୬ ମାସ ନ ପୂରୁଣୁ ଛାତରୁ ଗଳୁଛି ପାଣି

ନରସିଂହପୁର,୩।୭( ସ୍ବ.ପ୍ର.): ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ କଟକ ଜିଲା ନରସିଂହପୁର ଅଞ୍ଚଳର ପୁରାତନ ଅନନ୍ତ ନାରାୟଣ ହାଇସ୍କୁଲ ସାମିଲ ହୋଇଛି। ୨୦୨୧ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଏହାକୁ ଉଦ୍‌ଘାଟନ କରିଥିଲେ। କିନ୍ତୁ ୬ ନ ପୂରୁଣୁ ବିଦ୍ୟାଳୟ ଛାତରୁ ବର୍ଷା ପାଣି ଗଳିବା ଆରମ୍ଭ ହୋଇଯାଇଛି। ଶ୍ରେଣୀ ଗୃହରେ ବର୍ଷା ପାଣି ଜମା ହେବାରୁ ଛାତ୍ରୀଛାତ୍ର ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢିବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଏହି ସ୍ମାର୍ଟସ୍କୁଲ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୫-ଟି ଅଧୀନରେ ୨୦୨୧ରେ ପ୍ରଥମେ ଓଡ଼ିଶାର ୧୦୩୦ଟି ସ୍କୁଲକୁ ରୂପାନ୍ତରିତ କରାଯାଇଥିଲା। ଏଥିରେ ଅନନ୍ତ ନାରାୟଣ ହାଇସ୍କୁଲ ରହିଥିଲା। ବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକୁ ନବୀକରଣ ପାଇଁ ୪ ଲ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଉ ଟଙ୍କାରେ ହାଇସ୍କୁଲରେ କମ୍ପ୍ୟୁଟର କୋଠରି ସମେତ ସ୍ମାର୍ଟ କ୍ଲାସ ଘ ନିର୍ମାଣ କରିବାକୁ ସ୍ଥିର କରାଯାଇଥିଲା। ବ୍ଲକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ହୋଇଥିଲା। କିନ୍ତୁ ହାଇସ୍କୁଲର ପୁରୁଣା କାନ୍ଥରେ ନୂଆ ରଙ୍ଗ ବୋଳି ଚିତ୍ର ବିଚିତ୍ର କରାଯାଇଥିଲେ ହେଁ ଦୁର୍ବଳ ଥିବା ଛାତକୁ ମରାମତି କରାଯାଇ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର ମାସେ ନ ପୂରୁଣୁ ଏହି ବିଦ୍ୟାଳୟର ପାଚେରି ଭୁଶୁଡ଼ି ପଡ଼ିଥିଲା। ସ୍ମାର୍ଟ କ୍ଲାସ୍‌ରୁମର ଛାତ ନିମ୍ନମାନର କରାଯାଇଥିବାରୁ ତା’ର ସିଲିଂଗୁଡିକ ଭାଙ୍ଗିରୁଜି ଯାଇଛି। ଏଥିସହ କବାଟଗୁଡିକ ଭାଙ୍ଗି ଗଲାଣି। ଏବେ ସ୍ମାର୍ଟ କ୍ଲାସରେ ଲାଗିଥିବା ଏଲ୍‌ସିଡିକୁ ଅନ ଏକ ଘର କୋଣରେ ରଖାଯାଇଛି। ଏଭଳି ଅବସ୍ଥାରେ ଛାତ୍ରୀଛାତ୍ରମାନେ ସ୍ମାର୍ଟ ସ୍କୁଲର ଲାଭ ଉଠାଇ ପାରୁନାହାନ୍ତି। ‘ମୋ ସ୍କୁଲ’ ଯୋଜନାରେ ହାଇସ୍କୁଲର ୧୯୮୪ ବ୍ୟାଚ୍‌ର ପୁରୁଣା ଛାତ୍ର ସଂଘ ପକ୍ଷରୁ ପ୍ରଥମ କିସ୍ତିରେ ୧୦ଲକ୍ଷ ଓ ପରେ ୧୩ ଲକ୍ଷ ଟଙ୍କା ହାଇସ୍କୁଲ ଆକାଉଣ୍ଟକୁ ଦାନ ଦିଆଯାଇଛି। ଏହାପରେ ସରକାର ପ୍ରଥମ କିସ୍ତିରେ ୩୦ ଲକ୍ଷ ଓ ପରେ ୧୯ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଦେଇଛନ୍ତି। ଏହି ଅର୍ଥରେ ବିଦ୍ୟାଳୟର ମରାମତି କାମ ଚାଲୁରହିଛି। ତେବେ ଚଳିତ ବର୍ଷା ଋତୁ ଭିତରେ ଘର କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏନେଇ ନିକଟରେ ଥିବା ଏସ୍‌ସିଏସ୍‌ଟି ଛାତ୍ରାବାସରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ହୋଇଛି ବୋଲି ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ପଣ୍ଡା ସୂଚନା ଦେଇଛନ୍ତି। ୩୨୩ ଛାତ୍ରୀଛାତ୍ରଙ୍କୁ ଅସ୍ଥାୟୀ ଭାବେ ଏହି ଛାତ୍ରାବାସରେ କେଉଁଭଳି ଭାବେ ଶିକ୍ଷାଦାନ ଦିଆଯିବ ସେନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।
ଏ ସମ୍ପର୍କରେ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ପଚାରାଯିବାରୁ ସେ କୌଣସିି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଏବେ ମରାମତି ଚାଲିଛି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପାଇଁ ପ୍ରଶାସନ ସଜାଗ ରହିବା ଉଚିତ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଭୟ କୁମାର ସାହୁ ପ୍ରତିକ୍ରିୟାରେ କହିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri