ନୀରବଦ୍ରଷ୍ଟା

ଅନେକ ସମୟରେ ଆଖିଆଗରେ କିଛି ଗୋଟେ ଘଟଣା କି ଦୁର୍ଘଟଣା ଘଟୁଥିବା ବେଳେ କିଛି ଲୋକ ନୀରବରେ ଏ ଦୃଶ୍ୟ ଉପଭୋଗ କରୁଥିବାର ଦେଖିବାକୁ ପାଇବେ। ଏମାନେ ଉକ୍ତ ଘଟଣା ବା ଦୁର୍ଘଟଣାକୁ ନେଇ ଆଦୌ ବ୍ୟଥିତ କି ବିଚଳିତ ହୁଅନ୍ତି ନାହିଁ। କୌଣସି ପ୍ରକାର ପ୍ରତିକ୍ରିୟା, ପ୍ରତିବାଦ କି ପ୍ରତିରୋଧ କରିବାର ସାମର୍ଥ୍ୟ ପ୍ରଦର୍ଶନ କରନ୍ତି ନାହିଁ। ଏମାନେ କେବଳ କିଛି ସମୟ ପାଇଁ ଦେଖଣାହାରି ସାଜିଥାନ୍ତି ଓ ପରେ ନିଜ ବାଟରେ ଚାଲିଯାଇ ଥାଆନ୍ତି। ରାସ୍ତାଘାଟରେ ଘଟୁଥିବା ଗାଡ଼ି ଦୁର୍ଘଟଣାରେ ଆହତ ହୋଇ ଛଟପଟ ହେଉଥିବା ଲୋକଟିଏ ହେଉ କି ଦିନ ଦି୍ବପ୍ରହରରେ ସର୍ବସମ୍ମୁଖରେ ଗୁଣ୍ଡାଗର୍ଦ୍ଦିର ଶିକାର ହୋଇ ମାଡ଼ ଖାଉଥିବା କିମ୍ବା ବେଇଜ୍ଜତ ହେଉଥିବା ପୁରୁଷ/ମହିଳାଟିଏ ହୁଅନ୍ତୁ, ବସ୍‌ କିମ୍ବା ଟ୍ରେନ୍‌ରେ କିଛି ଅଭଦ୍ର ଟୋକାଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ଝିଅଟିଏ ହେଉ ଅଥବା ସ୍କୁଲ କଲେଜରେ ର଼୍ୟାଗିଂର ଶିକାର ହେଉଥିବା ଛାତ୍ର/ଛାତ୍ରୀଟିଏ ହୁଅନ୍ତୁ, ଠିକଣାବେଳେ ପ୍ରତିବାଦ କି ପ୍ରତିରୋଧ କରିବାକୁ କେତେଜଣ ଉଚିତ୍‌ ମନେକରନ୍ତି କହିଲେ! ଏ କ୍ଷେତ୍ରରେ କାଳେ ନିଜ ପ୍ରତି କିଛି ବିପଦ ସୃଷ୍ଟି ହେବାର ଆଶଙ୍କାରେ ଅନେକେ ନୀରବ ରହିବାକୁ ଶ୍ରେୟ ମଣିଥାଆନ୍ତି। ଏହି କ୍ରମରେ ଅନେକ ସମୟରେ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା କିଛି ପୋଲିସବାବୁ ନିଜ ସାମ୍ନାରେ କୌଣସି ଆପରାଧିକ କାର୍ଯ୍ୟ ସଙ୍ଗଠିତ ହେଉଥିବା ବେଳେ ଜାଣିଶୁଣି ନୀରବଦ୍ରଷ୍ଟାର ଅଭିନୟ କରିଥାଆନ୍ତି। ଅନେକ ସମୟରେ ସମାଜରେ କୌଣସି ରାଜନୈତିକ ପ୍ରଭାବଶାଳୀ, ଧନୀ କି ସମ୍ଭ୍ରାନ୍ତ ଶ୍ରେଣୀ ଲୋକ କି ସେମାନଙ୍କ ଅନୁଗତମାନେ ଯେବେ କୌଣସି ଆପରାଧିକ କାର୍ଯ୍ୟରେ ସଂପୃକ୍ତ ଥିବାର ଖବର ଜଣାପଡ଼େ, ସେତେବେଳେ ପୋଲିସବାବୁ ଜାଣିଶୁଣି ପାଟି ଖୋଲନ୍ତି ନାହିଁ। ଫଳସ୍ବରୂପ ସମାଜରେ ସେହି ଶ୍ରେଣୀୟ ଲୋକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାକୁ ଲାଗିଥାଏ। ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇଦେବାକୁ ରହିଥିବା ଥାନାବାବୁ କି ଡାକ୍ତରଖାନାର ଡାକ୍ତର ହୁଅନ୍ତୁ କି ବ୍ଲକ, ତହସିଲ ଓ ଜିଲାପାଳ ଆଦିଙ୍କ ଦପ୍ତରରେ କାର୍ଯ୍ୟରତ ପ୍ରାୟ କିଛି କର୍ମଚାରୀ/ଅଧିକାରୀ ଲୋକଙ୍କୁ ନାନା ଭାବେ ଶୋଷଣ କରନ୍ତି, ଅଭଦ୍ର ଓ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରନ୍ତି । ଦୁର୍ନୀତି, ଅନିୟମିତତାଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ଅପରାଧକୁ ରୋକିବା ତଥା ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ସରକାରୀ ସଂସ୍ଥା ରହିଛି ଅଥଚ ସେମାନେ ନୀରବଦ୍ରଷ୍ଟା ସାଜୁଥିବାରୁ ଦୁର୍ନୀତି ଓ ଅପରାଧର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ଅନ୍ୟପକ୍ଷେ ଦେଶ ବା ରାଜ୍ୟ ଶାସନ ଦାୟିତ୍ୱରେ ଥିବା ଶାସନ ମୁଖ୍ୟ ଅଥବା ବରିଷ୍ଠ ପ୍ରଶାସକଗଣ ନିୟମିତ ତଦାରଖ ନ କରି ନୀରବଦ୍ରଷ୍ଟା ସାଜିଲେ ନିର୍ବାଚିତ ଜନପ୍ରତିନିଧି, ବିଭିନ୍ନ ବିଭାଗର ମନ୍ତ୍ରୀ, ଅଧିକାରୀ/କର୍ମଚାରୀମାନେ ନାନାଦି ଦୁର୍ନୀତି, ଶୋଷଣ ଓ ପ୍ରିୟାପ୍ରୀତିତୋଷଣ ନୀତିକୁ ଯେ ଆପଣାଇବେ, ଏଥିରେ ସନ୍ଦେହ ନାହିଁ। ସେହିପରି ସମାଜର କବି, ଲେଖକ, ସାମ୍ବାଦିକ ଓ ବୁଦ୍ଧିଜୀବୀ ସର୍ବୋପରି ଚିନ୍ତାଶୀଳ ଲୋକେ ନୀରବଦ୍ରଷ୍ଟା ନ ସାଜି ଯେକୌଣସି ସାମାଜିକ ଦୋଷତ୍ରୁଟିକୁ ଲୋକଲୋଚନକୁ ଆଣିବା ସହ ଉଭୟ ଶାସକ ଓ ପ୍ରଶାସକଙ୍କୁ ଏହାର ସମାଧାନର ବାଟ ଦେଖାଇବାର ଆବଶ୍ୟକତା ରହିଛି। ଏକ ସର୍ବାଙ୍ଗ ସୁନ୍ଦର ସମାଜ ଗଠନ ଓ ଏହାର ପରିଚାଳନାରେ ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ପୁଣି ଶାସକ, ପ୍ରଶାସକ ଓ ବୁଦ୍ଧିଜୀବୀ ସମସ୍ତଙ୍କର ସହଭାଗିତା ଯେ ଜରୁରୀ ଏ କଥାକୁ ଭୁଲିଯିବା ଉଚିତ ନୁହେଁ।
ଅନେକ ସମୟରେ ପିଲାମାନଙ୍କ ଉଚ୍ଛୃଙ୍ଖଳିତ ଆଚରଣ ଓ କାର୍ଯ୍ୟକଳାପ ଦେଖି ମାତାପିତା ଓ ଅଭିଭାବକ ନୀରବଦ୍ରଷ୍ଟାର ଅଭିନୟ କରନ୍ତି, ଯାହା କି ସେମାନଙ୍କ ପିଲାଙ୍କ ଭବିଷ୍ୟତ ଲାଗି ହାନିକାରକ ହୋଇଥାଏ। ମାତାପିତା ଓ ଅଭିଭାବକଙ୍କ ଆକଟର ଅଭାବ ଯୋଗୁ ପିଲାଏ ଲଗାମ୍‌ଛଡ଼ା ହୋଇଯା’ନ୍ତି। ସେମାନେ କରୁଥିବା କାର୍ଯ୍ୟ ଭୁଲ୍‌ କି ଠିକ୍‌ ତାହା ବିଚାର କରିବାର ଶକ୍ତି ସେମାନଙ୍କ ପାଖରେ ନ ଥାଏ। ଫଳରେ ସେମାନେ ଗୋଟିଏ ପରେ ଗୋଟିଏ ଭୁଲ୍‌ କରି ବସନ୍ତି। ଅନେକ ସମୟରେ ସେମାନଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ବିପଦରେ ପଡ଼ନ୍ତି ଓ ସାରା ପରିବାରକୁ ବି ବିପଦମୁହଁକୁ ଠେଲିଦେଇଥାଆନ୍ତି। ଆଜିକାଲି ଅଧିକାଂଶ ପରିବାରର ପୁଅ/ଝିଅଙ୍କର ଉଚ୍ଛୃଙ୍ଖଳିତ ତଥା ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ଓ କାର୍ଯ୍ୟକଳାପ ପାଇଁ ସମାଜରେ ଅନେକ ଅଘଟଣ ଘଟୁଛି। ଅନେକ ମାତାପିତା ବହୁ କଷ୍ଟ ସ୍ବୀକାରକରି ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା କରାଉଛନ୍ତି ଅଥଚ ସେମାନେ ପାଠ ପଢ଼ିବା ନାଁରେ ପିତାମାତାଙ୍କର କଷ୍ଟଲବ୍ଧ ଅର୍ଥକୁ ଶ୍ରାଦ୍ଧକରି ବାହାରେ କେବଳ ମଉଜ ମଜଲିସ୍‌ରେ ଦିନ ଅତିବାହିତ କରୁଛନ୍ତି। ଏପରି କ୍ଷେତ୍ରରେ ମାତାପିତା ଓ ଅଭିଭାବକମାନେ ଯଦି ସତର୍କ ଏବଂ ସଚେତନ ନ ହୋଇ ନୀରବଦ୍ରଷ୍ଟାର ଅଭିନୟ କରନ୍ତି ତେବେ ପିଲାମାନଙ୍କର ଏଭଳି ଅବସ୍ଥା ଲାଗି ସେମାନେ ଯେ ପରୋକ୍ଷରେ ଦାୟୀ, ଏହା ମାନିନେବାକୁ ପଡ଼ିବ। ପିଲାମାନଙ୍କ ଆଚରଣ ଓ କାର୍ଯ୍ୟକଳାପ ପ୍ରତି ନିୟମିତ ଭାବେ ନଜର ରଖିବା ଓ ସେମାନଙ୍କ ଭୁଲ୍‌ ତ୍ରୁଟି ପାଇଁ ସେମାନଙ୍କୁ ତାଗିଦା କରିବା ପରିବର୍ତ୍ତେ ଅନେକ ଅଭିଭାବକ ସେମାନଙ୍କୁ ନୀରବ ସମର୍ଥନ କରୁଥିବାର ଦେଖାଯାଏ, ଯେଉଁଥିପାଇଁ ତ ୧୮ ବର୍ଷରୁ କମ୍‌ ବୟସର ପିଲାମାନେ ଦିନର ଅଧିକାଂଶ ସମୟ ମୋବାଇଲ ଦେଖାରେ ମଜ୍ଜି ରହିବା, କଲେଜପଢୁଆ ଅତି ଅଳ୍ପ ବୟସର ପିଲାମାନେ ବିଭିନ୍ନ ନିଶାଦ୍ରବ୍ୟ ସେବନ କରିବା ଆଦି ଘଟଣା ମାନ ଦେଖିବାକୁ ମିଳୁଛି। ପିଲାମାନଙ୍କୁ ସତ୍‌ଶିକ୍ଷା ଓ ସତ୍‌ ପରାମର୍ଶ ଦେଇ ସୁମଣିଷ କରିବାର ପ୍ରକ୍ରିୟା ପରିବାରରୁ ହିଁ ଆରମ୍ଭ ହୋଇଥାଏ। ଆଉ ଏଇଠାରୁ ଯଦି ସବୁକିଛି ଅସଜଡ଼ା ହୋଇଯାଏ ତେବେ ଆଗକୁ ସବୁକିଛି ବିଗିଡ଼ିଯିବାର ଆଶଙ୍କା ରହିଛି।
ପୁଅ/ଝିଅଙ୍କ ପ୍ରତି ସେମାନଙ୍କ ମନ ଭିତରେ ରହିଥିବା ଅହେତୁକ ଶ୍ରଦ୍ଧା ଓ ଭଲପାଇବାର ଦାୟରେ ଆଜି ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କର ଉଚ୍ଛୃଙ୍ଖଳିତ ଆଚରଣ ସମ୍ପର୍କରେ ସବୁକିଛି ଜାଣି ନୀରବ ରହିବାର ଅର୍ଥ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲିଦେବା ସହ ସମାନ ବୋଲି ଧରିନେବାକୁ ହେବ। ଏହା ସତ ଯେ, କେତେକ ପରିସ୍ଥିତିରେ ଯଦିଓ ସବୁକିଛି ଦେଖିଶୁଣି ନୀରବଦ୍ରଷ୍ଟାର ଅଭିନୟ କରିବା ତେବେ ତାହା ମଣିଷ ଲାଗି ହିତକାରକ ସାବ୍ୟସ୍ତ ହୋଇଥାଏ। ତେବେ ସବୁ ପରିସ୍ଥିତିରେ ଏଭଳି ନୀରବଦ୍ରଷ୍ଟାର ଅଭିନୟ ବ୍ୟକ୍ତିଠାରୁ ପୁଣି ସମାଜ ଯାଏ ଅନେକ କ୍ଷତି ପହଞ୍ଚାଇଥାଏ। ସମାଜକୁ ସୁଧାରିବାକୁ ହେଲେ ନୀରବଦ୍ରଷ୍ଟା ନ ସାଜି ଉଭୟ ଶାସକ ଓ ପ୍ରଶାସକଙ୍କ ସମେତ ସମାଜର ସବୁବର୍ଗର ଲୋକଙ୍କ ମୁହଁ ଖୋଲିବାର ଆବଶ୍ୟକତା ରହିଛି। ଏକ ସୁସ୍ଥ, ସୁନ୍ଦର ଓ ସୁରକ୍ଷିତ ସମାଜ ଗଠନର ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ ରହିଛି। ଆମେ ସମସ୍ତେ ନିଜ ନିଜ ପରିସର ମଧ୍ୟରେ ରହି ନିଜ ନିଜର ଦାୟିତ୍ୱକୁ ସୁଚାରୁ ଭାବେ ନିର୍ବାହ କରିପାରିଲେ ଯାଇ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ସମ୍ଭବ ହୋଇପାରିବ।
ଶଂଖିଡ଼ା, ତିହିଡ଼ି, ଭଦ୍ରକ
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?