ପରଲୋକରେ କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ, ୭୬ ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ

ନୂଆଦିଲ୍ଲୀ,୨୩।୭: କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ ଆଉ ନାହାନ୍ତି। ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରିନ୍ସ ଅଫ ଡାର୍କନେସ’ ଓଜି ୨୦୧୯ରେ ପାର୍କିନ୍ସନ୍ସ ରୋଗରେ ପୀଡିତ ଥିଲେ। ତଥାପି, ଗାୟକଙ୍କ ପରିବାର ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିନାହାଁନ୍ତି।

ବ୍ରିଟିଶ ହେଭି ମେଟାଲ ବ୍ୟାଣ୍ଡ ବ୍ଲାକ ସବାଥର ମୁଖ୍ୟ ଗାୟକ ଜନ ମାଇକେଲ ‘ଓଜି ଅସବୋର୍ନ’ ଜଣେ ଲୋକପ୍ରିୟ ଗାୟକ ଏବଂ ଗୀତିକାର ଥିଲେ। ତାଙ୍କର ଜନ୍ମ ୩ ଡିସେମ୍ବର ୧୯୪୮ରେ ୟୁନାଇଟେଡ କିଙ୍ଗଡମର ମାର୍ଷ୍ଟନ ଗ୍ରୀନ୍‌ରେ ହୋଇଥିଲା। ସେ ୧୯୭୦ ଦଶକରେ ହେଭି ମେଟାଲ ବ୍ୟାଣ୍ଡ ବ୍ଲାକ ସବାଥର ମୁଖ୍ୟ ଗାୟକ ଭାବରେ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଏହି ସମୟରେ ତାଙ୍କୁ ‘ପ୍ରିନ୍ସ ଅଫ ଡାର୍କନେସ’ ନାମ ମିଳିଥିଲା।

ବର୍ଷ ବର୍ଷ ଧରି ପାର୍କିନ୍ସନ୍ସ ରୋଗ ସହିତ ଲଢ଼ିବା ପରେ, ଜୁଲାଇ ୨୨ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଗାୟକ। ଓଜିଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତି ମାଧ୍ୟମରେ ନିଶ୍ଚିତ କରାଯାଇଛି।

‘ବ୍ଲାକ ସବାଥ’ ବ୍ୟାଣ୍ଡ ସହିତ ନିଜ କ୍ୟାରିଅର୍‌ ଆରମ୍ଭ କରିଥିବା ଓଜି ଅସବୋର୍ନ ପରେ ତାଙ୍କ ଏକକ କ୍ୟାରିଅରରେ ମଧ୍ୟ ବହୁତ ସଫଳତା ହାସଲ କରିଥିଲେ। ମଞ୍ଚରେ ତାଙ୍କର ଶକ୍ତିଶାଳୀ କଣ୍ଠସ୍ବର ଏବଂ ଜ୍ୱଳନ୍ତ ପ୍ରଦର୍ଶନ ତାଙ୍କୁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପ୍ରିୟ କରିଦେଇଥିଲା।

କେବଳ ଅନ୍ତର୍ଜାତୀୟ କଳାକାର ନୁହେଁ, ବରଂ ଭାରତୀୟ ସିନେମା ସେଲିବ୍ରିଟିମାନେ ମଧ୍ୟ ଏହି ଖବରରେ ଦୁଃଖିତ। ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ଓଜିଙ୍କ ଏକ ଫଟୋ ଶେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରଣବୀରଙ୍କ ବ୍ୟତୀତ, ହାସ୍ୟାଭିନେତା ଏବଂ ଅଭିନେତା ବୀର ଦାସ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଅତ୍ୟନ୍ତ ଦୁଃଖଦ। ଜଣେ ମହାନ ବ୍ୟକ୍ତିତ୍ୱ, ଯାହାଙ୍କ କ୍ଷତି କେବେ ପୂରଣ ହେବ ନାହିଁ।’

 


Enter your email to get our daily news in your inbox.

All Right Reserved By Dharitri.Com

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri