‘ମଦ ପିଇ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ’

ଜଗତ୍‌ସିଂହପୁର ଅଫିସ, ୩୦ା୧୨:ଜିଲାରେ ଅଧିକ ସଂଖ୍ୟକ ବାଇକ୍‌ ଚାଳକ ଅଛନ୍ତି। ସେମାନଙ୍କ ନିରାପଦ ଯାତ୍ରା ପାଇଁ ହେଲମେଟ୍‌ ଚେକିଂକୁ ଜୋରଦାର କରିବାକୁ ପଡ଼ିବ। କେହି ମଦ ପିଇ କିମ୍ବା ମୋବାଇଲ ବ୍ୟବହାର କରି ଗାଡି ଚଳାଉଥିଲେ ଚାଳକଙ୍କୁ ତୁରନ୍ତ ଧରି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ଜରୁରୀ। ବିଶେଷକରି ଜିଲାରେ ଏନଫୋର୍ସମେଣ୍ଟ ପ୍ରକ୍ରିୟାକୁ ଜୋରଦାର କରିବାକୁ ପଡ଼ିବ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲାପାଳ ପାରୁଲ ପଟୱାରୀ ଉପସ୍ଥିତ ରହି ପୋଲିସ ଓ ପରିବହନ ବିଭାଗ କର୍ମକର୍ତ୍ତାଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ ଏକଥା ମଧ୍ୟ କହିଥିଲେ, ଜିଲାରେ ଜାତୀୟ ରାଜପଥରୁ ହମ୍ପସ୍‌ ଓ ସ୍ପିଡ ବ୍ରେକର ହଟାଇ ଦିଆଯାଇଛି। ତେଣୁ ଗାଡି ଚାଳନା ସମୟରେ ବେସ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ସମ୍ପ୍ରତି ଜିଲାରେ ୧୨ଟି ବ୍ଲାକ ସ୍ପଟ୍‌ (ଦୁର୍ଘଟଣାପ୍ରବଣ) ଚିହ୍ନଟ କରାଯାଇ ରିଫ୍ଲେକ୍ଟର ଓ ସାଇନେଜ୍‌ ଲଗାଯାଇଛି। ଆଉ ୬ଟି ବ୍ଲାକ ସ୍ପଟ୍‌ ଚିହ୍ନଟ ହେବ। ଏସବୁ ବ୍ଲାକ ସ୍ପଟ୍‌ ସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏନେଇ ୭୦ଜଣ ସ୍ବେଚ୍ଛାସେବୀ ମନୋନୀତ ହୋଇଛନ୍ତି । ସେମାନଙ୍କୁ ୬ଜଣ ମାଷ୍ଟର ଟ୍ରେନର ତାଲିମ ଦେବେ। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ସ୍ଥାନାନ୍ତର ପାଇଁ ସେମାନେ କି ପଦକ୍ଷେପ ନେବେ ତାଲିମ ଦିଆଯିବ। ଦୁର୍ଘଟଣାର ୧ ଘଣ୍ଟା ମଧ୍ୟରେ (ଗୋଲଡେନ୍‌ ଆୱ୍ବାର) ଆହତଙ୍କୁ ନିକଟସ୍ଥ ମେଡିକାଲରେ ପହଞ୍ଚାଇଲେ ସେମାନଙ୍କୁ ଗୁଡ୍‌ ସାମାରିଟାନ୍‌ ପୁରସ୍କାର ପ୍ରଦାନ କରାଯିବ। ଏହି ସ୍ବେଚ୍ଛାସେବୀଙ୍କୁ ଡାକ୍ତରମାନେ ପ୍ରମାଣପତ୍ର ଦେବେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲାର ସମସ୍ତ ପିଏଚ୍‌ସି ଓ ସିଏଚ୍‌ସିରେ ନିୟୋଜିତ ଡାକ୍ତରଙ୍କୁ ଅବଗତ କରାଇବେ। ଏହାବାଦ୍‌ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନଭାବେ ଗାଡି ପାର୍କିଂ, ପାରାଦୀପ ଓ ଜଗତ୍‌ସିଂହପୁର ପୌରାଞ୍ଚଳ ରାସ୍ତାରେ ସିସିଟିଭି ଲଗାଇବା, ଟ୍ରକ ଟର୍ମିନାଲ ପାଇଁ ଜମି ନିରୂପଣ, ଦ୍ରୁତଗତିରେ ଗାଡିଚାଳନା, ୪୦ ବର୍ଷରୁ ଅଧିକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁବେଳେ ମେଡିକାଲ ସାର୍ଟିଫିକେଟ୍‌, ଭାରିଯାନ ଚାଳକଙ୍କୁ ରିପ୍ରେସର ଟ୍ରେନିଂ, ଯୋଗଧାରୀ ନୂଆ ବସଷ୍ଟାଣ୍ଡ ଉନ୍ନତୀକରଣ ଓ ବକ୍ସ କଲଭର୍ଟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମେଶ କୁମାର ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସ, ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, କର୍ମକର୍ତ୍ତା, ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର, ବସ ମାଲିକ ସଂଘ କର୍ମକର୍ତ୍ତା, ରାସ୍ତା ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri