କୃଷକ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି

ନୂଆଦିଲ୍ଲୀ,୪।୨: କୃଷକ ଆନ୍ଦୋଳନ ଉପରେ ସୋସିଆଲ ମିଡିଆରେ ପପ ଷ୍ଟାର ରିହାନାଙ୍କ ଟୁଇଟକୁ ନେଇ ଏକ ବିତର୍କ ଚାଲିଛି। ବହୁ ବିଦେଶୀ ସେଲିବ୍ରିଟି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଭାରତ ଏହି ପଦକ୍ଷେପକୁ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି କହିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, କେତେକ ସ୍ବାର୍ଥପର ଗୋଷ୍ଠୀ ଏହି ପ୍ରଦର୍ଶନ ଉପରେ ନିଜର ଏଜେଣ୍ଡା ଲଗାଇବାକୁ ଚେଷ୍ଟା କରୁଛନ୍ତି। ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ନିଜର ମତ ଦେଇଛନ୍ତି। ବିରାଟ କୋହଲି ଟୁଇଟ୍‌ କରି କହିଛନ୍ତି, ଏହି ମତଭେଦ ସମୟରେ ଆମେ ସମସ୍ତେ ଏକଜୁଟ ହେବା। କୃଷକମାନେ ଆମ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ମୁଁ ନିଶ୍ଚିତ ଯେ ସମସ୍ତ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମାଧାନ ମିଳିବ ଯାହା ଦ୍ୱାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ ଏବଂ ସମସ୍ତେ ଏକାଠି ଆଗକୁ ବଢିପାରିବେ। ବିରାଟଙ୍କ ବ୍ୟତୀତ ଅନେକ ଭାରତୀୟ ଖେଳାଳି କୃଷକ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସଚିନ ତେନ୍ଦୁଲକର, ସୁରେଶ ରାଇନା, ଶିଖର ଧାଓ୍ବନ, ରବି ଶାସ୍ତ୍ରୀଙ୍କ ଭଳି ଖେଳାଳି ଟୁଇଟ୍‌ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ-ସମାଜ ଉପରେ ନିର୍ମିତ ଫିଲ୍ମର ସେନସର କରିବ ସନ୍ଥଙ୍କ ଧର୍ମ ସେନସର ବୋର୍ଡ !…

ନୂଆଦିଲ୍ଲୀ,୩।୧ : ବର୍ତ୍ତମାନ ଦେଶର ଧର୍ମ ଏବଂ ହିନ୍ଦୁ ଧର୍ମ ବିଶେଷଜ୍ଞମାନେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସିରିଏଲରେ ହିନ୍ଦୁ ଧର୍ମର ଅପମାନ ସହ ଜଡିତ ବିଷୟବସ୍ତୁ...

ତୃତୀୟ ଟେଷ୍ଟରେ ଏହି ୫ ‘ବିରାଟ’ ରେକର୍ଡ ହାସଲ କରିପାରନ୍ତି କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋତେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ...

ନିଜ ଦଳକୁ ନେଇ କଟାକ୍ଷ କଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୧୨।୭: ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ନିଜ ଦଳକୁ ନେଇ କଟାକ୍ଷ କରିଛନ୍ତି। ଶୁକ୍ରବାର ସେ ଟୁଇଟ୍‌ କହିଛନ୍ତି, ଗୋଆ ଓ କଶ୍ମୀରକୁ ଦେଖିଲେ...

ଜଷ୍ଟିସ୍‌ ପି.କେ. ମହାନ୍ତିଙ୍କୁ ଲୋକପାଳ ଅଧ୍ୟକ୍ଷ ଦାୟିତ୍ୱ

ନୂଆଦିଲ୍ଲୀ,୨୮ା୫: ଅବସରପ୍ରାପ୍ତ ଓଡ଼ିଆ ବିଚାରପତି ଜଷ୍ଟିସ୍‌ ପ୍ରଦୀପ କୁମାର ମହାନ୍ତିଙ୍କୁ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ କାମଚଳା ଲୋକପାଳ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଲୋକପାଳ ଅଧ୍ୟକ୍ଷ...

୪ ପିଲାଙ୍କ ମା’ ସାଜୁଥିଲେ କନ୍ୟା: ଚତୁର୍ଥୀ ରାତି ପୂର୍ବରୁ ବରଘରେ ବୁଲାଉଥିଲେ କଳାକନା

ଭୋପାଳ, ୮।୮: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲକ୍‌ ଡାଉନ୍‌ ଯୋଗୁ ଲୋକଙ୍କ ପାଖରେ ଟଙ୍କାର ଅଭାବ...

‘ମୁଁ ଇଡିକୁ ଡରୁନି’

ମୁମ୍ବାଇ,୨।୭: ମୁଁ ଜୀବନରେ କିଛି ଭୁଲ କରି ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ କାହିଁକି ଡରିବି ବୋଲି ୧,୦୩୪ କୋଟି ଟଙ୍କାର ପାତ୍ର ଚାଓ୍ବଲ ଜମି ଦୁର୍ନୀତି...

ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ଙ୍କ ପାଇଁ ବରଦାନ ପାଲଟିଛି ନୋଏଡାର ଏହି କାଫେ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ପ୍ରାୟ ୧୦୦ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିଥାଏ। ଏଥିରେ ପୀଡ଼ିତ ଝିଅମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯାଇଥାଏ। ତାଙ୍କୁ ସମାଜ...

ଏମ୍‌ପିଙ୍କୁ ମିଳୁଥିବା ସୁବିଧା କମ୍‌ ହେଉ, ସରକାରଙ୍କୁ ଘେରିଲେ ବରୁଣ ଗାନ୍ଧୀ…

ନୂଆଦିଲ୍ଲୀ, ୩।୮ : ଭାଜପା ଏମ୍‌ପି ବରୁଣ ଗାନ୍ଧୀ ବୁଧବାର ପୁଣିଥରେ ନିଜ ଦଳର ସରକାରକୁ ଘେରି ରହିଛନ୍ତି। ଭାଜପାର ରାଜ୍ୟସଭା ଏମ୍‌ପି ସୁଶୀଲ କୁମାର...

Advertisement
Archives

Model This Week