ପିଲାଙ୍କଠୁ ଶିଖନ୍ତୁ ….

ସାଧାରଣତଃ ଛୋଟ ପିଲାଙ୍କୁ ମା’ବାପା ଅନେକ କଥା ଶିଖାଇଥାଆନ୍ତି। ଏହାକୁ ଆଧାରକରି ଏବଂ ନିଜର ଶିକ୍ଷାଗତ ଯୋଗ୍ୟତା ବଳରେ ସେମାନେ ନିଜର ଭବିଷ୍ୟତ ଗଢ଼ନ୍ତି। ହେଲେ ବେଳେବେଳେ ପିଲାମାନଙ୍କର କେତୋଟି କଥା ବେଶ୍‌ ଶିକ୍ଷଣୀୟ ହୋଇଥାଏ। ତେଣୁ ଯଦି ପିଲାମାନେ କିଛି କହୁଛନ୍ତି ସେମାନଙ୍କ କଥାକୁ ମା’ ବାପା ଭଲ ଭାବରେ ତର୍ଜମା କରିବା ଦରକାର। କାରଣ ହୁଏତ ସେଥିରେ କିଛି ଭଲ କଥା ଲୁଚିଥାଇପାରେ। ପିଲା ଛୋଟ ହେଲେ ବି ତା’ର କଥାଟିର ମହତ୍ୱ ରହିଛି। ଯଦି ଆପଣ ସେମାନଙ୍କ କଥାକୁ ଗୁରୁତ୍ୱ ତେବେ ଜୀବନରେ ପ୍ରତିଟି କ୍ଷେତ୍ରରେ ଆଗେଇ ପାରିବେ। ପିଲାମାନେ ତାଙ୍କର ଭାବନାକୁ ଅନେକ ସମୟରେ ମା’-ବାପାଙ୍କ ସମ୍ମୁଖରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରିଥାଆନ୍ତି। ଏହି ସମୟରେ ସେମାନଙ୍କ ମନରେ ଭୟର ଭାବନା ଜାତ କରନ୍ତୁ ନାହିଁ। ସେମାନଙ୍କୁ ନିଜ କଥା କହିବାକୁ ସୁଯୋଗ ଦିଅନ୍ତୁ। ହୁଏତ ସେଥିରୁ ଆପଣ ବି କିଛି ଶିଖିପାରିବେ। ତେଣୁ ପ୍ରତ୍ୟେକ ମା’ବାପା ପିଲାଙ୍କର ଭଲ କଥାକୁ ଗୁରୁତ୍ୱ ଦେଲେ ତାହା ସେମାନଙ୍କୁ ନୂଆ ନୂଆ କଥା ଚିନ୍ତା କରିବାକୁ ପ୍ରେରଣା ଯୋଗାଇଥାଏ। ଏପରି କି ଅନେକ ସମୟରେ ସେହି କଥାରୁ ମାତାପିତା କିଛି ଶିକ୍ଷାଲାଭ କରିଥାଆନ୍ତି।
ପିଲାମାନେ କେବେ ବି ତାଙ୍କ ଭାବନାକୁ ଚାପିରଖନ୍ତି ନାହିଁ
ପିଲାମାନେ କେବେ ବି ତାଙ୍କ ଭାବନାକୁ ଚାପିରଖନ୍ତି ନାହିଁ। ସେମାନେ ତାଙ୍କର ମନର ଭାବନାକୁ ଖୋଲାଖୋଲି କହି ଦିଅନ୍ତି। ଯେତେବେଳେ ତାଙ୍କୁ କୌଣସି କଥା ଭଲ ଲାଗେନି କିମ୍ବା ଦୁଃଖ ଲାଗେ ସେ ସମୟରେ ସେ କାନ୍ଦନ୍ତି ଓ ତାଙ୍କ ମନକୁ ହାଲ୍‌କା କରିଦିଅନ୍ତି। ଏହି ପ୍ରକାରେ ଯଦି ତାଙ୍କୁ କୌଣସି କଥା ଭଲ ଲାଗେ ତାକୁ ଖୋଲିକରି ପ୍ରକାଶ କରନ୍ତି। ତାହା ସେମାନଙ୍କର ମାନସିକତାକୁ ସକାରାତ୍ମକ ରଖିଥାଏ। ମନୋବିଜ୍ଞାନୀଙ୍କ ମତରେ ସାଧାରଣତଃ ବୟସ୍କମାନେ ଯଦି ନିଜର ମନ କଥାକୁ କାହା ସହ ଶେୟାର ନ କରନ୍ତି ତେବେ ସେମାନେ ଚାପଗ୍ରସ୍ତ ହେବା ଆଶଙ୍କା ରହିଛି। ଠିକ୍‌ ସେହିପରି ଯଦି ପିଲା ତାହାର ମନ କଥା ମା’ବାପାଙ୍କ ସାମ୍‌ନାରେ ପ୍ରକାଶ କରେ ତେବେ ସେ ବେଶ୍‌ ଖୁସି ଅନୁଭବ କରିଥାଏ। ତା’ ସହ ତାହାର ଭାରାକ୍ରାନ୍ତ ମନ ହାଲୁକା ହୋଇଥାଏ।
ଖରାପ କଥାକୁ ଜଲ୍‌ଦି ଭୁଲିବା ଦରକାର
ଆପଣ ଦେଖିଥିବେ ପିଲାଙ୍କର ଯଦି କୌଣସି ଖେଳନା, ମନପସନ୍ଦ ଖାଦ୍ୟ ତଳେ ପଡ଼ିଗଲେ ସେମାନେ କାନ୍ଦିବାକୁ ଲାଗନ୍ତି। ପିଲାକୁ ଯଦି ତା’ ମନ ମୁତାବକ ଜିନିଷ ମିଳିଯାଏ ସେ ଖୁସି ହୋଇଯାଏ। ସେତେବେଳେ ସେମାନେ ପୂର୍ବ କଥାଟି ଭୁଲି ଅନ୍ୟଠାରେ ମନୋନିବେଶ କରିଦିଅନ୍ତି। କିନ୍ତୁ ଆମେ ଯଦି ଅତୀତରେ ଘଟିଥିବା ଘଟଣା କିମ୍ବା କାହା ଦ୍ୱାରା ହୋଇଥିବା ଦୁର୍ବ୍ୟବହାରକୁ ନେଇ ପିଲାକୁ ସବୁବେଳେ ତାଗିଦ କରିବା ତେବେ ତାହା ତାଙ୍କୁ ଚିନ୍ତାଗ୍ରସ୍ତ କରାଇଥାଏ। ତେଣୁ ପିଲାର ପ୍ରତିଟି କଥାକୁ ଗୁରୁତ୍ୱର ସହ ମା’ ବାପା ବୁଝିବା ଦରକାର। ଯଦି ଆପଣ କିଛି ପୁରୁଣା ତଥା ଖରାପ କଥାକୁ ପୁନରାବୃତ୍ତି କରୁଛନ୍ତି ତେବେ ସେହି କଥାଗୁଡ଼ିକୁ କେମିତି ମନରୁ ପାସୋରି ପକାଇବେ ସେ ନେଇ ଚେଷ୍ଟା କରନ୍ତୁ।
ଜିଜ୍ଞାସୁ ସ୍ବଭାବ ଓ ଶିଖିବାର ଆଗ୍ରହ
ବେଳେବେଳେ ଛୋଟ ପିଲା ସବୁ ଜିନିଷ ଜାଣିବା, ଶିଖିବା ପାଇଁ କେତେ ପ୍ରକାର ପ୍ରଶ୍ନ କରିଥାନ୍ତି। ଆଉ ଆପଣ ସେଭଳି ପ୍ରଶ୍ନର ଉତ୍ତର ଦେଇ ଥକିଯାନ୍ତି। ଏହି ସମୟରେ ପିଲାଟି ପ୍ରକୃତରେ କ’ଣ କହିବାକୁ ଚେଷ୍ଟା କରୁଛି ତାହାକୁ ହୃଦୟଙ୍ଗମ କରନ୍ତୁ। କେତେକ କଥାରେ ପିଲାଟିର ଜିଜ୍ଞାସୁ ଭାବନା ଏବଂ ଶିଖିବାର ଆଗ୍ରହ ଲୁଚି ରହିଥାଏ। ଯଦି ପିଲାଙ୍କର ଏହି ସ୍ବଭାବ ଆପଣଙ୍କ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ୍‌ରେ ବ୍ୟବହାର କରିବେ ତେବେ ଆପଣ ସଫଳତାର ଶୀର୍ଷରେ ପହଞ୍ଚତ୍ପାରିବେ। ନୂଆ ସ୍କିଲ୍‌ ଶିଖିବା ଓ ନୂଆ ଟେକ୍ନୋଲୋଜି ଦ୍ୱାରା ଅପ୍‌ଡେଟ୍‌ ରହିବା ଆଦି କଥାକୁ ଦୃଷ୍ଟି ଦେବେ ତେବେ ସଫଳତା ନିଶ୍ଚିତ ପାଇପାରିବେ।
ଆକ୍ଟିଭ ରହିବା ଏବଂ ସୁନିଦ୍ରା ଯିବା
ପିଲାମାନେ ଯେତେବେଳେ ଶୁଅନ୍ତି ନିଶ୍ଚିତ ହୋଇ ଶୁଅନ୍ତି। ଯେତେବେଳେ ସେ ଶୁଅନ୍ତି ନାହିଁ, କିଛି ସମୟ ବି ବସି ରୁହନ୍ତିନାହିଁ କିଛି ନା କିଛି କାମରେ ବ୍ୟସ୍ତ ରହିଥାନ୍ତି। ସେମାନେ ସବୁବେଳେ ଆକ୍ଟିଭ ରହିଥାନ୍ତି। ଏପରି କରିବା ଦ୍ୱାରା ସେମାନଙ୍କର ବଡି ମାଇଣ୍ଡ ଉଭୟ ଫିଟ୍‌ ରହିଥାଏ। ଆମ ବଡ଼ମାନଙ୍କୁ ବି ନିଜର ଫିଜିକାଲ ଓ ମେଣ୍ଟାଲ ଫିଟ୍‌ନେସ୍‌ ଓ ଜୀବନରେ ସଫଳତା ପାଇବାକୁ ହେଲେ ନିଜକୁ ସବୁବେଳେ ଆକ୍ଟିଭ୍‌ ରଖିବା ଜରୁରୀ। ଶୋଇବା ସମୟରେ ସୁନିଦ୍ରା ଯାଆନ୍ତୁ , ଯାହା କରୁଛନ୍ତି ତାକୁ ମନ ଧ୍ୟାନଦେଇ କରନ୍ତୁ।
ସାହସୀ ହେବା ଜରୁରୀ
ପିଲା ହୁଏତ ଜାଣି ନ ଥାଏ ସେ ଡେଇଁପଡ଼ିଲେ କ’ଣ ହେବ, ନିଜର ଗତିବିଧି ବିଷୟରେ ଅଜଣା ରହିଥାଏ। ହେଲେ ସେ ସାହସୀ ହୋଇ ସବୁ କାମ କରିବାର ଆଗ୍ରହ ତା’ ମନ ଭିତରେ ଥାଏ। କିନ୍ତୁ ଉଚ୍ଚାରୁ ଡେଇଁବା କିମ୍ବା କୌଣସି ଜୀବଜନ୍ତୁକୁ ଧରିବା ପାଇଁ କୁଣ୍ଠାବୋଧ କରି ନ ଥାନ୍ତି ସେମାନେ। ହଁ , ଅପେକ୍ଷାକୃତ ଏଥିପାଇଁ ସାବଧାନତା ମଧ୍ୟ ଜରୁରୀ। ଠିକ୍‌ ଏହିପରି ଆମକୁ ଆବଶ୍ୟକତାଠାରୁ ଅଧିକ ଡର ଆଶଙ୍କା ମନରୁ କାଢ଼ି ଫୋପାଡ଼ିଦେବା ଆବଶ୍ୟକ। ତେବେ ଯାଇ ଆମେ ଜୀବନରେ ନୂଆ କାମ ଏବଂ ଆଇଡିଆ ପାଇବା ଦ୍ୱାରା ଆଗକୁ ବଢ଼ିପାରିବା।
ଛୋଟ ଛୋଟ ଜିନିଷକୁ ଉପଭୋଗ କରିବା
ଆପଣ କୌଣସି ପିଲାକୁ ତା’ର ମନ ପସନ୍ଦର ଡ୍ରେସ୍‌, ଖେଳନା ଦେଇ ଦିଅନ୍ତୁ। ଦେଖିବେ ସେ ବିଲ୍‌କୁଲ୍‌ ଖୁସି ହୋଇଯିବ। କୌଣସି ବଗିଚାରେ ଫୁଲ ମିଳିଯାଉ, ଦୋଳି କିମ୍ବା ଟିଭିରେ କାର୍ଟୁନ୍‌ ଦେଖିବାକୁ ମିଳିଯାଉ ତେବେ ସେ ତା’ ଭିତରେ ବୁଡ଼ିକି ରହିଯାଏ। ସେମିତି ଆପଣ ବି ଛୋଟ ଛୋଟ ଜିନିଷକୁ ନେଇ ଉପଭୋଗ କରନ୍ତୁ। ପିଲାଟି ବେଳେବେଳେ ତା’ କଥା ମାଧ୍ୟମରେ କିଛି ଚାହିଁଥାଏ। ତାହାକୁ ପୂରଣ କରିବା ପୂର୍ବରୁ ସେ ନେଇ ତର୍ଜମା କରନ୍ତୁ। ଅନେକ ସମୟରେ ପିଲାଟିର କେତେକ କଥା ମା’-ବାପାଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ତେଣୁ ସେପରି କଥାକୁ ଅଣଦେଖା କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri