Categories: ଖେଳ

ଲିଓନ ମେଣ୍ଡୋଙ୍କା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ଚେନ୍ନାଇ, ୧ା୧ (ପି.ଟି.)-ଇଟାଲୀରେ ଏକ ଟୁର୍ନାମେଣ୍ଟରେ ତୃତୀୟ ଓ ଫାଇନାଲ ନର୍ମ ହାସଲ କରିବାପରେ ଗୋଆର ୧୪ ବର୍ଷୀୟ ଲିଓନ ମେଣ୍ଡୋଙ୍କା ଭାରତର ୬୭ତମ ଚେସ୍‌ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ସେ ୧୪ବର୍ଷ ୯ ମାସ ଓ ୧୭ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି। ରାଜ୍ୟରେ ସେ ଦ୍ୱିତୀୟ ଗ୍ରାଣ୍ଡମାଷ୍ଟର ହୋଇପାରିଛନ୍ତି। ଏହି ଖେଳାଳି ଅକ୍ଟୋବରରେ ରିଗୋ ଚେସ୍‌ ଗ୍ରାଣ୍ଡମାଷ୍ଟର ରାଉଣ୍ଡ ରବିନରେ ତାଙ୍କ ପ୍ରଥମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଥିଲେ। ନଭେମ୍ବରର ବୁଦାପେଷ୍ଟରେ ଅନୁଷ୍ଠିତ ଫାଷ୍ଟ ସଟରଡେ ଇଭେଣ୍ଟରେ ଦ୍ୱିତୀୟ ଏବଂ ଇଟାଲୀର ଭର୍ଗାନୀ କପ୍‌ରେ ତାଙ୍କର ଅନ୍ତିମ ନର୍ମ ହାସଲ କରିଥିଲେ। ଭର୍ଗାନୀ କପ୍‌ରେ ସେ ୬.୫ପଏଣ୍ଟ ସହ ୟୁକ୍ରେନ୍‌ର ଭିଟାଲି ବର୍ନାଡସ୍କିଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ, କରୋନାଭାଇରସ ଜନିତ ଲକ୍‌ଡାଉନ୍‌ ଓ ଯାତାୟାତ କଟକଣା ଯୋଗୁ ମେଣ୍ଡୋଙ୍କା ଓ ତାଙ୍କ ବାପା ଲିନ୍‌ଡନ ଗତ ମାର୍ଚ୍ଚ ମାସରେ ୟୁରୋପରେ ଅଟକି ରହିଥିଲେ। ଏହାର ସୁଯୋଗରେ ମାର୍ଚ୍ଚରୁ ଡିସେମ୍ବର ୯ ମାସ ଧରି ସେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିବା ଲକ୍ଷ୍ୟ ନେଇ ବହୁ ଟୁର୍ନାମେଣ୍ଟରେ ଭାଗ ନେଲେ। ୧୬ ଟୁର୍ନାମେଣ୍ଟ ଖେଳିବା ଦ୍ୱାରା ତାଙ୍କ ୟେଲୋ ରେଟିଂ ୨୪୫୨ରୁ ବୃଦ୍ଧି ପାଇ ୨୫୪୪ରେ ପହଞ୍ଚତ୍ୟାଇଛି।

Share