କରୋନା ଭୂତାଣୁକୁ ବିନାଶ କରିବ ଏଲ୍‌ଇଡି ଲାଇଟ୍

ପ୍ରାୟ ବର୍ଷେ ହେବ ସାରା ବିଶ୍ୱ କରୋନା ମହାମାରୀ ସହ ସଂଘର୍ଷ କରିଆସୁଛି। ଏହି ଭୂତାଣୁ ଦୂର କରିବା ପାଇଁ ପ୍ରତ୍ୟେକ ଦେଶ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି। ଅନେକ ଦେଶରେ କରୋନା ହେବାର ଆଶଙ୍କା ହ୍ରାସ କରିବାକୁ ଟିକା ପ୍ରସ୍ତୁତି କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ତଥାପି ଏହା କରୋନାଠାରୁ ସୁରକ୍ଷିତ କି ନୁହେଁ ତାହାର ସଫଳତା ଏପର୍ଯ୍ୟନ୍ତ ମିଳିନାହିଁ। ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଏଲଇଡି ଲାଇଟ୍‌ ସାହାଯ୍ୟରେ କରୋନା ଭୂତାଣୁ ବିଲୋପ ହୋଇପାରିବ।

ଅନୁସନ୍ଧାନ ଅନୁଯାୟୀ, ଏହି ଟେକ୍ନୋଲୋଜି ଏୟାର କଣ୍ଡିଶନର ଏବଂ ଓ୍ବାଟର ସିଷ୍ଟମରେ ସ୍ଥାପନ କରାଯାଇପାରିବ। ଅନୁସନ୍ଧାନକାରୀମାନେ କହିଛନ୍ତି, ଅଲଟ୍ରାଭାଓଲେଟ୍‌ (UV) ଆଲୋକ ନିର୍ଗତ ଡାୟୋଡ (UV-LED) କରୋନା ଭୂତାଣକୁ ସଫଳତାର ସହିତ ଲୋପ କରିପାରିବ। ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଏହି ଟେକ୍ନୋଲୋଜି ମଧ୍ୟ ବହୁତ ଶସ୍ତା ହେବ।

ଏକ ଅନୁସନ୍ଧାନ ଅନୁଯାୟୀ, ବୈଜ୍ଞାନିକମାନେ ୟୁଭି ଏଲ୍‌ଇଡି ବିକିରଣର ଡିଜେନ୍ସିଫିକେସନ ଦକ୍ଷତାକୁ ବିଭିନ୍ନ ପ୍ରକାରର ତରଙ୍ଗ ସହିତ କରୋନା ଭୂତାଣୁ ସୃଷ୍ଟି କରୁଥିବା SARS-CoV-2 ମୂଲ୍ୟାଙ୍କନ କରିଛନ୍ତି।

ଇସ୍ରାଏଲର ତେଲ୍‌ ଆଭିଭ ବିଶ୍ୱବିଦ୍ୟାଳୟର ଆମେରିକୀୟ ଅଧ୍ୟୟନର ସହ-ଲେଖକ ହାଡାସ ମମାନେ କହିଛନ୍ତି ଯେ ଭେଣ୍ଟିଲେସନ ସିଷ୍ଟମ ଏବଂ ଏୟାର କଣ୍ଡିସନରରେ ଏଲଇଡି ବଲ୍‌ବ ଉପରେ ଆଧାରିତ ଡିଜେନ୍ସିଫିକେସନ ସିଷ୍ଟମ ସ୍ଥାପନ କରାଯାଇପାରିବ। ସେ କହିଛନ୍ତି ଯେ, ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ଅତିବାଇଗଣୀ ରଶ୍ମୀର ଆଲୋକ ବିସ୍ତାର କରୁଥିବା ଏଲଇଡି ବଲବ ବ୍ୟବହାର କରି କରୋନା ଭୂତାଣୁ ଦୂର ହୋଇପାରିବ।

ବିଶେଷଜ୍ଞମାନେ ଆହୁରି ମଧ୍ୟ କହିଛନ୍ତି, ଏହି ସିଷ୍ଟମକୁ ଡିଜାଇନ କରାଯାଇପାରିବ। ସିଷ୍ଟମ ଏପରି ଭାବରେ ଡିଜାଇନ ହେବା ଉଚିତ ଯେ ଜଣେ ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ଆଲୋକର ଯେପରି ସମ୍ମୁଖୀନ ନ ହୁଅନ୍ତି। ବିଶେଷଜ୍ଞଙ୍କ ମତରେ ଘର ଭିତରେ ଏହି ଲାଇଟ୍‌ ବ୍ୟବହାର କରିବା ବହୁ ବିପଜ୍ଜନକ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri