Posted inଜାତୀୟ

ଭାରତୀୟ ହଳଦୀରେ ସୀସା ସ୍ତର ୧୦୦ ଗୁଣା ଅଧିକ

ନୂଆଦିଲ୍ଲୀ, ୧୩।୧୧: ଭାରତ, ପାକିସ୍ତାନ, ନେପାଳ ପରି ଏସୀୟ ଦେଶଗୁଡ଼ିକରେ ବିକ୍ରି ହେଉଥିବା ହଳଦୀରେ ସୀସାର ବିଷାକ୍ତ ମାତ୍ରା ମିଳିଛି। ଉକ୍ତ ଦେଶଗୁଡ଼ିକରେ ମିଳୁଥିବା ହଳଦୀରେ ସୀସାର ମାତ୍ରା ୧୦୦୦ ମାଇକ୍ରୋଗ୍ରାମ୍‌/ଗ୍ରାମ୍‌ରୁ ଅଧିକ ରହିଥିବା ନେଇ ମଙ୍ଗଳବାର ଏକ ଅଧ୍ୟୟନ ପ୍ରକାଶ କରିଛି, ଯାହା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ) ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ୧୦୦ ଗୁଣା ଅଧିକ ରହିଛି। ଆମେରିକାର ଷ୍ଟାନଫୋର୍ଡ ବିଶ୍ୱ ବିଦ୍ୟାଳୟ, ଭାରତର ‘ଫ୍ରିଡମ ଏମ୍ପଲୟବିଲିଟି ଏକାଡେମୀ’ ସଙ୍ଗଠନ ଏବଂ ପରିବେଶ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଙ୍ଗଠନ ‘ପିୟୋର ଆର୍ଥ’ ମିଳିତ ଭାବେ ଏହି ଅଧ୍ୟୟନ କରିଛନ୍ତି, ଯାହାର ରିପୋର୍ଟ ‘ସାଇନ୍ସ ଅଫ୍‌ ଟୋଟାଲ ଏନ୍‌ଭାଇରନ୍‌ମେଣ୍ଟ’ ନାମରେ ଏକ ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ସାପ୍ତାହିକ ପତ୍ରିକାରେ ପ୍ରକାଶିତ ହୋଇଛି। ଏହି ଅଧ୍ୟୟନରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ନେପାଳର ୨୩ଟି ସହରରେ ବିକ୍ରି ହେଉଥିବା ହଳଦୀକୁ ବିଶ୍ଳେଷଣ କରାଯାଇଛି। ଅଧ୍ୟୟନ ଅନୁଯାୟୀ, ଭାରତର ପାଟଣା, ଗୁଆହାଟୀ ଓ ଚେନ୍ନାଇ, ପାକସ୍ତାନର କରାଚୀ, ଇସ୍‌ଲାମାବାଦ ଓ ପେଶାଓ୍ବର ଏବଂ ନେପାଳର କାଠମାଣ୍ଡୁ ସହରରେ ବିକ୍ରି ହେଉଥିବା ହଳଦୀରେ ସୀସାର ମାତ୍ରା ୧୦ ମାଇକ୍ରୋଗ୍ରାମ୍‌/ଗ୍ରାମ୍‌ରୁ ଅଧିକ ରହିଛି, ଯାହା ମଣିଷର ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥିବା ଦର୍ଶାଯାଇଛି। ପାଟଣାରେ ବିକ୍ରି ହେଉଥିବା ହଳଦୀରେ ସୀସାର ମାତ୍ରା ସର୍ବାଧିକ ୨୨୭୪ ମାଇକ୍ରୋଗ୍ରାମ୍‌/ଗ୍ରାମ୍‌ ରହିଥିବାବେଳେ ଗୁଆହାଟୀରେ ଦ୍ୱିତୀୟ ସର୍ବାଧିକ ୧୨୭ ମାଇକ୍ରୋଗ୍ରାମ୍‌/ଗ୍ରାମ୍‌ ରହିଛି। ତେବେ ବିନା ପ୍ୟାକିଂରେ ବିକ୍ରି ହେଉଥିବା ହଳଦୀରେ ସୀସାର ମାତ୍ରା ପ୍ୟାକେଟ ଏବଂ ବ୍ରାଣ୍ଡେଡ୍‌ ହଳଦୀଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ରହିଥାଏ ବୋଲି ଏହି ଅଧ୍ୟୟନ କହିଛି। ଭାରତୀୟ ଗ୍ରାହକମାନଙ୍କୁ ଏଫ୍‌ଏସ୍‌ଏସ୍‌ଏଆଇର ମାନକ ଅନୁଯାୟୀ, ପ୍ୟାକେଟ୍‌ ଏବଂ ବ୍ରାଣ୍ଡେଡ୍‌ ହଳଦୀଗୁଡ଼ିକ ଉପରେ ଭରସା କରିବାକୁ ଏହି ଅଧ୍ୟୟନରେ ପରାମର୍ଶ ଦିଆଯାଇଛି।
ତେବେ ହଳଦୀର ନମୁନାଗୁଡ଼ିକରୁ ସୀସାର ମୁଖ୍ୟ ଉତ୍ସ ସୀସା କ୍ରୋମେଟ ମିଳିଥିବା ନେଇ ଏହି ଅଧ୍ୟୟନ କହିଛି। ଏହା ଏକ ପ୍ରକାରର ରସାୟନିକ ପଦାର୍ଥ, ଯାହା ହଳଦୀକୁ ଅଧିକ ଚମକାଇବା ପାଇଁ ବ୍ୟବହୃତ ହୋଇଥାଏ। ବଜାରରେ ବିକ୍ରି ହେଉଥିବା ହଳଦୀରେ ସୀସା କ୍ରୋମେଟର ବ୍ୟବହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉକ୍ତ ଅଧ୍ୟୟନରେ ଗବେଷକମାନେ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ହଳଦୀରେ ସୀସାର ମାତ୍ରାକୁ କମାଇବା ଆବଶ୍ୟକ। ତେଣୁ ବିକ୍ରି ହେବାକୁ ଥିବା ହଳଦୀ ପାଇଁ କଠୋର ପରୀକ୍ଷା ପ୍ରଣାଳୀକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି ବୋଲି ଏହି ଅଧ୍ୟୟନ ପ୍ରକାଶ କରିଛି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସୀସା ଯୁକ୍ତ ହଳଦୀ ଖାଇବା ଶିଶୁମାନଙ୍କ ପାଇଁ ବିଶେଷ ହାନିକାରକ ହୋଇଥାଏ। ହଳଦୀରେ ସୀସାର ମାତ୍ରା ଅଧିକ ରହିଲେ ପିଲାଙ୍କ ମାନସିକ କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହ ସେମାନଙ୍କ ଆଇକ୍ୟୁ ସ୍ତର ହ୍ରାସ ପାଇଥାଏ। ସେହିପରି ଲମ୍ବା ସମୟ ଧରି ସୀସା ଯୁକ୍ତ ହଳଦୀର ସେବନ ଦ୍ୱାରା ବୟଷ୍କଙ୍କ ମଧ୍ୟରେ ହୃଦ୍‌ରୋଗ, ଷ୍ଟ୍ରୋକ୍‌, ଏବଂ ବିଭିନ୍ନ ସ୍ନାୟୁଗତ ରୋଗ ଦେଖାଦେଇପାରେ। ସୀସା ଯୁକ୍ତ ହଳଦୀ ସେବନ ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଉପୁଜିପାରେ। ଏହା ମଣିଷ ଶରୀରରେ ଯକୃତର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିଥାଏ। ସେହିପରି ଲଗାତର ସୀସା ଯୁକ୍ତ ହଳଦୀ ସେବନ ଦ୍ୱାରା ଗାଷ୍ଟ୍ରାଇଟିସ୍‌, ପେପ୍ଟିକ ଅଲ୍‌ସର ପରି ପେଟ ଏବଂ ଅନ୍ତଃନଳୀ ସମସ୍ୟା ଭିତ୍ତିକ ରୋଗ ଦେଖାଦେଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?