ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର ଲାଭ କରିପାରିଛି। ସ୍ପେନ୍‌ ୨୦୨୩ ବର୍ଷ ପାଇଁ ଓ୍ବାଲର୍‌ଡ ଟିମ୍‌ ଅଫ୍‌ ଦି ଇୟର ବିବେଚିତ ହୋଇଥିବା ବେଳେ ମିଡ୍‌ ଫିଲ୍ଡର ଆଇଟାନା ବୋନମାଟି ବେଷ୍ଟ ସ୍ପୋଟର୍‌ସ ଓମେନ ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ମାଡ୍ରିଡଠାରେ ଆୟୋଜିତ ଏହି ଉତ୍ସବରେ ନୋଭାକ ଜୋକୋଭିଚ୍‌ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ରିୟଲ ମାଡ୍ରିଡ ଫରଓ୍ବାର୍ଡ ଜୁଡ୍‌ ବେଲିଙ୍ଗହାମ ବ୍ରେକ୍‌ଥ୍ରୁ ପୁରସ୍କାର ହାସଲ କରିଛନ୍ତି। ରାଫାଲ ନାଡାଲ ତାଙ୍କ ଫାଉଣ୍ଡେଶନ ପାଇଁ ସ୍ପୋର୍ଟ ଫର୍‌ ଗୁଡ୍‌ ଆଓ୍ବାର୍ଡ ପାଇଛନ୍ତି। ଗତବର୍ଷ ଅଗଷ୍ଟରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ସ୍ପାନିଶ ମହିଳା ଦଳ ଫୁଟ୍‌ବଲ ପ୍ରଥମ ଥର ବିଶ୍ୱକପ୍‌ ହାସଲ କରିଥିଲା। ଫାଇନାଲ ମ୍ୟାଚ ପରେ ତତ୍‌କାଳୀନ ସ୍ପାନିଶ ଫୁଟ୍‌ବଲ ମହାସଂଘ ସଭାପତି ଫରଓ୍ବାର୍ଡ ଜେନି ହରମୋସୋଙ୍କୁ ଅବାଞ୍ଛିତ ଚୁମ୍ବନ ଦେବା ସେତେବେଳେ ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଥିଲା। ଲୌରିଅସ ଦ୍ୱାରା ଟିମ୍‌ ପୁରସ୍କାର ପାଇବାରେ ସ୍ପେନ୍‌ ପ୍ରଥମ ମହିଳା ଟିମ୍‌। ବିଶ୍ୱକପ୍‌ ପୂର୍ବରୁ ବୋନମାଟି ବାର୍ସିଲୋନାକୁ ଦ୍ୱିତୀୟ ମହିଳା ଚାମ୍ପିୟନ୍ସ ଲିଗ୍‌ ଜିତାଇବାରେ ସହାୟକ ହୋଇଥିଲେ। ବାଲନ ଡି’ଅର ଏବଂ ଫିଫା ବେଷ୍ଟ ପ୍ଲେୟର ଆଓ୍ବାର୍ଡ ଜିତିବା ପରେ ସେ ପ୍ରଥମ ମହିଳା ଖେଳାଳି ହିସାବରେ ଲୌରିଅସ ପୁରସ୍କାର ଜିତିଛନ୍ତି। ପୁରସ୍କାର ପାଇବା ପରେ ବୋନମାଟି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ପୁରସ୍କାର ପାଇବା ପଛରେ ଯେଉଁମାନଙ୍କ ସହାୟତା ରହିଛି ଯଥା ତାଙ୍କ କ୍ଲବ ଓ ଜାତୀୟ ଦଳର ସାଥୀ ଖେଳାଳି ଓ ଷ୍ଟାଫ୍‌ଙ୍କୁ ସେ ଧନ୍ୟବାଦ ଦେବାକୁ ଚାହିଁବେ। ୫ମ ଥର ଲୌରିଅସ୍‌ ପୁରସ୍କାର ଜିତି ଜୋକୋଭିଚ୍‌ ରୋଜର ଫେଡରରଙ୍କ ସମକକ୍ଷ ହୋଇପାରିଛନ୍ତି। ଜୋକୋଭିଚ୍‌ ଅଷ୍ଟ୍ରେଲିଆନ ଓପନ ଓ ୟୁଏସ ଓପନ ଟାଇଟଲ ଜିତିବା ପରେ ୨୪ ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ସଫଳତା ହାସଲ କରିଛନ୍ତି। ଜୋକୋଭିଚ୍‌ଙ୍କୁ ଏନ୍‌ଏଫ୍‌ଏଲ୍‌ର ପୂର୍ବତନ ମହାନ୍‌ ଖେଳାଳି ଟମ୍‌ ବ୍ରାଡି ପୁରସ୍କାର ପ୍ରଦାନ କରିଥିଲେ। ଲୌରିଅସ୍‌ ଓ୍ବାଲର୍‌ଡ କମ୍‌ବ୍ୟାକ୍‌ ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି ଜିମ୍ନାଷ୍ଟ ସିମୋନ ବାଇଲ୍ସ। ଗତବର୍ଷ ସେ ପ୍ରତିଯୋଗିତାକୁ ରେକର୍ଡ ଭଙ୍ଗକାରୀ ପ୍ରତ୍ୟାବର୍ତ୍ତନ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ୪ ସ୍ବର୍ଣ୍ଣ ପଦକ ପାଇଥିଲେ। ନାଡାଲଙ୍କ ଫାଉଣ୍ଡେଶନ ସ୍ପେନ୍‌ ଓ ଭାରତର ୧,୦୦୦ ଯୁବ ଖେଳାଳିଙ୍କୁ ସହାୟକ ହୋଇଥିବା ଲୌରିଅସ ପ୍ରକାଶ କରିଛି। ସ୍ବଳ୍ପ ବୟସ୍କା ଏରିସା ଟ୍ରିଉଙ୍କୁ ଆକ୍ସନ ସ୍ପୋଟର୍‌ସ ପର୍ସନ ଅଫ୍‌ ଦି ଇୟର ପୁରସ୍କାର ମିଳିଛି। ସେ ପ୍ରଥମ ମହିଳା ସ୍କେଟର ଭାବେ ପ୍ରତିଯୋଗିତାରେ ୭୨୦ ସ୍କୋର କରିପାରିଛନ୍ତି। ଡଚ୍‌ ହ୍ବିଲଚେୟାର ଖେଳାଳି ଡାଇଡ୍‌ ଡି’ ଗ୍ରୁଟ୍‌ ଭିନ୍ନକ୍ଷମ କାଟେଗୋରିରେ ସ୍ପୋଟର୍‌ସପର୍ସନ ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ସେ କ୍ରମାଗତ ତୃତୀୟ କ୍ୟାଲେଣ୍ଡର ଗ୍ରାଣ୍ଡସ୍ଲାମ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri