ସନ୍ଦେହରେ ନେତାଙ୍କ ନୀରବତା

ତାଳଚେର,୨୫ା୩ (ନି.ପ୍ର.)  ପୁରୁଣା ପ୍ଲାଣ୍ଟ ହେଲେ ମଧ୍ୟ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ଲାଭରେ ଚାଲୁଥିଲା। ଶତ ପ୍ରତିଶତ ବିଦ୍ୟୁତ୍‌ ଉତ୍ପାଦନ କରି ବିଭିନ୍ନ ସମୟରେ ରେକର୍ଡ କରୁଥିଲା। ଟିଟିପିଏସ୍‌ ସଫଳତାର ଶ୍ରେୟ ଏନ୍‌ଟିପିସି ନେବା ସହ ଏଥିପାଇଁ ଏକାଧିକ ପୁରସ୍କାର ହାତେଇଥିଲା। କିନ୍ତୁ ପ୍ଲାଣ୍ଟର ପୁରୁଣା ୟୁନିଟ୍‌ଗୁଡ଼ିକ ସ୍ଥାନରେ ଷ୍ଟେଜ-୩ର ୧୩୨୦ ମେଗାୱାଟ୍‌ ବିଶିଷ୍ଟ ୨ (୬୬୦x୨) ଗୋଟି ନୂତନ ୟୁନିଟ୍‌ ସ୍ଥାପନ ଦିଗରେ ସମୟ ଥାଉ ଥାଉ ପଦକ୍ଷେପ ନିଆଗଲା ନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶଗତ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଗଲା ନାହିଁ। ବହୁ ସଂଖ୍ୟକ ଶ୍ରମିକଙ୍କ ପେଟ ପାଟଣା କଥା ଚିନ୍ତା ନ କରି ଗତ ୨୨ ତାରିଖ ରାତିରୁ ହଠାତ୍‌ ପ୍ଲାଣ୍ଟର ସମସ୍ତ ୟୁନିଟ୍‌କୁ ବନ୍ଦ କରିଦିଆଗଲା। ଏଥିରୁ ଟିଟିପିଏସ୍‌ରେ ତାଲା ପକାଇବା ଯେ ଏନ୍‌ଟିପିସିର ଏକମାତ୍ର ଲକ୍ଷ୍ୟ ଥିଲା ତାହା ବେଶ୍‌ ବାରିହୋଇପଡ଼ୁଥିବା ଶ୍ରମିକ ମହଲରେ ଆଲୋଚନା ହେଉଛି। ୨ ଦିନ ହେଲା ପ୍ଲାଣ୍ଟ ବନ୍ଦ ରହିଥିବାରୁ ସହସ୍ରାଧିକ ଶ୍ରମିକଙ୍କ ପରିବାରରେ ଭାଳେଣି ପଡ଼ିଯାଇଛି। ହେଲେ ଏ ନେଇ ରାଜନେତାଙ୍କ ନୀରବତା ଶ୍ରମିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି।
ଶ୍ରମିକମାନଙ୍କ କହିବା ଅନୁଯାୟୀ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ପାଳନ କରି ନ ଥିବାରୁ ମାର୍ଚ୍ଚ ୩୧ ପରେ ଟିଟିପିଏସ୍‌ ବନ୍ଦ ହେବ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଏନ୍‌ଟିପିସି କର୍ତ୍ତୃପକ୍ଷ ଏ ନେଇ ମୁହଁ ଖୋଲୁ ନ ଥିଲେ ମଧ୍ୟ ଭିତିରିଆ ଟିଟିପିଏସ୍‌ ବନ୍ଦ ଯୋଜନା କେବେଠାରୁ ପଦାରେ ପଡ଼ିଯାଇଥିଲା। ଠିକାଦାରଙ୍କଠାରୁ କାମ ବନ୍ଦ ନୋଟିସ ପାଇଥିବା ବହୁ ସଂଖ୍ୟକ ଶ୍ରମିକ ପ୍ରତିବାଦରେ ପ୍ଲାଣ୍ଟ ସମ୍ମୁଖରେ ଗଣଧାରଣ ଦେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା। ଶାସକ ବିଜେଡି ଦଳର ବହୁ ନେତାଙ୍କଠାରୁ ଆରମ୍ଭ କରି ଭାଜପା ଓ କଂଗ୍ରେସ ଦଳର ଏକାଧିକ ନେତା ସମର୍ଥନ, ସହାନୁଭୂତି ଜଣାଇବାକୁ ଧାଇଁ ଆସୁଥିଲେ। ଟିଟିପିଏସ୍‌ ବନ୍ଦ ହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଉଥିଲେ। ତାଳଚେର ଅର୍ଥନୀତି ବାଧାପ୍ରାପ୍ତ ହେବାକୁ ଦିଆଯିବ ନାହିଁ କି ଶ୍ରମିକଙ୍କ ସହ ଅନ୍ୟାୟ ସହ୍ୟ କରାଯିବ ନାହିଁ ବୋଲି କହୁଥିଲେ। କିନ୍ତୁ ୨ ଦିନ ହେଲା ପ୍ଲାଣ୍ଟରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିଛି। ଶ୍ରମିକମାନେ କାମ ନ ପାଇ ବସି ବସି ଫେରୁଛନ୍ତି। ତଥାପି ସମ୍ପୃକ୍ତ ରାଜନେତାମାନଙ୍କ ଦେଖାଦର୍ଶନ ମିଳୁନାହିଁ। ଏପରି କି ପ୍ରତିବାଦର ସ୍ବର ମଧ୍ୟ ଶୁଭୁ ନାହିଁ। ସେମାନଙ୍କ ଏହି ନୀରବତା ପଛରେ କି ରହସ୍ୟ ରହିଛି ବୋଲି ଶ୍ରମିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବୁଢ଼ା ବୟସରେ ତଡ଼ି ଦେଲେ
ଲାଭ କରୁଥିବା ପ୍ଲାଣ୍ଟ ବନ୍ଦ ହେବ ବୋଲି ଯାହା ଶୁଶୁଥିଲୁ, ତାହାକୁ ବିଶ୍ୱାସ କରୁ ନ ଥିଲୁ। କିନ୍ତୁ ଦୁଇଦିନ ହେଲା ଭିତରକୁ ପ୍ରବେଶ କରିପାରୁନୁ। ଏନ୍‌ଟିପିସି କର୍ତ୍ତୃପକ୍ଷ କାହିଁକି ପ୍ଲାଣ୍ଟ ବନ୍ଦ କଲେ ଓ ବୁଢ଼ା ବୟସରେ ଆମକୁ ତଡ଼ି ଦେଲେ ତାହା ବୁଝିପାରୁନୁ।
-ଦୁଃଶାସନ ଦାସ, ଟିଟିପିଏସ୍‌ ଶ୍ରମିକ

ଶ୍ରମିକଙ୍କୁ ମାରିବାକୁ ପ୍ରୟାସ
ଫେଜ-୩ ୟୁନିଟ୍‌ ସ୍ଥାପନ ପାଇଁ ୨୦୨୦ରୁ ରାଜ୍ୟ ସରକାର ଏଚ୍‌ଏଲ୍‌ସି ମଞ୍ଜୁରୀ ଦେଇସାରିଲେଣି। କିନ୍ତୁ ଏନ୍‌ଟିପିସି କର୍ତ୍ତୃପକ୍ଷ ଟିଟିପିଏସ୍‌ର ନବୀକରଣ ନେଇ ପଦକ୍ଷେପ ନେଲେ ନାହିଁ। ଏବେ ପ୍ଲାଣ୍ଟ ବନ୍ଦ କରି ଶ୍ରମିକମାନଙ୍କୁ ମାରିବାକୁ ପ୍ରୟାସ କରାଯାଉଛି।
-ପ୍ରଦିପ କୁମାର ରଥ, ଟିଟିପିଏସ୍‌ ଶ୍ରମିକ

ଏନ୍‌ଟିପିସି ମନମୁଖି କାମ କରୁଛି
ଏନ୍‌ଟିପିସି ମନମୁଖି ଶାସନ ଚଲାଇଛି। ନୋଟିସ୍‌ ନ ଦେଇ ଜବରଦସ୍ତି ୨ ଦିନ ହେଲା ଉତ୍ପାଦନ ବନ୍ଦ କରିଛି। ଅଫିସରମାନଙ୍କୁ ବଦଳି କରାଯିବା ସହ ଶ୍ରମିକମାନଙ୍କୁ ପ୍ଲାଣ୍ଟରେ କାମ କରିବାକୁ ଦିଆଯାଉ ନାହିଁ। ଫଳରେ ଦୁଇଦିନ ହେଲା ବସି ବସି ଫେରୁଛୁ।
-ବାବୁଲା ସାମଲ, ଟିଟିପିଏସ୍‌ ଶ୍ରମିକ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା
ଟିଟିପିଏସ୍‌ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖି ସାରିଲେଣି। ଏହା ଉପରେ କୌଣସି ମତାମତ ଦେବା ଆଉ ଠିକ୍‌ ହେବ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ, ପ୍ରଶାସନ ତାହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅନୁଗୋଳ ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri