ବିଜେଡି ସରକାରର ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍‌ ଛାଡ଼

ଜଗତ୍‌ସିଂହପୁର, ୨୪ା୫(ପ୍ରମୋଦ କୁମାର ନାୟକ):୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜଗତ୍‌ସିଂହପୁର ଜିଲାରେ ମାରାଥନ ପ୍ରଚାର କରିଛନ୍ତ। ସେ ଜିଲାର ବାଲିକୁଦା-ଏରସମା, ପାରାଦୀପ, ତିର୍ତ୍ତୋଲ ଓ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଜଗତ୍‌ସିଂହପୁର ଲୋକ ସଭା ଓ ବିଧାନସଭା ନିର୍ବଚାନମଣ୍ଡଳୀ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ। ସମସ୍ତ ସଭାରେ ପାଣ୍ଡିଆନ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ଜୁନ ୯ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେଲା ପରେ ପ୍ରଥମେ ୫୦ରୁ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍‌ ଛାଡ ପାଇଁ ବିଲ୍‌ ପାସ ହେବ। ତା ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ କିପରି ସୁବିଧା ମିଳିପାରିବ ସେ ନେଇ ପଦକ୍ଷେପ ନିଆଯିବ। ତୃତୀୟ ପ୍ରତିଶ୍ରୁତି ହେଲା ମିଶନ ଶକ୍ତି ମା’ମାନଙ୍କୁ ୬୦ ବର୍ଷ ହେଲା ପରେ ସେମାନଙ୍କୁ ଭତ୍ତା ଦିଆଯିବ। ଏଥିସହ ଅନ୍ୟ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।
ପ୍ରଥମେ ବାଲିକୁଦା ବ୍ଲକ ଅନ୍ତର୍ଗତ ଆମ୍ବଶାଳସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କହିଥିଲେ, କୁଞ୍ଜବିହାରୀ ମନ୍ଦିର ଉନ୍ନତିକରଣ ପାଇଁ ୨.୨୫ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ଜିଲାରେ ଅନେକ ସେତୁ ହୋଇଛି। ମତ୍ସ୍ୟଜୀବୀଙ୍କ ପାଇଁ ୧୫ ହଜାର ଟଙ୍କା ହିସାବରେ ସହାୟତା ଯୋଗାଯିବା ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶୋମୁଖୀ ଚିନ୍ତାଧାରା କେବଳ ନିର୍ବଚାନମଣ୍ଡଳୀ ନୁହେଁ ରାଜ୍ୟକୁ ଆଗକୁ ନେଉଛି। ସେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଘୁନନ୍ଦନ ଦାସଙ୍କ ଉପରେ କହିଥିଲେ, ରଘୁବାବୁ ଜଣେ ବହୁତ ଭଲ ଲୋକ। ପ୍ରଶାନ୍ତ ମୁଦୁଲି ଜିଲାର ସେନାପତି। ମୁଖ୍ୟମନ୍ତ୍ରୀ ଏହି ଦୁହିଁଙ୍କୁ ବହୁତ ଭଲ ପାଆନ୍ତି। ତେଣୁ ଏହି ଦୁଇ ନେତାଙ୍କ ସହଯୋଗରେ ସମସ୍ତେ ଦଳ ବିଧାୟକ ପ୍ରାର୍ଥୀ ସାରଦା ପ୍ରସନ୍ନ ଜେନା ଓ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ସଭାରେ ବିଧାୟକ ରଘୁନନ୍ଦନ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଧାୟକ ପ୍ରାର୍ଥୀ ସାରଦା ନବୀନ ପଟ୍ଟନାୟକଙ୍କ ସ୍ତୁତି ଗାନ କରିଥିଲେ। ସେ କହିଥିଲେ, ଓଡ଼ିଶାର ଅସ୍ମିତା ରକ୍ଷା ପାଇଁ ନବୀନ ବଦ୍ଧ ପରିକର। ଭାଜପା ବାହାର ନେତାମାନେ ଯେତେ ସମାଲୋଚନା କଲେ କିଛି ଲାଭ ମିଳିବ ନାହିଁ। ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦରଦାମ ଆକାଶଛୁଅଁା ହୋଇଛି। ବାଲିକୁଦା-ଏରସମା ବିକାଶ ସାଙ୍ଗକୁ ଭାଇଚାରା ସଂସ୍କୃତି ବୃଦ୍ଧି ପାଇଁ ସେ ସତ ଚେଷ୍ଟିତ ରହିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଏମ୍‌ପି ରାଜଶ୍ରୀ ଭାଷଣ ଦେଇଥିଲେ। ପରେ ପାରାଦୀପସ୍ଥିତ ବତିଘର ପାଖ ସମୁଦ୍ର ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଆୟୋଜିତ ସଭାରେ ପାଣ୍ଡିଆନ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, ପାରାଦୀପ ହେଉଛି ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ। ଏ ଅଞ୍ଚଳର ବିକାଶ ସାଙ୍ଗକୁ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ, ଏମ୍‌ପି ପ୍ରାର୍ଥିନୀ ରାଜଶ୍ରୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଦଳ ଜିଲା ଉପସଭାପତି ଜ୍ୟୋତିକାନ୍ତ ପରିଡ଼ା, ଉଲ୍ଲାସ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ସେଠାରୁ ପାଣ୍ଡିଆନ ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ସଭାରେ ଯୋଗଦେଇ କହିଥିଲେ, ମା’ ଶାରଳା ମନ୍ଦିରଙ୍କୁ ୪୫ କୋଟି ଟଙ୍କାରେ ରୂପାନ୍ତରୀକରଣ କରାଯାଇଛି। ସେହିପରି ଗୋରେଖନାଥ ମନ୍ଦିର ପାଇଁ ୨.୨୫ ଓ ପଞ୍ଚଶଖା ଧ୍ୟାନକୁଦ ପାଇଁ ୨.୧୫ କୋଟି ଟଙ୍କାର ଅନୁଦାନ ଯୋଗାଯାଇଛି। କାଳିଆ, ଲକ୍ଷ୍ମୀ ବସ, ବିଏସ୍‌କେୱାଇ, ମିଶନ ଶକ୍ତି, ମଧୁବାବୁ ପେନସନ, ୫ଟି ସ୍କୁଲ ଏବଂ ନୂଆ-ଓ ସ୍କଲାରସିପ୍‌ ଯୋଜନା ମୁଖ୍ୟମନ୍ତ୍ରୀ କରିଛନ୍ତି। ତେଣୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ, ଏମ୍‌ପି ପ୍ରାର୍ଥତ୍ନୀ ରାଜଶ୍ରୀ ଉପସ୍ଥିତ ଥିଲେ। ଶେଷରେ ନାଉଗଁା ବ୍ଲକ ଛକ ପଡିଆରେ ଆୟୋଜିତ ସଭାରେ ଦଳୀୟ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ଜିତାଇବା ପାଇଁ ଆହ୍ବାନ ଦେଇଥିଲେ। ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିରେ ନୂଆକରି ମିଶିଥିବା ଚିରଞ୍ଜୀବ ବିଶ୍ୱାଳ ଉପସ୍ଥିତ ଥିଲେ। ଶେଷରେ ଦଳ ଜିଲା କାର୍ଯ୍ୟକାରୀ ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri