ପେଜର ବିସ୍ଫୋରଣରୁ ଶିକ୍ଷା

ଇସ୍ରାଏଲ-ହମାସ ଯୁଦ୍ଧ ଏବେ କଡ଼ ଲେଉଟାଇ ଇସ୍ରାଏଲ୍‌-ହେଜ୍‌ବୋଲ୍ଲା ଯୁଦ୍ଧର ରୂପ ନେଲାଣି। ଇସ୍ରାଏଲ ଅଭିନବ ବୁଦ୍ଧି ଖଟାଇ ଲେବାନନରେ କରିଥିବା ପେଜର, ଓ୍ବାକିଟକି ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଯୋଗାଯୋଗ ଯନ୍ତ୍ରକୁ ବିସ୍ଫୋରଣ ଘଟାଇ ଅଧିକାଂଶ ଲଢ଼ୁଆ ହେଜ୍‌ବୋଲ୍ଲା ସଦସ୍ୟଙ୍କ ଚକ୍ଷୁ ନଷ୍ଟ କରିଦେଇ ଅନ୍ଧ କରିଦେବାର ଆଖିଦୃଶିଆ ସଫଳତା ଲାଭ କରିଛି। କୌତୂହଳର ବିଷୟ ହେଲା ଯେ, କ୍ଷୁଦ୍ର ବିସ୍ଫୋରଣ ଦ୍ୱାରା ପ୍ରଭାବିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ଉଗ୍ରବାଦୀ ହୋଇଥିବାରୁ ଇସ୍ରାଏଲର ଚତୁର ବୁଦ୍ଧିକୁ ପ୍ରଶଂସା କରିବା ବ୍ୟତୀତ ବିଶ୍ୱବ୍ୟାପୀ କେହି ସମାଲୋଚନା କରିପାରୁନାହାନ୍ତି। ଏହି ବହୁସଂଖ୍ୟକ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବୃଦ୍ଧି ହେବା ପରିବର୍ତ୍ତେ ଅଧିକ ଆହତ ବିଶେଷକରି ଅନ୍ଧ ହୋଇଯାଇଥିବା ଖବର ମିଳିଛି। ଏହି ବିସ୍ଫୋରଣରେ ମାତ୍ର ଦୁଇ ଜଣ ଶିଶୁ ସମେତ ୩୭ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୩୦୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହାର ପ୍ରତିଶୋଧ ନେବାକୁ ଯାଇ ହେଜ୍‌ବୋଲ୍ଲା ୨୨ ସେପ୍ଟେମ୍ବରରେ ୧୦୦ରୁ ଊର୍ଦ୍ଧ୍ୱ ରକେଟ ଇସ୍ରାଏଲ ଉପରେ ପକାଇ ଉତ୍ତେଜନାକୁ ବୃଦ୍ଧି କରିଦେଇଛି। ଏହାକୁ ପ୍ରତିରୋଧ କରିବାକୁ ଯାଇ ଇସ୍ରାଏଲ ମଧ୍ୟ ପାଲଟା ଆକ୍ରମଣ ଜାରି ରଖିଛି। କିନ୍ତୁ ଯେଉଁ ପ୍ରସଙ୍ଗଟି ବର୍ତ୍ତମାନ ଗମ୍ଭୀର ଅନ୍ତର୍ଜାତୀୟ ଆଲୋଚନାର ବିଷୟବସ୍ତୁ ପାଲଟିଛି ତାହା ହେଲେ ପେଜର ବିସ୍ଫୋରଣ।
ସବୁ ଦେଶ ଇସ୍ରାଏଲକୁ ବିରୋଧ କରି ପ୍ରତିବାଦ ସଭା, ଧାରଣା ଏବଂ ନିନ୍ଦା କରୁଥିଲେ, କାରଣ ଦର୍ଶାଯାଉଥିଲା ଯେ ଇହୁଦୀ ଇସ୍ରାଏଲ ନିର୍ମମ ଭାବେ ମୁସଲମାନ ଗାଜାର ମହିଳା ଓ ଶିଶୁଙ୍କୁ ମାରି ପକାଉଛି। ଇସ୍ରାଏଲ ତରଫରୁ ଯୁଦ୍ଧ ଆରମ୍ଭରୁ କୁହାଯାଇଥିଲା ଯେ, ଆକ୍ରମଣ କେବଳ ହମାସ ବିରୋଧରେ ଉଦ୍ଦିଷ୍ଟ। ହମାସ ଏକ ଉଗ୍ରବାଦୀ ସଙ୍ଗଠନ ହୋଇଥିବାରୁ ତା’ ସପକ୍ଷରେ ପ୍ରତିବାଦ ସଭା କରିବା କଷ୍ଟକର ହେଉଥିଲା। ତେଣୁ ଇସ୍ରାଏଲ ଦାବି କରୁଥିଲା ଯେ ଗାଜାର ମହିଳା ଓ ଶିଶୁଙ୍କୁ ଆଗରେ ରଖି ଯୁଦ୍ଧ ଲଢ଼ୁଥିବା ମୁସଲମାନ ହମାସ ଗୋଷ୍ଠୀ ନିଜର ନରୀହ ନାଗରିକଙ୍କ ପ୍ରତି ବିପଦ ଟାଣିଆଣି ବିଶ୍ୱ ସମ୍ମୁଖରେ ସମବେଦନାର ପାତ୍ର ହେବାକୁ ଚେଷ୍ଟା କରୁଥିଲା। ଏବେ ହେଜ୍‌ବୋଲ୍ଲା ଉପରେ ଅଭିନବ ଶୈଳୀରେ ଯୁଦ୍ଧ କରି ଯେଉଁ ପରିସ୍ଥିତି ସୃଷ୍ଟି କରିଛି ସେଥିରେ କେହି ଇସ୍ରାଏଲକୁ ଦୋଷ ଦେଇପାରୁ ନାହାନ୍ତି।
ଏଠାରେ ମନେରଖିବାକୁ ହେବ ଯେ ପେଜର, ଓ୍ବାକି ଟକି ଏବଂ ଅନ୍ୟ ଯନ୍ତ୍ରପାତି ମାଧ୍ୟମରେ ବିସ୍ଫୋରଣ ଘଟାଇବାକୁ ହେଲେ କେଉଁ ବ୍ୟକ୍ତି ଆହତ ହେବା ଦରକାର ତାହା ବିସ୍ଫୋରଣ ଘଟାଇଥିବା ପକ୍ଷ ନିହାତି ଜାଣିବା ଆବଶ୍ୟକ। ତେବେ ମୃତ ଦୁଇ ଶିଶୁଙ୍କ ମଧ୍ୟରୁ ଯେଉଁ ଜଣେ ନିରୀହ ନାବାଳିକାର ମୃତ୍ୟୁ ସମ୍ପର୍କରେ ଖବର ପ୍ରକାଶ ପାଇଛି, ସେହି ଶିଶୁର ପିତା ହେଜ୍‌ବୋଲ୍ଲାର ବଡ଼ ପଦବୀର କମାଣ୍ଡର। ବାପା ପାଖରେ ଉପସ୍ଥିତ ଥିବା ପିଲାର ମୃତ୍ୟୁ ଘଟିଲା। ଏହି ଆଧୁନିକ ପଦ୍ଧତିର ଯୁଦ୍ଧରେ ପ୍ରତ୍ୟେକ ଶିକାରର ତଥ୍ୟ ବିରୋଧୀ ପକ୍ଷ ଜାଣିବା ଆବଶ୍ୟକ ହୋଇପଡୁଛି। ହେଜ୍‌ବୋଲ୍ଲା ଯୋଦ୍ଧାମାନଙ୍କର ବାୟୋମେଟ୍ରିକ୍‌ ବିଶେଷକରି ଆଖିର ଆଇରିସ୍‌ ସ୍କାନ ତଥ୍ୟ ସାହାଯ୍ୟରେ ସେମାନଙ୍କର ପେଜର ଏବଂ ଅନ୍ୟ ଯନ୍ତ୍ରପାତି କାର୍ଯ୍ୟକ୍ଷମ ହେଉଥିଲା। ସେଥିପାଇଁ ସେହି ଯୋଦ୍ଧାମାନେ ଆଖି ପାଖକୁ ପେଜରକୁ ନେଇ ଅନେଇଲା ବେଳେ ବିସ୍ଫୋରଣ ଘଟିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ଦୃଷ୍ଟିହୀନ ହୋଇପଡ଼ିଛନ୍ତି। ଇସ୍ରାଏଲର ଏହି ଆକ୍ରମଣ ବିଶ୍ୱବ୍ୟାପୀ ସବୁ ଦେଶକୁ ଚେତେଇ ଦେଇଛି ଯେ ନିଜର ସୁରକ୍ଷା ବାହିନୀର ଲଢ଼ୁଆ ସଦସ୍ୟମାନଙ୍କର ବାୟୋମେଟ୍ରିକ୍‌ ତଥ୍ୟ କୌଣସି ଜାଗାରେ ଏକାଠି କରି ରଖିବା ଅତ୍ୟନ୍ତ ଅନୁଚିତ। ଏଭଳି ସ୍ଥିତିରେ ଭାରତରେ ସ୍ଥଳସେନା, ନୌସେନା ଓ ବାୟୁସେନା ସମେତ ଅନେକ କୋଟି ନାଗରିକଙ୍କର ବାୟୋମେଟ୍ରିକ୍‌ ତଥ୍ୟ ‘ଆଧାର କାର୍ଡ’ ମାଧ୍ୟମରେ ଗୋଟିଏ ଜାଗାରେ ସାଇତି ରଖାଯାଇଛି। ସେହି ବିପୁଳ ପରିମାଣର ତଥ୍ୟ ଭାରତ ପରିବର୍ତ୍ତେ ବିଦେଶୀ କମ୍ପାନୀ ସହ ବୁଝାମଣା କରାଯାଇ ଆମେରିକା ଓ ଚାଇନା ଭଳି ଦେଶରେ ଥିବା ସର୍ଭରଗୁଡ଼ିକରେ ରଖାଯାଇଛି ବୋଲି ଜଣାପଡ଼େ। ଏହାର ଅର୍ଥ ହେଉଛି ଇସ୍ରାଏଲ ଦର୍ଶାଇଥିବା ଆଧୁନିକ ଯୁଦ୍ଧ ପଦ୍ଧତିକୁ ବ୍ୟବହାର କରି କୌଣସି ଶକ୍ତିଶାଳୀ ଦେଶ ଯଦି ଭାରତ ଉପରେ ଆକ୍ରମଣ କରେ ତେବେ ଏକସଙ୍ଗେ ବିଭିନ୍ନ ଯୋଗାଯୋଗ ଉପକରଣ ଯଥା ମୋବାଇଲ ଫୋନ୍‌ ଭଳି ଯନ୍ତ୍ର ମାଧ୍ୟମରେ ଛୋଟକାଟିଆ ବିସ୍ଫୋରଣ ଘଟାଇ ସମଗ୍ର ଦେଶରେ ବିରାଟକାୟ କ୍ଷତି ଘଟାଇବା ସମ୍ଭବପର ବୋଲି ସହଜରେ ବୁଝିହେଉଛି। ତେଣୁ ଭୟଭୀତ ହେବା ପରିବର୍ତ୍ତେ ଭାରତ ସରକାର ଅତିଶୀଘ୍ର ସଶସ୍ତ୍ର ବାହିନୀର ବାୟୋମେଟ୍ରିକ୍‌ ତଥ୍ୟକୁ ନଷ୍ଟ କରିବା ଉଚିତ। ନଚେତ୍‌ ଘରୋଇ ହ୍ୟାକରମାନେ ମଧ୍ୟ ଏହି ତଥ୍ୟକୁ ଚୋରି କରି ବିପଦ ସୃଷ୍ଟି କରିଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri