ବାଇଡେନଙ୍କ ଛାତିରୁ ବାହାରିଥିବା ଘା’ କ୍ୟାନସର ସେଲ ଥିଲା: ହ୍ୱାଇଟ ହାଉସ ଡାକ୍ତର

ୱାଶିଂଟନ,୪ ।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ରକୁ ନେଇ ହ୍ୱାଇଟ ହାଉସର ଡାକ୍ତର ଏକ ବଡ ଅପଡେଟ ସାମ୍ନାକୁ ଆଣିଛନ୍ତି । ହ୍ୱାଇଟ ହାଉସର ଚିକିତ୍ସକ ଡାକ୍ତର କେୱିନ ଓ’କନର ଶୁକ୍ରବାର କହିଛନ୍ତି, ଗତ ମାସରେ ବାଇଡେନଙ୍କ ଛାତିରୁ ବାହାରିଥିବା ଘା’ କ୍ୟାନସରର ‘ବେସଲ ସେଲ’ ଥିଲା । ଓ’କନର କହିଛନ୍ତି, ଯାହା ଅନୁମାନ କରାଯାଉଥିଲା କି, ବାୟୋପସିେରେ ସ୍ପଷ୍ଟ କରାଗଲା ଯେ ଛୋଟ ଘା ବେସଲ ସେଲ କାର୍ସିନୋମା ଥିଲା । ସେ କହିଛନ୍ତି ସମସ୍ତ କ୍ୟାନସରଯୁକ୍ତ ଉପକୋକୁ ସଫଳତାପୂର୍ବକ ହଟାଇ ଦିଆଯାଇଛି । ଏବେ ତାଙ୍କୁ କୌଣସି ଚିକିତ୍ସାର ଆବଶ୍ୟକତା ନାହିଁ ।
ଓ’କନର କହିଛନ୍ତି ବେସଲ ସେଲ କାର୍ସିନୋମା ଘା’ ମେଲେନୋମା ଅବା ସ୍କୱେମସ ସେଲ କାର୍ସିନୋମା ଭଳି କୌଣସି ଗୁରୁତର ଚର୍ମ କ୍ୟାନସର ଭଳି ମାଡିଯିବା ଅବା ମେଟାଷ୍ଟସାଇଜ ନୁହେଁ । କିନ୍ତୁ ବେସଲ ସେଲ ନିକଟରେ ଆକାର ବୃଦ୍ଧି କରିବାର କ୍ଷମତା ଥାଏ, ତେଣୁ ତାକୁ ସର୍ଜରୀ ମାଧ୍ୟମରେ ହଟାଇବାକୁ ପଡିଥାଏ । ନଚେତ୍ ସମସ୍ୟା ଗମ୍ଭୀର ହୋଇପାରେ । ଓ’କନର କହିଛନ୍ତି, ବାୟୋପସିର ସ୍ଥାନଟି ଭଲ ଭାବେ ଠିକ ହୋଇଯାଇଛି । ରାଷ୍ଟ୍ରପତି ବାଇଡେନ ନିଜର ବ୍ୟାପକ ସ୍ୱାସ୍ଥ୍ୟ ସେବାର ଅଂଶ ଭାବେ ଚର୍ମ ସମ୍ପର୍କିତ ସତର୍କତା ଜାରି ରଖିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri