Posted inଖେଳ

ଭାରତର ୩ ସ୍ପିନର ରଣନୀତି

ଚେନ୍ନାଇ, ୪।୨- ଭାରତ-ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟ ସ୍ଥାନୀୟ ଚେପକ୍‌ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚେପକ୍‌ ପିଚ୍‌ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ। ତେଣୁ ପ୍ରଥମ ଟେଷ୍ଟରେ ଦଳ ୩ ସ୍ପିନରଙ୍କୁ ନେଇ ଖେଳିବା ଶତପ୍ରତିଶତ ସମ୍ଭାବନା ରହିଛି। ଅଷ୍ଟ୍ରେଲିଆରେ ପେସ୍‌ ବୋଲରଙ୍କ ସଫଳତା ଯୋଗୁ ଭାରତ ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା। ମାତ୍ର ଘରୋଇ ପରିବେଶରେ ତାହା କାମ ଦେବା ସମ୍ଭାବନା ନ ଥିବାରୁ ଭାରତ ୩ ସ୍ପିନର ରଣନୀତି ଅବଲମ୍ବନ କରିବା ଏକପ୍ରକାର ନିଶ୍ଚିତ। ଚେପକ୍‌ ପିଚ୍‌ରେ ସାଧାରଣତଃ ପ୍ରଥମ ଦିବସରେ ବାଉନ୍ସ ମିଳିଥାଏ। ଦ୍ୱିତୀୟ ଓ ତୃତୀୟ ଦିବସ ବ୍ୟାଟିଂ ପାଇଁ ଉପଯୋଗୀ ହେଉଥିବାବେଳେ ପରବର୍ତ୍ତୀ ୨ ଦିନରେ ବଲ୍‌ ଟର୍ନ କରିଥାଏ। ତେଣୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରିଷ୍ଟ ସ୍ପିନର କୁଲଦୀପ ଯାଦବ ପ୍ରଥମ ପସନ୍ଦ ରହିବେ। ଅବଶିଷ୍ଟ ୨ ସ୍ପିନର ଓ୍ବାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବ। ଯଦି ମ୍ୟାନେଜମେଣ୍ଟ ବ୍ୟାଟିଂ ଲାଇନ୍‌ଅପ୍‌କୁ ଦୃଢ଼ କରିବାକୁ ଚାହିଁବ ତେବେ ସୁନ୍ଦର ଆଗରେ ରହିବେ। ମାତ୍ର ନିକଟରେ ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ବାମହାତୀ ସ୍ପିନର ଲସିଥ ଏମ୍ବୁଲଡେନିୟା ପ୍ରଭାବୀ ରହିଥିଲେ। ତେଣୁ ଏହାକୁ ବିଚାରକୁ ନେଲେ ଅକ୍ଷର ଆଗକୁ ଆସିଯିବେ। ବାମହାତୀ ସ୍ପିନର ରହିଲେ ବୋଲିଂ ବିଭାଗ ମଧ୍ୟ ଅଧିକ ସନ୍ତୁଳିତ ହୋଇପାରିବ। ଭାରତର ୬ ବ୍ୟାଟ୍ସମ୍ୟାନ ପ୍ରାୟତଃ ଚୂଡ଼ାନ୍ତ ହୋଇ ସାରିଛି। ସେମାନେ ହେଲେ ରୋହିତ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ ଓ ରିଷଭ ପନ୍ତ। ହାର୍ଦ୍ଦିକ ପାଣ୍ଡ୍ୟା ଅଭ୍ୟାସ ଆରମ୍ଭ କରିଥିଲେ ହେଁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଯଶପ୍ରୀତ ବୁମ୍‌ରା ପ୍ରଥମ ପସନ୍ଦ ଦ୍ରୁତ ବୋଲର ହୋଇଥିବାବେଳେ ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବଛାଯିବ।
ଇଂଲଣ୍ଡ ବୋଲିଂ ବିଭାଗ କଥା ବିଚାର କରାଗଲେ ପେସ୍‌ ବୋଲିଂ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଖେଳିବା ନିଶ୍ଚିତ। ଜେମ୍ସ ଆଣ୍ଡରସନ ଓ ଜୋଫ୍ରା ଆର୍ଚର ଫାଷ୍ଟ ବୋଲିଂ ଆକ୍ରମଣ ଦାୟିତ୍ୱରେ ରହିବେ ଏବଂ ସ୍ପିନ ଚ୍ୟାଲେଞ୍ଜ ସମ୍ଭାଳିବେ ଅଫ୍‌ ସ୍ପିନର ଡମ୍‌ ବେସ୍‌ ଓ ବାମହାତୀ ଜ୍ୟାକ୍‌ ଲିଚ୍‌।
୧୯୩୩ରୁ ୨୦୧୬ ମଧ୍ୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଭାରତରେ ୬୦ଟି ଟେଷ୍ଟ ଅନୁଷ୍ଠିତ ହୋଇଛି। ଏଥିରୁ ଭାରତ ୧୯ଟି ଜିତିଥିବାବେଳେ ଇଂଲଣ୍ଡ ୧୩ଟିରେ ବିଜୟୀ ହୋଇଛି। ଅବଶିଷ୍ଟ ୨୮ଟି ମ୍ୟାଚ ଡ୍ର ରହିଛି।

କୋହଲି ଆଗରେ
ଭାରତରେ ଟେଷ୍ଟ ଖେଳାଯିବା ଅବସରରେ ଉଭୟ ଦଳ ମଧ୍ୟରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ରନ ସ୍କୋରରଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ଅଧିନାୟକ ବିରାଟ କୋହଲି। ସେ ୯ ଟେଷ୍ଟରୁ ୭୦.୨୫ ଆଭରେଜରେ ୮୪୩ ରନ ସ୍କୋର କରିଛନ୍ତି। ଏହା ମଧ୍ୟରେ ୨ ଶତକ ଓ ୩ ଅର୍ଦ୍ଧଶତକ ସାମିଲ। ଅନ୍ୟ ୪ ବ୍ୟାଟ୍ସମ୍ୟାନ ହେଲେ ଚେତେଶ୍ୱର ପୂଜାରା (୯ ମ୍ୟାଚ, ୬୪.୫୩ ଆଭରେଜରେ ୮୩୯ ରନ, ୪ ଶତକ, ୧ ଅର୍ଦ୍ଧଶତକ), ଜୋ ରୁଟ୍‌ ( ୬ ମ୍ୟାଚ, ୫୩.୦୯ ଆଭରେଜରେ ୫୮୪ ରନ, ୧ ଶତକ, ୫ ଅର୍ଦ୍ଧଶତକ), ରବିଚନ୍ଦ୍ରନ ଅଶ୍ୱିନ (୯ ମ୍ୟାଚ, ୪୯.୦୯ ଆଭରେଜରେ ୫୪୯ ରନ, ୬ ଅର୍ଦ୍ଧଶତକ) ଏବଂ ମୋଇନ ଅଲୀ (୫ ମ୍ୟାଚ, ୪୨.୩୩ ଆଭରେଜରେ ୩୮୧ ରନ, ୨ ଶତକ, ୧ ଅର୍ଦ୍ଧଶତକ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପାକିସ୍ତାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ନାହାଁନ୍ତି ଅଲରାଉଣ୍ଡର’

ଇସ୍‌ଲାମାବାଦ,୧୫।୮: ଆଇପିଏଲ ୨୦୨୨ରେ ଆଘାତ ହେବାପରେ ହାର୍ଦ୍ଦିକ ପାଣ୍ଡ୍ୟା ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ବଡ଼ ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବାକୁ...

ସ୍ବର୍ଣ୍ଣ ଜିତିଲେ ବେଦାନ୍ତ ମାଧବନ

ନୂଆଦିଲ୍ଲୀ,୧୮।୪: ଉଦୀୟମାନ ସନ୍ତରଣକାରୀ ବେଦାନ୍ତ ମାଧବନ ଚଳିତ ଦାନିଶ ଓପନରେ ଚମତ୍କାର ପ୍ରଦର୍ଶନ ଜାରି ରଖି ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। କୋପେନହେଗେନଠାରେ ଚାଲିଥିବା ପ୍ରତିଯୋଗିତାର...

ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ଖେଳାଳି

ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କମ୍‌ ଜାଣିଥିବେ। ଜୁଲାଇ ୨୦,...

୩୫ ବର୍ଷର ରେକର୍ଡ ଭାଙ୍ଗିବେ ବୁମ୍‌ରା

ଲଣ୍ଡନ,୩୦।୬: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ ଜୁଲାଇ ୧ରୁ...

ୟୁରୋ ଟି୨୦ ସ୍ଲାମ ଲିଗ୍‌ ଖେଳିବେ ଷ୍ଟେନ୍‌

ନୂଆଦିଲ୍ଲୀ, ୨।୭(ପି.ଟି.)- ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇସିସି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଥିବା ଦକ୍ଷିଣ ଆଫ୍ରିକା ଷ୍ଟାର୍‌ ବୋଲର ଡେଲ୍‌ ଷ୍ଟେଇନ୍‌ ୟୁରୋ ଟି୨୦ ସ୍ଲାମ...

ଛକା, ଚୌକାରେ ସ୍ବତନ୍ତ୍ର କୀର୍ତ୍ତିମାନ ସ୍ଥାପନ କରିବେ କୋହଲି

ଆବୁଧାବି, ୨୧।୧୦: ଚଳିତ ଆଇପିଏଲ୍‌ର ୩୯ତମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରସ୍ପର ସାମ୍ନା ସାମ୍ନି ହେବେ।...

ଦୁବାଇରେ ପହଞ୍ଚିଲେ ବିରାଟ କୋହଲି

ଦୁବାଇ, ୨୨।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଏଥିରେ...

ବଳାତ୍କାର ଅଭିଯୋଗ ପରେ ବକ୍ସିଂ କୋଚ୍‌ ଗିରଫ

ନୂଆଦିଲ୍ଲୀ,୧୮।୩- ମହିଳା ଟ୍ରେନିଙ୍କୁ ବଳାତ୍କାର ଅଭିଯୋଗ ଆସିବା ପରେ ହରିୟାଣା ବକ୍ସିଂ କୋଚ୍‌ଙ୍କୁ ଗିରଫ କରାଯାଇଛି। ଫେବୃୟାରୀରେ ଓ୍ବେଷ୍ଟ ବେଙ୍ଗଲ କ୍ଲାସିକ ବକ୍ସିଂ ଚାମ୍ପିୟନଶିପ୍‌ ପାଇଁ...

Advertisement
Archives

Model This Week