ବନ୍ୟାକୁ ଛାଡ଼ିଲେ ଆର୍ଦ୍ରଭୂମିକୁ ମିଳୁନି ମଧୁରଜଳ

କେନ୍ଦ୍ରାପଡ଼ା ଅଫିସ, ୨୭ା୮: ମହାନଦୀ ଓ ବୈତରଣୀ ସିଷ୍ଟମ୍‌ରେ ବନ୍ୟା ଆସି ଭିତରକନିକା ଆର୍ଦ୍ରଭୂମି ସହିତ କେନ୍ଦ୍ରାପଡ଼ା ଜିଲାର ୪୧ ପଞ୍ଚାୟତରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହିପରି ପ୍ରତିବର୍ଷ ଆସୁଥିବା ବନ୍ୟାଜଳ ନିଷ୍କାସିତ ପରେ ଆର୍ଦ୍ରଭୂମି ଭିତରକନିକାକୁ ଆବଶ୍ୟକ ମଧୁର ଜଳ ମିଳୁନାହିଁ। ଅନ୍ୟ ସମୟରେ ନଦୀ ଜଳ ସ୍ରୋତ କମିବା ଫଳରେ ଆର୍ଦ୍ରଭୂମିର ଜୈବ ବିବିଧତା ନଷ୍ଟ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ଉପରେ ପ୍ରଭାବ ପକାଉଛି। ସେହିପରି ଅଣମୌସୁମୀ ସମୟରେ ନଦୀ ମଧ୍ୟ ଦେଇ ଲୋକେ ପାଦରେ ଚାଲୁଛନ୍ତି। ଖରାଦିନେ ଭିତରକନିକାକୁ ଆବଶ୍ୟକତାଠାରୁ ମାତ୍ର ୧୫ ପ୍ରତିଶତ ମଧୁର ଜଳ ମିଳୁଛି। ଜିଲାବାସୀଙ୍କ ପାଇଁ ନଦୀ ଜଳ ପରିଚାଳନା ଏକ ଆହ୍ବାନ ପାଲଟିଥିବା ମତ ମିଳିଛି।
ଏ ସମ୍ପର୍କରେ ଶିକ୍ଷାବିତ୍‌ ତଥା ଭାଜପା ନେତା ଭୂବନମୋହନ ଜେନା କହିଛନ୍ତି, ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ସିଷ୍ଟମ୍‌ରେ କେନ୍ଦ୍ରାପଡ଼ା ଜିଲାରେ ଥିବା ୭ ନଦୀ ଓ ଅସଂଖ୍ୟ ନାଳ ଭିତରକନିକା ଆର୍ଦ୍ରଭୂମି ପାଇଁ ମଧୁର ଜଳ ପ୍ରଦାନ କରୁଛି। ସମ୍ପ୍ରତି ଏହି ନଦୀ ନାଳ ସେହି ଅଞ୍ଚଳକୁ ମଧୁର ଜଳ ଯୋଗାଣ ପାଇଁ ପର୍ଯ୍ୟାପ୍ତ ହୋଇ ପାରୁନାହିଁ। ଛତିଶଗଡ ନଦୀବନ୍ଧ ଯୋଜନା ପରେ ମହାନଦୀର ଜଳ ସ୍ରୋତ କମିଛି। ସେହିପରି ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ମଧୁର ଜଳକୁ ଶିଳ୍ପ ଶୋଷୁଛି। ଜଳ ସ୍ରୋତ କମିଥିବାରୁ ଲୋକେ ଖରାଦିନେ ପାଦରେ ଚାଲି ନଦୀ ପାର ହେଉଛନ୍ତି। ଏହାବ୍ୟତୀତ କ୍ଷେତ ଓ ପାନୀୟ ଜଳ ପାଇଁ ବିଭିନ୍ନ ନଦୀରେ ପ୍ରକଳ୍ପ ହୋଇଛି। ନଦୀ ଶଯ୍ୟା ଓ ମୁହାଣ ପୋତି ହୋଇ ଯାଉଥିବା ବେଳେ ପଠା ଅଞ୍ଚଳ ବଢ଼ିଛି। କ୍ରିକ୍‌ବନ୍ଧ ଓ ବ୍ୟାରେଜ ଯୋଜନା ନ ଥିବାରୁ ଆର୍ଦ୍ରଭୂମିକୁ ଯଥେଷ୍ଟ ମଧୁର ଜଳ ମିଳି ପାରୁନାହିଁ। ଫଳରେ ହେନ୍ତାଳ ବଣ ସୃଷ୍ଟି ହୋଇ ପାରୁ ନ ଥିବାରୁ ସମୁଦ୍ର ଭୂଭାଗକୁ ମାଡି ଆସୁଛି। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଗତ ୨୦୨୦ ଡିସେମ୍ବର ୧୬ରେ ରାଜନଗର ବନଖଣ୍ଡ, ଚିଲିକା ଡେଭଲପମେଣ୍ଟ ଅଥରିଟି ଓ ଜିଆଇଜେଡ ଇଣ୍ଡିଆ ପକ୍ଷରୁ ରାଜନଗର ବ୍ଲକ ଗୁପ୍ତିଠାରେ ଭିତରକନିକା ସମନ୍ବିତ ପରିଚାଳନାରେ ଜଳ ଓ ପରିବେଶ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ବୈଜ୍ଞାନିକ ଡ. ଗୁରୁଦୀପ ରସ୍ତୋଗୀ, ଖୁସ୍‌ୱନ୍ତ ସିଂ ପ୍ରମୁଖ ଯୋଗ ଦେଇ ଭିତରକନିକାରେ ମଧୁର ଜଳର ଆବଶ୍ୟକତା ନେଇ ନିଜର ମତ ରଖିଥିଲେ। ଏଥିରେ ସେମାନେ ଦର୍ଶାଇଥିଲେ ଯେ, ୨୦୦୧ରେ ଭିତରକନିକା ଆର୍ଦ୍ରଭୂମିରେ ୭୪.୬୪ ପ୍ରତିଶତ ମଧୁର ଜଳ ପହଞ୍ଚୁଥିଲା। ଏବେ ଏହି ଜଳର ପରିମାଣ ୪୬ ପ୍ରତିଶତରେ ପହଞ୍ଚତ୍ଛି। ଜଳ ଉପଲବ୍ଧି ସମ୍ପର୍କରେ ମଡେଲକୁ ଅନୁଧ୍ୟାନ କଲେ ବ୍ରାହ୍ମଣୀ ଅବବାହିକାରେ ଥିବା ଜଳ ପରିମାଣ ୨୦୦୧ରେ ୭୯ ପ୍ରତିଶତ ଥିବା ବେଳେ ୨୦୫୧ରେ ଏହା କମିଯାଇ ୩୧ ପ୍ରତିଶତରେ ରହିବ। ଏବେ ଅଣମୌସୁମୀ ସମୟରେ ମାତ୍ର ୧୫ ପ୍ରତିଶତ ମଧୁର ଜଳ ଏହି ଆର୍ଦ୍ରଭୂମିକୁ ପହଞ୍ଚୁଛି। କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ, ଜନସଂଖ୍ୟା, ସହରୀକରଣକୁ ଦୃଷ୍ଟିରେ ରଖିଲେ ଭିତରକନିକାକୁ ବଞ୍ଚାଇବା ପାଇଁ ଏକ ସ୍ବତନ୍ତ୍ର ବୈଷୟିକ କମିଟିର ଅନୁଧ୍ୟାନ ଆବଶ୍ୟକ ବୋଲି ନାୟକ କହିଛନ୍ତି। ଅଧ୍ୟାପକ କ୍ଷିତୀଶ କୁମାର ସିଂହ କହିଛନ୍ତି, ୨୦୦୩ରେ ଭାରତୀୟ ବନ୍ୟଜୀବ ସଂସ୍ଥାନ ପକ୍ଷରୁ ଭିତରକନିକା ଜୈବ ବିବିଧତା ସମ୍ପର୍କରେ ପରିବେଶ ଓ ଏହାର ଉତ୍ସ ସମ୍ପର୍କରେ ମୂଲ୍ୟାୟନ ହୋଇଥିଲା। ଏହି ରିପୋର୍ଟରେ ଆର୍ଦ୍ରଭୂମି ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଜୀବିକା ସହ ବନ୍ୟ ପରିବେଶ, ବନ୍ୟ ଜୀବ, ସାମୁଦ୍ରିକ ଜୀବ ସମ୍ପର୍କରେ ଅନୁଧ୍ୟାନ ହୋଇଥିଲା। ଭିତରକନିକା ଜୈବ ବିବଧତାକୁ ମଧୁର ଜଳ ବଞ୍ଚାଇ ରଖିଥିବା ଏଥିରେ ପ୍ରକାଶ ପାଇଛି। ସେହିପରି ବନ୍ୟା ଜଳ ନିୟନ୍ତ୍ରଣ ପାଇଁ ଭାରତ ସରକାରଙ୍କ ଜଳ ଉତ୍ସ ମନ୍ତ୍ରଣାଳୟ ପକ୍ଷରୁ ୨୦୧୫ ଡିସେମ୍ବରରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଶଯ୍ୟା ତଳମୁଣ୍ଡରେ ପୋତି ହେଉଛି। ବିଭିନ୍ନ ସ୍ଥାନରେ ପଠା ଅଧିକ ବଢ଼ିଯିବା ଯୋଗୁ ଜଳ ଧାରଣ କ୍ଷମତା କମିଛି। ସେହିପରି ମୁହାଣ ଅଞ୍ଚଳକୁ ଖୋଳାଯିବା ପ୍ରସ୍ତାବ ରହିଛି। ତଳ ମୁଣ୍ଡରେ ନଦୀବନ୍ଧକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ନଦୀ ଜଳ ପରିଚାଳନା କେନ୍ଦ୍ରାପଡ଼ା ଜିଲାବାସୀଙ୍କ ପାଇଁ ଆହ୍ବାନ ସାଜିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri