ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ୍‌ ନୋଟିସ୍‌

କଟକ ଅଫିସ,୨୮ା୧୦: ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ୍‌ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ ଆଇନଜୀବୀ ସନ୍ଦୀପନ ମିଶ୍ର। କାହିଁକି ପ୍ରତାପଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ସେ ନେଇ ଉତ୍ତର ରଖିବାକୁ ନୋଟିସ୍‌ରେ କୁହାଯାଇଛି। ୭ ଦିନ ମଧ୍ୟରେ ଉତ୍ତର ନ ରଖିଲେ ହାଇକୋର୍ଟରେ ମାମଲା ରୁଜୁ ହେବ। ହିନ୍ଦୁ ଧର୍ମକୁ ଅସମ୍ମାନ କଲା ଭଳି କଥା ଏବଂ ଗଣମାଧ୍ୟମରେ ସୂର୍ଯ୍ୟପରାଗକୁ ନେଇ ଆପତ୍ତିଜନକ ତଥ୍ୟ ରଖିଥିବା ପ୍ରତାପ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ ଆଇନଜୀବୀ ସନ୍ଦୀପନ କହିଛନ୍ତି।