ପୁରୁଣା ବହିରେ ଅବକାଶକାଳୀନ ହୋମଓ୍ବାର୍କ

ରାୟଗଡ଼ା,୯ା୫(ସ୍ବ.ପ୍ର.): ଗ୍ରୀଷ୍ମ ଅବକାଶରେ ପାଠପଢ଼ା ଜାରି ରଖିବା ଲାଗି ପିଲାମାନଙ୍କୁ ଶିକ୍ଷକ ହୋମଓ୍ବାର୍କ ଦେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଘରେ ରହି ସୁବିଧାରେ ପାଠ ପଢ଼ିବା ପାଇଁ ଏହି ଯୋଜନା ହେଲା। ଏଥିପାଇଁ ଜିଲାସ୍ତରରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଗଲା। କ୍ଲଷ୍ଟରସ୍ତରରେ ବହି ବଣ୍ଟନ ପାଇଁ ସିଆର୍‌ସିମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷକମାନଙ୍କୁ ବିଭାଗରୁ ଦିଆଯାଇଥିବା ଗଣିତ, ଭାଷା ଏବଂ ପରିବେଶ ପାଠ ବିଷୟରେ ପ୍ରସ୍ତାବିତ ହୋମ୍‌ୱାର୍କର ନକଲ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ନିର୍ଦ୍ଦେଶ ରହିଥିଲା। ମେ ୧ରୁ ଉକ୍ତ ଯୋଜନା ଲାଗୁ ହୋଇ ସପ୍ତାହେ ବିତିଯାଇଥିଲେ ବି ସବୁଠି ଏହା ସୂଚାରୁରୂପେ କାର୍ଯ୍ୟକାରୀ ହୋଇନି। ଅଧିକାଂଶ ସ୍ଥାନରେ ଛାତ୍ରୀଛାତ୍ରଙ୍କୁ ନୂଆ ବହି ମିଳିପାରିନାହିଁ। ତେଣୁ ପିଲାମାନେ ପୁରୁଣା ବହିରେ ହୋମୱାର୍କ କରୁଥିବା କେତେଜଣ ଅଭିଭାବକ ସୂଚନା ଦେଇଛନ୍ତି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୨୦ ତାରିଖରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲା ଶିକ୍ଷାଧିକାରୀମାନଙ୍କୁ ହଲି ଡେ’ ହୋମୱାର୍କ କାର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ। ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶ୍ରେଣୀଭିତ୍ତିିରେ କିଭଳି ଶିକ୍ଷା ସହିତ ଜଡ଼ିତ ରଖିହେବ ସେ ନେଇ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନରେ ସହାୟତା ପାଇଁ ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ୧୫ଟି ନିର୍ଦ୍ଦେଶାବଳୀ ଦିଆଯାଇଥିଲା। ପିଲାଙ୍କୁ ବିଭାଗ ଦ୍ୱାରା ପ୍ରସ୍ତୁତ ଅବକାଶକାଳୀନ ହୋମୱାର୍କ ପତ୍ରିକାର ନକଲ ଦେବା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ରହିଥିଲା। ଏନେଇ ଖର୍ଚ୍ଚ ହେବାକୁ ଥିବା ଟଙ୍କା ମାଧ୍ୟମିକସ୍ତରରେ ଏଲଇପି ଓ ପ୍ରାଥମିକସ୍ତରରେ କମ୍ପୋଜିଟ ସ୍କୁଲ ପାଣ୍ଠିରୁ ଖର୍ଚ୍ଚ କରିବାକୁ କୁହାଯାଇଥିଲା। ଏହା ସତ୍ତ୍ୱେ କେତେକ ସ୍କୁଲ କତ୍ତୃପକ୍ଷ ପିଲାଙ୍କୁ ହାତଲେଖା ନକଲ ଦେଇଥିବା ଦେଖାଦେଇଛି। ସେହିପରି ହୋମୱାର୍କ ସମୟରେ ପିଲାଙ୍କୁ ପାଠ୍ୟପୁସ୍ତକ ନିହାତି ଆବଶ୍ୟକ। ତେଣୁ ବିଭାଗ ପକ୍ଷରୁ ସିଆରସିମାନଙ୍କୁ ଶୀଘ୍ର ବହି ବଣ୍ଟନ ନିର୍ଦ୍ଦେଶ ରହିଥିବା ବେଳେ କେତେକ ଶିକ୍ଷକ ବିଇଓ ଅଫିସରୁ ବହି ନେଇ ନିଜ ପାଖରେ ରଖିଛନ୍ତି। ଆଉ କେତେଜଣ ଶିକ୍ଷକ ବହି ପାଇଥିଲେ ମଧ୍ୟ ବଂଟନ କରିନଥିବା ଅଭିଯୋଗ ହୋଇଛି। ଏନେଇ କେତେଜଣ ସିଆରସି ଓ ପ୍ରଧାନଶିକ୍ଷକଙ୍କ ସହ ଯୋଗାଯୋଗ କରିବାରୁ ନାମ ଗୋପନ ସର୍ତ୍ତରେ କହିଛନ୍ତି, ସମସ୍ତ ଛାତ୍ରୀଛାତ୍ରଙ୍କୁ ନୂତନ ପୁସ୍ତକ ଓ ପ୍ରିଣ୍ଟେଡ ଫର୍ମାଟ ଦିଆଯାଇପାରିନାହିଁ  ଖୁବଶୀଘ୍ର ଦିଆଯିବ। ଏନେଇ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହୋଇଛି। ଏ ବିଷୟରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଭଜନଲାଲ ମାଝିଙ୍କୁ ପଚାରିବାରୁ ହେଲ୍ପ ଡେସ୍କ ପକ୍ଷରୁ ବହି ବଣ୍ଟନ ଓ ପ୍ରିଣ୍ଟ ଫର୍ମାଟ ଦିଆଯାଇଥିବା ନେଇ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିୟମିତ ପଚରାଯାଉଥିବା ପ୍ରକାଶ କରିଛନ୍ତି। ଯଦି ସେଭଳି କୌଣସି ଅଭିଯୋଗ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri