ମିସ୍‌ ୟୁନିଭର୍ସ ଟାଇଟେଲ୍‌ ଜିତି ଇତିହାସ ରଚିଥିବା ହରନାଜ୍‌ ସାନ୍ଧୁଙ୍କ ବିଷୟରେ ଜାଣନ୍ତୁ

ଜେରୁଜେଲମ୍‌,୧୩।୧୨: ଅଭିନେତ୍ରୀ-ମଡେଲ ହର୍‌ନାଜ୍‌ ସାନ୍ଧୁ ସୋମବାର ଇତିହାସ ସୃଷ୍ଟି କରିଛନ୍ତି। ସେ ମିସ ୟୁନିଭର୍ସ ୨୦୨୧ ଟାଇଟେଲ୍‌ ଜିତିଛନ୍ତି। ୨୧ ବର୍ଷ ପରେ ସେ ଭାରତ ପାଇଟାଇଟଲ ଜିତିଛି – ୮୦ ଟି ଦେଶରୁ ପ୍ରତିଯୋଗୀଙ୍କୁ ପରାସ୍ତ କରିଛି। ସାନ୍ଧୁଙ୍କ ପୂର୍ବରୁ କେବଳ ଦୁଇଜଣ ଭାରତୀୟ ମିସ ୟୁନିଭର୍ସ ଟାଇଟଲ ଜିତିଥିଲେ। ୧୯୯୪ରେ ଅଭିନେତ୍ରୀ ସୁସ୍ମିତା ସେନ ଏବଂ ୨୦୦୦ ରେ ଲାରା ଦତ୍ତା ଏହାକୁ ଜିତିଥିଲେ।
ଚଣ୍ଡିଗଡ଼ର ୨୧ ବର୍ଷୀୟା ମଡେଲ ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌ରେ ଏମଏ ପଢୁଛନ୍ତି। ସେ ଗତ ବର୍ଷର ମିସ ୟୁନିଭର୍ସ ମେକ୍ସିକୋରେ ଆଣ୍ଡ୍ରିଆ ମେଜାଙ୍କ ମୁକୁଟ ପିନ୍ଧିଥିଲେ। ପାରାଗୁଏର ନାଦିଆ ଫେରେରା, ୨୨ବର୍ଷ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକାର ଲାଲେଲା ମିସୱାନେ ୨୪ତମ ସ୍ଥାନରେ ରହିଛନ୍ତି। ଅନ୍ତିମ ପ୍ରଶ୍ନ-ଉତ୍ତର ରାଉଣ୍ଡରେ ସାନ୍ଧୁଙ୍କୁ ପଚରାଯାଇଥିଲା ଯେ ସେ ଆଜିର ଯୁବତୀଙ୍କୁ ଚାପର ମୁକାବିଲା ପାଇଁ କ’ଣ ପରାମର୍ଶ ଦେବାକୁ ଚାହିଁବେ। ଏହାର ଜବାବରେ ସାନ୍ଧୁ କହିଛନ୍ତି- ଆଜିର ଯୁବପିଢି ନିଜ ଉପରେ ବିଶ୍ୱାସ କରିବା ସବୁଠାରୁ ବଡ ଚାପ। ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ବନ୍ଦ କରିବା ଆବଶ୍ୟକ ଏବଂ ସାରା ବିଶ୍ୱରେ ଘଟୁଥିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ କଥାବାର୍ତ୍ତା କର। ନିଜ ପାଇଁ କୁହ, କାରଣ ତୁମେ ତୁମର ଜୀବନର ଲିଡର୍‌, ତୁମେ ତୁମର ସ୍ବର। ମୁଁ ନିଜ ଉପରେ ବିଶ୍ୱାସ କଲି ଏବଂ ସେଥିପାଇଁ ମୁଁ ଆଜି ଏଠାରେ ଛିଡ଼ା ହୋଇଛି। ସାନ୍ଧୁ ୧୭ ବର୍ଷ ବୟସରେ ଚଣ୍ଡିଗଡ଼ର ପ୍ରତିନିଧିତ୍ୱ କରି ୨୦୧୭ରେ ଟାଇମ୍ସ ଫ୍ରେସ ଫେସ ଜିତିଥିଲେ। ପରେ ସେ ଲିଭା ମିସ ଡିଭା ୟୁନିଭର୍ସ ୨୦୨୧ର ଆଖ୍ୟା ଅର୍ଜନ କରିଥିଲେ। ସାନ୍ଧୁ କିଛି ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି।
ଇଭେଣ୍ଟର ୭୦ ଚୟନ କମିଟିରେ ଅଭିନେତ୍ରୀ ତଥା ମିସ ୟୁନିଭର୍ସ ଇଣ୍ଡିଆ ୨୦୧୫ ଉର୍ବଶୀ ରଉତେଲା, ଆଡାମାରି ଲୋପେଜ, ଆଡ୍ରିଏନା ଲିମା, ଚେସଲି କ୍ରିଷ୍ଟ, ଆଇରିସ ମିଟେନେରେ, ଲୋରୀ ହାର୍ଭେ, ମାରିଅନ ରିଭେରା ଏବଂ ରେନା ସୋଫର୍‌ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri