ଆସ ରାସ୍ତାରୋକୋ କରିବା

ଡ. ଚିନ୍ତାମଣି ପଣ୍ଡା

 

ସକାଳୁ ଉଠି ଦେଖିବାବେଳକୁ ପଞ୍ଝାଏ ତଥାକଥିତ ଅତି ସଚେତନ ନାଗରିକ ମୁଖ୍ୟ ରାସ୍ତାଟିକୁ ଅବରୋଧ କରି ସର୍ବସାଧାରଣଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ଠପ୍‌ କରିଦେଇଛନ୍ତି। ଘଟଣା କ’ଣ ବୁଝୁବୁଝୁ ଜଣାପଡ଼ିଲା ଯେ, ବର୍ଷା ଠିକ୍‌ ଭାବରେ ନ ହୋଇ ଫସଲ ମରୁଥିବାରୁ ବାଘ ଦଳର ମୁଖିଆ ବନ୍ଦ ଡାକରା ଦେଇଛନ୍ତି। ସେଦିନ ସନ୍ଧ୍ୟାବେଳକୁ ଟାୟାର ଜଳା, ରାସ୍ତାରୋକୋ, ସର୍ବସାଧାରଣଙ୍କୁ ଆକ୍ରମଣ ଇତ୍ୟାଦିକୁ ଟିଭି ମାଧ୍ୟମରେ ପ୍ରଚାର କରାଇ ଦଳପତି ମହୋଦୟ ବୀର ଦର୍ପରେ ଗଳାଫଟାଇ ଗର୍ଜୁଥାନ୍ତି ”ଠିକ୍‌ ସମୟରେ ବର୍ଷା ହେଉନି। ଚାଷୀକୁଳ ହନ୍ତସନ୍ତ। ଏ ସରକାର ରହି ଲାଭ କ’ଣ ? ତେଣୁ ଶତକଡ଼ା ଅଶୀଭାଗ ଜନତା ଆମକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ଜଣାଇ ଏ ବନ୍ଦ ପାଳନକୁ ସମ୍ପୂର୍ଣ୍ଣ ସଫଳ କରାଇଛନ୍ତି।
ପରଦିନ ସକାଳବେଳକୁ ପୁଣି ରାସ୍ତାବନ୍ଦ, ଶୋଭାଯାତ୍ରା, ସ୍ଲୋଗାନ ଇତ୍ୟାଦିରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ। କଥା’କଣ ବୁଝିଲାବେଳକୁ ଜଣାପଡ଼ିଲା, ଗତକାଲି ଏକ ନିର୍ଦ୍ଦିଷ୍ଟ ଦଳର ନେତାମାନେ (ବାଘଦଳ) ଆମ ଦଳର କିଛି ଆଗଧାଡ଼ିଆ ଛାମୁଆଁ କର୍ମୀଙ୍କୁ ପ୍ରଲୋଭିତ କରି ବିଷାକ୍ତ ମଦ୍ୟପାନ ଦ୍ୱାରା ହତ୍ୟା ଉଦ୍ୟମ କରିଛନ୍ତି। ତେଣୁ ଆମ୍ଭେ ସରକାରରେ ଥାଇ କି ଲାଭ? ଅତଏବ ପ୍ରତିଶୋଧ ସ୍ବରୂପ ଆଜି ଆମେ ଛଅ ଘଣ୍ଟିଆ ଚକାଜାମ୍‌ ଆନ୍ଦୋଳନ କରି ସନ୍ଧ୍ୟାବେଳକୁ ସମସ୍ତ ଆନ୍ଦୋଳନକାରୀଙ୍କୁ ଆକଣ୍ଠ ବିଶୁଦ୍ଧ ସୁରାପାନରେ ଆପ୍ୟାୟିତ କରିବୁ। କାରଣ ଆମେ ଦଳପ୍ରେମୀ।
ତହିଁ ପରଦିନ ଦେଖିବାବେଳକୁ ପୁଣି ରାସ୍ତାରୋକୋ। ଏଥର କିନ୍ତୁ ପଞ୍ଝାଏ ତେଲ ବ୍ୟବସାୟୀ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇ ଥାଆନ୍ତି। ଚାଲିଥାଏ ରାଜପଥର ଛାତିରେ ଗଣଧାରଣା। କାରଣ ତେଲ ଦର ହୁ ହୁ ହୋଇ ବଢ଼ୁଥିବାରୁ ଜନସାଧାରଣ ଆକ୍‌ତା ମାକ୍‌ତା ହୋଇଗଲେଣି, ଆମେ ସେମାନଙ୍କୁ ସେବା ଯୋଗାଇ ପାରୁନାହଁୁ। ରନ୍ଧନ ଗ୍ୟାସ ଓ ଖାଇବା ତେଲର ଅହେତୁକ ଦରବୃଦ୍ଧି। ଗୃହିଣୀମାନେ ରୋଷେଇ ଘରେ ଏକପ୍ରକାର ସନ୍ତୁଳି ହେଉଛନ୍ତି। ତେଣୁକରି ସେମାନଙ୍କ ସମର୍ଥନରେ ଆମର ଏ ଦରଦୀ ରାସ୍ତାରୋକୋ। କହିବା ବାହୁଲ୍ୟ ଯେ, ଏହି ଅଦିନ ଦରଦୀ ବନ୍ଧୁଗଣ ଦେଶ ସେବା ପରିପ୍ରେକ୍ଷୀରେ ନିଜ ନିଜ ପେଟ୍ରୋଲ ପମ୍ପ ତରଫରୁ ଯୋଗାଇ ଦିଆଯାଉଥିବା ‘ମାଗଣା ସେବା’ ଯଥା ପାଣି (ପିଇବା ପାଣି), ପବନ (ଚକାହାଓ୍ବା) ଓ ଶୌଚାଳୟ ସୁବିଧାସବୁ କେବେଠୁ ଅକାମୀ କରି ପକାଇଛନ୍ତି। କିନ୍ତୁ ଏବେ ଠିକଣା ବେଳକୁ ଜନସାଧାରଣଙ୍କ ସେବାର ନଁା ନେଇ ଯେଉଁ ଆନ୍ଦୋଳନର ଡାକରା ଦେଇଛନ୍ତି ତା’ ପ୍ରତି ତାଙ୍କର ଅକୁଣ୍ଠ ସମର୍ଥନ ରହିଥିବାର ବାହୁସ୍ଫୋଟ ମାରି ବନ୍ଦକୁ ସଫଳ କରାଉଛନ୍ତି। କାରଣ ଏମାନେ ଦେଶପ୍ରେମୀ।
ତା’ ପରଦିନ ଦେଖିବାବେଳକୁ ପରିବେଶପ୍ରେମୀ ବୋଲାଉଥିବା ପଞ୍ଝାଏ ଉଦ୍‌ଭ୍ରାନ୍ତ ଯୁବକ ରାସ୍ତାରୋକୋ କରି ଗମନାଗମନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। କାରଣ ଓଡ଼ିଶାର ସବୁ ପ୍ରାନ୍ତରେ ବନାଗ୍ନି ଲକ୍ଷ ଲକ୍ଷ ହେକ୍ଟର ପରିମିତ ଜଙ୍ଗଲ ସମ୍ପଦକୁ ଜାଳି ପୋଡ଼ି ଭସ୍ମ କରିଦେଲାଣି। ବିଚରା ସାଧାରଣ ଜନତା ଆଉ ଯାଏ କୁଆଡେ? ନିତିଦିନିଆ ବନ୍ଦ ପାଳନରେ ଅତିଷ୍ଠ ହୋଇ ନିଜର ଜୀବନ ଜୀବିକା ହରାଇ ଦେଶାନ୍ତର ଗମନ କରିବା ଛଡ଼ା ଆଉ ଗତି ନାହିଁ ବୋଲି ଭାବୁଥିବା ବେଳେ ସ୍ବେଚ୍ଛାସେବୀ ବାହିନୀର ହାବୁଡ଼ରେ ପଡ଼ିଯାଏ। ସେମାନେ ମାଓବାଦୀଙ୍କ ପରି ତାକୁ ଘରୁ ଟାଣି ନେଇ ହାତୀଘୋଡ଼ା ଦେବାର ପ୍ରଲୋଭନରେ ସାଦାକାଗଜରେ ତା’ର କିଛି ଦସ୍ତଖତ ସହ ଆଧାର କାର୍ଡ କି ଭୋଟର ପରିଚୟ ପତ୍ର ନେଇ ଯା’ନ୍ତି। କିଛି ଦିନ ପରେ ସେ ଶୁଣେ ତା’ ନଁାରେ କୋଟି କୋଟି ଟଙ୍କାର ଟିକସ ଫାଙ୍କି ନୋଟିସ ଆସେ। ସେ ପାନ ଦୋକାନରେ କିମ୍ବା ପରିବା ଦୋକାନରେ ବସି ଏହା କିପରି ସମ୍ଭବ ହେଲା ଭାବୁଥାଏ। ସେ ବୁଝିପାରେନି ଏତେ ସ୍ବେଚ୍ଛାସେବୀ, ଯୁବକର୍ମୀ ପ୍ରତି ଦଳରେ ଭରି ରହିଥିବା ବେଳେ ଏମାନେ ଭୋଟ ସରିଗଲେ ଯା’ନ୍ତି କୁଆଡେ? କରନ୍ତି କ’ଣ? କାହିଁ କେଉଁ ବାତ୍ୟା, ବନ୍ୟା କି ଭୂକମ୍ପ ପରି ଦୈବିଦୁର୍ବିପାକ ବେଳେ ତ ଏମାନଙ୍କର ଦେଖା ନ ଥାଏ। ଏମାନେ ପରା ମାନବପ୍ରେମୀ! ପ୍ରତି ବର୍ଷ ଆମ ରାଜ୍ୟରେ ବିଭିନ୍ନ ସାମାଜିକ ଅପରାଧ ଯଥା ଯୌତୁକ ହତ୍ୟା, ନାରୀ ନିର୍ଯାତନା, ଲିଙ୍ଗ ବୈଷମତା ଇତ୍ୟାଦି ତଥା ଭୋଟର ସଚେତନତା, ପରିବେଶ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା ଆଦି ବିବିଧ ଦାୟିତ୍ୱ ଓ କର୍ତ୍ତବ୍ୟର ଠିକ୍‌ ସମ୍ପାଦନା ନିମିତ୍ତ ଅନେକ ଶୋଭାଯାତ୍ରା, ରାସ୍ତାବନ୍ଦ, ଆନ୍ଦୋଳନ ଇତ୍ୟାଦି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଏ। ଏହାଠାରୁ ଆଉ ପାଦେ ଆଗକୁ ଯାଇ ଜନସାଧାରଣଙ୍କ ଅର୍ଥରେ ପରିପାଳିତ ସରକାରୀ ତଥା ବେସରକାରୀ ସଂସ୍ଥାମାନେ ବିଭିନ୍ନ ତାରକା ହୋଟେଲରେ କର୍ମଶାଳା, ସଚେତନତା ଶିବିର ଆୟୋଜିତ କରି ଅଜସ୍ର ସରକାରୀ ଅର୍ଥ ଶ୍ରାଦ୍ଧ କରିଥାନ୍ତି। କିନ୍ତୁ ଏହାର ସୁଫଳ କେତେ ପରିମାଣରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚିଥାଏ। ତା’ର ହିସାବ କେହି ରଖେ ନାହିଁ। ବରଂ ପୁଣି ପରବର୍ତ୍ତୀ ବର୍ଷକୁ ଅଧିକ ଜାକଜକମରେ ସଚେତନତା ଶିବିର ଆୟୋଜନରେ ଲାଗିଯାନ୍ତି। ଯେଉଁ ରାଜ୍ୟରେ ଏବେ ବି ଡାହାଣୀ ସନ୍ଦେହରେ ନରହତ୍ୟା କରାଯାଏ, ଯେଉଁଠି ଚା’ରେ ନିଶା ଦେଇ ଲୁଟେରାମାନେ ପଥଚାରୀଟିର ସର୍ବସ୍ବ ଲୁଟିବାକୁ ପଛାନ୍ତି ନାହିଁ, ଆଉ ଯେଉଁଠି ସମାଜର ଉଚ୍ଚସ୍ତରରେ ଥିବା ବୁଦ୍ଧିଜୀବୀଟିଏ ସାଇବର ଠକମାନଙ୍କ ଦ୍ୱାରା ନିଜର କଷ୍ଟୋପାର୍ଜିତ ସମ୍ପତ୍ତି ହରାଇ ସର୍ବସ୍ବାନ୍ତ ହୋଇଥାଏ ସେଠି ସଚେତନତା ନାଁରେ ରାସ୍ତାରୋକୋ, ଆନ୍ଦୋଳନ ଇତ୍ୟାଦି ଏକ ପ୍ରହସନ ପରି ଲାଗେ ନାହିଁ କି? ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଟିକୁ ସହାୟତା କରିବା ବଦଳରେ ଆମେ ତା’ ସହିତ ସେଲ୍ଫି ଉଠାଇ ଗର୍ବରେ ସୋସିଆଲ ମିଡ଼ିଆରେ ପ୍ରସାରିତ କରାଉ। ଖାଲଖମାରେ ଭର୍ତ୍ତି ରାସ୍ତାରେ ହମ୍ପସ ତିଆରି କରିବା ପାଇଁ ଗୋଡ଼ିବାଲି ଯୋଗାଡ଼ କରୁ ଆଉ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପରିବର୍ତ୍ତେ ଏଥିପାଇଁ ଆନ୍ଦୋଳନ କରୁ। ଏପ୍ରକାର ମାନସିକତା କ’ଣ ଜଣେ ସଚେତନ ନାଗରିକର କି? ଅତଏବ ନିଜର ଅସ୍ମିତାକୁ ବଜାୟ ରଖିବାକୁ ଯାଇ ଯଦି ଆମେ ଏସବୁର ପ୍ରକୃତ କାରଣକୁ ନିଜେ ସଚେତନ ହୋଇ ଖୋଜି ପାରନ୍ତେ ତେବେଯାଇ ତା’ର ନିରାକରଣ ସହଜ ସୁଗମ ହେବା ସହ ଦେଶ ଓ ଦଶର ମଙ୍ଗଳ ସାଧିତ ହୋଇପାରନ୍ତା।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର
ମୋ: ୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri