ହାଇ ୱାଟେଜ୍‌ ବ୍ୟାଟେନ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରମୁଖ ଏଲ୍‌ଇଡି ଲାଇଟ୍‌ ଉତ୍ପାଦକ ସୂର୍‌ୟା ରୋସ୍‌ନି ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ହାଇ ୱାଟେଜ୍‌ ବ୍ୟାଟେନ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉପଭୋକ୍ତାଙ୍କ ଜୀବନକୁ ସରଳ ଓ ସ୍ବାସ୍ଥ୍ୟକର କରିବା ପାଇଁ କମ୍ପାନୀ ତା’ର ଅଭିଜ୍ଞତା, ଟେକ୍ନୋଲୋଜି ଓ ଉଦ୍ଭାବନକୁ ବ୍ୟବହାର କରିଆସୁଛି। ଏପରିକି କମ୍ପାନୀ ନିକଟରେ ମେଟାଲିକା ସିରିଜ୍‌ର ବଜାର ପ୍ରବେଶ କରାଇଛି। ସେହିଭଳି ବ୍ରାଣ୍ଡ୍‌ ପକ୍ଷରୁ ସମାଜର ପ୍ରମୁଖ ବର୍ଗର ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ବୁଝିବା ପାଇଁ ଏକ ପ୍ରୟାସ ମଧ୍ୟ କରାଯାଇଥିଲା। କମ୍ପାନୀ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ସମସ୍ତ ବୟସବର୍ଗର ଲୋକଙ୍କଠାରେ ‘ଉଜ୍ଜ୍ୱଳ ଓ ଅଧିକ ଆଲୋକ’ର ଆବଶ୍ୟକତାକୁ ଆଲୋକିତ କରିଥିଲା। ଯେଉଁମାନେ ପଢ଼ିବା କିମ୍ବା ନିଜର ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ଉଚ୍ଚମାନର ଓ ପର୍ଯ୍ୟାପ୍ତ କାର୍ଯ୍ୟକ୍ଷମ ଆଲୋକର ଆବଶ୍ୟକ କରୁଛନ୍ତି। ଏ ସମ୍ପର୍କରେ ସୂର୍‌ୟା ରୋସ୍‌ନି ଲିମିଟେଡ୍‌ର ଲାଇଟିଂ ଓ କଞ୍ଜ୍ୟୁମର ଡ୍ୟୁରାବୁଲ୍ସ ବିଭାଗର ସିଇଓ ଜିତେନ୍ଦ୍ର ଅଗ୍ରୱାଲ କହିଛନ୍ତି, ଆମେ ଏକ ପ୍ରଗତିଶୀଳ ଓ ସୁସ୍ଥ ସମାଜ ପାଇଁ ନିରନ୍ତର ପ୍ରୟାସ କରି ଆସୁଛୁ। ବିଶେଷ କରି ଆମର ସଦ୍ୟତମ ଅନୁସନ୍ଧାନ ଅନୁଯାୟୀ ସମସ୍ତ ବୟସର ଲୋକମାନେ ଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ଉଜ୍ଜ୍ୱଳ ଓ ଅଧିକ ଆଲୋକର ଆବଶ୍ୟକ କରୁଥିବାରୁ ସୂର୍‌ୟା ହାଇ ୱାଟେଜ୍‌ ଏଲ୍‌ଇଡି ବ୍ୟାଟେନ୍‌ଗୁଡିକୁ ଶୁଭାରମ୍ଭ କରି ଆମେ ଅତ୍ୟଧିକ ଖୁସି ଅନୁଭବ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri