ମିସ୍‌ ୟୁନିଭର୍ସ ଟାଇଟେଲ୍‌ ଜିତି ଇତିହାସ ରଚିଥିବା ହରନାଜ୍‌ ସାନ୍ଧୁଙ୍କ ବିଷୟରେ ଜାଣନ୍ତୁ

ଜେରୁଜେଲମ୍‌,୧୩।୧୨: ଅଭିନେତ୍ରୀ-ମଡେଲ ହର୍‌ନାଜ୍‌ ସାନ୍ଧୁ ସୋମବାର ଇତିହାସ ସୃଷ୍ଟି କରିଛନ୍ତି। ସେ ମିସ ୟୁନିଭର୍ସ ୨୦୨୧ ଟାଇଟେଲ୍‌ ଜିତିଛନ୍ତି। ୨୧ ବର୍ଷ ପରେ ସେ ଭାରତ ପାଇଟାଇଟଲ ଜିତିଛି – ୮୦ ଟି ଦେଶରୁ ପ୍ରତିଯୋଗୀଙ୍କୁ ପରାସ୍ତ କରିଛି। ସାନ୍ଧୁଙ୍କ ପୂର୍ବରୁ କେବଳ ଦୁଇଜଣ ଭାରତୀୟ ମିସ ୟୁନିଭର୍ସ ଟାଇଟଲ ଜିତିଥିଲେ। ୧୯୯୪ରେ ଅଭିନେତ୍ରୀ ସୁସ୍ମିତା ସେନ ଏବଂ ୨୦୦୦ ରେ ଲାରା ଦତ୍ତା ଏହାକୁ ଜିତିଥିଲେ।
ଚଣ୍ଡିଗଡ଼ର ୨୧ ବର୍ଷୀୟା ମଡେଲ ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌ରେ ଏମଏ ପଢୁଛନ୍ତି। ସେ ଗତ ବର୍ଷର ମିସ ୟୁନିଭର୍ସ ମେକ୍ସିକୋରେ ଆଣ୍ଡ୍ରିଆ ମେଜାଙ୍କ ମୁକୁଟ ପିନ୍ଧିଥିଲେ। ପାରାଗୁଏର ନାଦିଆ ଫେରେରା, ୨୨ବର୍ଷ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକାର ଲାଲେଲା ମିସୱାନେ ୨୪ତମ ସ୍ଥାନରେ ରହିଛନ୍ତି। ଅନ୍ତିମ ପ୍ରଶ୍ନ-ଉତ୍ତର ରାଉଣ୍ଡରେ ସାନ୍ଧୁଙ୍କୁ ପଚରାଯାଇଥିଲା ଯେ ସେ ଆଜିର ଯୁବତୀଙ୍କୁ ଚାପର ମୁକାବିଲା ପାଇଁ କ’ଣ ପରାମର୍ଶ ଦେବାକୁ ଚାହିଁବେ। ଏହାର ଜବାବରେ ସାନ୍ଧୁ କହିଛନ୍ତି- ଆଜିର ଯୁବପିଢି ନିଜ ଉପରେ ବିଶ୍ୱାସ କରିବା ସବୁଠାରୁ ବଡ ଚାପ। ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ବନ୍ଦ କରିବା ଆବଶ୍ୟକ ଏବଂ ସାରା ବିଶ୍ୱରେ ଘଟୁଥିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ କଥାବାର୍ତ୍ତା କର। ନିଜ ପାଇଁ କୁହ, କାରଣ ତୁମେ ତୁମର ଜୀବନର ଲିଡର୍‌, ତୁମେ ତୁମର ସ୍ବର। ମୁଁ ନିଜ ଉପରେ ବିଶ୍ୱାସ କଲି ଏବଂ ସେଥିପାଇଁ ମୁଁ ଆଜି ଏଠାରେ ଛିଡ଼ା ହୋଇଛି। ସାନ୍ଧୁ ୧୭ ବର୍ଷ ବୟସରେ ଚଣ୍ଡିଗଡ଼ର ପ୍ରତିନିଧିତ୍ୱ କରି ୨୦୧୭ରେ ଟାଇମ୍ସ ଫ୍ରେସ ଫେସ ଜିତିଥିଲେ। ପରେ ସେ ଲିଭା ମିସ ଡିଭା ୟୁନିଭର୍ସ ୨୦୨୧ର ଆଖ୍ୟା ଅର୍ଜନ କରିଥିଲେ। ସାନ୍ଧୁ କିଛି ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି।
ଇଭେଣ୍ଟର ୭୦ ଚୟନ କମିଟିରେ ଅଭିନେତ୍ରୀ ତଥା ମିସ ୟୁନିଭର୍ସ ଇଣ୍ଡିଆ ୨୦୧୫ ଉର୍ବଶୀ ରଉତେଲା, ଆଡାମାରି ଲୋପେଜ, ଆଡ୍ରିଏନା ଲିମା, ଚେସଲି କ୍ରିଷ୍ଟ, ଆଇରିସ ମିଟେନେରେ, ଲୋରୀ ହାର୍ଭେ, ମାରିଅନ ରିଭେରା ଏବଂ ରେନା ସୋଫର୍‌ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri