ଡାଉନିଂ ଷ୍ଟ୍ରିଟ୍‌ରେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୬।୯: କଞ୍ଜରଭେଟିଭ୍‌ ପାର୍ଟିର ନବବିର୍ବାଚିତ ନେତା ତଥା ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଲିଜ୍‌ ଟ୍ରସ୍‌ ଭାରତ-ବ୍ରିଟେନ୍‌ ମଧ୍ୟରେ ରଣନୈତିକ, ଅର୍ଥନୈତିକ ସମ୍ପର୍କକୁ ମଜଭୁତ୍‌ ସପକ୍ଷରେ ଥିବା ବରିଷ୍ଠ ବ୍ରିଟିଶ୍‌ ରାଜନେତାଙ୍କ ମଧ୍ୟରୁ ଅନ୍ୟତମ। ଟ୍ରସ୍‌ ଅନ୍ତର୍ଜାତୀୟ ବାଣିଜ୍ୟ ସଚିବ ଥିବାବେଳେ ଗତବର୍ଷ ମେ’ରେ ବୋରିସ୍‌ ଜନ୍‌ସନ ସରକାରଙ୍କ ପକ୍ଷରୁ ଭାରତ ସହ ତ୍ୱରାନ୍ବିତ ବାଣିଜି୍ୟକ ସହଭାଗିତା (ଇଟିପି) ଚୁକ୍ତିରେ ସ୍ବାକ୍ଷର କରିଥିଲେ। ବର୍ତ୍ତମାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ଆଲୋଚନାକୁ ଆଗକୁ ବଢ଼ାଇବାରେ ଏଇଠୁ ମୂଳଦୁଆ ପଡ଼ିଥିଲା।
୪୭ ବର୍ଷୀୟା ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଟ୍ରସ୍‌ ଭାରତ ଗସ୍ତ କରିବା ସହ ଏକାଧିକ ଥର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ଭର୍ଚୁଆଲ ମୋଡ୍‌ରେ ଆଲୋଚନା କରିଥିଲେ। ଆଲୋଚନା ବେଳେ ଟ୍ରସ୍‌ ଭାରତକୁ ‘ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ସୁଯୋଗ’ ବୋଲି ଅଭିହିତ କରିଥିଲେ। ଇଟିପିରେ ସ୍ବାକ୍ଷର କରିବା ପରେ ଟ୍ରସ୍‌ କହିଥିଲେ, ସେ ବାଣିଜ୍ୟ କ୍ଷେତ୍ରରେ ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଏକ ମଧୁର ସମ୍ପର୍କ ପ୍ରତିଷ୍ଠ ହେଉଥିବା ଦେଖୁଛନ୍ତି। ଏହି ବିସ୍ତୃତ ବାଣିଜି୍ୟକ ରାଜିନାମାରେ ଆର୍ଥିକ ସେବାଠୁ ନେଇ ଆଇନଗତ ସେବା, ଡିଜିଟାଲ, ଡାଟା ତଥା ସାମଗ୍ରୀ ଓ କୃଷି କ୍ଷେତ୍ର ଅନ୍ତର୍ଭୁକ୍ତ। ଚୁକ୍ତିନାମା ଫଳରେ ଉଭୟ ପକ୍ଷ ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ନିମ୍ନ ଟିକସ ବସାଇବେ ବୋଲି ଟ୍ରସ୍‌ ଆଶାବ୍ୟକ୍ତ କରିଥିଲେ।
ବହିର୍ବ୍ୟାପାର ମନ୍ତ୍ରୀ ରୂପେ ପଦୋନ୍ନତି ପାଇବା ପରେ ଟ୍ରସ୍‌ ଡିପାର୍ଟମେଣ୍ଟ ଫର୍‌ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ (ଡିଆଇଟି) ଭାର ଆନ୍ନେ ମାରିଏ-ଟ୍ରେଭେଲ୍ୟାନ୍‌ଙ୍କୁ ଦେଇଥିଲେ, ଯିଏକି ବାଣିଜ୍ୟ ସଚିବ ଭାବେ ଭାରତ ସହ ଏଫ୍‌ଟିଏ ଆଲୋଚନାକୁ ଆଗକୁ ବଢ଼ାଇବେ ବୋଲି ଆଶା କରାଯାଉଛି।
ନିଟକରେ ନିଜ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କ କ୍ୟାମ୍ପେନ୍‌ ଟ୍ରାଏଲ୍‌ ବେଳେ ଟ୍ରସ୍‌ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ନେଇ ତାଙ୍କ ଆଭିମୁଖ୍ୟ ଦୋହରାଇଥିଲେ। ବୋରିସ୍‌ ଜନ୍‌ସନ ଚଳିତବର୍ଷ ଶେଷ ସୁଦ୍ଧା ଏଫ୍‌ଟିଏ ଚୂଡ଼ାନ୍ତ ହୋଇଯିବ ବୋଲି ପୂର୍ବରୁ ଘୋଷଣା କରିଥିବାବେଳେ ଟ୍ରସ୍‌ ଏହାକୁ ଆସନ୍ତା ଦୀପାବଳି ସୁଦ୍ଧା ସମ୍ପନ୍ନ କରାଯିବ ବୋଲି କହିଥିଲେ। ଏପରି କି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରତିରକ୍ଷା ଓ ସୁରକ୍ଷା ସହଭାଗିତାକୁ ତ୍ୱରାନ୍ବିତ କରାଯିବ ବୋଲି ଟ୍ରସ୍‌ ଏକାଧିକ ଥର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri