ରାଜନୀତି ଚାଲୁ, ପଣ୍ଡିତ ମରନ୍ତୁ

ସମ୍ବିଧାନର ଅନୁଚ୍ଛେଦ ୩୭୦ ବଳରେ ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର କ୍ଷମତାକୁ ୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ସରକାର ସେତେବେଳେ କହିଥିଲେ ଯେ, ଏହି ପଦକ୍ଷେପ ଦ୍ୱାରା କଶ୍ମୀରରେ ପରିବର୍ତ୍ତନ ଆସିବ। ଏପରି କି ପଳାୟନ କରିଥିବା କଶ୍ମୀରୀ ପଣ୍ଡିତମାନେ ନିଜ ଘରକୁ ଫେରିପାରିବେ। ସୋସିଆଲ ମିଡିଆରେ ସରକାର ସମର୍ଥକମାନେ କଶ୍ମୀରରେ ଜମି କିଣିବା ସମ୍ପର୍କରେ ମଧ୍ୟ ଆଲୋଚନା କରିଦେଇଥିଲେ। ଅଳ୍ପ କିଛି ପଣ୍ଡିତ ନିଜର ପାଣ୍ଡିତ୍ୟ ଦର୍ଶାଇ ଏବଂ ସରକାରଙ୍କ କଥା ଉପରେ ବିଶ୍ୱାସ କରି ବାସ୍ତବରେ ଫେରିବା ପାଇଁ ଚେଷ୍ଟା କଲେ। ଏବେ ଦେଖାଯାଉଛି ଖବର ପ୍ରସାରଣକୁ ବନ୍ଦ କରିଦେଇ ସ୍ବାଭାବିକ ବାତାବରଣ ଫେରିଛି ବୋଲି ଦର୍ଶାଇବାର ଉଦ୍ୟମ ହେଉଥିବା ବେଳେ ଜଣଙ୍କ ପରେ ଜଣେ ବ୍ରାହ୍ମଣଙ୍କୁ ହତ୍ୟା କରାଯିବାର ପ୍ରକ୍ରିୟା ଆରମ୍ଭ ହେଲାଣି। ଯେହେତୁ କଶ୍ମୀରରେ ହିନ୍ଦୁମାନେ ସଂଖ୍ୟାଲଘୁ, ସେହେତୁ ସେଠାରେ ସେମାନଙ୍କୁ ମାରି ପକାଇବା ସହଜ ହେଉଛି। ଏହାର ଏକ ମୂଳ କାରଣ ହୋଇପାରେ ଯେ, ଭାରତବର୍ଷର କେତୋଟି ଭାଜପା ଶାସିତ ରାଜ୍ୟରେ ମୁସଲମାନଙ୍କ ଉପରେ ହେଉଥିବା ଦମନର ଏହା ଏକ ପ୍ରତିକ୍ରିୟା।
୧୫ ଅକ୍ଟୋବରରେ ଜମ୍ମୁ-କଶ୍ମୀରର ଶୋପିଆନ୍‌ ଜିଲା ଚୌଧରୀଗୁଣ୍ଡ ଅଞ୍ଚଳର କଶ୍ମୀର ପଣ୍ଡିତ ପୁରନ କ୍ରିଷ୍ଣନ୍‌ ଭଟ୍ଟ ତାଙ୍କ ଫଳ ବଗିଚାକୁ ଯାଉଥିବା ବେଳେ ଆତଙ୍କବାଦୀ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ସୂଚନା ମିଳିଛି ଯେ, ଏକ ସେନା ଶିବିରଠାରୁ ମାତ୍ର କିଛି ଶହ ମିଟର ଦୂରରେ ଏହି ହତ୍ୟା କରାଯାଇଛି। ଭଟ୍ଟଙ୍କୁ ମିଶାଇ ୨୦୨୦ରୁ କେବଳ ୭ ଜଣ କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରାଗଲାଣି। ଏହି ହତ୍ୟା ସେମାନଙ୍କ ପୁରୁଣା କ୍ଷତକୁ ମନେ ପକାଇ ଦେଇଛି। ଏଥିସହିତ ନିର୍ଯାତିତ ପଣ୍ଡିତଙ୍କ ମଧ୍ୟରୁ ଯେଉଁମାନେ ଉପତ୍ୟକାକୁ ଫେରିଆସି ସରକାରୀ ଯୋଜନାରେ ବାସଗୃହ ପାଇବା ସହ ଚାକିରି କରିଛନ୍ତି, ସେମାନେ ଏବେ ସରକାରଙ୍କ ଉପରୁ ବିଶ୍ୱାସ ତୁଟାଇଲେଣି। କାରଣ ପଣ୍ଡିତ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ସେମାନଙ୍କ ମୂଲ୍ୟବାନ ଜୀବନ ରକ୍ଷା। ସେହି ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଏଭଳି ଟାର୍ଗେଟ କିଲିଂରୁ ବୁଝାପଡ଼ିଯାଉଛି। କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ଜମ୍ମୁ ଓ କଶ୍ମୀରର ପ୍ରତ୍ୟେକ ନିରାପତ୍ତା ବ୍ୟବସ୍ଥା କେନ୍ଦ୍ର ଦ୍ୱାରା ପରିଚାଳିତ ହେଉଛି।
୧୧ ମାର୍ଚ୍ଚ ୨୦୨୨ରେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ‘କଶ୍ମୀର ଫାଇଲ୍ସ’ ମୁକ୍ତିଲାଭ କରିବା ପରେ କେନ୍ଦ୍ର ସରକାର ତାହାକୁ ଉଚ୍ଚ ପ୍ରଶଂସା କରିଥିଲେ। ଗତ ୯୦ ଦଶକରେ କଶ୍ମୀରୀ ପଣ୍ଡିତମାନଙ୍କୁ କରାଯାଇଥିବା ହତ୍ୟା ଓ ଅତ୍ୟାଚାରର କରୁଣ କାହାଣୀ ବହନ କରୁଥିବା ଚଳଚ୍ଚିତ୍ରକୁ ସର୍ବଜନବିଦିତ କରିବା ଲାଗି ପ୍ରୟାସ ହୋଇଥିଲା। ଭାରତୀୟ ଜନତା ପାର୍ଟି ଶାସନରେ ନ ଥିବା ବେଳେ ଏଭଳି ଅମାନୁଷିକ କାର୍ଯ୍ୟ ହେଉଥିଲା ବୋଲି ସାଧାରଣରେ ଧାରଣା ସୃଷ୍ଟି କରାଯାଇଥିଲା। କିନ୍ତୁ ୩୭୦ ଅନୁଚ୍ଛେଦ ଉଚ୍ଛେଦ ହେବା ପରଠାରୁ କଶ୍ମୀରୀ ପଣ୍ଡିତ ଓ ଦେଶର ଅନ୍ୟାନ୍ୟ ଭାଗରୁ ଆସି କଶ୍ମୀରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଲକ୍ଷ୍ୟ କରାଯାଇ ହତ୍ୟା କରାଯିବା ଭଳି ଘଟଣା ଘଟୁଥିଲେ ମଧ୍ୟ କେନ୍ଦ୍ର ସରକାର ନୀରବତା ଅବଲମ୍ବନ କରୁଛନ୍ତି। ଯଦି ଜବାବ ଦେବାକୁ କୁହାଯାଉଛି ସେତେବେଳେ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗୋଟେ ଫମ୍ପା ପ୍ରତିଶ୍ରୁତି ଭାଜପା ଶୀର୍ଷ ନେତାଙ୍କ ତରଫରୁ ଦିଆଯାଉଛି।
ସମସ୍ତେ ଜାଣିଲେଣି ଭାଜପା ସରକାର ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ଏହାର ଦୁର୍ବଳ ବୈଦେଶିକ ନୀତି ଯୋଗୁ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଶତ୍ରୁ ପାଲଟିଗଲେଣି। ଏହି ସମୟର ସର୍ବାଧିକ ଆଲୋଚିତ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଭୂମିକା ସ୍ପଷ୍ଟ ହୋଇ ନ ଥିବାରୁ ଅନ୍ତର୍ଜାତୀୟ ମଞ୍ଚରେ ବାରମ୍ବାର ଅପଦସ୍ଥ ହେବାକୁ ପଡ଼ୁଛି। ଏଭଳି ସ୍ଥଳେ ଆଭ୍ୟନ୍ତରୀଣ ନିରାପତ୍ତା ବଜାୟ ରଖିବାରେ କେନ୍ଦ୍ର ସରକାର ବିଫଳ ହେବାର ଅନେକ ଦୃଷ୍ଟାନ୍ତ ମଧ୍ୟରୁ ଜମ୍ମୁ ଓ କଶ୍ମୀରରେ ଦେଖାଦେଇଥିବା ଅରାଜକତା ଅନ୍ୟତମ। ସେଥିପାଇଁ ବିଦେଶୀ ମଞ୍ଚରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଯେଉଁଭଳି ଭାବେ ଆତଙ୍କବାଦ ବିରୋଧରେ ମତ ଦେଉଛନ୍ତି, ତାହା ଏବେ ଦେଶକୁ ଶୋଭା ଦେଉନାହିଁ। ନିଜ ଘରକୁ ସଜାଡ଼ିବାରେ ଅସଫଳ ହେଉଥିବା କେନ୍ଦ୍ର ସରକାର ନିଜର ବ୍ୟବହାର ଏବଂ କାର୍ଯ୍ୟର ସମୀକ୍ଷା କରିବାର ଅନେକ ପୂର୍ବରୁ ସମୟ ଆସିଗଲାଣି। ଯେତିକି ବିଳମ୍ବ ହେଉଛି, ସେତିକି ଭାରତୀୟଙ୍କ ଜୀବନ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri