ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ବ୍ୟସ୍ତ ବିଧାୟକ: ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ , ଛାତ୍ରୀଛାତ୍ରଙ୍କ ଧାରଣା

ମୋରଡା,୨୨/୬(ସ୍ମାରକ ମାଜୀ): ଜୁନ କୋଡିଏ ତାରିଖରେ ମୟୂରଭଞ୍ଜ ଜିଲାରେ ଭାଜପା ସରକାର ୨ ବର୍ଷ ପୂର୍ତ୍ତି ପାଳନ କରି ସଫଳତାର ଗାଥା ଗାଉଥିବା ବେଳେ ମୋରଡା ନିର୍ବାଚନମଣ୍ଡଳୀ ଅଧୀନ ରାସଗୋବିନ୍ଦପୁର ବ୍ଲକରେ ଦେଖିବାକୁ ମିଳିଛି ଭାଜପା ସରକାରର ଅସଲ ଚିତ୍ର। ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ଗାଁଅମର୍ଦା ପଞ୍ଚାୟତର ନୂଆସାହିରେ ପାଣିର ଉତ୍କଟ ସମସ୍ୟା ଦେଖିବାକୁ ମିଳିଛି। ଉକ୍ତ ସାହିରେ ପଚାଶରୁ ଊର୍ଦ୍ଧ୍ବ  ପରିବାର ବସବାସ କରୁଥିବା ବେଳେ ଉକ୍ତ ସାହିକୁ ବସୁଧା ପାନୀୟ ଜଳ ସଂଯୋଗ ହୋଇନାହିଁ। ସାହିରେ ଦୁଇଟି ନଳକୂପ ଥିଲେ ମଧ୍ୟ ଗୋଟିଏ ସମ୍ପୂର୍ଣ ଖରାପ ହୋଇଥବା ବେଳେ ଅନ୍ୟ ଗୋଟିଏ ନଳକୂପରେ ଗୋଳିଆ ନାଲି ପାଣି ବାହାରୁଥିବାରୁ ଏହା ସମ୍ପୂର୍ଣ ଅନୁପଯୋଗୀ ବୋଲି ଗ୍ରାମବାସୀ କହିଛନ୍ତି। ସେହିପରି ଅନ୍ୟ ଏକ ପରିତ୍ୟକ୍ତ କୂଅରୁ ଲୋକେ ପାଣି ବ୍ୟବହାର କରୁଥିବା  ଦେଖିବାକୁ ମିଳିଛି। ତେବେ ପିଇବା ପାଇଁ ଲୋକେ ପଡୋଶୀ ବାଲେଶ୍ଵର ଜିଲା ବସ୍ତା ବ୍ଲକର ସୁନ୍ଦରକୁଲି ଗ୍ରାମରୁ ପାଣି ଆଣୁଛନ୍ତି।

ତେବେ ଏତିକିରେ ଉକ୍ତ ସାହିର ସମସ୍ୟା ସରି ନାହିଁ। ଉକ୍ତ ସାହିରେ ଥିବା ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର ମାନେ ମଧ୍ୟ ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ବିଦ୍ୟାଳୟରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମୋଟ ୪୧ପିଲା ପାଠ ପଢୁଛନ୍ତି। ତେବେ ପାଣି ସମସ୍ୟା ଯୋଗୁ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ବ୍ୟବହୃତ କରୁଥିବା ଥାଳି ସ୍ଥାନୀୟ ପୋଖରୀ ପାଣିରେ ଧୋଉଛନ୍ତି ଏବଂ ପିଲା ମାନେ ଶୌଚ ହେବା ପାଇଁ ମଧ୍ୟ ଉକ୍ତ ପୋଖରୀକୁ ଯାଉଛନ୍ତି, ଯାହା ଫଳରେ ହଇଜା, ଟାଇଫଏଡ ଭଳି ରୋଗ ସଂକ୍ରମଣର ଆଶଙ୍କା ଦେଖା ଦେଇଛି।
ଉକ୍ତ ସମସ୍ୟା ବାବଦରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣର କନିଷ୍ଠ ଯନ୍ତ୍ରୀ ଏବଂ ପରେ ରାସଗୋବିନ୍ଦପୁର ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇ ପାରିନାହିଁ। ଶେଷରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ଼ ଗ୍ରାମବାସୀ ଲିଖିତ ଭାବେ ମୋରଡା ବିଧାୟକ ତଥା ଗୃହ ଓ଼ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଗତ ଏପ୍ରିଲ ୧୩ ତାରିଖରେ ଜଣାଇଥିଲେ ମଧ୍ୟ ସମସ୍ୟା ସମଧାନ ନହେବାରୁ ସୋମବାର ବାଧ୍ୟ ହୋଇ ଅଭିଭାବକ ଓ଼ ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଏବାବଦରେ ବିଡିଓ ଅନନ୍ତ କୁମାର ହାଁସଦାଙ୍କୁ ପଚାରିବାରୁ ବିଦ୍ୟାଳୟରେ ଏକ ନୂତନ ନଳକୂପ ସ୍ଥାପନ ପାଇଁ ଟଙ୍କା ମଞ୍ଜୁରୀ ହୋଇଛି, ଯଥାଶୀଘ୍ର ନଳକୂପ ସ୍ଥାପନ ହେବ ବୋଲି କହିଛନ୍ତି। ସେପଟେ ମୋରଡା ବିଧାୟକ ମହାପାତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ବ୍ୟସ୍ତ ବୋଲି ଅଞ୍ଚଳବାସୀ ଆଲୋଚନା କରୁଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାକୁ ନେଇ ଆସିଲା ଚମକାଇଦେଲା ଭଳି ଖବର: କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ, ୭।୮: IPL ୨୦୨୬ ସିଜନ ଶେଷ ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। IPL ୨୦୨୪ରେ…

ଦିନକ ଭିତରେ ଆଣ୍ଠୁମାଡ଼ିଲା ବାଂଲାଦେଶ: ଭାରତଠାରୁ ମାଗିଲା…

ନୂଆଦିଲ୍ଲୀ, ୭।୮: ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଭାରତରୁ ବାଂଲାଦେଶକୁ ପ୍ରାୟ ୫,୦୦୦ ମେଟ୍ରିକ ଟନ ଡିଜେଲ ପଠାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ…

ପ୍ରଥମେ ଛେଳି ଚୋରି କଲେ, ତା’ପରେ ତାଲା ଭାଙ୍ଗି ବ୍ୟାଙ୍କରେ ପଶିଲେ: ୩ ଜଣଙ୍କୁ…

ଅତାବିରା/ଗୋଡ଼ଭଗା, ୭/୮(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସ୍ଥିତ ୟୁକୋ ବ୍ୟାଙ୍କରେ ବିଳମ୍ବିତ ରାତିରେ ଚୋରି…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଘୋଷଣା ହେଲା ନୂଆଁଖାଇ ଲଗ୍ନ: ପଶ୍ଚିମ ଓଡ଼ିଶାରେ ଉତ୍ସାହ ଆରମ୍ଭ

ବଲାଙ୍ଗୀର, ୭।୮( ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri