ଶ୍ରାବଣରେ କ୍ଷେତ ଫାଟି ଆଁ: ୬୧%ରୁ କମ୍‌ ବର୍ଷା

ପାଟଣା,୩।୮( ସ୍ବ.ପ୍ର.)-କେନ୍ଦୁଝର ଜିଲାର ୮୦ ପ୍ରତିଶତ ଅଧିବାସୀ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଚଳିତ ବର୍ଷ କରୋନା ଯୋଗୁ ସବୁ କାମଧନ୍ଦା ମାନ୍ଦା ପଡ଼ିଥିବା ବେଳେ ଲୋକଙ୍କର ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ଏଭଳି ପରିସ୍ଥିତିରେ ଶେଷ ଆଶ୍ରା କରିଥିବା ଚାଷ ବି ଦାଉ ସାଧିବାକୁ ବସିଲାଣି। ଲୋକେ ଚାଷ ଉପରେ ଭରସା କରି ଯାହା କିଛି ସଞ୍ଚୟ କରିଥିଲେ ହଳ, ରୁଆ, ପୋତା ଓ ସାର ବେଉଷଣରେ ଖର୍ଚ୍ଚ କରିଥିଲେ। ହେଲେ ଧାରା ଶ୍ରାବଣ ମାସରେ ବି ବର୍ଷା ଚାଷୀଙ୍କୁ ଧୋକା ଦେଲା। ସ୍ବଳ୍ପ ବୃଷ୍ଟିପାତ ଓ ଅନାବୃଷ୍ଟି ଯୋଗୁ କୋଉଠି ଜମି ଫାଟି ଫାଳ ଫାଳ ହେଲାଣି ତ କୋଉଠି ଧାନ ଗଛରେ ଉଈ ଲାଗି କାଣ୍ଡ କାଟିଦେଲେଣି। ସେଥିପାଇଁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଲୋକେ ବର୍ଷା ଆଶାରେ ଗାଁ ଗାଁରେ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବାକୁ କିଏ ଜଳାଭିଷେକ କରୁଛନ୍ତି ତ କିଏ ବେଙ୍ଗ ବେଙ୍ଗୁଲି ବାହାଘର କଲେଣି। ହେଲେ ଇନ୍ଦ୍ରଙ୍କ ଶୁଭ ଦୃଷ୍ଟି ଜିଲା ଉପରେ ପଡୁନି। ଜୁଲାଇ ମାସ ଶେଷ ସୁଦ୍ଧା ସାଭାବିକ ଠାରୁ ୬୧ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଥିବା ରେକର୍ଡ ହୋଇଛି ବୋଲି ଜିଲା କୃଷି ଅଧିକାରୀ ଶରତ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଜିଲାର ଝୁମ୍ପୁରା, ଚମ୍ପୁଆ ଓ ତେଲକୋଇ ବ୍ଲକରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ପାଟଣା, ସାହାରପଡ଼ା, ଘଟଗାଁ, ଆନନ୍ଦପୁର ଓ ଘଷିପୁରା ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ହୋଇଥିବା ଜିଲା କୃଷି ଅଧିକାରୀ କହିଛନ୍ତି। ଆଗାମୀ ଏକ ସପ୍ତାହ ମଧ୍ୟରେ ଭଲ ବର୍ଷା ନ ହେଲେ ଚାଷ ସବୁ ଉଜୁଡ଼ି ଯିବା ଆଶଙ୍କା ଉପୁଜିଲାଣି। ଜିଲାରେ ଥିବା କ୍ଷୁଦ୍ର, ମଧ୍ୟମ ଓ ବୃହତ୍‌ ଇରିଗେଶନ ପ୍ରୋଜେକ୍ଟରୁ କ୍ଷେତକୁ ଖୁବ୍‌ଶୀଘ୍ର ପାଣି ଛାଡ଼ିବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟ: ଚାଇନା ଦେଲା ସଫଳତାର ‘ମନ୍ତ୍ର’, ବେଜିଂ ମଡେଲ୍‌ରୁ ଶିଖିବ କି ଭାରତ?

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri