ପିଲାଙ୍କଠୁ ଶିଖନ୍ତୁ ….

ସାଧାରଣତଃ ଛୋଟ ପିଲାଙ୍କୁ ମା’ବାପା ଅନେକ କଥା ଶିଖାଇଥାଆନ୍ତି। ଏହାକୁ ଆଧାରକରି ଏବଂ ନିଜର ଶିକ୍ଷାଗତ ଯୋଗ୍ୟତା ବଳରେ ସେମାନେ ନିଜର ଭବିଷ୍ୟତ ଗଢ଼ନ୍ତି। ହେଲେ ବେଳେବେଳେ ପିଲାମାନଙ୍କର କେତୋଟି କଥା ବେଶ୍‌ ଶିକ୍ଷଣୀୟ ହୋଇଥାଏ। ତେଣୁ ଯଦି ପିଲାମାନେ କିଛି କହୁଛନ୍ତି ସେମାନଙ୍କ କଥାକୁ ମା’ ବାପା ଭଲ ଭାବରେ ତର୍ଜମା କରିବା ଦରକାର। କାରଣ ହୁଏତ ସେଥିରେ କିଛି ଭଲ କଥା ଲୁଚିଥାଇପାରେ। ପିଲା ଛୋଟ ହେଲେ ବି ତା’ର କଥାଟିର ମହତ୍ୱ ରହିଛି। ଯଦି ଆପଣ ସେମାନଙ୍କ କଥାକୁ ଗୁରୁତ୍ୱ ତେବେ ଜୀବନରେ ପ୍ରତିଟି କ୍ଷେତ୍ରରେ ଆଗେଇ ପାରିବେ। ପିଲାମାନେ ତାଙ୍କର ଭାବନାକୁ ଅନେକ ସମୟରେ ମା’-ବାପାଙ୍କ ସମ୍ମୁଖରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରିଥାଆନ୍ତି। ଏହି ସମୟରେ ସେମାନଙ୍କ ମନରେ ଭୟର ଭାବନା ଜାତ କରନ୍ତୁ ନାହିଁ। ସେମାନଙ୍କୁ ନିଜ କଥା କହିବାକୁ ସୁଯୋଗ ଦିଅନ୍ତୁ। ହୁଏତ ସେଥିରୁ ଆପଣ ବି କିଛି ଶିଖିପାରିବେ। ତେଣୁ ପ୍ରତ୍ୟେକ ମା’ବାପା ପିଲାଙ୍କର ଭଲ କଥାକୁ ଗୁରୁତ୍ୱ ଦେଲେ ତାହା ସେମାନଙ୍କୁ ନୂଆ ନୂଆ କଥା ଚିନ୍ତା କରିବାକୁ ପ୍ରେରଣା ଯୋଗାଇଥାଏ। ଏପରି କି ଅନେକ ସମୟରେ ସେହି କଥାରୁ ମାତାପିତା କିଛି ଶିକ୍ଷାଲାଭ କରିଥାଆନ୍ତି।
ପିଲାମାନେ କେବେ ବି ତାଙ୍କ ଭାବନାକୁ ଚାପିରଖନ୍ତି ନାହିଁ
ପିଲାମାନେ କେବେ ବି ତାଙ୍କ ଭାବନାକୁ ଚାପିରଖନ୍ତି ନାହିଁ। ସେମାନେ ତାଙ୍କର ମନର ଭାବନାକୁ ଖୋଲାଖୋଲି କହି ଦିଅନ୍ତି। ଯେତେବେଳେ ତାଙ୍କୁ କୌଣସି କଥା ଭଲ ଲାଗେନି କିମ୍ବା ଦୁଃଖ ଲାଗେ ସେ ସମୟରେ ସେ କାନ୍ଦନ୍ତି ଓ ତାଙ୍କ ମନକୁ ହାଲ୍‌କା କରିଦିଅନ୍ତି। ଏହି ପ୍ରକାରେ ଯଦି ତାଙ୍କୁ କୌଣସି କଥା ଭଲ ଲାଗେ ତାକୁ ଖୋଲିକରି ପ୍ରକାଶ କରନ୍ତି। ତାହା ସେମାନଙ୍କର ମାନସିକତାକୁ ସକାରାତ୍ମକ ରଖିଥାଏ। ମନୋବିଜ୍ଞାନୀଙ୍କ ମତରେ ସାଧାରଣତଃ ବୟସ୍କମାନେ ଯଦି ନିଜର ମନ କଥାକୁ କାହା ସହ ଶେୟାର ନ କରନ୍ତି ତେବେ ସେମାନେ ଚାପଗ୍ରସ୍ତ ହେବା ଆଶଙ୍କା ରହିଛି। ଠିକ୍‌ ସେହିପରି ଯଦି ପିଲା ତାହାର ମନ କଥା ମା’ବାପାଙ୍କ ସାମ୍‌ନାରେ ପ୍ରକାଶ କରେ ତେବେ ସେ ବେଶ୍‌ ଖୁସି ଅନୁଭବ କରିଥାଏ। ତା’ ସହ ତାହାର ଭାରାକ୍ରାନ୍ତ ମନ ହାଲୁକା ହୋଇଥାଏ।
ଖରାପ କଥାକୁ ଜଲ୍‌ଦି ଭୁଲିବା ଦରକାର
ଆପଣ ଦେଖିଥିବେ ପିଲାଙ୍କର ଯଦି କୌଣସି ଖେଳନା, ମନପସନ୍ଦ ଖାଦ୍ୟ ତଳେ ପଡ଼ିଗଲେ ସେମାନେ କାନ୍ଦିବାକୁ ଲାଗନ୍ତି। ପିଲାକୁ ଯଦି ତା’ ମନ ମୁତାବକ ଜିନିଷ ମିଳିଯାଏ ସେ ଖୁସି ହୋଇଯାଏ। ସେତେବେଳେ ସେମାନେ ପୂର୍ବ କଥାଟି ଭୁଲି ଅନ୍ୟଠାରେ ମନୋନିବେଶ କରିଦିଅନ୍ତି। କିନ୍ତୁ ଆମେ ଯଦି ଅତୀତରେ ଘଟିଥିବା ଘଟଣା କିମ୍ବା କାହା ଦ୍ୱାରା ହୋଇଥିବା ଦୁର୍ବ୍ୟବହାରକୁ ନେଇ ପିଲାକୁ ସବୁବେଳେ ତାଗିଦ କରିବା ତେବେ ତାହା ତାଙ୍କୁ ଚିନ୍ତାଗ୍ରସ୍ତ କରାଇଥାଏ। ତେଣୁ ପିଲାର ପ୍ରତିଟି କଥାକୁ ଗୁରୁତ୍ୱର ସହ ମା’ ବାପା ବୁଝିବା ଦରକାର। ଯଦି ଆପଣ କିଛି ପୁରୁଣା ତଥା ଖରାପ କଥାକୁ ପୁନରାବୃତ୍ତି କରୁଛନ୍ତି ତେବେ ସେହି କଥାଗୁଡ଼ିକୁ କେମିତି ମନରୁ ପାସୋରି ପକାଇବେ ସେ ନେଇ ଚେଷ୍ଟା କରନ୍ତୁ।
ଜିଜ୍ଞାସୁ ସ୍ବଭାବ ଓ ଶିଖିବାର ଆଗ୍ରହ
ବେଳେବେଳେ ଛୋଟ ପିଲା ସବୁ ଜିନିଷ ଜାଣିବା, ଶିଖିବା ପାଇଁ କେତେ ପ୍ରକାର ପ୍ରଶ୍ନ କରିଥାନ୍ତି। ଆଉ ଆପଣ ସେଭଳି ପ୍ରଶ୍ନର ଉତ୍ତର ଦେଇ ଥକିଯାନ୍ତି। ଏହି ସମୟରେ ପିଲାଟି ପ୍ରକୃତରେ କ’ଣ କହିବାକୁ ଚେଷ୍ଟା କରୁଛି ତାହାକୁ ହୃଦୟଙ୍ଗମ କରନ୍ତୁ। କେତେକ କଥାରେ ପିଲାଟିର ଜିଜ୍ଞାସୁ ଭାବନା ଏବଂ ଶିଖିବାର ଆଗ୍ରହ ଲୁଚି ରହିଥାଏ। ଯଦି ପିଲାଙ୍କର ଏହି ସ୍ବଭାବ ଆପଣଙ୍କ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ୍‌ରେ ବ୍ୟବହାର କରିବେ ତେବେ ଆପଣ ସଫଳତାର ଶୀର୍ଷରେ ପହଞ୍ଚତ୍ପାରିବେ। ନୂଆ ସ୍କିଲ୍‌ ଶିଖିବା ଓ ନୂଆ ଟେକ୍ନୋଲୋଜି ଦ୍ୱାରା ଅପ୍‌ଡେଟ୍‌ ରହିବା ଆଦି କଥାକୁ ଦୃଷ୍ଟି ଦେବେ ତେବେ ସଫଳତା ନିଶ୍ଚିତ ପାଇପାରିବେ।
ଆକ୍ଟିଭ ରହିବା ଏବଂ ସୁନିଦ୍ରା ଯିବା
ପିଲାମାନେ ଯେତେବେଳେ ଶୁଅନ୍ତି ନିଶ୍ଚିତ ହୋଇ ଶୁଅନ୍ତି। ଯେତେବେଳେ ସେ ଶୁଅନ୍ତି ନାହିଁ, କିଛି ସମୟ ବି ବସି ରୁହନ୍ତିନାହିଁ କିଛି ନା କିଛି କାମରେ ବ୍ୟସ୍ତ ରହିଥାନ୍ତି। ସେମାନେ ସବୁବେଳେ ଆକ୍ଟିଭ ରହିଥାନ୍ତି। ଏପରି କରିବା ଦ୍ୱାରା ସେମାନଙ୍କର ବଡି ମାଇଣ୍ଡ ଉଭୟ ଫିଟ୍‌ ରହିଥାଏ। ଆମ ବଡ଼ମାନଙ୍କୁ ବି ନିଜର ଫିଜିକାଲ ଓ ମେଣ୍ଟାଲ ଫିଟ୍‌ନେସ୍‌ ଓ ଜୀବନରେ ସଫଳତା ପାଇବାକୁ ହେଲେ ନିଜକୁ ସବୁବେଳେ ଆକ୍ଟିଭ୍‌ ରଖିବା ଜରୁରୀ। ଶୋଇବା ସମୟରେ ସୁନିଦ୍ରା ଯାଆନ୍ତୁ , ଯାହା କରୁଛନ୍ତି ତାକୁ ମନ ଧ୍ୟାନଦେଇ କରନ୍ତୁ।
ସାହସୀ ହେବା ଜରୁରୀ
ପିଲା ହୁଏତ ଜାଣି ନ ଥାଏ ସେ ଡେଇଁପଡ଼ିଲେ କ’ଣ ହେବ, ନିଜର ଗତିବିଧି ବିଷୟରେ ଅଜଣା ରହିଥାଏ। ହେଲେ ସେ ସାହସୀ ହୋଇ ସବୁ କାମ କରିବାର ଆଗ୍ରହ ତା’ ମନ ଭିତରେ ଥାଏ। କିନ୍ତୁ ଉଚ୍ଚାରୁ ଡେଇଁବା କିମ୍ବା କୌଣସି ଜୀବଜନ୍ତୁକୁ ଧରିବା ପାଇଁ କୁଣ୍ଠାବୋଧ କରି ନ ଥାନ୍ତି ସେମାନେ। ହଁ , ଅପେକ୍ଷାକୃତ ଏଥିପାଇଁ ସାବଧାନତା ମଧ୍ୟ ଜରୁରୀ। ଠିକ୍‌ ଏହିପରି ଆମକୁ ଆବଶ୍ୟକତାଠାରୁ ଅଧିକ ଡର ଆଶଙ୍କା ମନରୁ କାଢ଼ି ଫୋପାଡ଼ିଦେବା ଆବଶ୍ୟକ। ତେବେ ଯାଇ ଆମେ ଜୀବନରେ ନୂଆ କାମ ଏବଂ ଆଇଡିଆ ପାଇବା ଦ୍ୱାରା ଆଗକୁ ବଢ଼ିପାରିବା।
ଛୋଟ ଛୋଟ ଜିନିଷକୁ ଉପଭୋଗ କରିବା
ଆପଣ କୌଣସି ପିଲାକୁ ତା’ର ମନ ପସନ୍ଦର ଡ୍ରେସ୍‌, ଖେଳନା ଦେଇ ଦିଅନ୍ତୁ। ଦେଖିବେ ସେ ବିଲ୍‌କୁଲ୍‌ ଖୁସି ହୋଇଯିବ। କୌଣସି ବଗିଚାରେ ଫୁଲ ମିଳିଯାଉ, ଦୋଳି କିମ୍ବା ଟିଭିରେ କାର୍ଟୁନ୍‌ ଦେଖିବାକୁ ମିଳିଯାଉ ତେବେ ସେ ତା’ ଭିତରେ ବୁଡ଼ିକି ରହିଯାଏ। ସେମିତି ଆପଣ ବି ଛୋଟ ଛୋଟ ଜିନିଷକୁ ନେଇ ଉପଭୋଗ କରନ୍ତୁ। ପିଲାଟି ବେଳେବେଳେ ତା’ କଥା ମାଧ୍ୟମରେ କିଛି ଚାହିଁଥାଏ। ତାହାକୁ ପୂରଣ କରିବା ପୂର୍ବରୁ ସେ ନେଇ ତର୍ଜମା କରନ୍ତୁ। ଅନେକ ସମୟରେ ପିଲାଟିର କେତେକ କଥା ମା’-ବାପାଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ତେଣୁ ସେପରି କଥାକୁ ଅଣଦେଖା କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?