‘ମଦ ପିଇ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ’

ଜଗତ୍‌ସିଂହପୁର ଅଫିସ, ୩୦ା୧୨:ଜିଲାରେ ଅଧିକ ସଂଖ୍ୟକ ବାଇକ୍‌ ଚାଳକ ଅଛନ୍ତି। ସେମାନଙ୍କ ନିରାପଦ ଯାତ୍ରା ପାଇଁ ହେଲମେଟ୍‌ ଚେକିଂକୁ ଜୋରଦାର କରିବାକୁ ପଡ଼ିବ। କେହି ମଦ ପିଇ କିମ୍ବା ମୋବାଇଲ ବ୍ୟବହାର କରି ଗାଡି ଚଳାଉଥିଲେ ଚାଳକଙ୍କୁ ତୁରନ୍ତ ଧରି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ଜରୁରୀ। ବିଶେଷକରି ଜିଲାରେ ଏନଫୋର୍ସମେଣ୍ଟ ପ୍ରକ୍ରିୟାକୁ ଜୋରଦାର କରିବାକୁ ପଡ଼ିବ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲାପାଳ ପାରୁଲ ପଟୱାରୀ ଉପସ୍ଥିତ ରହି ପୋଲିସ ଓ ପରିବହନ ବିଭାଗ କର୍ମକର୍ତ୍ତାଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ ଏକଥା ମଧ୍ୟ କହିଥିଲେ, ଜିଲାରେ ଜାତୀୟ ରାଜପଥରୁ ହମ୍ପସ୍‌ ଓ ସ୍ପିଡ ବ୍ରେକର ହଟାଇ ଦିଆଯାଇଛି। ତେଣୁ ଗାଡି ଚାଳନା ସମୟରେ ବେସ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ସମ୍ପ୍ରତି ଜିଲାରେ ୧୨ଟି ବ୍ଲାକ ସ୍ପଟ୍‌ (ଦୁର୍ଘଟଣାପ୍ରବଣ) ଚିହ୍ନଟ କରାଯାଇ ରିଫ୍ଲେକ୍ଟର ଓ ସାଇନେଜ୍‌ ଲଗାଯାଇଛି। ଆଉ ୬ଟି ବ୍ଲାକ ସ୍ପଟ୍‌ ଚିହ୍ନଟ ହେବ। ଏସବୁ ବ୍ଲାକ ସ୍ପଟ୍‌ ସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏନେଇ ୭୦ଜଣ ସ୍ବେଚ୍ଛାସେବୀ ମନୋନୀତ ହୋଇଛନ୍ତି । ସେମାନଙ୍କୁ ୬ଜଣ ମାଷ୍ଟର ଟ୍ରେନର ତାଲିମ ଦେବେ। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ସ୍ଥାନାନ୍ତର ପାଇଁ ସେମାନେ କି ପଦକ୍ଷେପ ନେବେ ତାଲିମ ଦିଆଯିବ। ଦୁର୍ଘଟଣାର ୧ ଘଣ୍ଟା ମଧ୍ୟରେ (ଗୋଲଡେନ୍‌ ଆୱ୍ବାର) ଆହତଙ୍କୁ ନିକଟସ୍ଥ ମେଡିକାଲରେ ପହଞ୍ଚାଇଲେ ସେମାନଙ୍କୁ ଗୁଡ୍‌ ସାମାରିଟାନ୍‌ ପୁରସ୍କାର ପ୍ରଦାନ କରାଯିବ। ଏହି ସ୍ବେଚ୍ଛାସେବୀଙ୍କୁ ଡାକ୍ତରମାନେ ପ୍ରମାଣପତ୍ର ଦେବେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲାର ସମସ୍ତ ପିଏଚ୍‌ସି ଓ ସିଏଚ୍‌ସିରେ ନିୟୋଜିତ ଡାକ୍ତରଙ୍କୁ ଅବଗତ କରାଇବେ। ଏହାବାଦ୍‌ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନଭାବେ ଗାଡି ପାର୍କିଂ, ପାରାଦୀପ ଓ ଜଗତ୍‌ସିଂହପୁର ପୌରାଞ୍ଚଳ ରାସ୍ତାରେ ସିସିଟିଭି ଲଗାଇବା, ଟ୍ରକ ଟର୍ମିନାଲ ପାଇଁ ଜମି ନିରୂପଣ, ଦ୍ରୁତଗତିରେ ଗାଡିଚାଳନା, ୪୦ ବର୍ଷରୁ ଅଧିକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁବେଳେ ମେଡିକାଲ ସାର୍ଟିଫିକେଟ୍‌, ଭାରିଯାନ ଚାଳକଙ୍କୁ ରିପ୍ରେସର ଟ୍ରେନିଂ, ଯୋଗଧାରୀ ନୂଆ ବସଷ୍ଟାଣ୍ଡ ଉନ୍ନତୀକରଣ ଓ ବକ୍ସ କଲଭର୍ଟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମେଶ କୁମାର ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସ, ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, କର୍ମକର୍ତ୍ତା, ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର, ବସ ମାଲିକ ସଂଘ କର୍ମକର୍ତ୍ତା, ରାସ୍ତା ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri