ସାଢ଼େ ୮ ହଜାର ଡାକଘରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ଉପରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ରାଜ୍ୟର ସମସ୍ତ ୮ ହଜାର ୫୬୭ ଡାକବାକ୍ସରୁ ସମାନ ଚିଠି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ଉକ୍ତ ଚିଠିରେ ମହିଳା ସୁରକ୍ଷା ନେଇ ଶାସକ ଦଳର ଦୋମୁହଁା ଆଭିମୁଖ୍ୟ ସମ୍ପର୍କରେ ଅବଗତ ଲାଗି ଏହି ପତ୍ର ଲେଖାଯାଇଛି। ଏହା ଓଡ଼ିଆରେ ଲେଖାଯାଇଛି, ଯାହା ଆପଣଙ୍କ ସହଯୋଗୀଙ୍କ ନିକଟରୁ ବୁଝିପାରିବେ। ଅଞ୍ଜନା ମିଶ୍ର ଗଣବଳାତ୍କାରର ଶିକାର ହେବାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନୈତିକତାର ପାଠ ପଢାଇବା ସହ ସେତେବେଳେ ବିଜେଡି ତାଙ୍କ ଇସ୍ତଫା ଦାବି କରିଥିଲା। ସେତେବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ଧ୍ୱସ୍ତବିଧ୍ୱସ୍ତ ହୋଇଯିବା ଓ ମହିଳା ଅସୁରକ୍ଷିତ ହେବା ନେଇ ଜାନକୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲା ଦଳ। ୨୦୦୦ ମସିହା ନିର୍ବାଚନରେ ଆପଣଙ୍କ ଦଳର ପ୍ରମୁଖ ସ୍ଲୋଗାନ ଥିଲା ‘ଅଞ୍ଜନା ମିଶ୍ର ଗଣବଳାତ୍କାର ପାଇଁ ଦାୟୀ କିଏ-ଜାନକୀ ପଟ୍ଟନାୟକ ଆଉ କିଏ’। ଏବେ ଖୋଦ୍‌ ଅଞ୍ଜନା କହିଲେଣି ସେତେବେଳର ଶାସନ ଏବଂ ଏବର ସରକାର ମଧ୍ୟରେ କୌଣସି ଫରକ ନାହିଁ। ଅଞ୍ଜନା ମିଶ୍ରଙ୍କ ଘଟଣାରେ ଯେମିତି ଇନ୍ଦ୍ରଜିତ୍‌ ରାୟଙ୍କୁ ଦୋଷୀ କରାଯାଇଥିଲା ଠିକ୍‌ ସେହିପରି ବର୍ତ୍ତମାନ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ରାଜ୍ୟବାସୀ ଦାୟୀ କରୁଛନ୍ତି। ନୀତି ନୈତିକତାର ଦ୍ୱାହି ଦେଇ ଆପଣ ଅନେକ ମନ୍ତ୍ରୀଙ୍କୁ ବାହାର କରିଥିଲେ। ହେଲେ ଏବେ ମମିତା ଘଟଣାରେ ସରକାରର ଦୋମୁହଁା ନୀତି କାହିଁକି ବୋଲି ଭାଜପା ପ୍ରଶ୍ନ ଉଠାଇଛି। ରାଜ୍ୟରେ ଦୈନିକ ୪ଟି ବଳାତ୍କାର ଏବଂ ୬ଟି ଅପହରଣ ହେଉଥିବା ରାଜ୍ୟ ସରକାରଙ୍କ ତଥ୍ୟ କହୁଛି। ଗତ ୫ ବର୍ଷରେ ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି। ଏହି ଚିଠି ପାଇବା ପରେ ରାଜ୍ୟବାସୀଙ୍କୁ ଉତ୍ତର ଦେବାକୁ ଭାଜପା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଜନିତ ମୃତ୍ୟୁ: ସରକାରଙ୍କ ତତ୍ତ୍ୱାବଧାନରେ ହେବ ମୃତଦେହ ସତ୍କାର

ଭୁବନେଶ୍ୱର, ୮।୪(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନେଇ ରାଜ୍ୟ ସରକାର ବଡ଼ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ଯଦି...

ଦେବାଶିଷଙ୍କୁ ମିଳିଲାନି ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର,୨୦।୬: ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଶନିବାର କଟକ ଖାନ୍‌ନଗରସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଛି। ପୁଅ ପ୍ରତ୍ୟୟ ମୁଖାଗ୍ନି...

୭ ମାସ ହେବ ଆଉ ଶୁଣାଯାଉନି ଭୁଟୁଭୁଟି ଶବ୍ଦ :ପୁରାତନ ଡଙ୍ଗାଘାଟ ଆଜି ଅଲୋଡ଼ା

ଆନନ୍ଦପୁର, ୨୨।୧୦(ସନ୍ତୋଷ ରାଉତ)-କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ନଦୀରେ ବହୁ ପୁରାତନ ଡଙ୍ଗା ଘାଟ ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇଛି। ପୂର୍ବରୁ...

ଯୁବତୀଙ୍କ ଜୀବନ ରକ୍ଷା କଲେ ଅଗ୍ନିଶମ କର୍ମଚାରୀ

ଜୁନାଗଡ,୧୨।୧୦(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ସହର ନିକଟସ୍ଥ ହାତୀ ନଦୀରୁ ସୋମବାର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ସେ ହେଲେ ରାଖି ମାଝୀ(୨୧)।...

ବିନ୍ଦୁସାଗର ପାଣିରେ ଯୋଗ

ଭୁବନେଶ୍ୱର,୨୧।୬(ବ୍ୟୁରୋ): କିଛି ମିନିଟ ନୁହେଁ ବରଂ ଘଣ୍ଟା ଘଣ୍ଟା ଧରି ପାଣିରେ ରହିପାରନ୍ତି ସେ। ଏହା କେବଳ ଯୋଗ ପାଇଁ। ରବିବାର ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ...

ଅଙ୍ଗନଓ୍ବାଡି କର୍ମୀଙ୍କଠାରୁ ଲାଞ୍ଚ ନେବା ମାମଲା: ପୂର୍ବତନ ସିଡିପିଓଙ୍କୁ ୩ବର୍ଷ ଜେଲ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଅଙ୍ଗନଓ୍ବାଡ଼ି କର୍ମୀଙ୍କ ପାଣ୍ଠି ମଞ୍ଜୁର କରାଇବା ପାଇଁ ଲାଞ୍ଚ ନେବା ମାମଲାରେ ଖୋର୍ଦ୍ଧା ଜିଲା ବାଣପୁରର ପୂର୍ବତନ ସିଡିପିଓ ରାଜକୁମାରୀ ଦେଈ ଦୋଷୀ ସାବ୍ୟସ୍ତ...

ପେଟ୍ରୋଲ ୨୬, ଡିଜେଲ ୩୬ ପଇସା ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୫: କରୋନା ମହାମାରୀ ସମୟରେ କ୍ରମାଗତ ଭାବେ ଦେଶରେ ତୈଳ ଦର ବୃଦ୍ଧି ପାଉଛି। ଗତ ୨ଦିନର ବିରତି ପରେ ପୁଣି ଥରେ ଏହା ବଢିଛି।...

ରଣଝାଲି ଗ୍ରାମରେ ପାନୀୟ ଜଳ ସଙ୍କଟ: ହାଣ୍ଡି ମାଠିଆ ଧରି ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ମହିଳା

ପୁରୁଷୋତ୍ତମପୁର,୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରଣଝାଲି ଗ୍ରାମର ୪ ଓ ୫ ନଂ ୱାର୍ଡରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଏ ନେଇ...

Advertisement
Archives

Model This Week