ପୁନଃ ଲିଜ୍‌ ସରିଲା, ସ୍ଥାନାନ୍ତର ହେଲାନି

ଯାଜପୁର ଅଫିସ,୮।୮: ଯାଜପୁର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଓ ୫୩ ନମ୍ବର ଜାତୀୟ ରାଜପଥର ଶ୍ରୀରାମପୁର ଟୋଲପ୍ଲାଜା ସ୍ଥାନାନ୍ତରଣ ସମସ୍ୟା ଅସମାହିତ ହୋଇରହିଛି। ଅବଧି ସରିବାର ପ୍ରାୟ ଅଢେଇ ମାସ ପରେ ପାଣିକୋଇଲି ଟୋଲପ୍ଲାଜାର ପୁନଃ ଲିଜ୍‌ ପାଇଁ ଟେଣ୍ଡର ପ୍ରକ୍ରିୟା ଗୁରୁବାର ସମ୍ପନ୍ନ ହୋଇଛି। ପୂର୍ବରୁ ନେଇଥିବା ଠିକାସଂସ୍ଥା ସାହାକାର ପ୍ରାଇଭେଟ ଲିଃ ଏଥିରେ ବାଦ ପଡ଼ିଥିବାବେଳେ ଏକ ନୂତନ ଠିକାସଂସ୍ଥାକୁ ଦୈନିକ ୩୨ଲକ୍ଷ ୭୨ ହଜାର ଟଙ୍କାରେ ଲିଜ୍‌ ଦିଆଯାଇଥିବା ସୂଚନା ମିଳିଛି। କିନ୍ତୁ ବିଡମ୍ବନା ଯେ, ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ବେଆଇନ ଭାବେ ଚାଲିଥିବା ଉପରୋକ୍ତ ଦୁଇ ଟୋଲପ୍ଲାଜାକୁ ସ୍ଥାନାନ୍ତରଣ ନିର୍ଦ୍ଦେଶକୁ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ବି ତାହା ସ୍ଥାନାନ୍ତର ହୋଇ ପାରିନାହିଁ। ଫଳରେ ୫୦ କିମି ଦୂରତା ମଧ୍ୟରେ ୩ ଟୋଲପ୍ଲାଜାରେ ଟ୍ୟାକ୍ସ ଦେଇ ଗାଡ଼ି ମାଲିକମାନେ ସର୍ବସ୍ବାନ୍ତ ହେଉଥିବା ମତପ୍ରକାଶ ପାଇଛି।

ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନ ଅନୁଯାୟୀ ଗୋଟିଏ ଟୋଲଗେଟ୍‌ରୁ ଅନ୍ୟ ଟୋଲଗେଟ୍‌ର ଦୂରତା ଅତିକମ୍‌ରେ ୬୦ କିଲୋମିଟର ହେବା ଆବଶ୍ୟକ। କିନ୍ତୁ ୬ ନମ୍ବର ଜାତୀୟ ରାଜପଥ, ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଏବଂ ପାଣିକୋଇଲି-କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥରେ ଅଳ୍ପ ଦୂରତାରେ ୩ଟି ଟୋଲପ୍ଲାଜା ରହିଛି। ସେଥିମଧ୍ୟରୁ ଯାଜପୁର ଜିଲାର ପାଣିକୋଇଲି ଓ ଶ୍ରୀରାମପୁରରେ ୨ଟି ଟୋଲପ୍ଲାଜା କାର୍ଯ୍ୟ କରୁଛି। କେବଳ ୧୬ ନମ୍ବର ଜାତୀୟ ରାଜପଥରେ ୫୨ କିମି ଦୂରତା ମଧ୍ୟରେ ରହିଥିବା ପାଣିକୋଇଲି ଓ ମଙ୍ଗୁଳି ଟୋଲପ୍ଲାଜାରୁ ଦୈନିକ ପ୍ରାୟ କୋଟିଏ ଟଙ୍କା ଟୋଲ୍‌ ଫି ଆଦାୟ ଚାଲିଛି। ଭୁବନେଶ୍ୱରଠାରୁ ଯାଜପୁର ଜିଲାଦେଇ ପ୍ରସିଦ୍ଧ ଘଟଗଁା ତାରିଣୀ ମନ୍ଦିରକୁ ଗଲେ ମଙ୍ଗୁଳି, ପାଣିକୋଇଲି ଓ ଆନନ୍ଦପୁର ନିକଟସ୍ଥ ଆଦି ୩ଟି ଟୋଲପ୍ଲାଜା ଅତିକ୍ରମ କରିବାକୁ ପଡୁଛି। ତେଣୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ମଙ୍ଗୁଳି ଟୋଲ୍‌ପ୍ଲାଜକୁ ବନ୍ଦାଲୋ, ପାଣିକୋଇଲି ଟୋଲପ୍ଲାଜାକୁ ଭଦ୍ରକର ଆଖୁଆପଦା ଏବଂ ଶ୍ରୀରାମପୁର ଟୋଲପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇକୁ ସ୍ଥାନାନ୍ତର କରିବାକୁ ୨୦୧୬ ଜୁଲାଇରେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପରିବହନ କମିଶନର ତାଙ୍କ ପତ୍ରସଂଖ୍ୟା ୧୧୦୬୩/୧୯ା୭ା୨୦୧୬ରେ ପୂର୍ତ୍ତ ବିଭାଗ ସଚିବଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ର ଜାରି ହେବାର ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରିିଥିଲେ ହେଁ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରକୁ ନେଇ ସନ୍ଦିହାନ ଦେଖାଦେଇଛି। ଆଖୁଆପଦାଠାରେ ଜମି ଅଧିଗ୍ରହଣ ନେଇ ପ୍ରଶାସନିକ ତପତ୍ରତା ମଧ୍ୟ ନାହିଁ ବୋଲି କୁହାଯାଉଛି। ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଣିକୋଇଲି ଟୋଲ୍‌ଗେଟ୍‌ ନିକଟତର ହୋଇସାରିଛିି। କିନ୍ତୁ ଟେଣ୍ଡର ହେବା ସତ୍ତ୍ୱେ ଆଗକୁ ଅଧିକ ଲାଭ ଆଶାରେ ଏହି ଟୋଲଗେଟ ସ୍ଥାନାନ୍ତର ହେବା ଆଶା ଦିଶୁନାହିଁ ବୋଲି ଚର୍ଚ୍ଚା ହେଉଛି। ପାଣିକୋଇଲି ଟୋଲ୍‌ଗେଟ୍‌ରେ ଆଦାୟ ହେଉଥିବା ଲାଭ ଅର୍ଥକୁ ମିଳିମିଶି ବଣ୍ଟା ଯାଉଥିବାରୁ କୌଣସି ନିର୍ଦ୍ଦେଶ ଏଠାରେ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ ହୋଇଛି।
ମଙ୍ଗୁଳି ଟୋଲ୍‌ଗେଟ୍‌କୁ ବନ୍ଦାଲୋକୁ ସ୍ଥାନାନ୍ତର ପାଇଁ ଆବଶ୍ୟକ ନିର୍ମାଣ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲରୁ ଭଦ୍ରକ ୭୪.୫ କିମି ୬ ଲେନ ରାସ୍ତା ସମ୍ପ୍ରସାରଣ ସମୟରେ ପାଣିକୋଇଲି ଟୋଲପ୍ଲାଜା ଭଦ୍ରକ ଜିଲାର ଆଖୁଆପଦାକୁ ସ୍ଥାନାନ୍ତରଣ ହେବ ବୋଲି ୨୦୧୮ ନଭେମ୍ବରରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ସୂଚନା ମିଳିଥିଲା। ତାହା ବି ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଶିଳ୍ପ ଓ ଖଣି ପରିବହନରେ ଦୈନିକ ବିପୁଳ ଟଙ୍କା ଆଦାୟ ହେଉଥିବାରୁ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତର ନେଇ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏନେଇ ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପଚରାଯିବାରୁ ସେ କହିଛନ୍ତି, କଟକ ପରିବହନ କମିଶନର ଦେଇଥିବା ପତ୍ର ସଂକ୍ରାନ୍ତରେ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri