ଲିଜ୍‌ଧାରୀଙ୍କୁ ସୁରକ୍ଷା, ଲୋକେ ଦୋଷୀ

ଯାଜପୁର ଅଫିସ,୧୫ା୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀରେ କଳାପଥର ଖାଦାନ ପରେ ଏବେ ବ୍ରାହ୍ମଣୀ ନଦୀର ରାଇଚନ୍ଦା ବାଲିଘାଟରୁ ବିପୁଳ ବାଲି ଲୁଟର ପର୍ଦ୍ଦାଫାସ ହୋଇଛି। ବଳରାମପୁର-୨ ରାଜସ୍ବ ନୀରିକ୍ଷକ(ଆରଆଇ) ତାଙ୍କ ୧୫ା୧୦ା୨୦୨୧ ଓ ୨୯ା୧ା୨୦୨୨ରେ ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଭାବେ ସ୍ଥାନୀୟ ଲୋକ ମେଶିନ ଲଗାଇ ବାଲି ଲୁଟ କରିଥିବା ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଏହି ତଦନ୍ତ ରିପୋର୍ଟ ଲିଜଧାରୀ ଏସ୍‌ଟି ମିନେରାଲ୍ସ ପ୍ରାଇଭେଟ ଲିଃକୁ ସୁରକ୍ଷା ଦେବାକୁ ଯାଇ ପ୍ରସ୍ତୁତ କରାଯାଇଛି ବୋଲି ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଲୋକାୟୁକ୍ତରେ ଅଭିଯୋଗ କରିଛନ୍ତି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୫୩ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ତହସିଲ ଅନ୍ତର୍ଗତ କବାଟବନ୍ଧ ବ୍ରିଜ ନିକଟରେ ଥିବା ରାଇଚନ୍ଦା ବାଲିଘାଟର ପ୍ଲଟ ନମ୍ବର୨(ପି) ଓ ଖାତା ନମ୍ବର ୪୮୧ରୁ ୨୦ ଏକର ପରିମିତ ଅଞ୍ଚଳରୁ ବାଲି ଉତ୍ତୋଳନ କରିବାକୁ ଲିଜଧାରୀଙ୍କୁ ଅନୁମତି ମିଳିଥିଲା। ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରୁ ୨୦ା୫ା୨୦୨୨ରେ ଅନୁମତି ମଧ୍ୟ ମିଳିଛି। ଏଥିରେ ୫ ବର୍ଷ ପାଇଁ ୮୪,୦୦୦ ଘନମିଟର ବାଲି ଉତ୍ତୋଳନ କରିବେ ବୋଲି ଦର୍ଶାଯାଇଛି। ହେଲେ ମେସିନ ଲଗାଇ ଲିଜଧାରୀ ଅନୁମତିଠାରୁ ବହୁ ଗୁଣରେ ଅଧିକ ବାଲି ଉତ୍ତୋଳନ କରି ରାଜସ୍ବ କ୍ଷତିର ଏକ ବାହାକ ସାଜିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ୨୮ା୯ା୨୦୨୧ରେ ଉକ୍ତ ବାଲିଘାଟର ଲିଜ ଅବଧି ସରି ଯାଇଥିଲା। ଏହାପରେ କୌଣସି ଅନୁମତି ନ ନେଇ ମେଶିନ ସହାୟତାରେ ବିପୁଳ ପରିମାଣର ବାଲି ଉତ୍ତୋଳନ କରାଯାଇଛି। ଏନେଇ ବେହୁରା ଧର୍ମଶାଳା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ତହସିଲଦାର ସ୍ବାଗତ ଦାସ ଲିଜ୍‌ଧାରୀ ଏସଟି ମିନେରାଲ୍ସର ନିର୍ଦ୍ଦେଶକ ଶ୍ରୀବାସ ଜେନାଙ୍କୁ ୨୬ା୩ା୨୦୨୨ରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହି ନୋଟିସ ମିଳିବା ପରେ ଲିଜ୍‌ଧାରୀଙ୍କ ପକ୍ଷରୁ ସ୍ଥାନୀୟ ଲୋକ ବାଲି ଉତ୍ତୋଳନ କରିଛନ୍ତି ବୋଲି ଉତ୍ତର ରଖିଥିଲେ। ଏଠାରେ ପ୍ରଶ୍ନ ଉଠେ ଯେ, ଯଦି ସ୍ଥାନୀୟ ଲୋକ ବେଆଇନ ଭାବେ ବାଲି ଉତ୍ତୋଳନ କରିଛନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କାହିଁକି। ପ୍ରଭାବଶାଳୀ ଲିଜ୍‌ଧାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ସ୍ଥାନୀୟ ଲୋକଙ୍କ ଉପରେ ଦୋଷ ଲଦି ଦେବାକୁ ପ୍ରୟାସ କରାଯାଇଥିବା ଏଥିରୁ ସ୍ପଷ୍ଟ ବୋଲି ଅଭିଯୋଗକାରୀ ବେହୁରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri