ପେଜର ବିସ୍ଫୋରଣରୁ ଶିକ୍ଷା

ଇସ୍ରାଏଲ-ହମାସ ଯୁଦ୍ଧ ଏବେ କଡ଼ ଲେଉଟାଇ ଇସ୍ରାଏଲ୍‌-ହେଜ୍‌ବୋଲ୍ଲା ଯୁଦ୍ଧର ରୂପ ନେଲାଣି। ଇସ୍ରାଏଲ ଅଭିନବ ବୁଦ୍ଧି ଖଟାଇ ଲେବାନନରେ କରିଥିବା ପେଜର, ଓ୍ବାକିଟକି ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଯୋଗାଯୋଗ ଯନ୍ତ୍ରକୁ ବିସ୍ଫୋରଣ ଘଟାଇ ଅଧିକାଂଶ ଲଢ଼ୁଆ ହେଜ୍‌ବୋଲ୍ଲା ସଦସ୍ୟଙ୍କ ଚକ୍ଷୁ ନଷ୍ଟ କରିଦେଇ ଅନ୍ଧ କରିଦେବାର ଆଖିଦୃଶିଆ ସଫଳତା ଲାଭ କରିଛି। କୌତୂହଳର ବିଷୟ ହେଲା ଯେ, କ୍ଷୁଦ୍ର ବିସ୍ଫୋରଣ ଦ୍ୱାରା ପ୍ରଭାବିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ଉଗ୍ରବାଦୀ ହୋଇଥିବାରୁ ଇସ୍ରାଏଲର ଚତୁର ବୁଦ୍ଧିକୁ ପ୍ରଶଂସା କରିବା ବ୍ୟତୀତ ବିଶ୍ୱବ୍ୟାପୀ କେହି ସମାଲୋଚନା କରିପାରୁନାହାନ୍ତି। ଏହି ବହୁସଂଖ୍ୟକ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବୃଦ୍ଧି ହେବା ପରିବର୍ତ୍ତେ ଅଧିକ ଆହତ ବିଶେଷକରି ଅନ୍ଧ ହୋଇଯାଇଥିବା ଖବର ମିଳିଛି। ଏହି ବିସ୍ଫୋରଣରେ ମାତ୍ର ଦୁଇ ଜଣ ଶିଶୁ ସମେତ ୩୭ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୩୦୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହାର ପ୍ରତିଶୋଧ ନେବାକୁ ଯାଇ ହେଜ୍‌ବୋଲ୍ଲା ୨୨ ସେପ୍ଟେମ୍ବରରେ ୧୦୦ରୁ ଊର୍ଦ୍ଧ୍ୱ ରକେଟ ଇସ୍ରାଏଲ ଉପରେ ପକାଇ ଉତ୍ତେଜନାକୁ ବୃଦ୍ଧି କରିଦେଇଛି। ଏହାକୁ ପ୍ରତିରୋଧ କରିବାକୁ ଯାଇ ଇସ୍ରାଏଲ ମଧ୍ୟ ପାଲଟା ଆକ୍ରମଣ ଜାରି ରଖିଛି। କିନ୍ତୁ ଯେଉଁ ପ୍ରସଙ୍ଗଟି ବର୍ତ୍ତମାନ ଗମ୍ଭୀର ଅନ୍ତର୍ଜାତୀୟ ଆଲୋଚନାର ବିଷୟବସ୍ତୁ ପାଲଟିଛି ତାହା ହେଲେ ପେଜର ବିସ୍ଫୋରଣ।
ସବୁ ଦେଶ ଇସ୍ରାଏଲକୁ ବିରୋଧ କରି ପ୍ରତିବାଦ ସଭା, ଧାରଣା ଏବଂ ନିନ୍ଦା କରୁଥିଲେ, କାରଣ ଦର୍ଶାଯାଉଥିଲା ଯେ ଇହୁଦୀ ଇସ୍ରାଏଲ ନିର୍ମମ ଭାବେ ମୁସଲମାନ ଗାଜାର ମହିଳା ଓ ଶିଶୁଙ୍କୁ ମାରି ପକାଉଛି। ଇସ୍ରାଏଲ ତରଫରୁ ଯୁଦ୍ଧ ଆରମ୍ଭରୁ କୁହାଯାଇଥିଲା ଯେ, ଆକ୍ରମଣ କେବଳ ହମାସ ବିରୋଧରେ ଉଦ୍ଦିଷ୍ଟ। ହମାସ ଏକ ଉଗ୍ରବାଦୀ ସଙ୍ଗଠନ ହୋଇଥିବାରୁ ତା’ ସପକ୍ଷରେ ପ୍ରତିବାଦ ସଭା କରିବା କଷ୍ଟକର ହେଉଥିଲା। ତେଣୁ ଇସ୍ରାଏଲ ଦାବି କରୁଥିଲା ଯେ ଗାଜାର ମହିଳା ଓ ଶିଶୁଙ୍କୁ ଆଗରେ ରଖି ଯୁଦ୍ଧ ଲଢ଼ୁଥିବା ମୁସଲମାନ ହମାସ ଗୋଷ୍ଠୀ ନିଜର ନରୀହ ନାଗରିକଙ୍କ ପ୍ରତି ବିପଦ ଟାଣିଆଣି ବିଶ୍ୱ ସମ୍ମୁଖରେ ସମବେଦନାର ପାତ୍ର ହେବାକୁ ଚେଷ୍ଟା କରୁଥିଲା। ଏବେ ହେଜ୍‌ବୋଲ୍ଲା ଉପରେ ଅଭିନବ ଶୈଳୀରେ ଯୁଦ୍ଧ କରି ଯେଉଁ ପରିସ୍ଥିତି ସୃଷ୍ଟି କରିଛି ସେଥିରେ କେହି ଇସ୍ରାଏଲକୁ ଦୋଷ ଦେଇପାରୁ ନାହାନ୍ତି।
ଏଠାରେ ମନେରଖିବାକୁ ହେବ ଯେ ପେଜର, ଓ୍ବାକି ଟକି ଏବଂ ଅନ୍ୟ ଯନ୍ତ୍ରପାତି ମାଧ୍ୟମରେ ବିସ୍ଫୋରଣ ଘଟାଇବାକୁ ହେଲେ କେଉଁ ବ୍ୟକ୍ତି ଆହତ ହେବା ଦରକାର ତାହା ବିସ୍ଫୋରଣ ଘଟାଇଥିବା ପକ୍ଷ ନିହାତି ଜାଣିବା ଆବଶ୍ୟକ। ତେବେ ମୃତ ଦୁଇ ଶିଶୁଙ୍କ ମଧ୍ୟରୁ ଯେଉଁ ଜଣେ ନିରୀହ ନାବାଳିକାର ମୃତ୍ୟୁ ସମ୍ପର୍କରେ ଖବର ପ୍ରକାଶ ପାଇଛି, ସେହି ଶିଶୁର ପିତା ହେଜ୍‌ବୋଲ୍ଲାର ବଡ଼ ପଦବୀର କମାଣ୍ଡର। ବାପା ପାଖରେ ଉପସ୍ଥିତ ଥିବା ପିଲାର ମୃତ୍ୟୁ ଘଟିଲା। ଏହି ଆଧୁନିକ ପଦ୍ଧତିର ଯୁଦ୍ଧରେ ପ୍ରତ୍ୟେକ ଶିକାରର ତଥ୍ୟ ବିରୋଧୀ ପକ୍ଷ ଜାଣିବା ଆବଶ୍ୟକ ହୋଇପଡୁଛି। ହେଜ୍‌ବୋଲ୍ଲା ଯୋଦ୍ଧାମାନଙ୍କର ବାୟୋମେଟ୍ରିକ୍‌ ବିଶେଷକରି ଆଖିର ଆଇରିସ୍‌ ସ୍କାନ ତଥ୍ୟ ସାହାଯ୍ୟରେ ସେମାନଙ୍କର ପେଜର ଏବଂ ଅନ୍ୟ ଯନ୍ତ୍ରପାତି କାର୍ଯ୍ୟକ୍ଷମ ହେଉଥିଲା। ସେଥିପାଇଁ ସେହି ଯୋଦ୍ଧାମାନେ ଆଖି ପାଖକୁ ପେଜରକୁ ନେଇ ଅନେଇଲା ବେଳେ ବିସ୍ଫୋରଣ ଘଟିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ଦୃଷ୍ଟିହୀନ ହୋଇପଡ଼ିଛନ୍ତି। ଇସ୍ରାଏଲର ଏହି ଆକ୍ରମଣ ବିଶ୍ୱବ୍ୟାପୀ ସବୁ ଦେଶକୁ ଚେତେଇ ଦେଇଛି ଯେ ନିଜର ସୁରକ୍ଷା ବାହିନୀର ଲଢ଼ୁଆ ସଦସ୍ୟମାନଙ୍କର ବାୟୋମେଟ୍ରିକ୍‌ ତଥ୍ୟ କୌଣସି ଜାଗାରେ ଏକାଠି କରି ରଖିବା ଅତ୍ୟନ୍ତ ଅନୁଚିତ। ଏଭଳି ସ୍ଥିତିରେ ଭାରତରେ ସ୍ଥଳସେନା, ନୌସେନା ଓ ବାୟୁସେନା ସମେତ ଅନେକ କୋଟି ନାଗରିକଙ୍କର ବାୟୋମେଟ୍ରିକ୍‌ ତଥ୍ୟ ‘ଆଧାର କାର୍ଡ’ ମାଧ୍ୟମରେ ଗୋଟିଏ ଜାଗାରେ ସାଇତି ରଖାଯାଇଛି। ସେହି ବିପୁଳ ପରିମାଣର ତଥ୍ୟ ଭାରତ ପରିବର୍ତ୍ତେ ବିଦେଶୀ କମ୍ପାନୀ ସହ ବୁଝାମଣା କରାଯାଇ ଆମେରିକା ଓ ଚାଇନା ଭଳି ଦେଶରେ ଥିବା ସର୍ଭରଗୁଡ଼ିକରେ ରଖାଯାଇଛି ବୋଲି ଜଣାପଡ଼େ। ଏହାର ଅର୍ଥ ହେଉଛି ଇସ୍ରାଏଲ ଦର୍ଶାଇଥିବା ଆଧୁନିକ ଯୁଦ୍ଧ ପଦ୍ଧତିକୁ ବ୍ୟବହାର କରି କୌଣସି ଶକ୍ତିଶାଳୀ ଦେଶ ଯଦି ଭାରତ ଉପରେ ଆକ୍ରମଣ କରେ ତେବେ ଏକସଙ୍ଗେ ବିଭିନ୍ନ ଯୋଗାଯୋଗ ଉପକରଣ ଯଥା ମୋବାଇଲ ଫୋନ୍‌ ଭଳି ଯନ୍ତ୍ର ମାଧ୍ୟମରେ ଛୋଟକାଟିଆ ବିସ୍ଫୋରଣ ଘଟାଇ ସମଗ୍ର ଦେଶରେ ବିରାଟକାୟ କ୍ଷତି ଘଟାଇବା ସମ୍ଭବପର ବୋଲି ସହଜରେ ବୁଝିହେଉଛି। ତେଣୁ ଭୟଭୀତ ହେବା ପରିବର୍ତ୍ତେ ଭାରତ ସରକାର ଅତିଶୀଘ୍ର ସଶସ୍ତ୍ର ବାହିନୀର ବାୟୋମେଟ୍ରିକ୍‌ ତଥ୍ୟକୁ ନଷ୍ଟ କରିବା ଉଚିତ। ନଚେତ୍‌ ଘରୋଇ ହ୍ୟାକରମାନେ ମଧ୍ୟ ଏହି ତଥ୍ୟକୁ ଚୋରି କରି ବିପଦ ସୃଷ୍ଟି କରିଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri