ଭାରତ କ୍ୟୁଆର୍‌ କୋଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର, ୨୨ା୭ (ଅଭୟ ଦାଶ): ବନ୍ଧନ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ପେମେଣ୍ଟ ସମାଧାନ ‘ଭାରତ କ୍ୟୁଆର୍‌ କୋଡ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତ କ୍ୟୁଆର୍‌ କୋଡ୍‌ ଜରିଆରେ ଏହି ନୂଆ ପେମେଣ୍ଟ ସମାଧାନ ଆରମ୍ଭ ହୋଇଯାଇଛି। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଇଡି ତଥା ସିବିଓ ରାଜିନ୍ଦର ବବର୍‌ କହିଛନ୍ତି, ଆମର ମୂଲ୍ୟବାନ ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତା ଅନୁଯାୟୀ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ।

ଏପରିକି ଭାରତ କ୍ୟୁଆର୍‌ କୋଡ୍‌ (ବିକ୍ୟୁଆର୍‌) ର ଶୁଭାରମ୍ଭ ସହିତ ଆମେ ଏକ ଦୃଢ଼ ପେମେଣ୍ଟ ସମାଧାନ ପ୍ରଦାନ କରିବାକୁ ଚାହୁଛୁ, ଯାହା ଗ୍ରାହକମାନଙ୍କୁ ସୁବିଧାଜନକ ପେମେଣ୍ଟ ମାଧ୍ୟମ ପ୍ରଦାନ କରିବାରେ ମର୍ଚାଣ୍ଟମାନଙ୍କୁ ସଶକ୍ତ କରିବ। ଉନ୍ନତ ପ୍ରଯୁକ୍ତି ଓ ଗ୍ରାହକକୈନ୍ଦ୍ରିକ ସମାଧାନ ସହିତ ନିରନ୍ତର ନିବେଶ ଜରିଆରେ ଆମେ ଗ୍ରାହକମାନଙ୍କ ଲାଗି ଏକ ନିରବଚ୍ଛିନ୍ନ, ଦୃଢ଼ ଏବଂ ଉନ୍ନତ ବ୍ୟାଙ୍କିଙ୍ଗ ଅନୁଭୂତି ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ପ୍ରଦାନ କରିବାକୁ ଚାହୁଛୁ। ସେହିଭଳି ବ୍ୟାଙ୍କର ଚଳନ୍ତି ଓ ସଞ୍ଚୟ ଖାତାଧାରୀ ଗ୍ରାହକମାନଙ୍କ ପାଇଁ ଏହା ବେଶ୍‌ ସୁବିଧାଜନକ ଥିଲାବେଳେ ଯେକୌଣସି ମର୍ଚାଣ୍ଟ ଆଉଟ୍‌ଲେଟ୍‌ରେ ପେମେଣ୍ଟ କରିବାର ଏହି ସୁବିଧା ଉପଲବ୍ଧ। ଏପରିକି ଏହି ବର୍ଗର ସ୍ବାବଲମ୍ବୀ ଗ୍ରାହକମାନଙ୍କ ଲାଗି ସହଜ ହେବ। ପ୍ରତି ପେମେଣ୍ଟ ପରେ ଏକ ଛୋଟ ସ୍ପିକର୍‌ ଜରିଆରେ ପେମେଣ୍ଟ ହୋଇଥିବାର ସୂଚନା ପ୍ରାପ୍ତହେବ।

ସେହିପରି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡକୁ ସ୍ବାଇପ୍‌ ନ କରି ଗ୍ରାହକମାନେ ଯେକୌଣସି ବ୍ୟାଙ୍କିଙ୍ଗ ଆପ୍‌ କିମ୍ବା ୟୁପିଆଇ ଆପ୍‌ ଜରିଆରେ ପେମେଣ୍ଟ କରିପାରିବେ। ପେମେଣ୍ଟ୍‌ କରିବା ଲାଗି ଭାରତ କ୍ୟୁଆର୍‌ ହେଉଛି, ଏକ ଅତ୍ୟଧିକ ସୁରକ୍ଷିତ ଓ ଦ୍ରୁତ ଆପ୍‌। ଛୋଟ ହୁଅନ୍ତୁ କିମ୍ବା ବଡ଼ ରିଟେଲର୍‌ ଫର୍ମାଟ୍‌ର ଷ୍ଟୋର୍‌, ମର୍ଚାଣ୍ଟମାନେ ଏହି ସମାଧାନ ଦ୍ୱାରା ଉପକୃତ ହେବେ। ଡିଜିଟାଲ୍‌ ନବସୃଜନ ଆଗକୁ ବଢ଼ୁଥିବା ବେଳେ ଅତ୍ୟାଧୁନିକ ପ୍ରଯୁକ୍ତି ଓ ନିରବଚ୍ଛିନ୍ନ ଡିଜିଟାଲ୍‌ ଅଭିଜ୍ଞତା ଜରିଆରେ ବ୍ୟାଙ୍କିଙ୍ଗର ଭବିଷ୍ୟତ ବଦଳାଇବାରେ ବ୍ୟାଙ୍କ ଅଗ୍ରଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?