ବେରୁଟ୍‌ ବିସ୍ଫୋରଣର ହୃଦୟ ବିଦାରକ ଦୃଶ୍ୟ: ଆହତଙ୍କୁ ସ୍କୁଟିରେ ଡାକ୍ତରଖାନା ନେଲେ ଯୁବକ

ବେରୁଟ୍‌,୬ା୮: ମଙ୍ଗଳବାର ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଘଟିଥିବା ଭୟାନକ ବିସ୍ଫୋରଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ କେବଳ ଅଟ୍ଟାଳିକା ଭଗ୍ନାଂଶ ଏବଂ ମଣିଷଙ୍କ କ୍ଷତବିକ୍ଷତ ଶରୀର ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟସେବା ସ୍ଥିତି ଭଲ ନ ଥିବାରୁ ସାଧାରଣ ଲୋକମାନେ ରାସ୍ତାରୁ ମୃତଦେହ ଉଠାଇ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଉଛନ୍ତି। ସେହିଭଳି ଜଣେ ଯୁବକ ଏକ ସ୍କୁଟିରେ ଆହତଙ୍କୁ ହସ୍ପିଟାଲ ନେବା ଦୃଶ୍ୟ ଦେଖିଲେ ଆଖିରେ ଲୁହ ରହିବନି।


ଏହି ବିସ୍ଫୋରଣରେ ସହରସ୍ଥ ବନ୍ଦରର ଏକ ବଡ଼ ଅଂଶ ଏବଂ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ଲେବାନନ୍‌ ରେଡକ୍ରସ ଅଧିକାରୀ ଜର୍ଜ କେଥାନେଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି।
ବେରୁଟ ରାସ୍ତାରେ ନଷ୍ଟ ହୋଇଥିବା ଗାଡ଼ି ଏବଂ କୋଠାର ଆବର୍ଜନା ଏବେ ବି ପଡ଼ିରହିଛି। ଡାକ୍ତରଖାନା ବାହାରେ ଲୋକମାନେ ନିଜ ପରିବାର ବିଷୟରେ ଜାଣିବା ପାଇଁ ଏକତ୍ରିତ ହୋଇଥିବାବେଳେ ଅନେକ ଲୋକ ଅନ୍‌ଲାଇନ ସହାୟତା ପାଇଁ ମଧ୍ୟ ଅନୁରୋଧ କରୁଛନ୍ତି।


ଜର୍ମାନୀର ଜିଓ ସାଇନ୍ସ ସେଣ୍ଟର ‘ଜିଏଫ୍‌ଜେ’ ଅନୁଯାୟୀ, ଏହି ବିସ୍ଫୋରଣରେ ୩.୫ ତୀବ୍ରତାରେ ଏକ ଭକମ୍ପ ମଧ୍ୟ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ୨୦୦ କିଲୋମିଟରରୁ ଅଧିକ ସମୟ କେବଳ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। କରୋନା ଭୂତାଣୁ ଏବଂ ଅର୍ଥନୈତିକ ସଙ୍କଟ ସହ ମୁକାବିଲା କରୁଥିବା ଲେବାନନ୍‌ରେ ବିସ୍ଫୋରଣ ପରେ ଆଉ ଏକ ବଡ଼ ସଙ୍କଟ ଦେଖାଦେଇଛି।
ଲେବାନନ୍‌ର ଗୃହମନ୍ତ୍ରୀ ମହମ୍ମଦ ଫହମୀ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ବନ୍ଦରର ଗୋଦାମରେ ୨୭୦୦ ଟନ୍‌ ଆମୋନିଆ ନାଇଟ୍ରେଟ୍‌ ଯୋଗୁ ଏହି ବିସ୍ଫୋରଣ ଘଟି ଅନେକ ଲୋକଙ୍କର ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?