ପରୀକୁ ନ୍ୟାୟ ମିଳୁ, ନିର୍ଦ୍ଦୋଷ ଦଣ୍ଡ ନ ପାଉ

ନୟାଗଡ଼ ଅଫିସ,୧୮ା୧୨: ପରୀ ନ୍ୟାୟ ପାଉ। ତେବେ ବାହାବା ନେବା ପାଇଁ ନିର୍ଦ୍ଦୋଷକୁ ଦଣ୍ଡ ଦିଆ ନ ଯାଉ। ଦୋଷର ପ୍ରମାଣ ମିଳିଲେ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ। ହେଲେ ନିର୍ଦ୍ଦୋଷକୁ ଫସାଇବାକୁ ଚେଷ୍ଟା କରାଗଲେ ପ୍ରତିବାଦ କରାଯିବ। ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଗୁରୁବାର ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ଏପରି ଧମକକୁ ଭାଜପା, କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି।
ନୟାଗଡ଼ ଜିଲା ଯଦୁପୁରର ୫ ବର୍ଷର ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ବୁଧବାର ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛି। ପରୀକୁ ବଳାକତ୍ାର ପରେ ହତ୍ୟା କରାଯାଇଥିବା ଓ ବଳାତ୍କାରୀ ଯଦୁପୁର ଗାଁର ବୋଲି ଦର୍ଶାଯାଇଥିବା ଅସମର୍ଥିିତ ସୂତ୍ରରୁ ଜଣାପଡିଛି। ଯଦି ବଳକତ୍ାରୀଙ୍କୁ ଏସ୍‌ଆଇଟି ଜାଣିଛି ତେବେ ଗିରଫ କରିବାରେ ଅସୁବିଧା କେଉଁଠି ବୋଲି ଏଠାରେ ଆଲୋଚନା ଜୋର ଧରିଛି। କାରଣ ଯଦୁପୁରରେ ଏବେ ସବୁ ଲୋକ ଅଛନ୍ତି। ଗାଁଲୋକ ପୁଣି ତଦନ୍ତରେ ସହଯୋଗ କରୁଛନ୍ତି। ଅନ୍ୟପକ୍ଷେ ବନ୍ଦ ଲଫାପାରେ ଷ୍ଟାଟସ ରିପୋର୍ଟ ଏସ୍‌ଆଇଟି ହାଇକୋର୍ଟରେ ଦାଖଲ କରିଥିଲା। ତାହା କିପରି ଲିକ୍‌ ହେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରୀ ହତ୍ୟାକାରୀଙ୍କୁ ଧରିବାରେ ଏସ୍‌ଆଇଟିର ଆନ୍ତରିକତା ନାହିଁ। ବରଂ ସାଧାରଣ ଲୋକଙ୍କୁ ଭୟ ଓ ଲୋଭ ଦେଖାଇ ମାମଲାକୁ ବନ୍ଦ କରାଯିବାକୁ ପ୍ରୟାସ କରାଯାଉଛି ବୋଲି ଅଭିଯୋଗ ହୋଇଛି।
ଏନେଇ ଯଦୁପୁର ଗାଁ ସଭାପତି ଜୟକୃଷ୍ଣ ପରିଡା କହିଛନ୍ତି, ପରୀ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ। ହେଲେ ହତ୍ୟାକାରୀ ବୋଲି ପ୍ରମାଣ କରାଯିବା ଦରକାର। ନଚେତ୍‌ ନିର୍ଦ୍ଦୋଷଙ୍କୁ ଫସାଇ ଦିଆଗଲେ ପରୀ ଆତ୍ମା ଶାନ୍ତି ପାଇବନି। ପୁଣି ଏକ ନିର୍ଦ୍ଦୋଷ ପରିବାର ଫସିଯିବ। ନିର୍ଦ୍ଦୋଷ ବ୍ୟକ୍ତି ଫସିବାର ଜଣାପଡିଲେ ଆମେ ପ୍ରତିବାଦ କରିବୁ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ମନୋଜ ସାହୁ କହିଛନ୍ତି, ପରୀ ବଳାତ୍କାର ଯଦି ସତ୍ୟ ତେବେ ସ୍ଥାନୀୟ ପୋଲିସ କ’ଣ ପାଇଁ ନୀରବ ଥିଲା। ନିଲମ୍ବିତ ଆଇଆଇସି ଓ ବଦଳି ହୋଇଥିବା ଏସ୍‌ଡିପିଓ ହତ୍ୟାକାରୀଙ୍କ ପ୍ରମାଣକୁ ତଦନ୍ତ ଆଳରେ ନଷ୍ଟ କରିଦେଲେ। ନିଲମ୍ବନ ଓ ବଦଳି ପରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ହତ୍ୟାକାରୀ ନିର୍ଭୟରେ ବୁଲୁଥିବାରୁ ଧରାପଡୁ ନାହାନ୍ତି। ଏଣୁ ମନ୍ତ୍ରୀ ଇସ୍ତଫା ଦେବା ଦରକାର ବୋଲି ସେ କହିଛନ୍ତି। ଭାଜପା ଯୁବନେତା ସନ୍ତୋଷ ପ୍ରଧାନ କହିଛନ୍ତି, ଅଙ୍ଗତସ୍କରିକୁ ଘଣ୍ଟ ଘୋଡାଇବା ପାଇଁ ଏବଂ ତଦନ୍ତକୁ ପଥଭ୍ରଷ୍ଟ କରିବାକୁ ସୁଚିନ୍ତିତ ଯୋଜନା ଚାଲିଛି। କେତେଜଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଢାଲ ଭାବେ କାମ କଲାଣି ଏସ୍‌ଆଇଟି। ପରୀର ଖେଳ ସାଙ୍ଗର ମା’ କାହ୍ନା ବେହେରାଙ୍କ ନାଁ କହୁଥିବାବେଳେ ଏସ୍‌ଆଇଟି ତାଙ୍କୁ ଗିରଫ କରୁନି। ବରଂ ଜଣେ କଲେଜ ଛାତ୍ରଙ୍କୁ ଫସେଇବାକୁ ଉଦ୍ୟମ ଆରମ୍ଭ କରିଛି। ଦୋଷୀ ଦଣ୍ଡ ପାଉ। ନିର୍ଦ୍ଦୋଷ ନ ଫସିବା ଦରକାର। ଏଣୁ ସିବିଆଇ ତଦନ୍ତ ଦାବିକୁ ସରକାର ମାନି ନିଅନ୍ତୁ। ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦେଇ ପରୀ ହତ୍ୟାର ଉପଯୁକ୍ତ ତଦନ୍ତ ପାଇଁ ପଦକ୍ଷେପ ନିଅନ୍ତୁ। ନଚେତ୍‌ ଆଗାମୀ ଦିନରେ ପରୀ, ସ୍ବାତୀ ପରି ଆଉ କେତେଜଣ ନିରୀହ ଶିଶୁଙ୍କ ଜୀବନ ଚାଲିଯାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।

ମୋତେ ଫସେଇଲେ ଆତ୍ମାହୁତି ଦେବି: ସରୋଜ

ମୁଁ ସରୋଜ ସେଠୀ। ବୟସ ୧୮। ପରୀ ଗାଁ ଯଦୁପୁରରେ ମୋର ଘର। ମୁଁ ଯୁକ୍ତ ୩ ପ୍ରଥମ ବର୍ଷର କଳା ଛାତ୍ର। ମୁଁ ନିର୍ଦ୍ଦୋଷ। ମୋତେ ଫସାଇବାକୁ ଉଦ୍ୟମ ଚାଲିଛି। ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ମୋତେ ବାରମ୍ବାର ଫସାଇବାକୁ ଉଦ୍ୟମ ଚଳାଇଛନ୍ତି। ଏସ୍‌ଆଇଟି ଜେରା ବେଳେ ଏକଥା ମୁଁ ଜାଣି ପାରିଛି। ମୋର ଡରିବାର ନାହିଁ। ସତ କଥା କ’ଣ ସବୁ ଲୋକେ ଜାଣନ୍ତୁ। ପରୀ ନ୍ୟାୟ ପାଉ ମୁଁ ବି ଚାହୁଁଛି। ମୁଁ ବି ତଦନ୍ତରେ ସହଯୋଗ କରୁଛି ଓ କରିବି। ମୋତେ ଫସା ନ ଯାଉ। ପ୍ରକୃତ ହତ୍ୟାକାରୀ ଚିହ୍ନଟ ହେଉ। ମୋତେ ଫସାଗଲେ ମୁଁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବି। ଅନ୍ୟପକ୍ଷେ ମୋ ମୃତ୍ୟୁ ପାଇଁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦାୟୀ ରହିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri