ଆଇନଜୀବୀଙ୍କୁ ମିଳିବ ସହାୟତା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):କୋଭିଡ୍‌ ମହାମାରୀ ଯୋଗୁ ରାଜ୍ୟରେ ଆଇନଜୀବୀଙ୍କୁ ସହାୟତା ଲାଗି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି(ସଂଶୋଧନ) ବିଲ୍‌। କୋଭିଡ୍‌ ମହାମାରୀ ଯୋଗୁ କୋର୍ଟଗୁଡ଼ିକରେ ସୀମିତ କାର୍ଯ୍ୟ ସମ୍ପାଦନ ହେଉଥିବାରୁ ଆଇନଜୀବୀମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ରାଜ୍ୟ ବାର୍‌ କାଉନସିଲ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କୁ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଓଡିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ଅଧିନିୟମ ୧୯୮୭ରେ ସଂଶୋଧନ ଅଣାଯାଇଛି। ୧୯୮୭ ଅଧିନିୟମ ଅନୁଯାୟୀ ପରିଚାଳିତ ପାଣ୍ଠି କେବଳ ଆଇନଜୀବୀଙ୍କ ମୃତ୍ୟୁ ଓ ଅବସରକାଳୀନ ସୁବିଧା ପାଇଁ ଉଦ୍ଦିଷ୍ଟ ଥିଲା। ତେଣୁ ଉକ୍ତ ନିୟମରେ ସଂଶୋଧନ କରାଯିବାର ଆବଶ୍ୟକତା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ଗୃହରେ ବିବୃତି ରଖିଥିଲେ। ଏହି ସଂଶୋଧନ ଫଳରେ ପ୍ରାକୃତିକ ଦୁର୍ବିପାକ, ମହାମାରୀ ଓ ଆଇନଜୀବୀ ପେସାରେ ବ୍ୟାଘାତ ସୃଷ୍ଟି ହେଲେ ଓଡିଶା ଆଇନଜୀବୀ କଲ୍ୟାଣ ପାଣ୍ଠିର ନ୍ୟାସ କମିଟି ଅଭାବୀ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇପାରିବେ।
ମଙ୍ଗଳବାର ପାରିତ ହୋଇଥିବା ଓଡ଼ିଶା ଶିଳ୍ପ ବିବାଦ(ସଂଶୋଧନ) ବିଲ୍‌କୁ ନରସିଂହ ମିଶ୍ର ବିରୋଧ କରିଥିବା ବେଳେ ଏହା ଶ୍ରମିକଙ୍କ ମଙ୍ଗଳ ପାଇଁ ନା ଶିଳ୍ପପତିଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଶ୍ନ କରିଥିଲେ। ତେବେ ଶ୍ରମିକଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶା ଶିଳ୍ପ ବିବାଦ ଅଧିନିୟମ ୧୯୪୭କୁ ପରିବର୍ତ୍ତନ କରାଯାଇ ଏହି ବିଲ୍‌ ଗୃହରେ ଉପସ୍ଥାପନ କରାଯାଇଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସାହୁ କହିଥିଲେ। ପୂର୍ବରୁ ଶ୍ରମିକମାନଙ୍କୁ ଛଟେଇ ପୂର୍ବରୁ ୧ ମାସର ନୋଟିସ୍‌ ଅବଧି ଦିଆଯାଉଥିବା ବେଳେ ଏହି ନୂତନ ଅଧିନିୟମରେ ୨ମାସର ନୋଟିସ୍‌ ଅବଧି କିମ୍ବା ୨ ମାସର ଆଗୁଆ ବେତନ ଦେବାର ବ୍ୟବସ୍ଥା ରହିଛି। ଜିଏସ୍‌ଟି ପ୍ରଦାନ ଏବଂ ରିଟର୍ନ ଦାଖଲ ଭଳି ବ୍ୟବସ୍ଥାକୁ ସରଳୀକରଣ କରିବା ଲାଗି ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ ୨୦୧୭କୁ ପରିବର୍ତ୍ତନ କରାଯାଇ ଓଡ଼ିଶା ଦ୍ରବ୍ୟ ଓ ସେବାକର(ସଂଶୋଧନ) ବିଲ୍‌ ପ୍ରସ୍ତୁତ ହୋଇଥିବା ବେଳେ ବହୁମତରେ ଏହି ବିଲ୍‌ ପାରିତ ହୋଇଥିଲା।
ସେହିପରି ମଙ୍ଗଳବାର ଓଡ଼ିଶା ପୌର ବିଧି(ସଂଶୋଧନ) ବିଲ୍‌ ପାରିତ ହୋଇଛି। ଓଡ଼ିଶା ମ୍ୟୁନିସିପାଲ୍‌ ଅଧିନିୟମ ୧୯୫୦ ଏବଂ ଓଡ଼ିଶା ମହାନଗର ଅଧିନିୟମ ୨୦୦୩ରେ କିଛିଟା ପରିବର୍ତ୍ତନ ଅଣାଯାଇ ନୂତନ ଅଧିନିୟମ କରାଯାଇଛି। ଏହାଦ୍ୱାରା ସହରାଞ୍ଚଳ ପାଇଁ ଉଦ୍ଦିଷ୍ଟ ଉନ୍ନତିମୂଳକ ପାଣ୍ଠିର ୨୫% ଏଣିକି ବସ୍ତିର ବିକାଶରେ ଖର୍ଚ୍ଚ ହେବ। ବସ୍ତିଗୁଡ଼ିକର ମୌଳିକ ସେବା ଓ ଭିତ୍ତିଭୂମି ନିମନ୍ତେ ଏହି ଅର୍ଥ ଖର୍ଚ୍ଚ କରାଯିବ। ଏହାବ୍ୟତୀତ ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି। ଆବଶ୍ୟକ କାଗଜପତ୍ର ପ୍ରଦାନ କଲେ ଆବେଦନକାରୀଙ୍କୁ ସେହିଦିନ ଏବଂ ଅନ୍‌ଲାଇନରେ ଲାଇସେନ୍ସ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଏହି ବିଲ୍‌କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ବିଧାୟକ ସନ୍ତୋଷ ସିଂ ସାଲୁଜା ବିରୋଧ କରିଥିବାବେଳେ ଏହାଦ୍ୱାରା ବସ୍ତିଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଥିଲେ। ବର୍ତ୍ତମାନ ସୁଦ୍ଧା ଜାଗା ମିଶନରେ ୧ଲକ୍ଷ ୬୭ ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri