Posted inଜାତୀୟ

ଆଇନଗତ ଦ୍ୱନ୍ଦ୍ୱ, ମହିଳା ପୁରୁଷଙ୍କୁ କରିପାରିବେ କି ବଳାତ୍କାର, ହାଇକୋର୍ଟଙ୍କ ମୌଖିକ ଟିପ୍ପଣୀ…

ଥିରୁଭାନନ୍ତପୁରମ୍‌, ୧୩।୬ : ଜଣେ ମହିଳା ପୁରୁଷକୁ ବଳାତ୍କାର କରିପାରିବ କି? ବଳାତ୍କାର ବିରୋଧରେ ଆଇନ ତାଙ୍କୁ ଦଣ୍ଡ ଦେବା ପାଇଁ ଲିଙ୍ଗ ନିରପେକ୍ଷ ହୋଇପାରେ କି? କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏହା ପାଇଁ ମୌଖିକ ଟିପ୍ପଣୀ ଦେଇ ଆଇପିସିର ଧାରା ୩୭୬ରେ ସଂଶୋଧନ ଆବଶ୍ୟକ ବୋଲି କହିଥିଲେ। କିନ୍ତୁ ଅଧିକାଂଶ ଆଇନ ବିଶେଷଜ୍ଞ ଏଥିରେ ସହମତ ନୁହଁନ୍ତି।

ସେମାନେ ଏହି ମନ୍ତବ୍ୟକୁ ଆଇନର ଭୁଲ ମୁଝାାମଣାର ଫଳାଫଳ ବୋଲି ବିବେଚନା କରିଛନ୍ତି। ଏହା ମଧ୍ୟ ଚିନ୍ତା କରାଯାଉଥିଲା ଯେ ନୂତନ ସମୟକୁ ଦୃଷ୍ଟିରେ ରଖି ବିବାହର ବାହାନା କରି ଶାରୀରିକ ସମ୍ପର୍କ ସ୍ଥାପନ ମାମଲା ବଳାତ୍କାର ନୁହେଁ ବରଂ ଠକାମି ଭାବରେ ବିବେଚନା କରାଯିବା ଉଚିତ। ଏହା ପ୍ରତାରଣା ଏବଂ ବଳାତ୍କାରର ବିବାଦକୁ ସମାପ୍ତ କରିବାକୁ ଦକ୍ଷମ ହେବ।

ହାଇକୋର୍ଟ କହିଛନ୍ତି ଯେ, ଯଦି ଜଣେ ମହିଳା ଛଳନା କରି ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି ତେବେ କଣ ହେବ?
କେରଳ ହାଇକୋର୍ଟର ବିଚାରପତି ଏ.ମହମ୍ମଦ ମୁସ୍ତାକଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଜଣେ ଛାଡପତ୍ର ପାଇଥିବା ପୁରୁଷ ଓ ମହିଳାଙ୍କ ମଧ୍ୟରେ ଶିଶୁର ରକ୍ଷଣାବେକ୍ଷଣ ମାମଲା ଶୁଣାଣି ସମୟରେ ଏଭଳି ଆଇନଗତ ଦ୍ୱନ୍ଦ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୂର୍ବ ସ୍ବାମୀ ବିବାହର ବାହାନାରେ ଅନ୍ୟ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିେଲେ। ସେ ଜଣେ ବଳାତ୍କାରୀ, ଶିଶୁର ଯତ୍ନ ନେବାକୁ ଉପଯୁକ୍ତ ନୁହଁନ୍ତି।

ଏହା ଉପରେ ହାଇକୋର୍ଟ ପଚାରିଥିଲେ ଯଦି ଜଣେ ମହିଳା ଛଳନା କରି ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି ତେବେ କ’ଣ ହେବ? ବିଚାରପତି ନିଜେ ଉତ୍ତର ଦେଲେ, ତାଙ୍କୁ ଦଣ୍ଡ ଦିଆଯିବ ନାହିଁ। ଆହୁରି ମଧ୍ୟ କୁହାଯାଇଛି, ଏପରି ଆଇନଗତ ସଂଶୋଧନ ହୋଇପାରିବ କି ଯେଉଁ ମହିଳା ପ୍ରତାରଣା କରି ଶାରିରୀକ ସମ୍ପର୍କ ରଖନ୍ତି, ତାଙ୍କୁ ଦଣ୍ଡ ଦିଆଯାଇ ପାରିବ କି ?

ପୁରୁଷମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ମହିଳାମାନଙ୍କର ଶାରୀରିକ ଶକ୍ତି ନାହିଁ। ଦୁର୍ବଳଙ୍କ ବିରୁଦ୍ଧରେ ଯୌନ ଅପରାଧ କରାଯାଏ ବୋଲି ବିଶ୍ୱାସ କରାଯାଏ। ଶାରୀରିକ ଶକ୍ତି ଦ୍ୱାରା ଜଣେ ପୁରୁଷ ପୁରୁଷକୁ ପରାସ୍ତ କରିପାରିବ ବୋଲି ଭାବିବା ଅବିଶ୍ୱାସନୀୟ। ଯୌନ ଅପରାଧ ଉପରେ ଲିଙ୍ଗ ନିରପେକ୍ଷ ଆଇନ ସମ୍ଭବ ନୁହେଁ। ଯୌନ ଅପରାଧରେ, ମହିଳାଙ୍କୁ ଦୁର୍ବଳ ଏବଂ ପୁରୁଷଙ୍କୁ ଶକ୍ତିଶାଳୀ ବୋଲି ବିଚାର କରି ଦଣ୍ଡ ନିର୍ଣ୍ଣୟ କରାଯାଇଥାଏ। ବଳାତ୍କାର ମାମଲାରେ ମହିଳାଙ୍କ ବିରୋଧରେ ଚିନ୍ତାଧାରାର ବୃଦ୍ଧି ପାଉଛି। ଜଣେ ମହିଳା କାହିଁକି ପୁରୁଷକୁ ଫାନ୍ଦରେ ପକାଇବ? ୧୦୦୦ ବଳାତ୍କାର ମାମଲା ମଧ୍ୟରୁ କେବଳ ଅଳ୍ପ କିଛି ମିଥ୍ୟା ହୋଇଥାଏ। ଏହିପରି ଚିନ୍ତାଧାରା ସମସ୍ତ ପୀଡିତଙ୍କ ପାଇଁ ବିପଜ୍ଜନକ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବିଧାନରେ ମହିଳା ଏବଂ ଶିଶୁଙ୍କ ପାଇଁ ଆଇନଗତ ସୁରକ୍ଷା ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ଲିଙ୍ଗ ନିରପେକ୍ଷତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଆଇନଗତ ସୁରକ୍ଷା।

ବିବାହର ପ୍ରତିଶୃତି ଦେଇ ବଳାତ୍କାର ପରି ମାମଲାର ବିଚାର ଲିଙ୍ଗ ନିରପେକ୍ଷ ଭାବରେ କରିବାର ଆବଶ୍ୟକତା ଅଛି। ପ୍ରତ୍ୟେକ ପ୍ରେମ ସମ୍ପର୍କ ବିବାହରେ ପରିଣତ ହେବା ଆଶା କରାଯିବା ଉଚିତ ନୁହେଁ। ଆଜିର ସମାଜରେ ଏହା ସମ୍ଭବ ନୁହେଁ । ସମ୍ପର୍କ ସ୍ଥାପନ ପରେ ବିବାହର ପ୍ରତିଶ୍ରୁତି ପାଳନ ନକରିବା ପ୍ରତାରଣା ବୋଲି କୁହାଯାଇପାରେ, ବଳାତ୍କାର ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri