ଖଣି ପାଇଁ ଗାଁ ଛାଡ଼ିଦେଲେ

ତାଳଚେର,୨୯ା୭ (ନି.ପ୍ର.)  କୋଇଲା ଖଣି ପାଇଁ ଜମି ଅଧିଗ୍ରହଣକୁ ନେଇ ଅନୁଗୋଳ ଜିଲା ତାଳଚେରଠାରେ ମହାନଦୀ କୋଲ୍‌ ଫିଲ୍‌ଡ୍‌ସ ଲିମିଟେଡ (ଏମ୍‌ସିଏଲ୍‌) ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ପ୍ରାୟତଃ ବିବାଦ ଦେଖାଦିଏ। ବିରୋଧ, ଆନ୍ଦୋଳନ ଯୋଗୁ ଦିନ ଦିନ ଧରି ଖଣି କାର୍ଯ୍ୟ ବାଧାପ୍ରାପ୍ତ ହୁଏ। ହେଲେ ଚଳିତମାସରେ ଏମ୍‌ସିଏଲ୍‌ ଇତିହାସରେ ଘଟିଛି ଏକ ନୂଆ ଘଟଣା। ବିନା ବିରୋଧରେ ଖଣି ପାଇଁ ଗାଁ ଛାଡ଼ି ଚାଲିଯାଇଛନ୍ତି ଭାଲୁଗାଡ଼ିଆ ଗ୍ରାମବାସୀ। ଏମ୍‌ସିଏଲ୍‌ର ଏକକାଳୀନ ବିସ୍ଥାପନ ପ୍ୟାକେଜ ଓ କମ୍ପାନୀ-ଗ୍ରାମବାସୀ-ପ୍ରଶାସନର ପାରସ୍ପରିକ ବିଶ୍ୱାସ, ସହଯୋଗ ଯୋଗୁ ଏହା ସମ୍ଭବ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଏମ୍‌ସିଏଲ୍‌ର ହିଙ୍ଗୁଳାକ୍ଷେତ୍ର ପାଇଁ ଅଧିକ ଜମି ଆବଶ୍ୟକ ହେବାରୁ ତାଳଚେର ବ୍ଲକ ଭାଲୁଗାଡିଆ ଗ୍ରାମର ୨୯୦.୬୫ ଏକର ଅଧିଗ୍ରହଣ ନିମନ୍ତେ ୨୦୦୩ ମସିହାରେ ୪(୧) ଓ ୨୦୦୭ରେ ୯(୧) ନୋଟିଫିକେଶନ ହୋଇଥିଲା। ୨୦୧୦ ମସିହାକୁ କଟ୍‌ ଅଫ ଡେଟ୍‌ ଭାବେ ଗ୍ରହଣ କରାଯାଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଗ୍ରାମର ୨୦୩ ଜଣ ଚାକିରି ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୯୨ ଜଣଙ୍କୁ ଚାକିରି ଓ ୬ଜଣଙ୍କୁ ଚାକିରି ବଦଳରେ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା। ୨୦୧୦ ମସିହା ପରେ ଚାଷଜମି ପାଇଁ ୨୫୪ କୋଟି ୭୯ ଲକ୍ଷ ୭୭ ହଜାର ଓ ଘରବାଡ଼ି ବାବଦରେ ୧୬ କୋଟି ୫୮ଲକ୍ଷ ୭୭ ହଜାର ୯୯୮ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ତେବେ ଏକକାଳୀନ ବିସ୍ଥାପନ ପ୍ୟାକେଜ ଓ ଅନୁମୋଦନ ରାଶି ଦିଆଗଲେ ଘର ଭାଙ୍ଗି ଅନ୍ୟତ୍ର ଚାଲିଯିବାକୁ ଗ୍ରାମବାସୀ ଦାବି କରିଥିଲେ। ସେହିପରି ଘରଦ୍ୱାର ଖାଲି କରି ଗ୍ରାମ ହସ୍ତାନ୍ତର ପରେ ଅର୍ଥ ପ୍ରଦାନ କରାଯିବ ବୋଲି ଏମ୍‌ସିଏଲ୍‌ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାକୁ ନେଇ ପ୍ରଶାସନ ଓ ଏମ୍‌ସିଏଲ୍‌ ଅଧିକାରୀଙ୍କ ସ୍ତରରେ ୩/୪ ଥର ବୈଠକ ହୋଇଥିଲା। ଗ୍ରାମର କେତେଜଣ ଉଦୀୟମାନ ଯୁବକ ଏମ୍‌ସିଏଲ୍‌ ଅଧିକାରୀଙ୍କ ସହିତ ଆଲୋଚନା କରି ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ପରସ୍ପର ମଧ୍ୟରେ ବିଶ୍ୱାସ ଆସିବା ପରେ ଏ ନେଇ ସହମତି ପ୍ରକାଶ ପାଇଥିଲା। ଗତ ଜୁନ ୧୬ରୁ ଜୁଲାଇ ୯ ତାରିଖ ମଧ୍ୟରେ ଭାଲୁଗାଡ଼ିଆ ଗ୍ରାମବାସୀ ଘରଦ୍ୱାର ଭାଙ୍ଗି ଏମ୍‌ସିଏଲ୍‌କୁ ଗଁା ହସ୍ତାନ୍ତର କରିଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଏମ୍‌ସିଏଲ୍‌ ପକ୍ଷରୁ ଗ୍ରାମର ୨୩୪ ପରିବାରକୁ ବିସ୍ଥାପନ ପ୍ୟାକେଜ ଓ ଅନୁମୋଦନ ରାଶି ବାବଦରେ ୧୯ ଲକ୍ଷ ୧୯ ହଜାର ୨୬୯ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ଏମ୍‌ସିଏଲ୍‌ ନିଜ ପ୍ରତିଶ୍ରୁତି ରକ୍ଷା କରିଥିବାରୁ ଏହାକୁ ନେଇ ଗ୍ରାମବାସୀ ଖୁସି ହୋଇଥିବା ବେଳେ ଗଁା ଲୋକଙ୍କ ବିଶ୍ୱାସ ପାଇଁ ଏମ୍‌ସିଏଲ୍‌ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିନା ବିବାଦ ଓ ବିରୋଧରେ ଭାଲୁଗାଡ଼ିଆ ଗ୍ରାମର ମୋଟ୍‌ ୨୯୦.୬୫ ଏକର ଜମି ମିଳିଯାଇଥିବାରୁ ଏମ୍‌ସିଏଲ୍‌ ପକ୍ଷରୁ ସେଠାରୁ ୨୧ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ କରାଯିବାର ଲକ୍ଷ୍ୟ ରଖାଯାଇଛି।

ପ୍ରତିଶ୍ରୁତି ରକ୍ଷାକଲା କମ୍ପାନୀ
ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ ବୋଲି ପ୍ରଥମେ ଗ୍ରାମବାସୀ ବିଶ୍ୱାସ କରୁ ନ ଥିଲେ। ହେଲେ ଖଣି କମ୍ପାନୀ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ କରିଛି। ଫଳରେ ଘରଦ୍ୱାର ଭାଙ୍ଗି କମ୍ପାନୀକୁ ଗଁା ଟେକି ଦିଆଯାଇଛି। ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ଓ ପ୍ରଶାସନକୁ କୃତଜ୍ଞତା ଜଣାଉଛୁ।
-ଅନାଦି ସାହୁ, ଭାଲୁଗାଡ଼ିଆ ଗ୍ରାମବାସୀ

ଗ୍ରାମବାସୀ ବହୁତ ଖୁସି
ଏମ୍‌ସିଏଲ୍‌ଠାରୁ ଯେଉଁ ସହଯୋଗ ଆଶା କରୁଥିଲୁ, ତାହା ମିଳିଲା। ଲୋକଙ୍କ ଦାବି ଅନୁସାରେ ଟଙ୍କା ଦିଆଗଲା। ଏଥିରେ ଗ୍ରାମବାସୀ ବହୁତ ଖୁସି। ସେଥିପାଇଁ ଗ୍ରାମ ଖାଲି କରି ଅନ୍ୟତ୍ର ଚାଲିଆସିଛୁ। ପ୍ରଶାସନ, ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଉଛୁ।
– ପଦ୍ମନାଭ ପ୍ରଧାନ, ଭାଲୁଗାଡ଼ିଆ ଗ୍ରାମବାସୀ

ବିଶ୍ୱାସଭାବ ସୃଷ୍ଟି କଲୁ
ପ୍ରଥମେ ଗ୍ରାମବାସୀଙ୍କ ମନ ଜିଣିଲୁ। ତାଙ୍କ ସହ ବିଶ୍ୱାସଭାବ ସୃଷ୍ଟି କଲୁ। ଏହାପରେ ଗ୍ରାମବାସୀ କମ୍ପାନୀକୁ ସହଯୋଗ କଲେ। ଘରଭାଙ୍ଗି ଗ୍ରାମ ଖାଲି କରିଦେଲେ। ୩/୪ ଦିନ ମଧ୍ୟରେ ୨୩୪ ପରିବାରକୁ ବିସ୍ଥାପନ ପ୍ୟାକେଜ ଓ ଅନୁମୋଦନ ରାଶି ପ୍ରଦାନ କରାଯାଇଛି। ଅନ୍ୟ ଗ୍ରାମ କ୍ଷେତ୍ରରେ ଏହା ଲାଗୁ ହେବ।
-ସଞ୍ଜୟ କୁମାର ଦେ, ଭୂ-ଅର୍ଜନ ଅଧିକାରୀ, ହିଙ୍ଗୁଳାକ୍ଷେତ୍ର

ଅନ୍ୟ ଗ୍ରାମ ପାଇଁ ଉଦାହରଣ
ବିନା ବାଧାରେ ଗ୍ରାମବାସୀ ଖୁସିରେ ଖୁସିରେ ଗ୍ରାମଛାଡ଼ି ଚାଲିଗଲେ। ଏହା ଏକ ଅନନ୍ୟ ଘଟଣା। ଗ୍ରାମବାସୀ ଓ ମ୍ୟାନେଜମେଣ୍ଟ ମିଳିମିଶି କାମ କଲେ ସଫଳତା ନିଶ୍ଚିତ ମିଳିବ। ଏହା ଅନ୍ୟ ଗ୍ରାମବାସୀଙ୍କ ପାଇଁ ଏକ ଉଦାହରଣ। ଗଁା ଲୋକେ, ରାଜ୍ୟ ଓ ଜିଲା ପ୍ରଶାସନ ଏବଂ ରାଜନେତାଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇଛି।
-ପି.ବି. ରେଡି, ମହାପ୍ରବନ୍ଧକ, ହିଙ୍ଗୁଳାକ୍ଷେତ୍ର

ପ୍ରେରଣାଦାୟୀ, ସ୍ମରଣୀୟ ଘଟଣା
ଉତ୍ତମ ବୁଝାମଣା ଓ ପାରସ୍ପରିକ ବିଶ୍ୱାସ ଯୋଗୁ ଏହା ସମ୍ଭବ ହେଲା। ଏହା ଅତ୍ୟନ୍ତ ପ୍ରେରଣାଦାୟୀ ଓ ସ୍ମରଣୀୟ ଘଟଣା। ରାଜ୍ୟ ସରକାରଙ୍କ ସକ୍ରିୟ ସମର୍ଥନ ଓ ମାର୍ଗଦର୍ଶନ ସହିତ ହିଙ୍ଗୁଳା କ୍ଷେତ୍ରର ପରିଚାଳକଙ୍କ ଉଦ୍ୟମ ସହ ଠିକ୍‌ ପରିଚାଳନା ଯୋଗୁ ଏପରି କାର୍ଯ୍ୟ ସମ୍ଭବ ହୋଇପାରିଛି।
-ପି.କେ. ସିହ୍ନା, ସିଏମ୍‌ଡି ଏମ୍‌ସିଏଲ୍‌


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri