ଏଲ୍‌ଆଇସି ଆଜି ରାଷ୍ଟ୍ରର ଗର୍ବ

ଭୁବନେଶ୍ୱର,୨୩।୧୦: ଭୁବନେଶ୍ୱର ଡିଭିଜନ ଜୀବନ ବୀମା କର୍ମଚାରୀ ସଂଘର ୧୫ତମ ବାର୍ଷିକ ସମ୍ମିଳନୀ ଶନିବାର ସ୍ଥାନୀୟ ସୂର୍ଯ୍ୟନଗରସ୍ଥିତ ଏଲ୍‌ଆଇସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ୨ ଦିନିଆ କର୍ମଶାଳାକୁ ଅଖିଳ ଭାରତ ବୀମା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମିଶ୍ର କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଶିଳ୍ପ ବିରୋଧୀ ମନୋଭାବକୁ କଟୁ ସମାଲୋଚନା କରିଥିଲେ। ସେହିଭଳି ଏଲ୍‌ଆଇସିରୁ ୩.୫%ର ଶେୟାର ବିନିବେଶକୁ ସେ ଘୋର ନିନ୍ଦା କରିଥିଲେ। ଏପରିକି ଏଲ୍‌ଆଇସି ଆଜି ରାଷ୍ଟ୍ରର ଗର୍ବ ଏବଂ ଦେଶର ସମୁଦାୟ ଆଭ୍ୟନ୍ତରୀଣ ଋଣର ୨୫% ପୂରଣ କରିଚାଲି ଥିବାବେଳେ ଏଭଳି ଏକ ବୀମା ଶିଳ୍ପକୁ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ଯେଉଁ ମସୁଧା କରି ଚାଲିଛନ୍ତି ତାକୁ ମିଶ୍ର ବିରୋଧ କରିଥିଲେ। ସେହିପରି କର୍ମଚାରୀମାନଙ୍କ ବହୁ ପ୍ରତୀକ୍ଷିତ ମଜୁରି ସଂଶୋଧନର ସୁସମାଧାନ ପାଇଁ ସେ କର୍ମଶାଳାରେ ଦାବି ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଏଲ୍‌ଆଇଇଏର ସାଧାରଣ ସମ୍ପାଦକ ବି. ବି. ନାୟକ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ। ଅପରପକ୍ଷରେ ସଂଘର କୋଷାଧ୍ୟକ୍ଷ ଅରୁଣ ମହାନ୍ତି ସଂଘର ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ।

ଉକ୍ତ କର୍ମଶାଳାରେ ପୂର୍ବ କେନ୍ଦ୍ରାଞ୍ଚଳ ବୀମା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ତ୍ରିନାଥ ଦୋରା ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଶ୍ରମିକ ମାରଣ ନୀତିର ତୀବ୍ର ବିରୋଧ କରିଥିଲେ। ଏହି ଅବସରରେ ସଂଗଠନର ସଭାପତି ଚନ୍ଦ୍ରମୋହନ ହାଇବ୍ରୁଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିଭଳି କଟକ ଡିଭିଜନ ବୀମା କର୍ମଚାରୀ ସଂଘର ପୂର୍ବତନ ସଭାପତି ମାନ ଗୋବିନ୍ଦ ବାରିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ୩୦୦ରୁ ଅଧିକ କର୍ମଚାରୀ ଯୋଗଦାନ କରିଥିଲେ। ପରିଶେଷରେ ସାଙ୍ଗଠନିକ ସମ୍ପାଦକ ରମାକାନ୍ତ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ , ଏହି ସମ୍ମିଳନୀ ଜରିଆରେ ସଂଘ ୧୭ ଦଫା ଦାବି ନେଇ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ରିଜୋଲ୍ୟୁଶନ ଗ୍ରହଣ କରିଥିଲା। ରବିବାର ମଧ୍ୟ କର୍ମଶାଳା ପୂର୍ବ ସୂଚୀ ମୁତାବକ ଜାରି ରହିବ ବୋଲି ସଂଘର ସଦସ୍ୟ ସୁଧାଂଶୁ ମିଶ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri