ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ବଢ଼ାଇବାକୁ ଚିଠି

ପୁରୀ ଅଫିସ,୨୨।୯: ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ବଢ଼ାଇବା ପାଇଁ ପ୍ରସ୍ତାବ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମାଧ୍ୟମରେ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କୁ ବୁଧବାର ଏକ ଚିଠି ଲେଖାଯାଇଛି। ଶ୍ରୀମନ୍ଦିରର ନିୟନ୍ତ୍ରଣାଧୀନ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ନୂଆ ପ୍ରଶାସନିକ କୋଠାର ଉଚ୍ଚତାକୁ ସର୍ବାଧିକ ୭.୫୦ ମିଟରରେ ସୀମିତ ରଖିବା ପାଇଁ ଏନ୍‌ଏମ୍‌ଏ ପରାମର୍ଶ ଦେଇଥିଲେ। ତେବେ ସମ୍ପୃକ୍ତ ଉଚ୍ଚତା ସୀମା ମଧ୍ୟରେ କୋଠା ନିର୍ମାଣ କରାଯାଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି ସ୍ପଷ୍ଟ କରିଛି। ପୂର୍ବରୁ ଥିବା ପ୍ରଶାସନିକ କୋଠାର ଉଚ୍ଚତା ୧୧.୧୯୨ ମିଟର ରହିଥିଲା। ଏହି କୋଠାକୁ ଭଙ୍ଗାଯାଇ ସମ୍ପୃକ୍ତ ସ୍ଥାନରେ ନୂଆ ପ୍ରଶାସନିକ କୋଠା ନିର୍ମାଣ ଚାଲିଛି। ତେବେ ନିର୍ମାଣ ହେଉଥିବା କୋଠାର ମୂଳଦୁଆ କାର୍ଯ୍ୟ ଅନେକାଂଶରେ ଶେଷ ହେଲାଣି। ପୂର୍ବଭଳି ଏହାକୁ ଏକ ତିନି ମହଲା ବିଶିଷ୍ଟ କୋଠା କରିବାକୁ ନିର୍ମାଣ ଚାଲିଛି। ଗ୍ରାଉଣ୍ଡ ଫ୍ଲୋର୍‌, ପ୍ରଥମ ଓ ୨ୟ ମହଲାକୁ ମିଶାଇ କୋଠାର ଉଚ୍ଚତାକୁ ୭.୫୦ ମିଟରରେ ସୀମିତ ରଖିବା ସମ୍ଭବପର ନୁହେଁ। ଏଣୁ ପ୍ରସ୍ତାବିତ ଉଚ୍ଚତା ଉପରେ ବିଚାର କରିବା ପାଇଁ ଏନ୍‌ଏମ୍‌ଏକୁ ଚିଠି ଲେଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଏନ୍‌ଏମ୍‌ଏ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନିକ କୋଠା ସମ୍ପର୍କିତ ସାନି ରିପୋର୍ଟ ଦାଖଲ କରିବା ସହ ଏନ୍‌ଓସି ପାଇଁ ଆବେଦନ କରିବା ଲାଗି ପରାମର୍ଶ ଦେଇଥିଲେ। ଏହିକ୍ରମରେ ଏହି ଚିଠି ରାଜ୍ୟ ସରକାରଙ୍କ ମାଧ୍ୟମରେ ଏନ୍‌ଏମ୍‌ଏକୁ ପଠାଯାଇଥିବା ଉନ୍ନୟନ ପ୍ରଶାସନ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ଏବଂ ବିନା ଅନୁମୋଦନରେ ନିର୍ମାଣ କାର୍ଯ୍ୟ ନେଇ ବିବାଦ ଉପୁଜିଥିଲା। ଫଳରେ ରଥଯାତ୍ରା ପରଠାରୁ କାର୍ଯ୍ୟ ବନ୍ଦ ରହିଛି। ନିୟନ୍ତ୍ରିତ ଅଞ୍ଚଳ(ରେଗୁଲେଟରି ଜୋନ୍‌) ମଧ୍ୟରେ ୭.୫୦ରୁ ଉଚ୍ଚ କୋଠା ନିର୍ମାଣ ପାଇଁ ଅନୁମତି ମିଳିବା ଆଶା କ୍ଷୀଣ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କୋଠାର ଉଚ୍ଚତା ବଢ଼ାଇବା ପାଇଁ ଅଡ଼ି ବସିଛି। ମୁଖ୍ୟତଃ ପୁରୁଣା ପ୍ରଶାସନିକ କୋଠାଠାରୁ କମ୍‌ ଉଚ୍ଚତା ବିଶିଷ୍ଟ କୋଠା ସମସ୍ୟା ବଢ଼ାଇବ ବୋଲି ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି। ସେହିଭଳି ଓବିସିସିର ଜଣେ ଅଧିକାରୀଙ୍କ କହିବା କଥା ଯେ, ଶ୍ରୀମନ୍ଦିର ପ୍ରଶାସନିକ କୋଠା ପାଇଁ ହୋଇଥିବା କାର୍ଯ୍ୟ ଜି+୨(ଗ୍ରାଉଣ୍ଡ ସହ ୨ ମହଲା) ମଡେଲ୍‌ରେ ନିର୍ମାଣ କରାଯାଇଛି। ଏବେ ଏହାକୁ ପୁଣିଥରେ କମାଇବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri