ବାରବାଟୀରେ ଲିଜେଣ୍ଡ୍ସ ଲଢ଼େଇ

କଟକ, ୨୮।୯(ସ୍ପୋଟର୍‌ସ ବ୍ୟୁରୋ): ବାରବାଟୀ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଲିଜେଣ୍ଡ୍ସ ଲିଗର ନବମ ମ୍ୟାଚରେ ଭିଲୱାରା କିଙ୍ଗ୍ସ ୫୭ ରନରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ଉଇକେଟ ହରାଇ ୨୨୨ ରନ୍‌ କରିଥିବା ବେଳେ ଗୁଜରାଟ ଜାଏଣ୍ଟ୍ସ ୧୯.୫ ଓଭରରେ ୧୬୫ ରନରେ ସୀମିତ ରହିଥିଲା। ଏଥି ସହିତ ବିଜୟ ଧାରାକୁ ଫେରିଛି ଇରଫାନ ପଠାନଙ୍କ ଭିଲୱାରା କିଙ୍ଗସ୍‌। ଗୁଜରାଟ ଅଧିନାୟକ ବୀରେନ୍ଦ୍ର ସେହ୍ବାଗ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ସେହିପରି ବିସ୍ଫୋରକ ୱେଷ୍ଟଇଣ୍ଡିଜ ଓପନର କ୍ରିସ୍‌ ଗେଲ ଏହି ମ୍ୟାଚରେ ନିଜର ଲିଜେଣ୍ଡ୍ସ ଲିଗ୍‌ ପଦାର୍ପଣ କରିଥିଲେ।
ବାରବାଟୀରେ ଖେଳା ଯାଇଥିବା କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଓପନିଂରେ ଶତକୀୟ ଭାଗୀଦାରି ଦେଖିବାକୁ ମିଳିଥିଲା। କିଙ୍ଗ୍ସ ପକ୍ଷରୁ ଓପନ କରୁଥିବା ଓ୍ବିଲିୟମ ପୋର୍ଟରଫିଲ୍ଡ (୬୪) ଓ ଭାନ୍‌ ୱିକ୍‌ (୫୦) ପ୍ରଥମ ଉଇକେଟରେ ଯୋଡିଥିଲେ ୧୧୭ ରନ୍‌। ପୋର୍ଟରଫିଲ୍ଡ ୩୩ ବଲ ଖେଳି ୧୦ ଚୌକା ଓ ୨ ଛକା ମାରିଥିଲେ। ଏହାର ପରବର୍ତ୍ତୀ ଓଭରରେ ଗ୍ରେମ୍‌ ସ୍ବାନ୍‌ ବିପଜ୍ଜନକ ଭାନ୍‌ ୱିକଙ୍କୁ ଆଉଟ କରିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ଇରଫାନ ପଠାନ ୩ ଛକା ଓ ୧ ଚୌକା ସହିତ ୩୪ ରନ୍‌ କରିଥିଲେ। ଜେସଲ୍‌ କେରିଆ(୪୩) ଓ ୟୁସୁଫ୍‌ ପଠାନ୍‌(୧୪) ଦଳକୁ ୨୦୦ ରନ୍‌ ପାର କରାଇଥିଲେ। ୨୯ ବଲ୍‌ ଖେଳିଥିବା କେରିଆ ୫ ଚୌକା ଓ ୧ ଛକା ମାରିଥିଲେ। ଜାଏଣ୍ଟ୍ସ ଓ ପକ୍ଷରୁ ଅଶୋକ ଦିଣ୍ଡା, ଗ୍ରେମ୍‌ ସ୍ବାନ, ଥିସାରା ପେରେରା ଓ କେ. ପି. ଅପନ୍ନା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୨୩ ରନର ଲକ୍ଷ୍ୟ କଷ୍ଟସାଧ୍ୟ ଥିବାରୁ ସେହ୍ବାଗ ଓ ଗେଲଙ୍କ ଠାରୁ ସ୍ଥାନୀୟ ଦର୍ଶକ ବଡ ଇନିଂସ ଆଶା କରୁଥିଲେ। ମାତ୍ର ନିରାଶ ହେବାକୁ ପଡିଥିଲା। ସେହ୍ବାଗ ୨୦ ବଲରୁ ୨୭ ଓ ଗେଲ ୨୦ ବଲରୁ ୧୫ ରନ କରି ଜେସଲ କେରିଆଙ୍କ ଶିକାର ହୋଇଥିଲେ। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ୭୪ ରନରେ ୭ ଉଇକେଟ ହରାଇଥିଲା। ଶେଷ ଆଡକୁ ଯଶପାଲ ଶର୍ମାଙ୍କ ୨୯ ବଲ ୫୭ ରନ ବଳରେ ଦଳ ୧୬୫ ରନରେ ପହଞ୍ଚତ୍ ପାରିଥିଲା। କିଙ୍ଗ୍ସ ପକ୍ଷରୁ ଏସ୍‌.ଶ୍ରୀସନ୍ଥ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଜେସଲ କେରିଆ ଓ ଫିଦେଲ ଏଡୱାଡର୍‌ସ ୨ଟି ଲେଖାଏ ଉଇକେଟ ନେଇଥିଲେ। ପୋର୍ଟରଫିଲ୍ଡ ପ୍ଲେୟର ଅଫ୍‌ ଦ ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଭିଲୱାରା କିଙ୍ଗ୍ସ ୨୦ ଓଭରରେ ୨୨୨/୪ (ପୋର୍ଟରଫିଲ୍ଡ-୬୪, ମର୍ନେ ଭାନ ୱିକ୍‌-୫୦, ଜେସଲ୍‌ କାରିଆ-୪୩, ଇରଫାନ ପଠାନ-୩୪, କେ.ପି. ଅପନ୍ନା-୧/୩୩, ଗ୍ରେମ୍‌ ସ୍ବାନ୍‌-୧/୩୪, ଅଶୋକ ଦିଣ୍ଡା-୧/୩୭, ଥିସାରା ପେରେରା-୧/୫୬ )। ଗୁଜରାଟ ଜାଏଣ୍ଟ୍ସ ୧୯.୪ ଓଭର ୧୬୫/ଅଲ୍‌ଆଉଟ (ଯଶପାଲ ଶର୍ମା-୫୭, ବୀରେନ୍ଦ୍ର ସେହ୍ବାଗ-୨୭, ଏସ୍‌. ଶ୍ରୀସନ୍ଥ-୩/୩୬, ଜେସଲ୍‌ କାରିଆ-୨/୨୨, ଫିଡେଲ ଏଡୱାଡର୍‌ସ-୨/୩୦)।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri