Posted inଜାତୀୟ

ଭାରତୀୟ ହଳଦୀରେ ସୀସା ସ୍ତର ୧୦୦ ଗୁଣା ଅଧିକ

ନୂଆଦିଲ୍ଲୀ, ୧୩।୧୧: ଭାରତ, ପାକିସ୍ତାନ, ନେପାଳ ପରି ଏସୀୟ ଦେଶଗୁଡ଼ିକରେ ବିକ୍ରି ହେଉଥିବା ହଳଦୀରେ ସୀସାର ବିଷାକ୍ତ ମାତ୍ରା ମିଳିଛି। ଉକ୍ତ ଦେଶଗୁଡ଼ିକରେ ମିଳୁଥିବା ହଳଦୀରେ ସୀସାର ମାତ୍ରା ୧୦୦୦ ମାଇକ୍ରୋଗ୍ରାମ୍‌/ଗ୍ରାମ୍‌ରୁ ଅଧିକ ରହିଥିବା ନେଇ ମଙ୍ଗଳବାର ଏକ ଅଧ୍ୟୟନ ପ୍ରକାଶ କରିଛି, ଯାହା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ) ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ୧୦୦ ଗୁଣା ଅଧିକ ରହିଛି। ଆମେରିକାର ଷ୍ଟାନଫୋର୍ଡ ବିଶ୍ୱ ବିଦ୍ୟାଳୟ, ଭାରତର ‘ଫ୍ରିଡମ ଏମ୍ପଲୟବିଲିଟି ଏକାଡେମୀ’ ସଙ୍ଗଠନ ଏବଂ ପରିବେଶ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଙ୍ଗଠନ ‘ପିୟୋର ଆର୍ଥ’ ମିଳିତ ଭାବେ ଏହି ଅଧ୍ୟୟନ କରିଛନ୍ତି, ଯାହାର ରିପୋର୍ଟ ‘ସାଇନ୍ସ ଅଫ୍‌ ଟୋଟାଲ ଏନ୍‌ଭାଇରନ୍‌ମେଣ୍ଟ’ ନାମରେ ଏକ ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ସାପ୍ତାହିକ ପତ୍ରିକାରେ ପ୍ରକାଶିତ ହୋଇଛି। ଏହି ଅଧ୍ୟୟନରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ନେପାଳର ୨୩ଟି ସହରରେ ବିକ୍ରି ହେଉଥିବା ହଳଦୀକୁ ବିଶ୍ଳେଷଣ କରାଯାଇଛି। ଅଧ୍ୟୟନ ଅନୁଯାୟୀ, ଭାରତର ପାଟଣା, ଗୁଆହାଟୀ ଓ ଚେନ୍ନାଇ, ପାକସ୍ତାନର କରାଚୀ, ଇସ୍‌ଲାମାବାଦ ଓ ପେଶାଓ୍ବର ଏବଂ ନେପାଳର କାଠମାଣ୍ଡୁ ସହରରେ ବିକ୍ରି ହେଉଥିବା ହଳଦୀରେ ସୀସାର ମାତ୍ରା ୧୦ ମାଇକ୍ରୋଗ୍ରାମ୍‌/ଗ୍ରାମ୍‌ରୁ ଅଧିକ ରହିଛି, ଯାହା ମଣିଷର ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥିବା ଦର୍ଶାଯାଇଛି। ପାଟଣାରେ ବିକ୍ରି ହେଉଥିବା ହଳଦୀରେ ସୀସାର ମାତ୍ରା ସର୍ବାଧିକ ୨୨୭୪ ମାଇକ୍ରୋଗ୍ରାମ୍‌/ଗ୍ରାମ୍‌ ରହିଥିବାବେଳେ ଗୁଆହାଟୀରେ ଦ୍ୱିତୀୟ ସର୍ବାଧିକ ୧୨୭ ମାଇକ୍ରୋଗ୍ରାମ୍‌/ଗ୍ରାମ୍‌ ରହିଛି। ତେବେ ବିନା ପ୍ୟାକିଂରେ ବିକ୍ରି ହେଉଥିବା ହଳଦୀରେ ସୀସାର ମାତ୍ରା ପ୍ୟାକେଟ ଏବଂ ବ୍ରାଣ୍ଡେଡ୍‌ ହଳଦୀଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ରହିଥାଏ ବୋଲି ଏହି ଅଧ୍ୟୟନ କହିଛି। ଭାରତୀୟ ଗ୍ରାହକମାନଙ୍କୁ ଏଫ୍‌ଏସ୍‌ଏସ୍‌ଏଆଇର ମାନକ ଅନୁଯାୟୀ, ପ୍ୟାକେଟ୍‌ ଏବଂ ବ୍ରାଣ୍ଡେଡ୍‌ ହଳଦୀଗୁଡ଼ିକ ଉପରେ ଭରସା କରିବାକୁ ଏହି ଅଧ୍ୟୟନରେ ପରାମର୍ଶ ଦିଆଯାଇଛି।
ତେବେ ହଳଦୀର ନମୁନାଗୁଡ଼ିକରୁ ସୀସାର ମୁଖ୍ୟ ଉତ୍ସ ସୀସା କ୍ରୋମେଟ ମିଳିଥିବା ନେଇ ଏହି ଅଧ୍ୟୟନ କହିଛି। ଏହା ଏକ ପ୍ରକାରର ରସାୟନିକ ପଦାର୍ଥ, ଯାହା ହଳଦୀକୁ ଅଧିକ ଚମକାଇବା ପାଇଁ ବ୍ୟବହୃତ ହୋଇଥାଏ। ବଜାରରେ ବିକ୍ରି ହେଉଥିବା ହଳଦୀରେ ସୀସା କ୍ରୋମେଟର ବ୍ୟବହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉକ୍ତ ଅଧ୍ୟୟନରେ ଗବେଷକମାନେ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ହଳଦୀରେ ସୀସାର ମାତ୍ରାକୁ କମାଇବା ଆବଶ୍ୟକ। ତେଣୁ ବିକ୍ରି ହେବାକୁ ଥିବା ହଳଦୀ ପାଇଁ କଠୋର ପରୀକ୍ଷା ପ୍ରଣାଳୀକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି ବୋଲି ଏହି ଅଧ୍ୟୟନ ପ୍ରକାଶ କରିଛି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସୀସା ଯୁକ୍ତ ହଳଦୀ ଖାଇବା ଶିଶୁମାନଙ୍କ ପାଇଁ ବିଶେଷ ହାନିକାରକ ହୋଇଥାଏ। ହଳଦୀରେ ସୀସାର ମାତ୍ରା ଅଧିକ ରହିଲେ ପିଲାଙ୍କ ମାନସିକ କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହ ସେମାନଙ୍କ ଆଇକ୍ୟୁ ସ୍ତର ହ୍ରାସ ପାଇଥାଏ। ସେହିପରି ଲମ୍ବା ସମୟ ଧରି ସୀସା ଯୁକ୍ତ ହଳଦୀର ସେବନ ଦ୍ୱାରା ବୟଷ୍କଙ୍କ ମଧ୍ୟରେ ହୃଦ୍‌ରୋଗ, ଷ୍ଟ୍ରୋକ୍‌, ଏବଂ ବିଭିନ୍ନ ସ୍ନାୟୁଗତ ରୋଗ ଦେଖାଦେଇପାରେ। ସୀସା ଯୁକ୍ତ ହଳଦୀ ସେବନ ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଉପୁଜିପାରେ। ଏହା ମଣିଷ ଶରୀରରେ ଯକୃତର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିଥାଏ। ସେହିପରି ଲଗାତର ସୀସା ଯୁକ୍ତ ହଳଦୀ ସେବନ ଦ୍ୱାରା ଗାଷ୍ଟ୍ରାଇଟିସ୍‌, ପେପ୍ଟିକ ଅଲ୍‌ସର ପରି ପେଟ ଏବଂ ଅନ୍ତଃନଳୀ ସମସ୍ୟା ଭିତ୍ତିକ ରୋଗ ଦେଖାଦେଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷ ୨୦୨୬ରୁ ଏହି ୩ ରାଶିର ଭଲ ଦିନ ଆରମ୍ଭ: ସୃଷ୍ଟି ହେଉଛି ଚତୁର୍ଗ୍ରହୀ ଯୋଗ, ଘଟିବ…

୨୦୨୬ର ପ୍ରଥମ ଦିନ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନରେ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି। ଜାନୁଆରୀ ୧, ୨୦୨୬...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri