ବିଓବି ପକ୍ଷରୁ ଭିଡିଓ ରି-କେୱାଇସିର ଶୁଭାରମ୍ଭ

ଭୁବନେଶ୍ୱର,୨୪।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଭିଡିଓ ରି-କେୱାଇସି’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ସୁବିଧା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ। ଏପରିକି ଗ୍ରାହକମାନେ ଡିଜିଟାଲ ସେବା ମାଧ୍ୟମରେ ନିୟମିତ ବ୍ୟବଧାନରେ କେୱାଇସି (ଆପଣଙ୍କର ଗ୍ରାହକଙ୍କୁ ଜାଣନ୍ତୁ) ଅପ୍‌ଡେଟ୍‌ କରିପାରିବ।

ସେହିଭଳି ଯେଉଁ ଗ୍ରାହକମାନଙ୍କର ରି-କେୱାଇସି ବକେୟା ରହିଛି, ସେମାନେ ମଧ୍ୟ ସେମାନଙ୍କର ଭିଡିଓ କେୱାଇସିକୁ ଶାଖାକୁ ପରିଦର୍ଶନ ନ କରି ଅଳ୍ପ କିଛି ମିନିଟ୍‌ରେ ସମାପ୍ତ କରିପାରିବେ। ବିଶେଷକରି ଭିଡିଓ କେୱାଇସି ସୁବିଧା ଉପଲବ୍ଧ କରିବା ପାଇଁ ଗ୍ରାହକମାନେ ଆବାସିକ ବ୍ୟକ୍ତିବିଶେଷ ହୋଇଥିବା ଉଚିତ ଏବଂ ସେମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହେବା ସହ ଏକ ଆଧାର ନମ୍ବର ଓ ପାନ୍‌ କାର୍ଡ ରହିଥିବା ଜରୁରୀ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ଗ୍ରାହକଙ୍କୁ ବିଓବିର ୱେବ୍‌ସାଇଟକୁ ପରିଦର୍ଶନ କରିବାକୁ ହେବ ଓ କିଛି ସାଧାରଣ ସୂଚନାକୁ ଅନ୍‌ଲାଇନରେ ପ୍ରଦାନକରି ଅନ୍‌ଲାଇନ ରି-କେୱାଇସି ଆବେଦନକୁ ସମ୍ପୂର୍ଣ୍ଣ କରିବାକୁ ହେବ। ଅପରପକ୍ଷରେ ଥରେ ଅନ୍‌ଲାଇନ ଆବେଦନ ଦାଖଲ ହେବା ପରେ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଭିଡିଓ କେୱାଇସି କଲ୍‌ କରାଯିବ।

ଉକ୍ତ ଭିଡିଓ କଲ୍‌ ପାଇଁ ଗ୍ରାହକଙ୍କର ଏକ ଅରିଜିନାଲ୍‌ ପାନ୍‌ କାର୍ଡ ସହ ଏକ ସାଦା ଧଳା କାଗଜ ଓ କଳା/ନୀଳ ପେନ୍‌ ଆବଶ୍ୟକ ରହିଛି। ଭିଡିଓ ରି-କେୱାଇସିକୁ ବ୍ୟବସାୟ ନିର୍ଘଣ୍ଟ (ସକାଳ ୧୦.୦୦ଘ. ରୁ ସନ୍ଧ୍ୟା ୬.୦୦ ଘ.) ମଧ୍ୟରେ ସମସ୍ତ କାର୍ଯ୍ୟ ଦିବସରେ କରାଯିବ। ବିଶେଷକରି ଭିଡିଓ ସେସନର ସଫଳତାପୂର୍ବକ ସମାପ୍ତି ପରେ ଗ୍ରାହକଙ୍କ ସବିଶେଷକୁ ବ୍ୟାଙ୍କର ରେକର୍ଡରେ ଅପ୍‌ଡେଟ୍‌ କରାଯିବ ଓ ଏକ ସୁନିଶ୍ଚିତୀକରଣ ଟେକ୍ସଟ ମେସେଜ୍‌ ଗ୍ରାହକଙ୍କ ନିକଟକୁ ପଠାଯିବ। ଭିଡିଓ ରି-କେୱାଇସିର ଶୁଭାରମ୍ଭ ହେବା ଦ୍ୱାରା ରି-କେୱାଇସି ପ୍ରକ୍ରିୟା ବହୁ ସରଳ ଓ ସୁବିଧାଜନକ ହୋଇଛି ଓ ଗ୍ରାହକ ଅନୁଭୂତିରେ ଅନେକ ପରିବର୍ତ୍ତନ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri