୬ ମାସ ନ ପୂରୁଣୁ ଛାତରୁ ଗଳୁଛି ପାଣି

ନରସିଂହପୁର,୩।୭( ସ୍ବ.ପ୍ର.): ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ କଟକ ଜିଲା ନରସିଂହପୁର ଅଞ୍ଚଳର ପୁରାତନ ଅନନ୍ତ ନାରାୟଣ ହାଇସ୍କୁଲ ସାମିଲ ହୋଇଛି। ୨୦୨୧ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଏହାକୁ ଉଦ୍‌ଘାଟନ କରିଥିଲେ। କିନ୍ତୁ ୬ ନ ପୂରୁଣୁ ବିଦ୍ୟାଳୟ ଛାତରୁ ବର୍ଷା ପାଣି ଗଳିବା ଆରମ୍ଭ ହୋଇଯାଇଛି। ଶ୍ରେଣୀ ଗୃହରେ ବର୍ଷା ପାଣି ଜମା ହେବାରୁ ଛାତ୍ରୀଛାତ୍ର ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢିବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଏହି ସ୍ମାର୍ଟସ୍କୁଲ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୫-ଟି ଅଧୀନରେ ୨୦୨୧ରେ ପ୍ରଥମେ ଓଡ଼ିଶାର ୧୦୩୦ଟି ସ୍କୁଲକୁ ରୂପାନ୍ତରିତ କରାଯାଇଥିଲା। ଏଥିରେ ଅନନ୍ତ ନାରାୟଣ ହାଇସ୍କୁଲ ରହିଥିଲା। ବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକୁ ନବୀକରଣ ପାଇଁ ୪ ଲ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଉ ଟଙ୍କାରେ ହାଇସ୍କୁଲରେ କମ୍ପ୍ୟୁଟର କୋଠରି ସମେତ ସ୍ମାର୍ଟ କ୍ଲାସ ଘ ନିର୍ମାଣ କରିବାକୁ ସ୍ଥିର କରାଯାଇଥିଲା। ବ୍ଲକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ହୋଇଥିଲା। କିନ୍ତୁ ହାଇସ୍କୁଲର ପୁରୁଣା କାନ୍ଥରେ ନୂଆ ରଙ୍ଗ ବୋଳି ଚିତ୍ର ବିଚିତ୍ର କରାଯାଇଥିଲେ ହେଁ ଦୁର୍ବଳ ଥିବା ଛାତକୁ ମରାମତି କରାଯାଇ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର ମାସେ ନ ପୂରୁଣୁ ଏହି ବିଦ୍ୟାଳୟର ପାଚେରି ଭୁଶୁଡ଼ି ପଡ଼ିଥିଲା। ସ୍ମାର୍ଟ କ୍ଲାସ୍‌ରୁମର ଛାତ ନିମ୍ନମାନର କରାଯାଇଥିବାରୁ ତା’ର ସିଲିଂଗୁଡିକ ଭାଙ୍ଗିରୁଜି ଯାଇଛି। ଏଥିସହ କବାଟଗୁଡିକ ଭାଙ୍ଗି ଗଲାଣି। ଏବେ ସ୍ମାର୍ଟ କ୍ଲାସରେ ଲାଗିଥିବା ଏଲ୍‌ସିଡିକୁ ଅନ ଏକ ଘର କୋଣରେ ରଖାଯାଇଛି। ଏଭଳି ଅବସ୍ଥାରେ ଛାତ୍ରୀଛାତ୍ରମାନେ ସ୍ମାର୍ଟ ସ୍କୁଲର ଲାଭ ଉଠାଇ ପାରୁନାହାନ୍ତି। ‘ମୋ ସ୍କୁଲ’ ଯୋଜନାରେ ହାଇସ୍କୁଲର ୧୯୮୪ ବ୍ୟାଚ୍‌ର ପୁରୁଣା ଛାତ୍ର ସଂଘ ପକ୍ଷରୁ ପ୍ରଥମ କିସ୍ତିରେ ୧୦ଲକ୍ଷ ଓ ପରେ ୧୩ ଲକ୍ଷ ଟଙ୍କା ହାଇସ୍କୁଲ ଆକାଉଣ୍ଟକୁ ଦାନ ଦିଆଯାଇଛି। ଏହାପରେ ସରକାର ପ୍ରଥମ କିସ୍ତିରେ ୩୦ ଲକ୍ଷ ଓ ପରେ ୧୯ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଦେଇଛନ୍ତି। ଏହି ଅର୍ଥରେ ବିଦ୍ୟାଳୟର ମରାମତି କାମ ଚାଲୁରହିଛି। ତେବେ ଚଳିତ ବର୍ଷା ଋତୁ ଭିତରେ ଘର କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏନେଇ ନିକଟରେ ଥିବା ଏସ୍‌ସିଏସ୍‌ଟି ଛାତ୍ରାବାସରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ହୋଇଛି ବୋଲି ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ପଣ୍ଡା ସୂଚନା ଦେଇଛନ୍ତି। ୩୨୩ ଛାତ୍ରୀଛାତ୍ରଙ୍କୁ ଅସ୍ଥାୟୀ ଭାବେ ଏହି ଛାତ୍ରାବାସରେ କେଉଁଭଳି ଭାବେ ଶିକ୍ଷାଦାନ ଦିଆଯିବ ସେନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।
ଏ ସମ୍ପର୍କରେ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ପଚାରାଯିବାରୁ ସେ କୌଣସିି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଏବେ ମରାମତି ଚାଲିଛି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପାଇଁ ପ୍ରଶାସନ ସଜାଗ ରହିବା ଉଚିତ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଭୟ କୁମାର ସାହୁ ପ୍ରତିକ୍ରିୟାରେ କହିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ...

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ...

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri