ପୁନଃ ଲିଜ୍‌ ସରିଲା, ସ୍ଥାନାନ୍ତର ହେଲାନି

ଯାଜପୁର ଅଫିସ,୮।୮: ଯାଜପୁର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଓ ୫୩ ନମ୍ବର ଜାତୀୟ ରାଜପଥର ଶ୍ରୀରାମପୁର ଟୋଲପ୍ଲାଜା ସ୍ଥାନାନ୍ତରଣ ସମସ୍ୟା ଅସମାହିତ ହୋଇରହିଛି। ଅବଧି ସରିବାର ପ୍ରାୟ ଅଢେଇ ମାସ ପରେ ପାଣିକୋଇଲି ଟୋଲପ୍ଲାଜାର ପୁନଃ ଲିଜ୍‌ ପାଇଁ ଟେଣ୍ଡର ପ୍ରକ୍ରିୟା ଗୁରୁବାର ସମ୍ପନ୍ନ ହୋଇଛି। ପୂର୍ବରୁ ନେଇଥିବା ଠିକାସଂସ୍ଥା ସାହାକାର ପ୍ରାଇଭେଟ ଲିଃ ଏଥିରେ ବାଦ ପଡ଼ିଥିବାବେଳେ ଏକ ନୂତନ ଠିକାସଂସ୍ଥାକୁ ଦୈନିକ ୩୨ଲକ୍ଷ ୭୨ ହଜାର ଟଙ୍କାରେ ଲିଜ୍‌ ଦିଆଯାଇଥିବା ସୂଚନା ମିଳିଛି। କିନ୍ତୁ ବିଡମ୍ବନା ଯେ, ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ବେଆଇନ ଭାବେ ଚାଲିଥିବା ଉପରୋକ୍ତ ଦୁଇ ଟୋଲପ୍ଲାଜାକୁ ସ୍ଥାନାନ୍ତରଣ ନିର୍ଦ୍ଦେଶକୁ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ବି ତାହା ସ୍ଥାନାନ୍ତର ହୋଇ ପାରିନାହିଁ। ଫଳରେ ୫୦ କିମି ଦୂରତା ମଧ୍ୟରେ ୩ ଟୋଲପ୍ଲାଜାରେ ଟ୍ୟାକ୍ସ ଦେଇ ଗାଡ଼ି ମାଲିକମାନେ ସର୍ବସ୍ବାନ୍ତ ହେଉଥିବା ମତପ୍ରକାଶ ପାଇଛି।

ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନ ଅନୁଯାୟୀ ଗୋଟିଏ ଟୋଲଗେଟ୍‌ରୁ ଅନ୍ୟ ଟୋଲଗେଟ୍‌ର ଦୂରତା ଅତିକମ୍‌ରେ ୬୦ କିଲୋମିଟର ହେବା ଆବଶ୍ୟକ। କିନ୍ତୁ ୬ ନମ୍ବର ଜାତୀୟ ରାଜପଥ, ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଏବଂ ପାଣିକୋଇଲି-କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥରେ ଅଳ୍ପ ଦୂରତାରେ ୩ଟି ଟୋଲପ୍ଲାଜା ରହିଛି। ସେଥିମଧ୍ୟରୁ ଯାଜପୁର ଜିଲାର ପାଣିକୋଇଲି ଓ ଶ୍ରୀରାମପୁରରେ ୨ଟି ଟୋଲପ୍ଲାଜା କାର୍ଯ୍ୟ କରୁଛି। କେବଳ ୧୬ ନମ୍ବର ଜାତୀୟ ରାଜପଥରେ ୫୨ କିମି ଦୂରତା ମଧ୍ୟରେ ରହିଥିବା ପାଣିକୋଇଲି ଓ ମଙ୍ଗୁଳି ଟୋଲପ୍ଲାଜାରୁ ଦୈନିକ ପ୍ରାୟ କୋଟିଏ ଟଙ୍କା ଟୋଲ୍‌ ଫି ଆଦାୟ ଚାଲିଛି। ଭୁବନେଶ୍ୱରଠାରୁ ଯାଜପୁର ଜିଲାଦେଇ ପ୍ରସିଦ୍ଧ ଘଟଗଁା ତାରିଣୀ ମନ୍ଦିରକୁ ଗଲେ ମଙ୍ଗୁଳି, ପାଣିକୋଇଲି ଓ ଆନନ୍ଦପୁର ନିକଟସ୍ଥ ଆଦି ୩ଟି ଟୋଲପ୍ଲାଜା ଅତିକ୍ରମ କରିବାକୁ ପଡୁଛି। ତେଣୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ମଙ୍ଗୁଳି ଟୋଲ୍‌ପ୍ଲାଜକୁ ବନ୍ଦାଲୋ, ପାଣିକୋଇଲି ଟୋଲପ୍ଲାଜାକୁ ଭଦ୍ରକର ଆଖୁଆପଦା ଏବଂ ଶ୍ରୀରାମପୁର ଟୋଲପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇକୁ ସ୍ଥାନାନ୍ତର କରିବାକୁ ୨୦୧୬ ଜୁଲାଇରେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପରିବହନ କମିଶନର ତାଙ୍କ ପତ୍ରସଂଖ୍ୟା ୧୧୦୬୩/୧୯ା୭ା୨୦୧୬ରେ ପୂର୍ତ୍ତ ବିଭାଗ ସଚିବଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ର ଜାରି ହେବାର ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରିିଥିଲେ ହେଁ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରକୁ ନେଇ ସନ୍ଦିହାନ ଦେଖାଦେଇଛି। ଆଖୁଆପଦାଠାରେ ଜମି ଅଧିଗ୍ରହଣ ନେଇ ପ୍ରଶାସନିକ ତପତ୍ରତା ମଧ୍ୟ ନାହିଁ ବୋଲି କୁହାଯାଉଛି। ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଣିକୋଇଲି ଟୋଲ୍‌ଗେଟ୍‌ ନିକଟତର ହୋଇସାରିଛିି। କିନ୍ତୁ ଟେଣ୍ଡର ହେବା ସତ୍ତ୍ୱେ ଆଗକୁ ଅଧିକ ଲାଭ ଆଶାରେ ଏହି ଟୋଲଗେଟ ସ୍ଥାନାନ୍ତର ହେବା ଆଶା ଦିଶୁନାହିଁ ବୋଲି ଚର୍ଚ୍ଚା ହେଉଛି। ପାଣିକୋଇଲି ଟୋଲ୍‌ଗେଟ୍‌ରେ ଆଦାୟ ହେଉଥିବା ଲାଭ ଅର୍ଥକୁ ମିଳିମିଶି ବଣ୍ଟା ଯାଉଥିବାରୁ କୌଣସି ନିର୍ଦ୍ଦେଶ ଏଠାରେ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ ହୋଇଛି।
ମଙ୍ଗୁଳି ଟୋଲ୍‌ଗେଟ୍‌କୁ ବନ୍ଦାଲୋକୁ ସ୍ଥାନାନ୍ତର ପାଇଁ ଆବଶ୍ୟକ ନିର୍ମାଣ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲରୁ ଭଦ୍ରକ ୭୪.୫ କିମି ୬ ଲେନ ରାସ୍ତା ସମ୍ପ୍ରସାରଣ ସମୟରେ ପାଣିକୋଇଲି ଟୋଲପ୍ଲାଜା ଭଦ୍ରକ ଜିଲାର ଆଖୁଆପଦାକୁ ସ୍ଥାନାନ୍ତରଣ ହେବ ବୋଲି ୨୦୧୮ ନଭେମ୍ବରରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ସୂଚନା ମିଳିଥିଲା। ତାହା ବି ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଶିଳ୍ପ ଓ ଖଣି ପରିବହନରେ ଦୈନିକ ବିପୁଳ ଟଙ୍କା ଆଦାୟ ହେଉଥିବାରୁ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତର ନେଇ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏନେଇ ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପଚରାଯିବାରୁ ସେ କହିଛନ୍ତି, କଟକ ପରିବହନ କମିଶନର ଦେଇଥିବା ପତ୍ର ସଂକ୍ରାନ୍ତରେ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରୁ ଘରକୁ ଫେରିବାବେଳେ ରାସ୍ତାରେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ…

ବ୍ୟାଟ ଛାଡ଼ିବେ ନା ଖେଳ ଜାରି ରଖିବେ? ଅବସର ଚର୍ଚ୍ଚା ଉପରେ ରୋହିତଙ୍କ ସ୍ପଷ୍ଟ ଜବାବ, କହିଦେଲେ…

ନୂଆଦିଲ୍ଲୀ, ୨୬।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଅବସରକୁ ନେଇ ଗତ କିଛି ମାସ ମଧ୍ୟରେ ଅନେକ ଥର ଗୁଜବ ସାମ୍ନାକୁ ଆସିଛି।…

ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ…

ଶିକ୍ଷାନୁଷ୍ଠାନ ନେତୃତ୍ୱର ଅନ୍ତୁଡ଼ିଶାଳ

ଭଗବାନଙ୍କୁ ପୂଜା କରିବା ପାଇଁ ଆମେ ମନ୍ଦିରକୁ ଯାଉ। ଜ୍ଞାନ ଓ ଶିକ୍ଷା ରୂପକ ଅମୂଲ୍ୟ ରତ୍ନ ହାସଲ କରିବା ପାଇଁ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି। ଏହି…

ନିବେଶ ଚମକ, ତୃଷାର ଛାୟା

ଭାରତରେ ଗୁଗଲ୍‌ର ପ୍ରସ୍ତାବିତ ଡାଟା ସେଣ୍ଟର ଏବଂ ଏହା ସହିତ ଜଡ଼ିତ ଜଳ ସଙ୍କଟ ଏକ ଗଭୀର ବିଡ଼ମ୍ବନାର ପର୍ଦ୍ଦାଫାଶ କରୁଛି। ସରକାର ଏହାକୁ ‘ଐତିହାସିକ ନିବେଶ’…

ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ…

ଲୁଲାଙ୍କ ବଡ଼ ବିଜୟ: ରାଷ୍ଟ୍ରପତି ନିର୍ବାଚନ ଜିତି ଚତୁର୍ଥ ଥର କ୍ଷମତାକୁ ଫେରିଲେ!

ବ୍ରାସିଲିଆ, ୨୬।୧୦: ବ୍ରାଜିଲରେ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା କଡ଼ା ମୁକାବିଲାରେ କନଜରଭେଟିଭ ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ପୁଣିଥରେ କ୍ଷମତା ହାସଲ…

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା: ୨୮ରେ ଛୁଇଁବ ସ୍ଥଳଭାଗ, ଆନ୍ଧ୍ର ଦେଇ ଓଡ଼ିଶା ମୁହାଁଇବା ଆଶଙ୍କା

ଭୁବନେଶ୍ୱର, ୨୬ା୧୦ (ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ରାଜ୍ୟବାସୀଙ୍କ ମନରେ ପୁଣି ଛନକା ପଶିଛି। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବା ପରେ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?