ବିଓବି ପକ୍ଷରୁ ଭିଡିଓ ରି-କେୱାଇସିର ଶୁଭାରମ୍ଭ

ଭୁବନେଶ୍ୱର,୨୪।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଭିଡିଓ ରି-କେୱାଇସି’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ସୁବିଧା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ। ଏପରିକି ଗ୍ରାହକମାନେ ଡିଜିଟାଲ ସେବା ମାଧ୍ୟମରେ ନିୟମିତ ବ୍ୟବଧାନରେ କେୱାଇସି (ଆପଣଙ୍କର ଗ୍ରାହକଙ୍କୁ ଜାଣନ୍ତୁ) ଅପ୍‌ଡେଟ୍‌ କରିପାରିବ।

ସେହିଭଳି ଯେଉଁ ଗ୍ରାହକମାନଙ୍କର ରି-କେୱାଇସି ବକେୟା ରହିଛି, ସେମାନେ ମଧ୍ୟ ସେମାନଙ୍କର ଭିଡିଓ କେୱାଇସିକୁ ଶାଖାକୁ ପରିଦର୍ଶନ ନ କରି ଅଳ୍ପ କିଛି ମିନିଟ୍‌ରେ ସମାପ୍ତ କରିପାରିବେ। ବିଶେଷକରି ଭିଡିଓ କେୱାଇସି ସୁବିଧା ଉପଲବ୍ଧ କରିବା ପାଇଁ ଗ୍ରାହକମାନେ ଆବାସିକ ବ୍ୟକ୍ତିବିଶେଷ ହୋଇଥିବା ଉଚିତ ଏବଂ ସେମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହେବା ସହ ଏକ ଆଧାର ନମ୍ବର ଓ ପାନ୍‌ କାର୍ଡ ରହିଥିବା ଜରୁରୀ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ଗ୍ରାହକଙ୍କୁ ବିଓବିର ୱେବ୍‌ସାଇଟକୁ ପରିଦର୍ଶନ କରିବାକୁ ହେବ ଓ କିଛି ସାଧାରଣ ସୂଚନାକୁ ଅନ୍‌ଲାଇନରେ ପ୍ରଦାନକରି ଅନ୍‌ଲାଇନ ରି-କେୱାଇସି ଆବେଦନକୁ ସମ୍ପୂର୍ଣ୍ଣ କରିବାକୁ ହେବ। ଅପରପକ୍ଷରେ ଥରେ ଅନ୍‌ଲାଇନ ଆବେଦନ ଦାଖଲ ହେବା ପରେ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଭିଡିଓ କେୱାଇସି କଲ୍‌ କରାଯିବ।

ଉକ୍ତ ଭିଡିଓ କଲ୍‌ ପାଇଁ ଗ୍ରାହକଙ୍କର ଏକ ଅରିଜିନାଲ୍‌ ପାନ୍‌ କାର୍ଡ ସହ ଏକ ସାଦା ଧଳା କାଗଜ ଓ କଳା/ନୀଳ ପେନ୍‌ ଆବଶ୍ୟକ ରହିଛି। ଭିଡିଓ ରି-କେୱାଇସିକୁ ବ୍ୟବସାୟ ନିର୍ଘଣ୍ଟ (ସକାଳ ୧୦.୦୦ଘ. ରୁ ସନ୍ଧ୍ୟା ୬.୦୦ ଘ.) ମଧ୍ୟରେ ସମସ୍ତ କାର୍ଯ୍ୟ ଦିବସରେ କରାଯିବ। ବିଶେଷକରି ଭିଡିଓ ସେସନର ସଫଳତାପୂର୍ବକ ସମାପ୍ତି ପରେ ଗ୍ରାହକଙ୍କ ସବିଶେଷକୁ ବ୍ୟାଙ୍କର ରେକର୍ଡରେ ଅପ୍‌ଡେଟ୍‌ କରାଯିବ ଓ ଏକ ସୁନିଶ୍ଚିତୀକରଣ ଟେକ୍ସଟ ମେସେଜ୍‌ ଗ୍ରାହକଙ୍କ ନିକଟକୁ ପଠାଯିବ। ଭିଡିଓ ରି-କେୱାଇସିର ଶୁଭାରମ୍ଭ ହେବା ଦ୍ୱାରା ରି-କେୱାଇସି ପ୍ରକ୍ରିୟା ବହୁ ସରଳ ଓ ସୁବିଧାଜନକ ହୋଇଛି ଓ ଗ୍ରାହକ ଅନୁଭୂତିରେ ଅନେକ ପରିବର୍ତ୍ତନ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଫସିଲା ବିରାଟକାୟ ଅଜଗର

ବୀରମହାରାଜପୁର, ୧୦/୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ସଦେଇପୁର ଗାଁ ନିକଟସ୍ଥ ଏକ ପୋଖରୀରେ ମାଛ ଧରିବା ପାଇଁ…

ରାଜ୍ୟ ପାଇଁ ଖୁସି ଖବର: ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୮ ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ରାଜେଶ ମହାରଣା, ତାଙ୍କ ସମର୍ଥକ

ଛତ୍ରପୁର, ୧୦।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ନେତା ରାଜେଶ ମହାରଣା ଓ ତାଙ୍କ ସମର୍ଥକମାନେ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

ଓଲଟିଲା କୋଇଲା ବୋଝେଇ ଟ୍ରକ୍‌, ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍‌

ଗୁଣପୁର,୧୦ା୮(ସୁଜାତା ପାଢ଼ୀ): କୋଇଲା ବୋଝେଇ ଟ୍ରକ୍‌ ଓଲଟିଯିବା ଫଳରେ ଓଡ଼ିଶା ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜାମ ହୋଇ ରହିଛି। ରବିବାର…

ସରକାରୀ କାର୍ଯ୍ୟକ୍ରମରେ ତାମିଲ ସଙ୍ଗୀତ ଗାନ ବାଧ୍ୟତାମୂଳକ; ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପିତ; ସମର୍ଥନ କଲେ DMK-AIADMK

ଚେନ୍ନାଇ,୧୦।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ରାଜ୍ୟ ସାରା ସରକାରୀ କାର୍ଯ୍ୟ ଆରମ୍ଭରେ…

ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିଲେ…

ଭିଡିଓ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। କିନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri