ଖଣି ପାଇଁ ଗାଁ ଛାଡ଼ିଦେଲେ

ତାଳଚେର,୨୯ା୭ (ନି.ପ୍ର.)  କୋଇଲା ଖଣି ପାଇଁ ଜମି ଅଧିଗ୍ରହଣକୁ ନେଇ ଅନୁଗୋଳ ଜିଲା ତାଳଚେରଠାରେ ମହାନଦୀ କୋଲ୍‌ ଫିଲ୍‌ଡ୍‌ସ ଲିମିଟେଡ (ଏମ୍‌ସିଏଲ୍‌) ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ପ୍ରାୟତଃ ବିବାଦ ଦେଖାଦିଏ। ବିରୋଧ, ଆନ୍ଦୋଳନ ଯୋଗୁ ଦିନ ଦିନ ଧରି ଖଣି କାର୍ଯ୍ୟ ବାଧାପ୍ରାପ୍ତ ହୁଏ। ହେଲେ ଚଳିତମାସରେ ଏମ୍‌ସିଏଲ୍‌ ଇତିହାସରେ ଘଟିଛି ଏକ ନୂଆ ଘଟଣା। ବିନା ବିରୋଧରେ ଖଣି ପାଇଁ ଗାଁ ଛାଡ଼ି ଚାଲିଯାଇଛନ୍ତି ଭାଲୁଗାଡ଼ିଆ ଗ୍ରାମବାସୀ। ଏମ୍‌ସିଏଲ୍‌ର ଏକକାଳୀନ ବିସ୍ଥାପନ ପ୍ୟାକେଜ ଓ କମ୍ପାନୀ-ଗ୍ରାମବାସୀ-ପ୍ରଶାସନର ପାରସ୍ପରିକ ବିଶ୍ୱାସ, ସହଯୋଗ ଯୋଗୁ ଏହା ସମ୍ଭବ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଏମ୍‌ସିଏଲ୍‌ର ହିଙ୍ଗୁଳାକ୍ଷେତ୍ର ପାଇଁ ଅଧିକ ଜମି ଆବଶ୍ୟକ ହେବାରୁ ତାଳଚେର ବ୍ଲକ ଭାଲୁଗାଡିଆ ଗ୍ରାମର ୨୯୦.୬୫ ଏକର ଅଧିଗ୍ରହଣ ନିମନ୍ତେ ୨୦୦୩ ମସିହାରେ ୪(୧) ଓ ୨୦୦୭ରେ ୯(୧) ନୋଟିଫିକେଶନ ହୋଇଥିଲା। ୨୦୧୦ ମସିହାକୁ କଟ୍‌ ଅଫ ଡେଟ୍‌ ଭାବେ ଗ୍ରହଣ କରାଯାଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଗ୍ରାମର ୨୦୩ ଜଣ ଚାକିରି ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୯୨ ଜଣଙ୍କୁ ଚାକିରି ଓ ୬ଜଣଙ୍କୁ ଚାକିରି ବଦଳରେ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା। ୨୦୧୦ ମସିହା ପରେ ଚାଷଜମି ପାଇଁ ୨୫୪ କୋଟି ୭୯ ଲକ୍ଷ ୭୭ ହଜାର ଓ ଘରବାଡ଼ି ବାବଦରେ ୧୬ କୋଟି ୫୮ଲକ୍ଷ ୭୭ ହଜାର ୯୯୮ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ତେବେ ଏକକାଳୀନ ବିସ୍ଥାପନ ପ୍ୟାକେଜ ଓ ଅନୁମୋଦନ ରାଶି ଦିଆଗଲେ ଘର ଭାଙ୍ଗି ଅନ୍ୟତ୍ର ଚାଲିଯିବାକୁ ଗ୍ରାମବାସୀ ଦାବି କରିଥିଲେ। ସେହିପରି ଘରଦ୍ୱାର ଖାଲି କରି ଗ୍ରାମ ହସ୍ତାନ୍ତର ପରେ ଅର୍ଥ ପ୍ରଦାନ କରାଯିବ ବୋଲି ଏମ୍‌ସିଏଲ୍‌ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାକୁ ନେଇ ପ୍ରଶାସନ ଓ ଏମ୍‌ସିଏଲ୍‌ ଅଧିକାରୀଙ୍କ ସ୍ତରରେ ୩/୪ ଥର ବୈଠକ ହୋଇଥିଲା। ଗ୍ରାମର କେତେଜଣ ଉଦୀୟମାନ ଯୁବକ ଏମ୍‌ସିଏଲ୍‌ ଅଧିକାରୀଙ୍କ ସହିତ ଆଲୋଚନା କରି ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ପରସ୍ପର ମଧ୍ୟରେ ବିଶ୍ୱାସ ଆସିବା ପରେ ଏ ନେଇ ସହମତି ପ୍ରକାଶ ପାଇଥିଲା। ଗତ ଜୁନ ୧୬ରୁ ଜୁଲାଇ ୯ ତାରିଖ ମଧ୍ୟରେ ଭାଲୁଗାଡ଼ିଆ ଗ୍ରାମବାସୀ ଘରଦ୍ୱାର ଭାଙ୍ଗି ଏମ୍‌ସିଏଲ୍‌କୁ ଗଁା ହସ୍ତାନ୍ତର କରିଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଏମ୍‌ସିଏଲ୍‌ ପକ୍ଷରୁ ଗ୍ରାମର ୨୩୪ ପରିବାରକୁ ବିସ୍ଥାପନ ପ୍ୟାକେଜ ଓ ଅନୁମୋଦନ ରାଶି ବାବଦରେ ୧୯ ଲକ୍ଷ ୧୯ ହଜାର ୨୬୯ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ଏମ୍‌ସିଏଲ୍‌ ନିଜ ପ୍ରତିଶ୍ରୁତି ରକ୍ଷା କରିଥିବାରୁ ଏହାକୁ ନେଇ ଗ୍ରାମବାସୀ ଖୁସି ହୋଇଥିବା ବେଳେ ଗଁା ଲୋକଙ୍କ ବିଶ୍ୱାସ ପାଇଁ ଏମ୍‌ସିଏଲ୍‌ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିନା ବିବାଦ ଓ ବିରୋଧରେ ଭାଲୁଗାଡ଼ିଆ ଗ୍ରାମର ମୋଟ୍‌ ୨୯୦.୬୫ ଏକର ଜମି ମିଳିଯାଇଥିବାରୁ ଏମ୍‌ସିଏଲ୍‌ ପକ୍ଷରୁ ସେଠାରୁ ୨୧ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ କରାଯିବାର ଲକ୍ଷ୍ୟ ରଖାଯାଇଛି।

ପ୍ରତିଶ୍ରୁତି ରକ୍ଷାକଲା କମ୍ପାନୀ
ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ ବୋଲି ପ୍ରଥମେ ଗ୍ରାମବାସୀ ବିଶ୍ୱାସ କରୁ ନ ଥିଲେ। ହେଲେ ଖଣି କମ୍ପାନୀ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ କରିଛି। ଫଳରେ ଘରଦ୍ୱାର ଭାଙ୍ଗି କମ୍ପାନୀକୁ ଗଁା ଟେକି ଦିଆଯାଇଛି। ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ଓ ପ୍ରଶାସନକୁ କୃତଜ୍ଞତା ଜଣାଉଛୁ।
-ଅନାଦି ସାହୁ, ଭାଲୁଗାଡ଼ିଆ ଗ୍ରାମବାସୀ

ଗ୍ରାମବାସୀ ବହୁତ ଖୁସି
ଏମ୍‌ସିଏଲ୍‌ଠାରୁ ଯେଉଁ ସହଯୋଗ ଆଶା କରୁଥିଲୁ, ତାହା ମିଳିଲା। ଲୋକଙ୍କ ଦାବି ଅନୁସାରେ ଟଙ୍କା ଦିଆଗଲା। ଏଥିରେ ଗ୍ରାମବାସୀ ବହୁତ ଖୁସି। ସେଥିପାଇଁ ଗ୍ରାମ ଖାଲି କରି ଅନ୍ୟତ୍ର ଚାଲିଆସିଛୁ। ପ୍ରଶାସନ, ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଉଛୁ।
– ପଦ୍ମନାଭ ପ୍ରଧାନ, ଭାଲୁଗାଡ଼ିଆ ଗ୍ରାମବାସୀ

ବିଶ୍ୱାସଭାବ ସୃଷ୍ଟି କଲୁ
ପ୍ରଥମେ ଗ୍ରାମବାସୀଙ୍କ ମନ ଜିଣିଲୁ। ତାଙ୍କ ସହ ବିଶ୍ୱାସଭାବ ସୃଷ୍ଟି କଲୁ। ଏହାପରେ ଗ୍ରାମବାସୀ କମ୍ପାନୀକୁ ସହଯୋଗ କଲେ। ଘରଭାଙ୍ଗି ଗ୍ରାମ ଖାଲି କରିଦେଲେ। ୩/୪ ଦିନ ମଧ୍ୟରେ ୨୩୪ ପରିବାରକୁ ବିସ୍ଥାପନ ପ୍ୟାକେଜ ଓ ଅନୁମୋଦନ ରାଶି ପ୍ରଦାନ କରାଯାଇଛି। ଅନ୍ୟ ଗ୍ରାମ କ୍ଷେତ୍ରରେ ଏହା ଲାଗୁ ହେବ।
-ସଞ୍ଜୟ କୁମାର ଦେ, ଭୂ-ଅର୍ଜନ ଅଧିକାରୀ, ହିଙ୍ଗୁଳାକ୍ଷେତ୍ର

ଅନ୍ୟ ଗ୍ରାମ ପାଇଁ ଉଦାହରଣ
ବିନା ବାଧାରେ ଗ୍ରାମବାସୀ ଖୁସିରେ ଖୁସିରେ ଗ୍ରାମଛାଡ଼ି ଚାଲିଗଲେ। ଏହା ଏକ ଅନନ୍ୟ ଘଟଣା। ଗ୍ରାମବାସୀ ଓ ମ୍ୟାନେଜମେଣ୍ଟ ମିଳିମିଶି କାମ କଲେ ସଫଳତା ନିଶ୍ଚିତ ମିଳିବ। ଏହା ଅନ୍ୟ ଗ୍ରାମବାସୀଙ୍କ ପାଇଁ ଏକ ଉଦାହରଣ। ଗଁା ଲୋକେ, ରାଜ୍ୟ ଓ ଜିଲା ପ୍ରଶାସନ ଏବଂ ରାଜନେତାଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇଛି।
-ପି.ବି. ରେଡି, ମହାପ୍ରବନ୍ଧକ, ହିଙ୍ଗୁଳାକ୍ଷେତ୍ର

ପ୍ରେରଣାଦାୟୀ, ସ୍ମରଣୀୟ ଘଟଣା
ଉତ୍ତମ ବୁଝାମଣା ଓ ପାରସ୍ପରିକ ବିଶ୍ୱାସ ଯୋଗୁ ଏହା ସମ୍ଭବ ହେଲା। ଏହା ଅତ୍ୟନ୍ତ ପ୍ରେରଣାଦାୟୀ ଓ ସ୍ମରଣୀୟ ଘଟଣା। ରାଜ୍ୟ ସରକାରଙ୍କ ସକ୍ରିୟ ସମର୍ଥନ ଓ ମାର୍ଗଦର୍ଶନ ସହିତ ହିଙ୍ଗୁଳା କ୍ଷେତ୍ରର ପରିଚାଳକଙ୍କ ଉଦ୍ୟମ ସହ ଠିକ୍‌ ପରିଚାଳନା ଯୋଗୁ ଏପରି କାର୍ଯ୍ୟ ସମ୍ଭବ ହୋଇପାରିଛି।
-ପି.କେ. ସିହ୍ନା, ସିଏମ୍‌ଡି ଏମ୍‌ସିଏଲ୍‌


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri