ଆର୍‌ବିଆଇ ଆକଳନ ହେଲା ଭୁଲ୍‌: ଖୁଚୁରା ମୁଦ୍ରାସ୍ଫୀତି ୬.୨୧%

ମୁମ୍ବାଇ/ନୂଆଦିଲ୍ଲୀ,୧୩ା୧୧:ଦେଶରେ କିଛିବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିଚାଲିଥିବାବେଳେ ଏଥିରେ ଲଗାମ ଲଗାଇବା ପାଇଁ ମୁଦ୍ରାସ୍ଫୀତିକୁ ୨%ରୁ ୬% ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କର ଉଦ୍ୟମ ସତ୍ତ୍ୱେ ମୁଦ୍ରାସ୍ଫୀତି ବଢ଼ିଚାଲିଛି। ଗତ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୯ ମାସର ସର୍ବୋଚ୍ଚ ସ୍ତର ୫.୪୯% ରହିଥିବାବେଳେ ଅକ୍ଟୋବରରେ ୫.୮୧% ରହିବା ଅନୁମାନ କରାଯାଇଥିଲା। ତେବେ ମୁଦ୍ରାସ୍ଫୀତି ଏହି ଅନୁମାନଠାରୁ ଆହୁୂରି ଉପରକୁ ଉଠି ୬.୨୧% ରହିଥିଲା। ସରକାରଙ୍କ ପକ୍ଷରୁ ମଙ୍ଗଳବାର ଜାରି ତଥ୍ୟ ଅନୁସାରେ ପରିବା ଦର ୫ ବର୍ଷର ରେକର୍ଡ ଭାଙ୍ଗି ୪୨.୪% ବୃଦ୍ଧି ପାଇଛି। ଅକ୍ଟୋବରରେ ଟମାଟୋ ଦର ୧୬୧.୩% ବଢ଼ିଥିଲା। ସେହିପରି ରସୁଣ ୮୨.୫%, ଆଳୁ ୬୪.୯% ଓ ପିଆଜ ୫୧.୮% ମହଙ୍ଗା ହୋଇଥିଲା। ଖାଇବା ତେଲ ଉପରେ ସରକାର ସୀମା ଶୁଳ୍କ ଲାଗୁ କରିବା ମଧ୍ୟ ମୁଦ୍ରାସ୍ଫୀତି ବଢ଼ିବାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କେବଳ ଯେ ମଧ୍ୟମ ଆୟକାରୀ ପରିବାରଗୁଡ଼ିକର କ୍ରୟଶକ୍ତିକୁ ଦୁର୍ବଳ କରିଦେଇଛି ତାହା ନୁହେଁ, ଏହା ଏସିଆର ତୃତୀୟ ବୃହତ୍‌ ଅର୍ଥନୀତି ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ମୁଦ୍ରାସ୍ଫୀତି ବଢ଼ିବା ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ମଧ୍ୟ ପ୍ରଭାବିତ ହେବ। ୨୦୨୪-୨୫ରେ ଜିଡିପି ୭.୨% ରହିବା ନେଇ ଆର୍‌ବିଆଇ ପୂର୍ବରୁ ଭବିଷ୍ୟବାଣୀ କରିଥିଲା। ମୁଦ୍ରାସ୍ଫୀତିର ମାତ୍ରାଧିକ ବୃଦ୍ଧିକୁ ଦେଖି ବିଶେଷଜ୍ଞମାନେ ଜିଡିପି ହାର ଖସିବା ନେଇ ଅନୁମାନ କରିଛନ୍ତି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପ୍ରିନ୍ସିପାଲ ଇକୋନୋମିଷ୍ଟ ଶକ୍ତି ଗୁପ୍ତା କହିଛନ୍ତି, ଡିସେମ୍ବରରେ ହେବାକୁ ଥିବା ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ରେପୋ ରେଟ୍‌ ହ୍ରାସ ପାଇଁ ଆର୍‌ବିଆଇ ବିଚାର କରୁଥିବା ଆଜିର ମୁଦ୍ରାସ୍ଫୀତିକୁ ଦେଖିଲେ ଏଥିଲାଗି କବାଟ ବନ୍ଦ ହୋଇଯାଇଥିବା ମନେହେଉଛି। ଏଲାରା ସିକ୍ୟୁରିଟିଜ୍‌ର ଅର୍ଥନୀତିଜ୍ଞ ଗାରିମା କପୁର ମଧ୍ୟ ଆଗାମୀ ଏମ୍‌ପିସି ବୈଠକରେ ସୁଧହାର ହ୍ରାସ ପାଇ ନ ପାରେ ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା: ବଦଳିଲା ୧୫ ବିମାନର ରୁଟ୍‌

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦରରେ ୧୫ଟି ବିମାନର…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri