୍ୟା ବାରିଲୋନା କାଣ୍ଡୋଳାଙ୍କ ମଧ୍ୟ ଭୂମିକା ରହିଛି। ବିଗତ ୫ବର୍ଷ ଭିତରେ ସେ ଗ୍ରାମର ଅନେକ ବିକାଶମୂଳକ କାମ କରିବା ସହ ବିଭିନ୍ନ ଅନୁଦାନ ଆଣିବା, ସରକାରୀ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବା ନେଇ କାର୍ଯ୍ୟରତ। ପରିବାର ପାଇଁ ଯେତିକି ସମୟ ଦିଅନ୍ତି ତା’ଠାରୁ ଅଧିକ ଗ୍ରାମ ପାଇଁ ଦିଅନ୍ତି ବୋଲି କହନ୍ତି କାଣ୍ଡୋଳା।
ଗ୍ରାମ ବିଷୟରେ ସେ କହନ୍ତି, ପୂର୍ବରୁ ଗ୍ରାମକୁ ରାସ୍ତା ନ ଥିଲା। ବର୍ଷାଦିନେ ମାଟିରାସ୍ତା କାଦୁଅରେ ଭରପୂର ହୋଇଯାଏ। ପୁଣି ମଝିରେ ୩ ଗୋଟି ନାଳ ଯୋଗୁ ଏକପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ଏହି ସମସ୍ୟା ଯୋଗୁ ମେଡିକାଲକୁ ଯାଇ ନ ପାରି ରୋଗୀଙ୍କ ଜୀବନ ହାନି ଘଟିଥିବା ନଜିର ରହିଛି। ଏଭଳି ରାସ୍ତାରେ ୯ କି.ମି. ଯିବା ପରେ ୫୫ନଂ. ଜାତୀୟ ରାଜପଥ ପଡିଥାଏ। ରାସ୍ତା ଅପର ପାର୍ଶ୍ୱରେ କୟାକୁଦ ପଞ୍ଚାୟତ କାର୍ଯ୍ୟାଳୟ ରହିଛି। ସେହିପରି ୨୦ କି.ମି. ଦୂରରେ ବ୍ଲକ କାର୍ଯ୍ୟାଳୟ ରହିଛି। ରାସ୍ତା ଦୁରବସ୍ଥା ଯୋଗୁ କୌଣସି ବ୍ୟକ୍ତି ଭତ୍ତା, ପିଡିଏସ୍‌ ସାମଗ୍ରୀ କିମ୍ବା ଆବାସ ଯୋଜନା ସଂକ୍ରାନ୍ତ ସମସ୍ୟାକୁ ନେଇ ଅଭିଯୋଗ କରିପାରୁ ନ ଥିଲେ। ୨୦୧୮ରେ ୮କି.ମି. ଦୀର୍ଘ ଏହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇଥିଲା। ଏଥିପାଇଁ ପ୍ରାୟ ୩କୋଟି ୬୯ଲକ୍ଷ ବ୍ୟୟ ଅଟକଳ ରହିଥିଲା। ୨୦୨୦ରେ ରାସ୍ତା ନିର୍ମାଣ ଶେଷ ହେବା ପରେ ଗ୍ରାମର ସମସ୍ୟା ସୁଧୁରିବାରେ ଲାଗିଛି। ଗ୍ରାମରେ ତାଲଡିହି, ଚାଦଳୀ, ବୁଡାମୁଣ୍ଡା, ସ୍କୁଲପଡା ଆଦି ୪ ପଡା ରହିଛି। ଏସବୁ ପଡ଼ାରେ ମୋଟ ୬୫ ପରିବାରର ୩୫୦ ଲୋକ ବାସ କରନ୍ତି। ସମସ୍ତେ ଆଦିବାସୀ ଶ୍ରେଣୀର। ସବୁ ପରିବାର ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ଅଛନ୍ତି। ସରକାରୀ ସୁବିଧା ପହଞ୍ଚତ୍ପାରୁଛି। ଗ୍ରାମର ସମସ୍ତ ପରିବାର ଚାଷ ଉପରେ ନିର୍ଭର କରନ୍ତି। ଧାନ ସହିତ ମୁଗ, ବିରି, କୋଳଥ, ମକା, ବାଜରା ଓ ବିଭିନ୍ନ ପନିପରିବା ଫସଲ ଅମଳ କରୁଛନ୍ତି। ରାସ୍ତା ହେବାରୁ ଏବେ ଲୋକମାନେ ଉତ୍ପାଦିତ ଫସଲ ନିକଟସ୍ଥ ବଜାରକୁ ନେଇ ବିକ୍ରି କରି ପାରୁଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ କେନ୍ଦୁପତ୍ର, ବାହାଡ଼ା, ଶାଳମଞ୍ଜି, ମହୁଲ ଆଦି ସଂଗ୍ରହ କରି ବିକ୍ରି କରୁଛନ୍ତି। ଏଥିଯୋଗୁ ଲୋକଙ୍କ ଆର୍ଥତ୍କ ସ୍ଥିତିରେ ସୁଧାର ଆସିଛି। ଗମନାଗମନ ସୁବିଧା ଯୋଗୁ ଆମ୍ବୁଲାନ୍ସ ଗ୍ରାମକୁ ଆସିବାରେ ସୁବିଧା ହେଉଛି। ଗ୍ରାମ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଅଧିକ ପଢିବା ପାଇଁ ସରକାରଙ୍କ ଆଦିବାସୀ ସ୍କୁଲରେ ପିଲାମାନେ ପାଠ ପଢୁଛନ୍ତି। ବାହାରେ ପାଠପଢି ଗ୍ରାମର ଅନେକ ଯୁବତୀଯୁବକ ଉଚ୍ଚଶିକ୍ଷିତ ହୋଇ ପାରିଛନ୍ତି। ଏବେ ଗ୍ରାମରେ ୫ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଅଛି। ଏହି ଗ୍ରୁପ୍‌ର ସଦସ୍ୟମାନେ ସହଯୋଗ କରୁଥିଲେ ହେଁ ସେମାନଙ୍କୁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଗ୍ରାମରେ ପ୍ରାୟ ସମସ୍ତ ସୁବିଧା ହୋଇଛି। ହେଲେ ଅଧିକାଂଶ ସମୟରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହେଉଛି। ତେଣୁ ସୋଲାର ଲାଇଟ୍‌ ଲଗାଇବା ବ୍ୟବସ୍ଥା କରାଯାଉ। ଏହା ସହ ପିଇବା ପାଣି ପାଇଁ ପାଇପ୍‌ ଯୋଗେ ଜଳ ଯୋଗାଣ କରାଯାଉ ବୋଲି ଦାବି କରିଛନ୍ତି ୱାର୍ଡ ସଭ୍ୟା କାଣ୍ଡୋଳା।

ଶୁଭାଶିଷ ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri