ଲମ୍ୟାନ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): କେୱାଲ କିରଣ କ୍ଲୋଦିଂ ଲିମିଟେଡ୍‌(କେକେସିଏଲ୍‌)ର ମେନ୍‌ସ ଫ୍ୟାଶନ୍‌ ବ୍ରାଣ୍ଡ ‘ଲମ୍ୟାନ୍‌’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ କେନ୍ଦ୍ରାପଡ଼ାର ଦୁହୁରିଆ ଛକସ୍ଥିତ ରାଜକିଶୋର ମାର୍କେଟ କମ୍ପ୍ଲେକ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏଠାରେ ସର୍ଟସ, ଟି-ଶାର୍ଟ, ଜିନ୍ସ, କାଜୁଆଲ ଶାର୍ଟ, କାଜୁଆଲ ପ୍ୟାଟ୍‌, କାର୍ଗୋ ଏବଂ ଟ୍ରାଭେଲ ପ୍ୟାଣ୍ଟକୁ ନେଇ ଏକ ଟ୍ରେଣ୍ଡି ପୋଷାକ ଲାଇନ ଅଫ ରହିଛି। ବିଶେଷକରି ଶ୍ରେଷ୍ଠ ଟ୍ରେଣ୍ଡିଂ ଡିଜାଇନ, ନୂଆ ଯୁଗର କପଡ଼ା, ପୁରୁଷଙ୍କ କାଜୁଆଲ୍‌, ୱାର୍କ ଓ ପାର୍ଟି ପୋଷାକର ମାନବୃଦ୍ଧି ମଧ୍ୟ କରାଯାଇଛି। ଏପରିକି ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଉପଯୁକ୍ତ ମୂଲ୍ୟର ପୋଷାକ ସାଙ୍ଗକୁ ଷ୍ଟୋରରେ ଗ୍ରାହକଙ୍କ ଫ୍ୟାଶନ ପୋଷାକ ଯାତ୍ରାକୁ ଦିନ ଓ ରାତି ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ୱାର୍ଡରୋବ୍‌ ସମାଧାନ ପ୍ରଦାନ କରାଯାଇଥାଏ। ଓଡ଼ିଶା ବଜାରରେ ବ୍ରାଣ୍ଡ୍‌ ତା’ର ନୂତନ ଷ୍ଟୋରର ଶୁଭାରମ୍ଭ ସହ ଫୁଟ୍‌ପ୍ରିଣ୍ଟକୁ ଆହୁରି ସୁଦୃଢ଼ କରିବା ପାଇଁ ମଧ୍ୟ କମ୍ପାନୀ ଦୃଢ଼ ଯୋଜନା ଘୋଷଣା କରିଛି। ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ କମ୍ପାନୀ ଆଉ ୫୦ଟି ଷ୍ଟୋର ଖୋଲିବାକୁ ଯୋଜନା ରଖିଛି। ଏପରିକି ସ୍ମାର୍ଟ, ଷ୍ଟାଇଲିଶ୍‌ ଏବଂ ଆରାମଦାୟକ ପୋଷାକ ପିନ୍ଧିବା ପାଇଁ ଓଡ଼ିଶାର ଫ୍ୟାଶନ ଫରୱାର୍ଡ ପୁରୁଷଙ୍କ ବଢୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲମ୍ୟାନ୍‌ଙ୍କ ଏହି ଦ୍ରୁତ ସମ୍ପ୍ରସାରଣ ଯୋଜନା ରହିଛି।
ଏ ସମ୍ପର୍କରେ କେକେସିଏଲ୍‌ର ନିର୍ଦ୍ଦେଶକ ଦିନେଶ ଜୈନ କହିଛନ୍ତି, କେନ୍ଦ୍ରାପଡ଼ାଠାରେ ଆମେ ଆମର ନୂଆ ଷ୍ଟୋରର ଆନୁଷ୍ଠାନିକ ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସମ୍ପୃକ୍ତ ଅଞ୍ଚଳର ଗ୍ରାହକମାନଙ୍କୁ ଟପ୍‌-ନୋଚ୍‌ ଫ୍ୟାଶନ୍‌ ସଲ୍ୟୁସନ୍‌ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଏହା ସୂଚିତ କରୁଛି। ସେହିଭଳି ଲମ୍ୟାନ୍‌ରେ ଆମେ ସମସାମୟିକ ଡିଜାଇନଗୁଡ଼ିକୁ ଏକ ଅତୁଳନୀୟ ଆରାମରେ ବାନ୍ଧିବାର ବିଶ୍ୱାସ କରିଥାଉ। ଓଡ଼ିଶା ବଜାରରେ ଆମର ଉପସ୍ଥିତି ବଢ଼ୁଥିବା ବେଳେ ଷ୍ଟାଇଲିଶ୍‌ ଓ ସୁଲଭ ଫ୍ୟାଶନକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri