ସ୍କୁଲ ମାଷ୍ଟରଙ୍କୁ ପତ୍ରଟିଏ

ସମ୍ମାନନୀୟ ଗୁରୁଜୀ,
ମୋର ନମସ୍କାର ନେବେ। ଅନେକ ଭାବିଚିନ୍ତି ପତ୍ରଟିଏ ଲେଖିଲି। ମନକୁ ଆସୁଥିବା କଥାଗୁଡ଼ିକ ଏକାଥରକେ ସଜାଡ଼ି କହିବା ସମ୍ଭବ ନୁହେଁ ବୋଲି ପତ୍ର ମାଧ୍ୟମରେ ଜଣାଇବାକୁ ଉଚିତ ମଣିଲି। ବିଶ୍ୱାସ କରିବେକି ନାହିଁ ଜାଣେ ନାହିଁ, ଏହି ପତ୍ରଟି ଲେଖିବାକୁ ମୋତେ ଏକ ସପ୍ତାହରୁ ଅଧିକ ସମୟ ଲାଗିଛି। ତଥାପି ହୁଏତ କିଛି ଭୁଲଭଟକା ରହି ଯାଇଥିବ, ସଂଶୋଧନ କରିନେବେ।
ପ୍ରଥମେ ଜେଜେବାପାଙ୍କଠାରୁ ଶୁଣିଥିବା କଥାଟି କହୁଛି। ସେ କହୁଥିଲେ ତାଙ୍କ ସମୟରେ ଲୋକମାନେ ସ୍କୁଲ ମାଷ୍ଟରଙ୍କୁ ଗୁରୁଜୀ କିମ୍ବା ଅବଧାନେ ବୋଲି ଡାକୁଥିଲେ। ବହୁତ ସମ୍ମାନ ଦେଉଥିଲେ। ଷଠୀ ପୂଜାଠାରୁ ଶ୍ମଶାନରେ ଜୁଇ ଜଳିବା ଯାଏ ସମସ୍ତ କାର୍ଯ୍ୟକ୍ରମରେ ସ୍କୁଲ ମାଷ୍ଟରଙ୍କୁ ଖୋଜା ପଡ଼ୁଥିଲା। ଗଁାର ସବୁ ଯାନିଯାତ୍ରାରେ ସେ ହେଉଥିଲେ ପ୍ରଥମ ଅତିଥି। ବିବାହ ଉତ୍ସବରେ ସ୍କୁଲ ମାଷ୍ଟରଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରାଯାଉଥିଲା। ନିମନ୍ତ୍ରଣ ପତ୍ର ଲେଖୁଥିଲେ ସ୍କୁଲ ମାଷ୍ଟ୍ରେ। ଡାକରେ ଚିଠିଟିଏ ଆସିଲେ ପଢ଼ୁଥିଲେ ଅବଧାନେ। ସେ କେବଳ ଗ୍ରାମବାସୀଙ୍କ ପୁଅଝିଅଙ୍କୁ ପାଠ ପଢ଼ାଉ ନ ଥିଲେ, ନୀତିଶିକ୍ଷା ମାଧ୍ୟମରେ ସେମାନଙ୍କୁ ମଣିଷ ପରି ମଣିଷଟିଏ କରି ଗଢ଼ିବାକୁ ଆପ୍ରାଣ ଉଦ୍ୟମ କରୁଥିଲେ। ସମସ୍ତଙ୍କୁ ନିଜ ପୁଅ ଝିଅ ପରି ସ୍ନେହ କରୁଥିଲେ, ଅନୁଶାସନ ବି କରୁଥିଲେ। ସ୍କୁଲ ଥିଲା ତାଙ୍କ ଘର। ସବୁକିଛିର ଶିକ୍ଷାକେନ୍ଦ୍ର ଥିଲା ସ୍କୁଲ। ମାଷ୍ଟ୍ରେ ଦେଉଥିଲେ ଶିକ୍ଷା। ଲୋକଙ୍କର ଭରସା ଏତେ ବେଶି ଥିଲା ଯେ ଲୋକେ କହୁଥିଲେ ”ଆମ ମାଷ୍ଟ୍ରେ ଗଧକୁ ବି ମଣିଷ କରିଦେବେ।“
ଜେଜେଙ୍କ ସମୟ ଯାଇ ବାପାଙ୍କ ସମୟ ଆସିଲା। ସମୟ ବଦଳିବା ସହିତ ବିଦ୍ୟାଳୟର ଚେହେରା ବଦଳିଗଲା। ଜେଜେଙ୍କ ସମୟର ସ୍କୁଲଗୁଡ଼ିକ ଥିଲା ମାଟି କାନ୍ଥରେ ତିଆରି ଚାଳଛପର ଘର। ବାପାଙ୍କ ଯୁଗରେ ଲୋକମାନେ ସ୍କୁଲ ମାଷ୍ଟରଙ୍କୁ ଆଉ ଅବଧାନେ କିମ୍ବା ଗୁରୁଜୀ ବୋଲି ସମ୍ବୋଧନ କଲେ ନାହିଁ। ନାମ ସହିତ ବାବୁ ଯୋଡ଼ି ଡାକିଲେ। ଲୋକଙ୍କ ସହିତ ମାଷ୍ଟରଙ୍କ ସମ୍ପର୍କରେ ସାମାନ୍ୟ ଦୂରତା ପରିଲକ୍ଷିତ ହେଲା। ସ୍କୁଲର ମାଟିକାନ୍ଥ ଭାଙ୍ଗି ପକ୍କା କାନ୍ଥ ହେଲା। ନଡ଼ାଛପର ଜାଗାରେ ଆଜବେଷ୍ଟସ୍‌ ଛପର କରାଗଲା। ମାତ୍ର ପ୍ରଥମକରି ଦେଖାଗଲା ଗ୍ରାମର ଅଳ୍ପ କେତେ ଜଣ ଧନୀ ଶ୍ରେଣୀର ଲୋକ ତାଙ୍କ ପିଲାଙ୍କୁ ସହରରେ ନୂଆ କରି ଖୋଲିଥିବା ଘରୋଇ ବିଦ୍ୟାଳୟରେ ଭର୍ତ୍ତିକଲେ। ଏହା ସତ୍ତ୍ୱେ ଗାଆଁ ସ୍କୁଲରେ ପିଲା ସଂଖ୍ୟା ବହୁତ ଥିଲା, କାରଣ ଲୋକଙ୍କ ଭିତରେ ଶିକ୍ଷାର ଗୁରୁତ୍ୱ ବଢ଼ିଥିଲା। ପ୍ରାୟ ସମସ୍ତ ଘରର ପିଲା ବିଦ୍ୟାଳୟକୁ ଆସୁଥିଲେ। କିନ୍ତୁ ମାଷ୍ଟର ଶିକ୍ଷକକୁ ରୂପାନ୍ତରିତ ହୋଇଗଲେ। କାମ ହେଲା କେବଳ ଶିକ୍ଷାଦାନ। ଆଉ ଯଦି କିଛି କାମ କରିବାକୁ ପଡ଼ିଲା ତାହା ସରକାରୀ କାମ ଯଥା ଜନଗଣନା, ଭୋଟ ସମୟରେ ଭୋଟ ଗ୍ରହଣ। କିନ୍ତୁ ଗାଆଁର ହାନିଲାଭ, ଭଲମନ୍ଦ, ବିପଦ ଆପଦରେ ଏମାନଙ୍କୁ ଛିଡ଼ା ହେବାକୁ ପଡ଼ିଲା ନାହିଁ। ନିର୍ଦ୍ଦିଷ୍ଟ ପାଠ୍ୟଖସଡ଼ା ଉପରେ ଏମାନେ ଅଧିକ ଧ୍ୟାନ ଦେଲେ। ଅନ୍ୟାନ୍ୟ ଶିକ୍ଷାଦାନରୁ ଶିକ୍ଷକ କ୍ରମଶଃ ଦୂରେଇ ଯିବାକୁ ଲାଗିଲେ।
ମୋ ସମୟରେ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ବହୁ ସରକାରୀ ପ୍ରୋତ୍ସାହିତ ଶିକ୍ଷାନୁଷ୍ଠାନ ଖୋଲିଛି। ଢାଞ୍ଚା ଦୃଷ୍ଟିରୁ ବିଭିନ୍ନ ପ୍ରକାରର, ପୁଣି ଅନୁଦାନ ପ୍ରଦାନକୁ ନେଇ ଆଉ କିଛି ପ୍ରକାରର ବିଦ୍ୟାଳୟ ଗଢ଼ା ହୋଇଛି। ନିମ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ନୋଡାଲ ଉଚ୍ଚ ପ୍ରାଥମିକ, ଉନ୍ନୀତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ନୋଡାଲ ଉଚ୍ଚ ବିଦ୍ୟାଳୟ- କେଉଁଠି କେତେଟା ଶ୍ରେଣୀ ଅଛି ଜାଣିବା ମୁସ୍କିଲ। ପୁଣି ପୁରୁଣା ସରକାରୀ, ନୂତନ ସରକାରୀ, ପୂର୍ଣ୍ଣ ଅନୁଦାନ, ନୂତନ ଅନୁଦାନ, ଅନୁଦାନଯୋଗ୍ୟ, ମାତ୍ର ଅନୁଦାନରୁ ବଞ୍ଚିତ ଏମିତି କେତେ ପ୍ରକାରର ବିଦ୍ୟାଳୟ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଜଣା ନ ଥିବ। ଏହାବାଦ୍‌ କେନ୍ଦ୍ରୀୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ଟିଆର୍‌ଡବ୍ଲ୍ୟୁ ବିଦ୍ୟାଳୟ ଅଛି। ଏତେସବୁ ବିଦ୍ୟାଳୟ ରହିବା ସତ୍ତ୍ୱେ ଛତୁଫୁଟିଲା ପରି ଘରୋଇ ବିଦ୍ୟାଳୟ ଗଢ଼ି ଉଠିଛି। ବାପାଙ୍କ ସମୟରେ ମାଷ୍ଟର ସିନା ଶିକ୍ଷକକୁ ରୂପାନ୍ତରିତ ହୋଇଥିଲେ ମୋ ସମୟର ଶିକ୍ଷକଙ୍କୁ କୁହାଯାଉଛି ଶିକ୍ଷାକର୍ମୀ, ଶିକ୍ଷା ସହାୟକ, ଆଉ କାହାକୁ କୁହାଗଲା ପାରା ଶିକ୍ଷକ, ଗଣଶିକ୍ଷକ, ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ, ଠିକା ଶିକ୍ଷକ, ଅତିଥି ଶିକ୍ଷକ ଏମିତି କେତେ କ’ଣ। ସମାନ କାମକୁ ସମାନ ଦରମାର ସାମ୍ବିଧାନିକ ଅଧିକାର ଭାଙ୍ଗିରୁଜି ଖଣ୍ଡବିଖଣ୍ଡିତ ହୋଇଯାଇଛି। ବୈଷମ୍ୟ ଏତେ ଚରମ ସୀମାକୁ ଯାଇଛି ଯେ ଏହାର ପ୍ରଭାବ ପଡ଼ିଛି ଶିକ୍ଷାଦାନରେ। ଫଳରେ ଛାତ୍ରୀଛାତ୍ର ସଂଖ୍ୟା କମୁଛି। ଏପରିକି ଗ୍ରାମର ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ପରିବାରର ପିଲାମାନେ ମଧ୍ୟ ଘରୋଇ ବିଦ୍ୟାଳୟ ଆଡ଼କୁ ମୁହଁାଇଲେ। ଅପରପକ୍ଷେ ବିଦ୍ୟାଳୟର ନବକଳେବର ହୋଇଛି। ସବୁଠି ପକ୍କାଘର ନିର୍ମାଣ ହୋଇଛି। କମ୍ପ୍ୟୁଟର, ବିଜ୍ଞାନ ଉପକରଣ, ଲାଇବ୍ରେରି ବହି ସରକାର ଯୋଗାଇ ଦେଇଛନ୍ତି। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ, ପାଠ୍ୟ ପୁସ୍ତକ, ସ୍କୁଲ ୟୁନିଫର୍ମ, ଜୋତା, ସ୍କୁଲ ବ୍ୟାଗ୍‌, ସାଇକେଲ ଆଦି ପିଲାଙ୍କୁ ଦିଆଯାଉଛି। ହେଲେ ସେତେଟା ପ୍ରଭାବ ପଡ଼ିଛି ବୋଲି ମନେହେଉନାହିଁ। କହିବାକୁ ବାଧ୍ୟ ହେଉଛି, ଅଧିକାଂଶ ଶିକ୍ଷକ, ଶିକ୍ଷୟିତ୍ରୀ ନିଜ ପୁଅଝିଅଙ୍କୁ ନିଜ ବିଦ୍ୟାଳୟରେ କିମ୍ବା ଅନ୍ୟ କୌଣସି ସରକାରୀ ବିଦ୍ୟାଳୟରେ ପଢ଼ାଉ ନାହାନ୍ତି। ଘରୋଇ ବିଦ୍ୟାଳୟରେ ନେଇ ଛାଡ଼ୁଛନ୍ତି ଉତ୍ତମ ଶିକ୍ଷା ଦେବାପାଇଁ।
ମୁଁ ଏବେ ବରିଷ୍ଠ ନାଗରିକ ଶ୍ରେଣୀର, ଅର୍ଥାତ୍‌ ମୋ ପୁଅଝିଅଙ୍କ ଯୁଗ ଚାଲିଲାଣି। ସେମାନେ ଏବେ ଶିକ୍ଷକଙ୍କୁ ସାର୍‌ (ମହାଶୟ) ବୋଲି ସମ୍ବୋଧନ କରୁଛନ୍ତି। ଛାତ୍ର ଶିକ୍ଷକର ସମ୍ପର୍କ ଶ୍ରେଣୀ କକ୍ଷ ଭିତରେ ସୀମିତ। ଲେଖା, ପଢ଼ା, ପୁସ୍ତକ, ପାଠ୍ୟଖସଡ଼ା, ରେକର୍ଡପତ୍ର, ମଧ୍ୟାହ୍ନ ଭୋଜନକୁ ନେଇ ଶିକ୍ଷକ ସର୍ବଦା ବ୍ୟସ୍ତ। ବିଭିନ୍ନ ଦିବସ ପାଳନ କରିବା ଓ ଫଟୋ ଉଠାଇ ଛାଡ଼ିବା ଏବଂ ଉପର ଅଫିସରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନ୍‌ ଲାଇନ୍‌ରେ ବିବରଣୀ ପ୍ରେରଣ କରିବା ଶିକ୍ଷକର ପ୍ରାଥମିକ କାମ। ତେଣିକି ଲୋକେ ଶିକ୍ଷକଙ୍କ ଉପରୁ ଭରସା ହରାଇ କହିବା ଆରମ୍ଭ କଲେଣି, ”ଗଧ ଆଉ ମଣିଷ ହେଉନି ବରଂ ମଣିଷ ଗଧ ହୋଇଯାଉଛି।“
ଏକଥା କାହିଁକି ହେଉଛି ବୋଲି ପଚାରିଲେ ଆପଣ ଅସୁବିଧା, ଅସଂଗତି, ଅସମାନତାର ଏକ ଲମ୍ବା ଫର୍ଦ୍ଦ ଥୋଇବେ। ଏହା ସତ୍ୟ ଯେ ଯେତିକି ଶିକ୍ଷକ ରହିବା କଥା ସେତିକି ନାହାନ୍ତି। ଶିକ୍ଷକ ଉପରେ ଅନ୍ୟ କାର୍ଯ୍ୟର ଚାପ ପଡ଼ୁଛି। ଶିକ୍ଷକଙ୍କ ଦରମାରେ ବୈଷମ୍ୟ ଜାଣିଶୁଣି କରାଯାଇଛି। ପେନ୍‌ସନ ବ୍ୟବସ୍ଥା ଉଚ୍ଛେଦ ହୋଇଛି। ଅନୁଶାସନ ଅବୈଧ ଘୋଷଣା କରାଯାଇଛି। ତଥାପି ଶିକ୍ଷକ ଯେ ଜାତିର ନିର୍ମାତା ଏହାକୁ ଅସ୍ବୀକାର କରିପାରିବେ ନାହିଁ। ହେଲେ ଏତେ ବିଶାଳ ଗୁରୁଦାୟିତ୍ୱ ବହନ କରୁଥିବା ଶିକ୍ଷକମାନେ ସତରେ କ’ଣ ସମାଜ ପ୍ରତି ଥିବା ଉତ୍ତରଦାୟିତ୍ୱକୁ ନିର୍ବାହ କରୁଛନ୍ତି? ନା, କେବଳ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଯନ୍ତ୍ରମାନବ ପରି କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି? ଆପଣମାନେ ଧରି ନେଇଛନ୍ତି ମୋତେ ଏତିକି ପଢ଼ାଇବାର ଅଛି ସେତିକି ପଢ଼ାଉଛନ୍ତି। ମୂଲ୍ୟବୋଧ ଭିତ୍ତିକ ମଣିଷଟିଏ ଗଢ଼ିବାରେ ନା ଅଛି ଚେଷ୍ଟା ନା ଅଛି ଆଗ୍ରହ! ଏହା ସତ୍ତ୍ୱେ ମୋ ଭଳି ସାଧାରଣ ମଣିଷମାନେ ଯେଉଁମାନେ ଗାଆଁରେ, ବସ୍ତିରେ, ସହରତଳି ଅଞ୍ଚଳରେ ବାସ କରୁଛନ୍ତି ସେମାନଙ୍କର ସ୍କୁଲ ମାଷ୍ଟରଙ୍କ ଉପରେ ପ୍ରଚଣ୍ଡ ଭରସା। ପିଲାଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଆନ୍ତରିକ ପ୍ରଚେଷ୍ଟା ରହିଲେ ଆପଣ ପୁଣି ଥରେ ସ୍କୁଲ ମାଷ୍ଟର ରୂପେ ଲୋକଙ୍କ ପ୍ରିୟଭାଜନ ହେବେ ଏଥିରେ ସନ୍ଦେହ ନାହିଁ। ବିଚାର ଆପଣଙ୍କର। ଶୁଭେଚ୍ଛା ଜଣାଇ ରହୁଛି।
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?