Posted inଫୁରସତ

ଲିଜର ଟାଇମ୍‌

ଅଧୁନା ସମସ୍ତେ ନିଜ କାର୍ଯ୍ୟକୁ ନେଇ ନିଜ ନିଜ କ୍ଷେତ୍ରରେ ବେଶ୍‌ ତତ୍ପର। ନିଜ ଲକ୍ଷ୍ୟ ପୂରଣ କରି ଜଣେ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ହେବାକୁ ମଧ୍ୟ ସେମାନେ ନିଜ ସଂଗ୍ରାମ ଜାରି ରଖନ୍ତି। ଖାଲି ଯେ ସଫଳ ହେବା ପାଇଁ ସେମାନେ ଦିନ ରାତି ଏକ କରିଦିଅନ୍ତି, ତା’ ନୁହେଁ ବରଂ ସେଥିରୁ ସମୟ ବାହାର କରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ନିଜକୁ ନିୟୋଜିତ କରନ୍ତି; ଯାହା ସେମାନଙ୍କୁ ମାନସିକ ଶାନ୍ତି ଦେବା ସହ ସେମାନଙ୍କଠାରେ ସୃଷ୍ଟି କରିଥାଏ ସକାରାତ୍ମକ ଭାବନା…
ଟ୍ୟୁଶନ୍‌ କରିପାରିବେ: କୁହାଯାଏ, ପଢ଼ିଥିବା ପାଠକୁ ଅନ୍ୟକୁ ପଢ଼ାଇଲେ ତାହା ବେଶି ମନେରୁହେ। ତେଣୁ, ଯଦି ଆପଣ ଭଲ ପାଠ ପଢ଼ୁଛନ୍ତି, ତେବେ ସେଥିରୁ ସମୟ ବାହାର କରି ପିଲାଙ୍କୁ ପଢ଼ାଇପାରିବେ। ଏହା ଦ୍ୱାରା ଆପଣ ନିଜ ଜ୍ଞାନର ପରିସରକୁ ବୃଦ୍ଧି କରିବା ସହ ନିଜ କମ୍ୟୁନିକେଶନ ସ୍କିଲ୍‌ ଏବଂ ଭୋକାବୁଲାରିକୁ ମଧ୍ୟ ଷ୍ଟ୍ରଙ୍ଗ୍‌ କରିପାରିବେ। ପଢ଼ାଉଥିବା ବିଷୟରେ ଅଧିକ ଜ୍ଞାନ ମଧ୍ୟ ଆହରଣ କରିପାରିବେ।
ପାର୍ଟ ଟାଇମ୍‌ ଜବ୍‌ରୁ କରିହେବ ରୋଜଗାର: ଯଦି ଆପଣ ଏବେ ଛାତ୍ର ଅଛନ୍ତି କିମ୍ବା କୌଣସି କାର୍ଯ୍ୟରେ ଜଡ଼ିତ, ତେବେ ଆପଣ ଚାହିଁଲେ ବିଭିନ୍ନ କ୍ଷେତ୍ରରେ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ପାର୍ଟ ଟାଇମ୍‌ ଜବ୍‌ କରିପାରିବେ। ନିଜ ଫିଲ୍ଡ ବ୍ୟତୀତ ରୁଚି ଥିବା ଯେକୌଣସି ଦିଗ ଯଥା ଡ୍ରାଇଭିଂ, ଟେଲରିଂ ଆଦି କରିପାରିବେ। ଏଥିରୁ ଆପଣ ରୋଜଗାର ବି କରି ନିଜ ପଢ଼ା ଖର୍ଚ୍ଚ ତୁଲାଇ ପାରିବେ। ଲକ୍ଷ୍ୟ ପୂରଣ କରିବା ଦିଗରେ ଚେଷ୍ଟା ଜାରି ରଖିବା ସହ ଅନେକ ନୂଆ ନୂଆ କ୍ଷେତ୍ର ବିଷୟରେ ମଧ୍ୟ ଜାଣିପାରିବେ, ଯାହା ଭବିଷ୍ୟତରେ ବହୁତ ସାହାଯ୍ୟ କରିବ।
ମାନସିକ ଶାନ୍ତି ଦେବ ଗାର୍ଡେନିଂ: ବାସସ୍ଥାନ ଆଉ ବଗିଚା, ଉଭୟେ ପରସ୍ପରର ପରିପୂରକ। ଦିନସାରା କାର୍ଯ୍ୟବ୍ୟସ୍ତତା ମଧ୍ୟରେ ରହି ଯଦି କିଛି ସମୟ ବଗିଚାରେ ବିତାଉଛନ୍ତି, ତେବେ ଏହା ଆପଣଙ୍କୁ ନିଶ୍ଚୟ ରିଲାକ୍ସ ଫିଲ୍‌ କରାଇବ। ବଗିଚାରେ ଥିବା ଗଛଗୁଡ଼ିକର ହାଲୁକା ପବନ ସାଙ୍ଗକୁ ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ ମନକୁ ଶାନ୍ତି ପ୍ରଦାନ କରିବା ସହ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବା ପାଇଁ ଏହା ସକାରାତ୍ମକ ଭାବନା ସୃଷ୍ଟି କରିବ। ଗାର୍ଡେନିଂ ଏପରି ଏକ କାମ, ଯାହା ଆପଣଙ୍କୁ ଉଭୟ ଶାରୀରିକ ଓ ମାନସିକ ଭାବେ ଦୃଢ଼ କରିବାରେ ସାହାଯ୍ୟ କରିବ।
ଟ୍ରାଏ କରନ୍ତୁ ନୂଆ ରେସିପି: ବର୍ତ୍ତମାନ ହେଉଛି ସୋସିଆଲ ମିଡିଆର ଯୁଗ। ଯେ କୌଣସି ନୂଆ କାର୍ଯ୍ୟ କରିବାକୁ ଚାହିଁଲେ ଆମେ ଏଥିରୁ ସହଜରେ ଶିଖିପାରିବା। ଯଦି ଆପଣଙ୍କୁ ନୂଆ ନୂଆ ଆଇଟମ୍‌ ଖାଇବାକୁ ପସନ୍ଦ ଅବା କୁକିଂ ପ୍ରତି ରୁଚି ରହିଛି, ତେବେ ନିଜ ଦୈନନ୍ଦିନ ଜୀବନରୁ କିଛି ସମୟ ଫାଙ୍କା ପାଇଲେ କିଛି ନୂଆ ରେସିପି ଟ୍ରାଏ କରନ୍ତୁ।
ଘରେ ମା’ଙ୍କଠାରୁ ବି ନୂଆ ନୂଆ ରେସିପି ଶିଖି ରାନ୍ଧି ଅନ୍ୟମାନଙ୍କୁ ଖୁଆଇପାରିବେ। ଏହା ଏକ ପ୍ରକାର ଖୁସି ଦେବା ସହ ନୂଆ ନୂଆ ଜିନିଷ ଜାଣିବା ପାଇଁ ମନରେ ଆଗ୍ରହ ସୃଷ୍ଟି କରିବ।
ଲେଖାଲେଖି ବି କରିପାରିବେ: ଅନେକ ଲୋକ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ରହି ନିଜର ଅବସର ସମୟକୁ ଅଯଥାରେ ସାରିଦିଅନ୍ତି। ହେଲେ, ଯଦି ଆପଣଙ୍କର ଲେଖାଲେଖିରେ ରୁଚି ରହିଛି ଏବଂ ସମୟ ଅଭାବରୁ ଏହା କରିପାରୁନାହାନ୍ତି, ତେବେ ଏହି ଲିଜର୍‌ ଟାଇମ୍‌ ଆପଣଙ୍କ ପାଇଁ ବେଷ୍ଟ ସମୟ। ଲେଖିବା ଦ୍ୱାରା ଆପଣଙ୍କ ସୃଜନଶୀଳତା ବୃଦ୍ଧି ହେବ। କେବଳ ଏତିକି ନୁହେଁ, ବିଭିନ୍ନ ବିଷୟରେ ଲେଖାଲେଖି କରି ଖବରକାଗଜ, ମାଗାଜିନ୍‌ ଏବଂ ଓ୍ବେବ୍‌ସାଇଟ୍‌ ଆଦିକୁ ନିଜ ଲେଖା ପଠାଇ ଫ୍ରିଲାନ୍ସ ରାଇଟର୍‌ ଭାବେ କାର୍ଯ୍ୟ କରିପାରିବେ ଏବଂ କିଛି ଅର୍ଥ ରୋଜଗାର ବି କରିପାରିବେ।

ଘର ସଜାଇପାରିବେ: ନିଜ କାର୍ଯ୍ୟ କରିବା ମଧ୍ୟରେ ଯଦି କିଛି ସମୟ ପାଉଛନ୍ତି, ନିଜ ଇଚ୍ଛା ମୁତାବକ ଘରକୁ ସଜାଇପାରିବେ। ଯଦି ଡ୍ରଇଂ କିମ୍ବା କ୍ରାଫ୍ଟ କରିବାରେ ଆପଣଙ୍କର ଆଗ୍ରହ ଥାଏ, ତେବେ ପେପର୍‌ କିିମ୍ବା ଡ୍ରଇଂ ସିଟ୍‌ରେ ବିଭିନ୍ନ ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌ ପ୍ରସ୍ତୁତ କରି କାନ୍ଥରେ ଟାଙ୍ଗିପାରିବେ। ଏହା ଘରକୁ ଆକର୍ଷଣୀୟ ଲୁକ୍‌ ଦେବା ସହ କାମ କରିବା ପାଇଁ ଉତ୍ସାହ ଯୋଗାଇବ।

କ’ଣ କୁହନ୍ତି ଏମାନେ…

ସିତେଶ୍‌ କୁମାର ସାହୁ (କଣ୍ଟିଲୋ, ନୟାଗଡ଼)- ଆକ୍ଟିଂରେ କ୍ୟାରିୟର୍‌ ଗଢ଼ିବା ମୋ ଲକ୍ଷ୍ୟ, ହେଲେ ଯେହେତୁ ଏବେ ଛାତ୍ର ଅଛି ସେଥିପାଇଁ ପାଠକୁ ବେଶି ଗୁରୁତ୍ୱ ଦେଉଛି। ତଥାପି ଆକ୍ଟିଂ ଶିଖିବା ପାଇଁ ସମୟ ବାହାର କରୁଛି। ଏହା ସହ ଫାଙ୍କା ସମୟରେ ବାପା ବାହାରେ ରହୁଥିବାରୁ ଘର ପାଇଁ ପରିବା ଆଣିବା, ଇଲେକ୍ଟ୍ରି ବିଲ୍‌ ଦେବା, ସାନ ଭାଇ କଥା ବୁଝିବା ଆଦି ସବୁ ମଧ୍ୟ ବୁଝିଥାଏ। ତେଣୁ ପ୍ରତିଦିନ ଅବସର ସମୟକୁ ପରିବାର ସହ ହିଁ କଟାଏ। ସେମାନେ ବି ମୋତେ ଆକ୍ଟିଂ କରିବା ଦିଗରେ ଉତ୍ସାହିତ କରୁଥିବାରୁ ମୋତେ ଆଗକୁ ବଢ଼ିବାକୁ ଏହା ପ୍ରେରଣା ଦିଏ।
ସ୍ବାଗତିକା ହୋତା (ଦାରିଙ୍ଗବାଡ଼ି, କନ୍ଧମାଳ)- କୋଭିଡ୍‌ ପାଇଁ ଏବେ ଘରେ ରହୁଥିବାରୁ ପାଠକୁ ହିଁ ବେଶି ସମୟ ଦେଉଛି। ଯେହେତୁ ନୂଆ ନୂଆ ରେସିପି କରିବାକୁ ମୋତେ ଭଲ ଲାଗେ, ସେଥିପାଇଁ ପାଠରୁ ସମୟ ମିଳିଲେ ମା’ଙ୍କ ସହ ମିଶି ରୋଷେଇ କରେ ଏବଂ ତାଙ୍କଠାରୁ ନୂଆ ରେସିପି ମଧ୍ୟ ଶିଖେ। ଏଇ ୨ ବର୍ଷ ହେଲା ଘରେ ରହି ଅନେକ ଆଇଟମ୍‌ କରିବା ଶିଖିଗଲିଣି। ଏହା ଛଡ଼ା ଘର ସଜାଇବାରେ ରୁଚି ଥିବାରୁ ମଝିରେ ମଝିରେ ଘର ବି ସଜାଏ। ଘର ପାଖରେ ଛୋଟ ଛୋଟ ପିଲା ୨ଜଣ ଥିବାରୁ ସେମାନଙ୍କ ସହ ଖେଳେ ଆଉ ସେମାନଙ୍କୁ ପାଠ ବି ପଢ଼ାଏ।
ତିତିଲି ପାତ୍ର (ପୁରୀ)- ପଢ଼ାପଢ଼ି ଛଡ଼ା ଅବସର ବିନୋଦନ ପାଇଁ ମୋତେ ଟ୍ରାଭେଲିଂ କରିବାକୁ ଭଲ ଲାଗେ। ନୂଆ ଜାଗାକୁ ଯାଏ ଓ ନୂଆ ଲୋକଙ୍କ ସହ ମିଶି ସେମାନଙ୍କ ବିଷୟରେ ବି ଜାଣେ, ଖାସ୍‌ କରି ସେଠାକାର ଖାଇବା ଶୈଳୀ। ଆଉ ସେସବୁ ବିଷୟରେ ମୁଁ ସୋସିଆଲ ମିଡିଆରେ ଅପଲୋଡ୍‌ କରି ଖୁସି ବି ସାଉଁଟେ। ଫ୍ରି ସମୟରେ ସାଙ୍ଗମାନଙ୍କ ସହ ହିଁ ବୁଲିବାକୁ ପଳାଏ। ସବୁବେଳେ ସ୍କୁଟିରେ ଲଙ୍ଗ୍‌ ଡ୍ରାଇଭ୍‌ କରିବାକୁ ଭଲପାଏ। ଏମିତି ବାହାରେ ଟିକେ ବୁଲାବୁଲି କରି ଅବସର ସମୟରେ ଭରପୂର ମଜା ନିଏ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

IPL 2026 Auction: ଅକ୍ସନର ଫାଇନାଲ ଲିଷ୍ଟରେ ବାଜିଲା ମୋହର, ୧୦୦୦ ଖେଳାଳି ଆଉଟ, ଷ୍ଟାର ଖେଳାଳିଙ୍କ ସରପ୍ରାଇଜ ଏଣ୍ଟ୍ରି

ନୂଆଦିଲ୍ଲୀ,୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି-ନିଲାମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri