ବରଗଡ଼ରେ ଆଇନଶୃଙ୍ଖଳା ହୁଗୁଳା: ଅସୁରକ୍ଷିତ ମଣୁଛନ୍ତି ସହରବାସୀ

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇ ପଡ଼ିଛି। ବେଆଇନ ନିଶା କାରବାର ଯୋଗୁ ସହରରେ ଅପରାଧ ବଢ଼ି ଚାଲିଛି। ଦିନ ଦ୍ୱିପ୍ରହରେ ଘଟୁଥିବା ନିଶାଜନିତ ଅପରାଧିକ କାର୍ଯ୍ୟକଳାପ ଯୋଗୁ ସହରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଗତ କିଛିଦିନ ତଳେ ସ୍ଥାନୀୟ କୋର୍ଟ ସମ୍ମୁଖରେ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ୍‌ଙ୍କ ପ୍ରତି ମଦ ବୋତଲରେ ହୋଇଥିବା ମରଣାନ୍ତକ ଆକ୍ରମଣରୁ ସହରର ଆଇନଶୃଙ୍ଖଳା ପଦାରେ ପଡ଼ିଯାଇଛି। ଏହାକୁ ନେଇ ଜିଲା ଓକିଲ ସଂଘ ଉଦ୍‌ବେଗ ପ୍ରକାଶ କରିଛି। ଏହି କ୍ରମରେ ସୋମବାର ଓକିଲ ସଂଘର କର୍ମକର୍ତ୍ତା କାର୍ଯ୍ୟବନ୍ଦ କରି ଏକ ପ୍ରତିବାଦ ଶୋଭାଯାତ୍ରାରେ ଯାଇ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ।
ସ୍ମାରକପତ୍ରରେ ବିଭିନ୍ନ ଦାବି କରାଯାଇଛି। ନିଶା ବ୍ୟବସାୟୀ, ବ୍ୟବହାରକାରୀ ତଥା ଅସାମାଜିକତତ୍ତ୍ୱଙ୍କୁ ଦୃଢ଼ ଦମନ, ବରଗଡ଼ ସହରସ୍ଥିତ କୋର୍ଟ ପରିସରରେ ପୋଲିସ ଫାଣ୍ଡି ସ୍ଥାପନ, ତାହା ସ୍ଥାପନ ହେବା ପର୍ଯ୍ୟନ୍ତ କୋର୍ଟ ପରିସରରେ ଦକ୍ଷ ସୁରକ୍ଷାକର୍ମୀଙ୍କୁ ମୁତୟନ, ସହରସ୍ଥିତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଲାଗିଥିବା ସିସିଟିଭିଗୁଡ଼ିକୁ ସକ୍ରିୟ କରିବାକୁ ଦାବି ହୋଇଛି। ଏହା ସହିତ ଓକିଲଙ୍କ ସୁରକ୍ଷା, ନିରାପତ୍ତା ଦୃଷ୍ଟିରୁ ଓକିଲ ସୁରକ୍ଷା ଆଇନକୁ ପାରିତ କରିବା ପାଇଁ ସରକାରଙ୍କ ଜରିଆରେ ବିଧାନସଭାରେ ଅତିଶୀଘ୍ର ଉପସ୍ଥାପନ କରାଯିବା, ସହରସ୍ଥିତ ସମ୍ବେଦନଶୀଳ ସ୍ଥାନରେ ସାଧା ପୋଷାକରେ ପୋଲିସ ମୁତୟନ, ଦିନରାତି ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା, ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଏବଂ ନିଶାସକ୍ତ ଅବସ୍ଥାରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ନିଶା କାରବାରରେ ପ୍ରଭାବଶାଳୀ ରାଜନେତାଙ୍କ ସମ୍ପୃକ୍ତିକୁ ନେଇ ଅଭିଯୋଗ ହୋଇ ଆସୁଥିବା ଯୋଗୁ ତାକୁ ମଧ୍ୟ ଗୁରୁତର ସହିତ ନେଇ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓକିଲ ସଂଘ ଦାବି କରିଛି।
ଏନ୍‌ଡ଼ିପିଏସ୍‌ ଆଇନ ତଥା ଅନ୍ୟ ଫୌଜଦାରୀ ଆଇନରେ ସଂଶ୍ଳିଷ୍ଟ ଅପରାଧିଙ୍କ ବିରୋଧରେ ଜାରି ହୋଇଥିବା ଗିରଫଦାରୀ ୱାରେଣ୍ଟକୁ ଶୀଘ୍ର କାର୍ଯ୍ୟକାରୀ କରିବା, ଓକିଲ ସଂଘ ସଭାପତିଙ୍କ ପ୍ରତି ହୋଇଥିବା ଆକ୍ରମଣ ମାମଲାର ଚାର୍ଜସିଟ୍‌ ୧୫ଦିନ ମଧ୍ୟରେ ଦାଖଲ ଓ ଏହାର ତୁରନ୍ତ ଫଇସଲା, ଗାନ୍ଧୀଛକ, ଘରୋଇ ବସଷ୍ଟାଣ୍ଡ, ଏସ୍‌ପି ଅଫିସ ଛକ, ଥାନାଛକ, କଚେରୀ ଛକ, କାଳୀମନ୍ଦିର ଛକ, ଲେଙ୍ଗୁ ମିଶ୍ର ଛକ ଆଦି ସ୍ଥାନରେ ରାତି ୯ଟା ପର୍ଯ୍ୟନ୍ତ ଟ୍ରାଫିକ ସମୟ ରଖାଯିବା, ସହର ଭିତରକୁ ବାଇକ୍‌, ୪ଚକିଆ ଗାଡ଼ି ଚଳାଚଳ ଗତି ଉପରେ ନିୟନ୍ତ୍ରଣ, ଆଣ୍ଟି ଡ୍ରଗସ୍‌ ଡ୍ରାଇଭ୍‌ ପାଇଁ ଜାରି ହୋଇଥିବା ଟୋଲ ଫ୍ରି ନମ୍ବର ଉପରେ ସଚେତନତା ଆଦି ଦାବି ମଧ୍ୟ ହୋଇଛି। ଆସନ୍ତା ୧୫ଦିନ ମଧ୍ୟରେ ଉପରୋକ୍ତ ଦାବି ସମୂହ ପୂରଣ ନ ହେଲେ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦାବିପତ୍ରରେ ଚେତାବନୀ ଦେଇଛି। ଦାବିପତ୍ର ପ୍ରଦାନ ସମୟରେ ସଂଘର ଉପସଭାପତି ଉତ୍ତର କୁମାର ସାହୁ, ସମ୍ପାଦକ ହରିହର ପ୍ରଧାନଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତ୍ତା, ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?