ପରୀକୁ ନ୍ୟାୟ ମିଳୁ, ନିର୍ଦ୍ଦୋଷ ଦଣ୍ଡ ନ ପାଉ

ନୟାଗଡ଼ ଅଫିସ,୧୮ା୧୨: ପରୀ ନ୍ୟାୟ ପାଉ। ତେବେ ବାହାବା ନେବା ପାଇଁ ନିର୍ଦ୍ଦୋଷକୁ ଦଣ୍ଡ ଦିଆ ନ ଯାଉ। ଦୋଷର ପ୍ରମାଣ ମିଳିଲେ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ। ହେଲେ ନିର୍ଦ୍ଦୋଷକୁ ଫସାଇବାକୁ ଚେଷ୍ଟା କରାଗଲେ ପ୍ରତିବାଦ କରାଯିବ। ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଗୁରୁବାର ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ଏପରି ଧମକକୁ ଭାଜପା, କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି।
ନୟାଗଡ଼ ଜିଲା ଯଦୁପୁରର ୫ ବର୍ଷର ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ବୁଧବାର ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛି। ପରୀକୁ ବଳାକତ୍ାର ପରେ ହତ୍ୟା କରାଯାଇଥିବା ଓ ବଳାତ୍କାରୀ ଯଦୁପୁର ଗାଁର ବୋଲି ଦର୍ଶାଯାଇଥିବା ଅସମର୍ଥିିତ ସୂତ୍ରରୁ ଜଣାପଡିଛି। ଯଦି ବଳକତ୍ାରୀଙ୍କୁ ଏସ୍‌ଆଇଟି ଜାଣିଛି ତେବେ ଗିରଫ କରିବାରେ ଅସୁବିଧା କେଉଁଠି ବୋଲି ଏଠାରେ ଆଲୋଚନା ଜୋର ଧରିଛି। କାରଣ ଯଦୁପୁରରେ ଏବେ ସବୁ ଲୋକ ଅଛନ୍ତି। ଗାଁଲୋକ ପୁଣି ତଦନ୍ତରେ ସହଯୋଗ କରୁଛନ୍ତି। ଅନ୍ୟପକ୍ଷେ ବନ୍ଦ ଲଫାପାରେ ଷ୍ଟାଟସ ରିପୋର୍ଟ ଏସ୍‌ଆଇଟି ହାଇକୋର୍ଟରେ ଦାଖଲ କରିଥିଲା। ତାହା କିପରି ଲିକ୍‌ ହେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରୀ ହତ୍ୟାକାରୀଙ୍କୁ ଧରିବାରେ ଏସ୍‌ଆଇଟିର ଆନ୍ତରିକତା ନାହିଁ। ବରଂ ସାଧାରଣ ଲୋକଙ୍କୁ ଭୟ ଓ ଲୋଭ ଦେଖାଇ ମାମଲାକୁ ବନ୍ଦ କରାଯିବାକୁ ପ୍ରୟାସ କରାଯାଉଛି ବୋଲି ଅଭିଯୋଗ ହୋଇଛି।
ଏନେଇ ଯଦୁପୁର ଗାଁ ସଭାପତି ଜୟକୃଷ୍ଣ ପରିଡା କହିଛନ୍ତି, ପରୀ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ। ହେଲେ ହତ୍ୟାକାରୀ ବୋଲି ପ୍ରମାଣ କରାଯିବା ଦରକାର। ନଚେତ୍‌ ନିର୍ଦ୍ଦୋଷଙ୍କୁ ଫସାଇ ଦିଆଗଲେ ପରୀ ଆତ୍ମା ଶାନ୍ତି ପାଇବନି। ପୁଣି ଏକ ନିର୍ଦ୍ଦୋଷ ପରିବାର ଫସିଯିବ। ନିର୍ଦ୍ଦୋଷ ବ୍ୟକ୍ତି ଫସିବାର ଜଣାପଡିଲେ ଆମେ ପ୍ରତିବାଦ କରିବୁ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ମନୋଜ ସାହୁ କହିଛନ୍ତି, ପରୀ ବଳାତ୍କାର ଯଦି ସତ୍ୟ ତେବେ ସ୍ଥାନୀୟ ପୋଲିସ କ’ଣ ପାଇଁ ନୀରବ ଥିଲା। ନିଲମ୍ବିତ ଆଇଆଇସି ଓ ବଦଳି ହୋଇଥିବା ଏସ୍‌ଡିପିଓ ହତ୍ୟାକାରୀଙ୍କ ପ୍ରମାଣକୁ ତଦନ୍ତ ଆଳରେ ନଷ୍ଟ କରିଦେଲେ। ନିଲମ୍ବନ ଓ ବଦଳି ପରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ହତ୍ୟାକାରୀ ନିର୍ଭୟରେ ବୁଲୁଥିବାରୁ ଧରାପଡୁ ନାହାନ୍ତି। ଏଣୁ ମନ୍ତ୍ରୀ ଇସ୍ତଫା ଦେବା ଦରକାର ବୋଲି ସେ କହିଛନ୍ତି। ଭାଜପା ଯୁବନେତା ସନ୍ତୋଷ ପ୍ରଧାନ କହିଛନ୍ତି, ଅଙ୍ଗତସ୍କରିକୁ ଘଣ୍ଟ ଘୋଡାଇବା ପାଇଁ ଏବଂ ତଦନ୍ତକୁ ପଥଭ୍ରଷ୍ଟ କରିବାକୁ ସୁଚିନ୍ତିତ ଯୋଜନା ଚାଲିଛି। କେତେଜଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଢାଲ ଭାବେ କାମ କଲାଣି ଏସ୍‌ଆଇଟି। ପରୀର ଖେଳ ସାଙ୍ଗର ମା’ କାହ୍ନା ବେହେରାଙ୍କ ନାଁ କହୁଥିବାବେଳେ ଏସ୍‌ଆଇଟି ତାଙ୍କୁ ଗିରଫ କରୁନି। ବରଂ ଜଣେ କଲେଜ ଛାତ୍ରଙ୍କୁ ଫସେଇବାକୁ ଉଦ୍ୟମ ଆରମ୍ଭ କରିଛି। ଦୋଷୀ ଦଣ୍ଡ ପାଉ। ନିର୍ଦ୍ଦୋଷ ନ ଫସିବା ଦରକାର। ଏଣୁ ସିବିଆଇ ତଦନ୍ତ ଦାବିକୁ ସରକାର ମାନି ନିଅନ୍ତୁ। ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦେଇ ପରୀ ହତ୍ୟାର ଉପଯୁକ୍ତ ତଦନ୍ତ ପାଇଁ ପଦକ୍ଷେପ ନିଅନ୍ତୁ। ନଚେତ୍‌ ଆଗାମୀ ଦିନରେ ପରୀ, ସ୍ବାତୀ ପରି ଆଉ କେତେଜଣ ନିରୀହ ଶିଶୁଙ୍କ ଜୀବନ ଚାଲିଯାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।

ମୋତେ ଫସେଇଲେ ଆତ୍ମାହୁତି ଦେବି: ସରୋଜ

ମୁଁ ସରୋଜ ସେଠୀ। ବୟସ ୧୮। ପରୀ ଗାଁ ଯଦୁପୁରରେ ମୋର ଘର। ମୁଁ ଯୁକ୍ତ ୩ ପ୍ରଥମ ବର୍ଷର କଳା ଛାତ୍ର। ମୁଁ ନିର୍ଦ୍ଦୋଷ। ମୋତେ ଫସାଇବାକୁ ଉଦ୍ୟମ ଚାଲିଛି। ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ମୋତେ ବାରମ୍ବାର ଫସାଇବାକୁ ଉଦ୍ୟମ ଚଳାଇଛନ୍ତି। ଏସ୍‌ଆଇଟି ଜେରା ବେଳେ ଏକଥା ମୁଁ ଜାଣି ପାରିଛି। ମୋର ଡରିବାର ନାହିଁ। ସତ କଥା କ’ଣ ସବୁ ଲୋକେ ଜାଣନ୍ତୁ। ପରୀ ନ୍ୟାୟ ପାଉ ମୁଁ ବି ଚାହୁଁଛି। ମୁଁ ବି ତଦନ୍ତରେ ସହଯୋଗ କରୁଛି ଓ କରିବି। ମୋତେ ଫସା ନ ଯାଉ। ପ୍ରକୃତ ହତ୍ୟାକାରୀ ଚିହ୍ନଟ ହେଉ। ମୋତେ ଫସାଗଲେ ମୁଁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବି। ଅନ୍ୟପକ୍ଷେ ମୋ ମୃତ୍ୟୁ ପାଇଁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦାୟୀ ରହିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?